ବେପରୁଆ ଗାଡି ଚାଳନା ଉପରେ ଲାଗିବ କଟକଣା

ବାଲେଶ୍ୱର ଅଫିସ, ୩୧।୭-ବଲେଶ୍ୱର ଜିଲା ପ୍ରକଳ୍ପ ଉନ୍ନୟନ ଅଧିକାରୀଙ୍କ ସଭାଗୃହରେ ମଙ୍ଗଳବାର ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତା କରି ବେପରୁଆ ଯାନ ଚାଳନା ଉପରେ ଗୁରୁତ୍ୱ ଦେଇ କଟକଣା ଲାଗିବ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିନା ହେଲମେଟରେ ବାଇକ୍‌ ଚଳାଇବା, ବିକୃତ ଶବ୍ଦଯୁକ୍ତ ସାଇଲେନ୍ସର ବ୍ୟବହାର, ଚିତ୍ରିତ ନମ୍ବର ପ୍ଲେଟ ନିମନ୍ତେ ଏଣିକି ଅର୍ଥଦଣ୍ଡରେ ଦଣ୍ଡିତ କରାଯିବ ା
୨୦୧୮ ଜାନୁୟାରୀରୁ ଜୁନ୍‌ ମଧ୍ୟରେ ୨୪୯ଟି ଦୁର୍ଘଟଣାରେ ୧୨୩ଜଣଙ୍କ ପ୍ରାଣହାନି ଘଟିଛି। ୨୦୧୯ରେ ସେହି ୬ମାସ ମଧ୍ୟରେ ୨୫୩ଟି ଦୁର୍ଘଟଣା ଘଟି ୧୩୪ଜଣଙ୍କ ପ୍ରାଣହାନି ଘଟିଛି। ଦୁର୍ଘଟଣାରେ ୧.୬୦ ପ୍ରତିଶତ ବୃଦ୍ଧି ଘଟିଥିବା ସୂଚିତ କରାଯାଇଥିଲା ା ସେହିପରି ଜୀବନହାନି ୮.୯୪ ପ୍ରତିଶତ ବୃଦ୍ଧି ଘଟିଛି। ସେଥିପାଇଁ ପୋଲିସ, ଆଞ୍ଚଳିକ ପରିବହନ ବିଭାଗ ଏବଂ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ଯୁଗ୍ମ ତଦନ୍ତ ଉପରାନ୍ତ କମିଟି ସେହି ସ୍ଥାନରେ କିପରି ପୁନର୍ବାର ଦୁର୍ଘଟଣା ସଙ୍ଗଠିତ ନ ହେବ ସେଥିପାଇଁ କାର୍ଯ୍ୟକ୍ରମ ଗ୍ରହଣ କରି ସୁପାରିଶ୍‌ କରିବେ। ଦୁର୍ଘଟଣା ସମ୍ପର୍କରେ ତୁରନ୍ତ ଖବର ପାଇବା, ପୀଡିତଙ୍କୁ ସେବା ଯୋଗାଇବାକୁ ପଦକ୍ଷେପ ତ୍ୱରିତ କରିବାକୁ ଆହୁରି ମଜବୁତ୍‌ କରିବା ପାଇଁ ହ୍ବାଟସ୍‌ ଆପ୍‌ ଗ୍ରୁପ ଗଠନ କରିବାକୁ ଆରଟିଓଙ୍କୁ କୁହାଯାଇଛି ା ବିଶେଷ ଭାବେ ଜାତୀୟ ରାଜପଥ ନିକଟରେ ଥିବା ଶିକ୍ଷାନୁଷ୍ଠାନ ଓ ମହାବିଦ୍ୟାଳୟଗୁଡିକର ଛାତ୍ରୀଛାତ୍ରଙ୍କୁ ଟ୍ରାଫିକ୍‌ ନିୟମ ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଇବା, ରାସ୍ତା ପାର୍ଶ୍ୱରେ ଟ୍ରାଫିକ ନିୟମ ଫଳକ ଲଗାଇବା, ଟୋଲ ଫ୍ରି ନମ୍ବର ହେଲା ୧୦୯୯ ବିଶିଷ୍ଟ ପାଟ୍ରୋଲିଂ ଯାନ ଏବଂ ଆମ୍ବୁଲାନ୍ସ ମୁତୟନ, ରାସ୍ତାର ଉନ୍ନତୀକରଣ ଆଣିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲାପାଳ ଶେରଗଡଠାରେ ଥିବା ଟୋଲ୍‌ଗେଟର ଜରୁରୀକାଳୀନ ପ୍ରସ୍ଥାନ ଗେଟକୁ ସବୁବେଳେ ଜାମ୍‌ କରି ରଖୁଥିବା ପ୍ରକାଶ କରି ଏହାକୁ ଫ୍ରି କରିବାକୁ ତାଗିଦ୍‌ କରିଥିଲେ। ଏହାଛଡା କେତେକ ସ୍ଥାନରେ ରାସ୍ତାକଡରେ ଗତ ଫନୀ ସମୟରେ ଉପୁଡି ପଡିଥିବା ଗଛର ଗଣ୍ଡିଗୁଡିକ ପଡି ରହି ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରୁଥିବାରୁ ସେଗୁଡିକୁ ତୁରନ୍ତ ଅପସାରଣ କରିବାକୁ ପଦକ୍ଷେପ ନେବାକୁ କୁହାଯାଇଛି। ସହର ମଧ୍ୟରେ ରୋଡ ମାର୍କିଂ କରାଯିବା ଏବଂ ବିଦ୍ୟୁତ ଖୁଣ୍ଟଗୁଡିକୁ ହଟାଯିବା ଉପରେ ସ୍ବତନ୍ତ୍ର ଭାବେ ଆଲୋଚନା କରାଯାଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର କୁମାର, ଉପଜିଲାପାଳ ନୀଲୁ ମହାପାତ୍ର, ସିଡିଏମ୍‌ଓ ଡା.ଦୁଲାଳସେନ ଜଗଦେବ, ଆରଟିଓ ବିକାଶ ଚୌଧୁରୀଙ୍କ ସମେତ ବିପ୍ଳବ ମହାନ୍ତି, ରବି ରାଉତ, ଶିବ ପ୍ରସାଦ ଭୋଇ, ଟ୍ରକ ମାଲିକ ସଂଘର ସମ୍ପାଦକ ବାଦଲ ଦାସ, ବସ୍‌ ମାଲିକ ସଂଘ ସଭାପତି ମାଧବ ଚନ୍ଦ୍ର ମିଶ୍ରଙ୍କ ସମେତ ପ୍ରାୟ ୩୦ଜଣ ସଦସ୍ୟ ଯୋଗ ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ସାତୁଲୀ ୟୁଥ୍ କ୍ଲବ୍ କ୍ରିକେଟ ଟୁର୍ନାମେଣ୍ଟ: ସେମିଫାଇନାଲରେ ଅଙ୍ଗାରଗାଁର ଦମଦାର ବିଜୟ, ଫାଇନାଲରେ…

ଗଞ୍ଜାମ,୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅଧୀନସ୍ଥ ସାତୁଲୀ ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଦିନ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।…

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ସମଣା ଘାଟରୁ ଉଠୁନି ଗୋଟେ ମୁଠା ବାଲି; ତଥାପି ପୋଲିସ,ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କୁ ମିଛ ଟାର୍ଗେଟ: ପ୍ରତିବାଦରେ ଗର୍ଜିଲେ…

ହାଟଡିହୀ,୧୦।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ସମଣା ବାଲିଘାଟକୁ ନେଇ ଚାଲିଥିବା ଇଚ୍ଛାକୃତ ଅପପ୍ରଚାର ଓ ଷଡ଼ଯନ୍ତ୍ର ବିରୋଧରେ ଗ୍ରାମବାସୀ ସ୍ୱର ଉତ୍ତୋଳନ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri