ବୈତରଣୀ ଶୈବ୍ୟା କାବେରୀ ଘାଟରେ ବୋଇତ ବନ୍ଦାଣ ଉତ୍ସବ: ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

ପାଟଣା,୧୨।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀର ରାଜନଗରସ୍ଥିତ ଶୈବ୍ୟା କାବେରୀ ଘାଟ ଓ ପାଟଣାସ୍ଥିତ ବୈତରଣୀ ତୀର୍ଥ ଘାଟରେ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରତ୍ୟୁଷରୁ ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଏହ ସହ “ଆ କା ମା ବୈ ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର ” କହି ଡ଼ଙ୍ଗା ଭସାଇଛନ୍ତି। ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାଇ ବତରଣୀ ସନ୍ନିକଟ ପରମେଶ୍ୱର ମହାଦେବ, ଆନନ୍ଦେଶ୍ୱର ମହାଦେବ ଓ ସ୍ବାମ୍‌ସ୍ଥିତ ସୋମେଶ୍ୱର ମହାଦେବ ମନ୍ଦିରରେ ଦେବ ଦର୍ଶନ କରିଥିଲେ।
ଶୈବ୍ୟା କାବେରୀ ଘାଟରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି। ବୋଇତ ବନ୍ଦାଣ ଉତ୍ସବ କମିଟିର ସଭାପତି ଶରତ ଜ୍ୟୋତି କରଙ୍କ ପୌରୋହିତ୍ୟରେ ମୁଖ୍ୟଅତିଥି ଭାବେ ପାଟଣା ବିଧାୟକ ଜଗନ୍ନଥ ନାଏକ, ସମ୍ମାନିତ ଅତିଥି ତୃପ୍ତି ରଞ୍ଜନ ସିଂ, ରଞ୍ଜନ ପାଣି ଓ ଧରଣୀ ଧର ଦାସ ପ୍ରମୁଖ ଯୋଗ ଦେଇ ପ୍ରାଚୀନ ଓଡ଼ିଶାର ଐତିହ୍ୟ ସମ୍ପନ୍ନ ନୌବାଣିଜ୍ୟ ଗାଥାର ଅବତାରଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟୋକିଓ ଅଲିମ୍ପିକ୍ସରେ ପ୍ରଦର୍ଶିତ ହେବ ଓଡ଼ିଶା ଚିତ୍ରଶିଳ୍ପୀଙ୍କ ଚିତ୍ରକଳା

କଟକ ଅଫିସ, ୨୪।୭: ଚଳିତବର୍ଷ ଟୋକିଓ ଅଲିମ୍ପିକ୍ସରେ ଓଡ଼ିଶା ଚିତ୍ରଶିଳ୍ପୀଙ୍କ ଚିତ୍ରକଳା ପ୍ରଦର୍ଶନ ହେବ। ଏ ନେଇ ଇଣ୍ଡିଆନ କଣ୍ଟେମ୍ପୋରାରୀ ଆର୍ଟିଷ୍ଟ ଆସୋସିଏସନ ପକ୍ଷରୁ ଆନ୍ତର୍ଜାତିକ...

ନାବାଳିକା ଅପହରଣ, ବଳାତ୍କାର ମାମଲା: ଦୋଷୀଙ୍କୁ ୧୦ବର୍ଷ ସଶ୍ରମ ଜେଲ୍‌

ଫୁଲବାଣୀ ଅଫିସ,୧୬ା୧୨-ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ସୋମବାର ଫୁଲବାଣୀ ଅତିରିକ୍ତ ଦୌରାଜଜ୍‌ ତଥା ସ୍ବତନ୍ତ୍ର ବିଚାରପତି ସମର ବିଳାସ ବେହେରା...

ସଂଘବଦ୍ଧ ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ

ଦିଗପହଣ୍ଡି,(ଡି.ଏନ.ଏ.)/ପାଟପୁର,୧୧ା୧୨-ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମରେ ୨୦୦୪ ଏପ୍ରିଲ ୧୨ ରେ ଘଟିଥିବା ସଂଘବଦ୍ଧ ଆକ୍ରମଣ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଗତ କିଛିଦିନ...

ଗିରଫ ଭୟରେ ମାଟିଖାଲ ଗାଁ ପୁରୁଷଶୂନ୍ୟ

ମାଲକାନଗିରି,୧୬।୫(ଡି.ଏନ୍‌.ଏ.): ମାଲକାନଗିରି ପୋଲିସକୁ ଆକ୍ରମଣ ଘଟଣାରେ ମାଟିଖାଲ ଗ୍ରାମ ଉପରେ ପୋଲିସ ସୋମବାର ଚଢ଼ାଉ କରିଛି। କୋରାପୁଟ, ଲମତାପୁଟ ଏବଂ ମାଛକୁଣ୍ଡର ୫ ପ୍ଲାଟୁନ ପୋଲିସ...

ଏମ୍‌କେସିଜିରେ ୫ ଅପମୃତ୍ୟୁ ମାମଲା

ବ୍ରହ୍ମପୁର ଅଫିସ,୧ା୯-ଏମ୍‌କେସିଜି ମେଡିକାଲରେ ଦିନକରେ ୫ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ୨ ଜଣଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କର ବିଦ୍ୟୁତ୍‌ ଆଘାତ,...

ବଗଲାକୁ ନେଇ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ପୂରୀ ଅଫିସ, ୨୫।୮: ବଗଲା ଧର୍ମଶାଳା ଜମି ବିବାଦ ଦିନକୁ ଦିନ ଅଧିକ ତୀବ୍ର ହେଉଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିଭିନ୍ନ ରାଜନୈତିକ ଦଳ ବିରୋଧ...

୩ ହାଇସ୍କୁଲରେ ପଢାଯିବ ଯୁକ୍ତ-୨ ପାଠ

ଝାରସୁଗୁଡ଼ା ଅଫିସ,୧୧ା୨: ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ପଶ୍ଚିମ ଓଡିଶା ଗସ୍ତରେ ଆସି ଝାରସୁଗୁଡା ଜିଲାର...

ଗ୍ୟାସ୍‌ ଚୁଲାରୁ ନିଆଁ ଲାଗି ମହିଳା ଗୁରୁତର

ରାୟଗଡ଼ା ଅଫିସ,୨୩।୧: ରାୟଗଡ଼ା ଥେରୁବାଲି ଝୁପୁଡ଼ି ସାହିର ପରଦେଶୀ ନନ୍ଦଙ୍କ ସ୍ତ୍ରୀ ଲଳିତା ଲଳିତା ଗୁରୁବାର ସକାଳେ ରୋଷେଇ କରିବା ସମୟରେ ଗ୍ୟାସ ଚୁଲାର ପାଇପ...

Advertisement
Archives

Model This Week