Posted inଖେଳ

ବେୟର୍ନ ମ୍ୟୁନିକ୍‌ର ଟ୍ରେନିଂ ଆରମ୍ଭ

ବର୍ଲିନ, ୭ା୪ (ଏଏଫ୍‌ପି)- ବୁଣ୍ଡେସ୍‌ଲିଗାର ଅନ୍ୟତମ ଅଗ୍ରଣୀ ଫୁଟ୍‌ବଲ ଟିମ୍‌ ବେୟର୍ନ ମ୍ୟୁନିକ୍‌ ସୋମବାରଠାରୁ ଏହାର ଟ୍ରେନିଂ କାର୍ଯ୍ୟ ଆରମ୍ଭ କରିଛି। କରୋନା ଭାଇରସ୍‌ ପାଇଁ ଜର୍ମାନ ଲିଗ୍‌ ସସ୍‌ପେଣ୍ଡ ହେବା ପରେ ଖେଳାଳିମାନଙ୍କ ଟ୍ରେନିଂ ବନ୍ଦ ରଖାଯାଇଲା। ଫୁଟ୍‌ବଲରମାନେ ଛୋଟ ଛୋଟ ଗ୍ରୁପ୍‌ରେ ବିଭକ୍ତ ହୋଇ ଅଭ୍ୟାସ କରୁଛନ୍ତି। ଖେଳ ବେଳେ ସାମାଜିତ ଦୂରତା ବଜାୟ ରଖାଯାଉଛି। ପ୍ରତିଟି ଖେଳାଳି ଅତିକମ୍‌ରେ ପରସ୍ପର ମଧ୍ୟରେ ୧.୫ ମିଟର ଦୂରତା ରକ୍ଷା କରୁଛନ୍ତି। ମାର୍ଚ୍ଚ ୧୩ରୁ ବୁଣ୍ଡେସଲିଗା ସ୍ଥଗିତ ରଖାଯିବା ପରେ ପ୍ରଥମ ଥର ପାଇଁ ଅଧିନାୟକ ମାନୁଏଲ୍‌ ନେଉର୍‌, ରବର୍ଟ ଲିଓ୍ବାଣ୍ଡୋସ୍କି ଏବଂ ଥୋମାସ ମୁଲର ଏକତ୍ର ତାଲିମ ନେଉଛନ୍ତି। ଖେଳାଳିମାନଙ୍କୁ ପରସ୍ପରକୁ କୁଣ୍ଢାଇବା ଅବା କରମର୍ଦ୍ଦନ କରିବାରେ ବାରଣ କରାଯାଇଛି। ୨୧ ଜଣିଆ ଦଳକୁ ୫ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ପ୍ରତିଟି ଗ୍ରୁପ୍‌ରେ ଅତି ବେଶିରେ ୫ ଖେଳାଳି ରହିବେ। ପୋଷାକ ବଦଳାଇବା ରୁମ୍‌ ଖେଳାଳିମାନଙ୍କୁ ୪ମିଟର ଦୂରତା ବଜାୟ ରଖିବା ଲାଗି ନିର୍ଦ୍ଦେଶ ରହିଛି। ସୋମବାରଠାରୁ ଅନ୍ୟ କେତୋଟି ଫୁଟ୍‌ବଲ ଦଳ ମଧ୍ୟ ସେମାନଙ୍କର ଅଭ୍ୟାସ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବେଞ୍ଜାମାଙ୍କ ଡବଲ ଗୋଲରେ ମାଡ୍ରିଡ୍‌ ବିଜୟୀ

ଏବର,୧୦।୧୧- କରିମ ବେଞ୍ଜାମାଙ୍କ ଡବଲ ଗୋଲ ବଳରେ ରିଅଲ ମାଡ୍ରିଡ୍‌ ଶନିବାର ଏକ ବୃହତ୍‌ ବିଜୟ ହାସଲ କରିଛି। ଦଳ ୪-୦ ଗୋଲରେ ଏବରକୁ ହରାଇ...

ବାପାଙ୍କୁ ଆଲିଙ୍ଗନକରି କାନ୍ଦିବାକୁ ଲାଗିଲେ ଏହି ଖେଳାଳିଙ୍କ ୨ ଝିଅ: କାରଣ ଜାଣିଲେ…

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୪ତମ ସଂସ୍କରଣ ୨୦୨୧ ଚେନ୍ନାଇରେ ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି। ଏ ନେଇ ସମସ୍ତ ଖେଳାଳି ସେମାନଙ୍କ ଟିମ୍‌ ନିକଟରେ...

‘ମୋ ବଲ୍‌ରେ କୋହଲି ଛକା ମାରିଲେ ଦୁଃଖ ନାହିଁ, ପାଣ୍ଡ୍ୟା-କାର୍ତ୍ତିକ ମାରିଥିଲେ କଷ୍ଟ ପାଇଥାନ୍ତି’

ଇସଲାମାବାଦ,୨।୧୨: ୨୦୨୨ ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଦଳକୁ ସେମିଫାଇନାଲରେ ଇଂଲଣ୍ଡଠାରୁ ୧୦ ଉଇକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ମ୍ୟାଚରେ ପରାଜୟ ପରେ ଭାରତୀୟ...

ରୋହିତଙ୍କ ମୂଲ୍ୟାୟନ କରିବ ମେଡିକାଲ ଟିମ୍‌

ନୂଆଦିଲ୍ଲୀ, ୧୩ା୧୨ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶନିବାର ସିନିୟର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ‘କ୍ଲିନିକାଲି ଫିଟ୍‌’ ଘୋଷଣା କରିଛି। ଫଳରେ ସେ...

ମା’ ତାରିଣୀ ଏକାଦଶ ଚାମ୍ପିୟନ

ଭୁବନେଶ୍ୱର, ୨୬।୪(କ୍ରୀଡ଼ା ପ୍ରତିନିଧି): ରସୁଲଗଡ଼ ୟୁଥ୍‌ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୮ମ ରସୁଲଗଡ଼ ପ୍ରିମିୟର ଲିଗ୍‌ ଉଦ୍‌ଯାପିତ ହୋଇଛି। ଏହାର ଫାଇନାଲରେ ମା’ କୋଚିଳେଇ ଏକାଦଶକୁ...

ବିସିସିଆଇ ନୂତନ ଚୟନ କମିଟିରେ ସ୍ଥାନ ପାଇଲେ ଓଡ଼ିଶାର ଶିବସୁନ୍ଦର ଦାସ

ନୂଆଦିଲ୍ଲୀ,୭।୧: ବିସିସିଆଇ ଚୟନ କମିଟି ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି ଟିମ୍‌ ଇଣ୍ଡିଆ ତଥା ଓଡ଼ିଶାର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଶିବସୁନ୍ଦର ଦାସ। ସେ ଏବେ ଭାରତୀୟ...

ନୂଆ ଭାରତର ପ୍ରତିନିଧିତ୍ୱ କରୁଛି: କୋହଲି

ଆଡିଲେଡ୍‌,୧୭।୧୨(ପି.ଟି.): ଅଷ୍ଟ୍ରେଲୀୟ ପୂର୍ବତନ କ୍ରିକେଟର ଗ୍ରେଗ୍‌ ଚାପେଲଙ୍କୁ କଡ଼ା ଜବାବ୍‌ ଦେଇଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଚାପେଲ କୋହଲିଙ୍କୁ ‘ଅଣ ଅଷ୍ଟ୍ରେଲୀୟ ଖେଳାଳିଙ୍କ ମଧ୍ୟ...

ଫୁଟବଲ ଟେକ୍ନିକ ସୁଧାରିଲେ ୯୬ ଖେଳାଳି

ଭୁବନେଶ୍ୱର, ୨୭।୫(କ୍ରୀଡ଼ା ପ୍ରତିନିଧି)- ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଗତ ଏପ୍ରିଲ ୨୮ରୁ ଆରମ୍ଭ ହୋଇଥିବା ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ରବିବାର ଉଦ୍‌ଯାପିତ ହୋଇଛି।...

Advertisement
Archives

Model This Week