ବୈଦିକ ଦର୍ଶନ ଏକ ବିଶ୍ଳେଷଣ

ଡା. ଗୋପାଳ ଚନ୍ଦ୍ର ଦାଶ

ଦର୍ଶନ ଶବ୍ଦର ଅର୍ଥ ହେଲା ଯାହା ଦ୍ୱାରା ଦେଖାଯାଏ। ‘ଦୃଶ୍ୟତେ ଅନେନ ଇତି ଦର୍ଶନମ’- ଯେଉଁ ଜ୍ଞାନ ଦ୍ୱାରା ସତ୍‌-ଅସତ୍‌ ଭାବନା ବିଶ୍ଳେଷିତ ହୁଏ ତାହା ହେଉଛି ଦର୍ଶନ। ମନୁଷ୍ୟ ଏକ ଜ୍ଞାନପିପାସୁ ପ୍ରାଣୀ। ଧରାପୃଷ୍ଠରେ ଅବତରଣ ପରେ ଦୁଇ ଚକ୍ଷୁ ଉନ୍ମୀଳନ କରିବା ସମୟରୁ ମନୁଷ୍ୟ ନିଜର ଚତୁଃପାର୍ଶ୍ୱରେ ଅସଂଖ୍ୟ ଜଡ଼ ଓ ଚେତନ ପଦାର୍ଥ ଦେଖିଥାଏ ଏବଂ ସେମାନଙ୍କ ସମ୍ବନ୍ଧରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାଏ। ଏହି ଜିଜ୍ଞାସାଲବ୍ଧ ଜ୍ଞାନର ନାମ ଦର୍ଶନ। ତେଣୁ ଦର୍ଶନ ହେଉଛି ଏକ ଅନ୍ତର୍ଦୃଷ୍ଟି, ଯାହାଦ୍ୱାରା ପ୍ରକୃତ ସତ୍ୟକୁ ଅବଧାରଣା କରାଯାଇଥାଏ।
ଭାରତୀୟ ଦର୍ଶନର ମୂଳ ଉତ୍ସ ହେଉଛି ବେଦ ଓ ବ୍ରାହ୍ମଣ ଗ୍ରନ୍ଥ। ଋକ୍‌ବେଦ କାଳରେ ବୈଦିକ ଧର୍ମ ଓ ଦର୍ଶନ ମଧ୍ୟରେ ବିଭାଜନ ରେଖା ନ ଥିଲା। ପରବର୍ତ୍ତୀ କାଳରେ ଭାରତୀୟ ଦର୍ଶନର ଅଭ୍ୟୁଦୟ ଓ କ୍ରମବିକାଶ ବୈଦିକ ପରମ୍ପରାରେ ଏକ ବଳିଷ୍ଠ ପ୍ରଭାବ ପକାଇଥିଲା। ବୈଦିକ ଆର୍ଯ୍ୟମାନେ ନିଜର ତୀକ୍ଷ୍‌ଣ ଧୀଶକ୍ତି ବଳରେ ପ୍ରକୃତିର ନିଗୂଢ଼ ସତ୍ୟକୁ ଆବିଷ୍କାର କରି ଜୀବନର ପ୍ରକୃତ ଅର୍ଥ ବୁଝିବାରେ ସକ୍ଷମ ହୋଇପାରିଥିଲେ। ଅସତ୍ୟ ଓ ଅଧର୍ମକୁ ଛାଡ଼ି ସହଜାତ ଜ୍ଞାନ ବଳରେ ଆଲୋକମୟ ପଥରେ ଅଗ୍ରସର ହେବାକୁ ସମର୍ଥ ହୋଇପାରିଥିଲେ। ସେମାନଙ୍କର ବିଚାର ଓ ବିଶ୍ଳେଷଣର ଧାରା ଭାରତୀୟ ଦର୍ଶନଗୁଡ଼ିକୁ ସୃଷ୍ଟି କରିଥିଲା।
କାରଣ ନ ଥାଇ କାର୍ଯ୍ୟର ଉତ୍ପତ୍ତି ସମ୍ଭବ ନୁହେଁ। ଜଗତର ସକଳ ବସ୍ତୁର ସୃଷ୍ଟି ପଛରେ କିଛି ନା କିଛି ଆବଶ୍ୟକତା ଅଛି। ଏହି ଆବଶ୍ୟକତାଗୁଡ଼ିକ ସମ୍ବନ୍ଧରେ ବିଶେଷ ଜ୍ଞାନ ଦର୍ଶନ ଶାସ୍ତ୍ରରେ ପ୍ରତିଭାତ ହୋଇଥାଏ। ଜାଗତିକ ସକଳ ବସ୍ତୁର ସୂକ୍ଷ୍ମାତିସୂକ୍ଷ୍ମ ଉତ୍ସ ସମ୍ବନ୍ଧରେ ବ୍ୟାଖ୍ୟା ହେଉଥିବାରୁ ଦର୍ଶନର ଜୀବନ ସହିତ ଘନିଷ୍ଠ ସମ୍ବନ୍ଧ ରହିଛି। ଉଭୟର ଲକ୍ଷ୍ୟ ହେଲା ମୋକ୍ଷ ବା ନିଃଶ୍ରେୟସ ପ୍ରାପ୍ତି। ତେଣୁ ଦର୍ଶନ ଓ ଜୀବନ ହେଉଛି ଗୋଟିଏ ମାତ୍ର ଲକ୍ଷ୍ୟର ଦୁଇଟି ଫଳଶ୍ରୁତି। ଦର୍ଶନ ଦେଖାଦେଇଥାଏ ସୈଦ୍ଧାନ୍ତିକ ରୂପରେ ଏବଂ ଜୀବନ ଦେଖାଦେଇଥାଏ ବ୍ୟବହାରିକ ରୂପରେ।
ବୈଦିକ ଋଷିମାନେ ବେଦ ମନ୍ତ୍ରର ଅନ୍ତର୍ନିହିତ ଗୋପନ ବାଣୀଗୁଡ଼ିକର ତାତ୍ପର୍ଯ୍ୟ ନିଜର ସହଜାତ ଜ୍ଞାନ ବଳରେ ବୁଝିପାରୁଥିଲେ ଓ ପ୍ରାଣେ ପ୍ରାଣେ ଉପଲବ୍ଧି କରିପାରୁଥିଲେ। ସେମାନଙ୍କର ବୈଦିକ ଜ୍ଞାନ ଥିଲା ସମ୍ପୂର୍ଣ୍ଣ ଅନୁଭୂତିଲବ୍ଧ। ଅନେକତାର ଏକତାର ସନ୍ଧାନ ପାଇବା ଥିଲା ସେମାନଙ୍କର ଜୀବନର ଲକ୍ଷ୍ୟ। ସୃଷ୍ଟି ରହସ୍ୟ ଯଥା- ସୃଷ୍ଟି କ’ଣ ଓ କିପରି ଆଦି ପ୍ରଶ୍ନଗୁଡ଼ିକ ସମ୍ବନ୍ଧରେ ଭୌତିକ ବିଜ୍ଞାନ ଗବେଷଣା କରୁଥିଲେ ମଧ୍ୟ, ସୃଷ୍ଟି କାହିଁକି ଓ କାହାପାଇଁ ଏ ସମ୍ବନ୍ଧରେ ପ୍ରଶ୍ନଗୁଡ଼ିକର ଉତ୍ତର କେବଳ ଭାରତୀୟ ଦର୍ଶନ ଶାସ୍ତ୍ର ହିଁ ଦେଇଥାଏ। ତେଣୁ ପାଶ୍ଚାତ୍ୟ ଦର୍ଶନ ଭଳି ଭାରତୀୟ ଦର୍ଶନ କେବଳ ଧୀନିଷ୍ଠ ନୁହେଁ, ଏହା ଉଭୟ ଧୀନିଷ୍ଠ ଓ ଅନୁଭୂତି ନିଷ୍ଠ।
ମାନବ ଜୀବନର ଚରମ ଲକ୍ଷ୍ୟ ହେଲା ମୋକ୍ଷ ପ୍ରାପ୍ତି। ସେହି ମୋକ୍ଷ ପ୍ରାପ୍ତି ପାଇଁ ବିଭିନ୍ନ ପନ୍ଥା ବୈଦିକ ଦର୍ଶନରେ ଦେଖିବାକୁ ମିଳିଥାଏ। ସେଗୁଡ଼ିକୁ ମୁଖ୍ୟତଃ ତିନିଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଥାଏ- ଜ୍ଞାନ ମାର୍ଗ, କର୍ମ ମାର୍ଗ ଓ ଭକ୍ତି ମାର୍ଗ। ଏହି ତିନି ମାର୍ଗର ଆଦ୍ୟ ଝଙ୍କାର ବେଦରେ ମିଳିଥାଏ। ବୈଦିକ ଆର୍ଯ୍ୟମାନଙ୍କର ଧର୍ମ ସମ୍ବନ୍ଧରେ ଜ୍ଞାନ ବହୁମୁଖୀ। ଏହି ଅନୁଭବାତ୍ମକ ବୈଦିକ ଜ୍ଞାନଗୁଡ଼ିକୁ ସମନ୍ବିତ ପୂର୍ବକ ଏକ ସୂତ୍ର ଆକାରରେ ଏକତ୍ର ବାନ୍ଧି ରଖିବା ବୈଦିକ ଦର୍ଶନର ଲକ୍ଷ୍ୟ। ଅନ୍ତିମରେ ଏତିକି କୁହାଯାଇପାରେ ଯେ ବୈଦିକ ଯୁଗରେ ବୁଣାଯାଇଥିବା ମୂଳବୀଜ ବେଦୋତ୍ତର କାଳରେ ଫଳଶ୍ରୁତି ହୋଇଥିଲା ଭାରତୀୟ ଷଡ଼ ଦର୍ଶନରେ।
ଭାରତର ଦର୍ଶନ ଶାସ୍ତ୍ରଗୁଡ଼ିକ ଦୁଇ ଶ୍ରେଣୀରେ ବିଭକ୍ତ- ଆସ୍ତିକ ଓ ନାସ୍ତିକ। ବେଦ ଓ ଉପନିଷଦ ଉପରେ ଆଧାରିତ ଛଅଟି ଦର୍ଶନ ଆସ୍ତିକ। ସେଗୁଡ଼ିକ ହେଲା- ସାଂଖ୍ୟ, ଯୋଗ, ନ୍ୟାୟ, ବୈଶେଷିକ, ମିମାଂସା ଓ ବେଦାନ୍ତ ଦର୍ଶନ। ଏଗୁଡ଼ିକର ରଚୟିତା ମୁନୀମାନେ ହେଲେ- କପିଳ, ଗୌତମ, କଣାଦ, ଜୈମିନି, ପାତଞ୍ଜଳି ଓ ବ୍ୟାସଦେବ। ସାଂଖ୍ୟ- କପିଳ, ଯୋଗ-ପାତଞ୍ଜଳି, ବୈଶେଷିକ-କଣାଦ, ମିମାଂସା-ଜୈମିନି, ନ୍ୟାୟ-ଗୌତମ, ବେଦାନ୍ତ-ବ୍ୟାସ।
ବୌଦ୍ଧ, ଜୈନ ଓ ଚାରବାଙ୍କ ଦ୍ୱାରା ରଚିତ ଦର୍ଶନ ନାସ୍ତିକ। ସାଂଖ୍ୟ ଦର୍ଶନ ସର୍ବତମ ପୁରାତନ ଓ ବେଦାନ୍ତ ଦର୍ଶନ ବୈଦିକ କାଳର ଅନ୍ତିମ ଭାଗର ରଚନା ହୋଇଥିବାରୁ ନୂତନ ଅଟେ। ଦର୍ଶନଗୁଡ଼ିକ ପରବର୍ତ୍ତୀ କାଳରେ ବିଭିନ୍ନ ମହାପୁରୁଷ ଭାଷ୍ୟ ବା ଟୀକା କରିଛନ୍ତି। ଭାଷ୍ୟକାରିକ ମତ ଭିନ୍ନ ହୋଇଥିବାରୁ, ବେଳେ ବେଳେ ପାଠକ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ। ସମସ୍ତ ଦର୍ଶନ ଶାସ୍ତ୍ରର ଏକମାତ୍ର ମୂଳ ଉଦ୍ଦେଶ୍ୟ ଦୁଃଖରୁ ନିବାରଣ ଓ ସୁଖ ବା ମୋକ୍ଷ୍ୟ ପ୍ରାପ୍ତି। ବିଭିନ୍ନତା ମଧ୍ୟରେ ଏକତା ଦର୍ଶନ ଶାସ୍ତ୍ରର ମୂଳ ମନ୍ତ୍ର। ୨୫ ଗୋଟି ତତ୍ତ୍ୱକୁ ନେଇ ସାଂଖ୍ୟ ଦର୍ଶନ, ୬ ପଦାର୍ଥକୁ ନେଇ ବୈଶେଷିକ ଦର୍ଶନ, ୧୬ ନିୟମକୁ ନେଇ ନ୍ୟାୟ ଦର୍ଶନ। ୮ ଗୋଟି ଅଙ୍ଗକୁ ନେଇ ଯୋଗ ଦର୍ଶନ, କର୍ମ ସିଦ୍ଧାନ୍ତକୁ ନେଇ ମିମାଂସା ଓ ଜ୍ଞାନ ସିଦ୍ଧାନ୍ତକୁ ନେଇ ବେଦାନ୍ତ ଦର୍ଶନ ରଚନା କରାଯାଇଛି।
ଚିକିତ୍ସା ନିର୍ଦ୍ଦେଶକ, ପୂର୍ବତଟ ରେଲ୍‌ଓ୍ବେ, ଭୁବନେଶ୍ୱର
ମୋ: ୮୪୫୫୮୮୭୫୦୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri