ବୈତରଣୀରେ ପ୍ରଥମ ବନ୍ୟାଜଳ ପ୍ରବେଶ : ବିପଦ ସଙ୍କେତ ଉପରେ ଚାଲିଛି ପାଣି

ଭଣ୍ଡାରିପୋଖରୀ,୭।୯(ଡି.ଏନ୍‌.ଏ.): ଲଘୁଚାପ ଜନିତ ଲଗାଣ ବର୍ଷା ଉପରମୁଣ୍ଡରେ ଲାଗି ରହିବା ଯୋଗୁ ଭଦ୍ରକ ଜିଲାରେ ପ୍ରବାହିତ ବୈତରଣୀ ନଦୀରେ ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି। ବୈତରଣୀର ଜଳସ୍ତର ଅଖୁଆପଦା ଆନିକଟଠାରେ ଶନିବାର ପୂର୍ବାହ୍ନ ୧୦ଟାରେ ୧୭. ୭ ମିଟର ରହିଥିବାବେଳେ ୧୧ଟାରେ ୧୭.୧୨ ମିଟର, ୧୨ ଟାରେ ୧୭.୨୯ ମିଟର, ଏବଂ ଗୋଟାଏରେ ୧୭.୪୭ ମିଟର ୨ ଟାରେ ୧୭.୬୩ ମିଟର ଓ ୩ ଟାରେ ୧୭.୭୬ ମିଟର ହେବା ସହ ୩ଟା ୨୫ରେ ବୈତରଣୀ ବିପଦ ସଙ୍କେତ ଟପିଥିଲା। ଆଖୁଆ ପଦାରେଠାରେ ବୈତରଣୀ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ୪ଟାରେ ୧୭.୮୮ ମିଟର ଜଳ ପ୍ରବାହିତ ହୋଇଛି। ଉପରମୁଣ୍ଡରେ ହୋଇଥିବା ବର୍ଷା ରେକର୍ଡ ଅନୁଯାୟୀ, ଆଖୁଆପଦା ୨୫. ୬ ମିମି, ଆନନ୍ଦପୁରରେ ୨୫୫.୨ ମିମି, ସୋମପାଟଣାରେ ୨୮.୨ ମିମି, କେନ୍ଦୁଝରରେ ୨୫.୦ ମିମି, ଠାକୁରମୁଣ୍ଡାରେ ୨୪.୨ମିମି, ଚମ୍ପୁଆରେ ୨୫.୮ ମିମି ବର୍ଷା ହୋଇଛି। ତେବେ ଏହିି ବନ୍ୟାଜଳ ବୃୃଦ୍ଧିପାଇ ୧୮.୨୦ମିଟର ଭିତରେ ରହିବ ବୋଲି ଆଖୁଆପଦା ଜଳସେଚନ ବିଭାଗ କନିଷ୍ଠଯନ୍ତ୍ରୀ ସୁଶାନ୍ତ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରଟ ଫେରନ୍ତା ଅଧା ରାସ୍ତାରେ ଓହ୍ଲାଇ ପଳାଉଥିଲେ, ଅଟକାଇଲେ ଲୋକେ

ଭଦ୍ରକ ଅଫିସ,୪ା୫: ସୁରଟରୁ ଫେରୁଥିବା ବେଳେ ଅଧା ରାସ୍ତାରେ ଗାଡ଼ିରୁ ଓହ୍ଲାଇ ପଳାଉଥିଲେ। ଜଣେ ନୁହଁ କି ଦୁଇଜଣ ନୁହେଁ। ୨୨ରୁ ଅଧିକ ଲୋକ ଖସି...

୧୧ହଜାର ବସ୍ତା ସିମେଣ୍ଟ ଜବତ

କଟକ ଅଫିସ,୨୩ା୧୨: କଟକ ଜଗତ୍‌ପୁର ଅଞ୍ଚଳରେ ଥିବା ଏକ ସିମେଣ୍ଟ ଗୋଦାମ ଉପରେ ମଙ୍ଗଳବାର ପୋଲିସ ଚଢାଉ କରିଥିଲା। ସେଠାରୁ ପ୍ରାୟ ୧୦ ହଜାର ବସ୍ତା...

ଟୋକିଓ ଅଲିମ୍ପିକ୍ସରେ ଓଡ଼ିଆ ଚିତ୍ରଶିଳ୍ପୀଙ୍କ କଳାକୃତୀ

ବରଗଡ଼ ଅଫିସ୍‌,୨।୮: ଟୋକିଓ ଅଲିମ୍ପିକ୍ସରେ ପଶ୍ଚିମ ଓଡ଼ିଶା ଚିତ୍ରଶିଳ୍ପୀଙ୍କ କଳାକୃତୀ ସ୍ଥାନୀତ ହୋଇଛି । ସମ୍ବଲପୁର ଏବଂ ବରଗଡ଼ ଜିଲାର ୮ଜଣ ଚିତ୍ରଶିଳ୍ପୀ ଏହି ଗୌରବ...

ବାଘୁଆ ଜଳଭଣ୍ଡାରର ୪ ଗେଟ୍‌ ଖୋଲିଲା

ବୁଗୁଡ଼ା,୨୫ା୧୦(ଡି.ଏନ୍‌.ଏ.)- ବୁଗୁଡା ବ୍ଲକ ଅନ୍ତର୍ଗତ ମତାଝରି ନିକଟସ୍ଥ ବାଘୁଆ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ଗୁରୁବାର ସକାଳୁ ୪ ଗେଟ ଖୋଲାଯାଇଛି। ଜଳପତ୍ତନ ବଢୁଥିବାରୁ ଜଳଭଣ୍ଡାରର...

ନାଳରୁ ଅଧାପୋତା ଅବସ୍ଥାରେ ଶ୍ରମିକ ଉଦ୍ଧାର, ୭ ଦିନ ହେବ ନିଖୋଜ ଥିଲେ

ଛେଣ୍ଡିପଦା ,୨୬।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଡାହିବର ଗ୍ରାମ ନିକଟସ୍ଥ ନାଳରୁ ଶୁକ୍ରବାର ଅଧାପୋତା ଅବସ୍ଥାରେ ନିଖୋଜ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେ ହେଲେ...

ବୁଗୁଡ଼ାରେ ଶଟ୍‌ଡାଉନ୍‌ର ପ୍ରଭାବ: ରାସ୍ତାଘାଟ ଶୂନ୍‌ଶାନ୍‌

ବୁଗୁଡ଼ା,୨୦ା୬(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲାରେ ଶନିବାର ଓ ରବିବାର ଦୁଇଦିନିଆ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସରକାର...

ପୂର୍ବ ଶତ୍ରୁତା: ଯୁବକଙ୍କୁ ଗୋଡ଼ାଇ ହାଣିଲେ

ରଣପୁର,୮ା୧୧(ସ୍ବ.ପ୍ର.): ପୂର୍ବ ଶତ୍ରୁତାକୁ ନେଇ ରଣପୁର ଥାନା ରାମଚନ୍ଦ୍ରପୁର ଗାଁର ଅଶୋକ କୁମାର ସେଠୀ(୩୨)ଙ୍କୁ ବୁଧବାର ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି। ଗ୍ରାମର ୩ ଯୁବକ...

ତାଲିମ ନେଲେ ୬୦ ଶିକ୍ଷୟିତ୍ରୀଶିକ୍ଷକ

ବାରିପଦା ଅଫିସ, ୨୭ା୧୦-କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନର ଭୁବନେଶ୍ୱର କେନ୍ଦ୍ର ଓ ମୟୂରଭଞ୍ଜ ଜିଲା ଶିକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ ବାରିପଦା ମହାରାଣୀ ପ୍ରେମ କୁମାରୀ ଉଚ୍ଚ...

Advertisement


Archives

Model This Week