ବେନିୟମ ଭାବେ ବଣ୍ଟନ ହୋଇଛି ମାର୍କେଟ କମ୍ପ୍ଲେକ୍ସ : ଜଣେ ଜଣେ ହାତେଇଛନ୍ତି ଏକାଧିକ ଗୃହ

ନୟାଗଡ଼ ଅଫିସ,୨୬ା୮: ନୟାଗଡ଼ ସହରର ବିଭିନ୍ନ ମାର୍କେଟ କମ୍ପ୍ଲେକ୍ସରେ ଥିବା ଦୋକାନ ଗୃହଗୁଡିକ ବେନିୟମ ଭାବେ ବଣ୍ଟନ କରାଯାଇଛି। ସହରରେ ବସବାସ କରୁଥିବା ଯୁବକମାନେ ଯେପରି ରୋଜଗାରକ୍ଷମ ହୋଇପାରିବେ ସେଥିପାଇଁ ଭିନ୍ନ ଭିନ୍ନ ଯୋଜନାରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା। ଏହା ଦ୍ୱାରା ସମ୍ପୃକ୍ତ ଯୁବକମାନେ ବ୍ୟବସାୟ କରି ଆର୍ଥିକ ସ୍ବାବଲମ୍ବୀ ହେବେ ବୋଲି ଲକ୍ଷ୍ୟ ରହିଥିଲା। କିନ୍ତୁ ବେନିୟମ ଭାବେ ଆବଣ୍ଟନ ହୋଇଥିବାରୁ ଏଥିରେ ବିଚ୍ୟୁତି ଘଟିଥିବା ଦେଖିବାକୁ ମିଳିଛି। ପୂର୍ବରୁ ଏନ୍‌ଏସି ବର୍ତ୍ତମାନ ପୌର ପରିଷଦ ପକ୍ଷରୁ ମନଇଚ୍ଛା ପ୍ରଭାବଶାଳୀ ଲୋକମାନଙ୍କୁ ଏହି ଘରଗୁଡ଼ିକ ବଣ୍ଟନ କରାଯାଇଛି। ଏପରି କି ଜଣେ ଜଣେ ୧୦ରୁ ଅଧିକ ଦୋକାନ ଗୃହ ହାତେଇଛନ୍ତି। ଏମାନେ ଉକ୍ତ ଗୃହଗୁଡ଼ିକୁ ଭଡ଼ା ଆକାରରେ ଲଗାଇଛନ୍ତି। ପୌର ପରିଷଦ ଏମାନଙ୍କଠାରୁ ଅଳ୍ପକିଛି ଟଙ୍କା ଭଡା ଆକାରରେ ନେଉଥିବା ବେଳେ ଏମାନେ କିନ୍ତୁ ଲୋକମାନଙ୍କଠାରୁ ୨ଗୁଣା ଅଧିକା ଭଡ଼ା ଆଦାୟ କରୁଛନ୍ତି।
ପ୍ରକାଶ ଯେ, ନୟାଗଡ଼ ସହରର ୧୦ଟି ମାର୍କେଟରେ ୩୫୭ଟି ଗୃହ ରହିଛି। ଜୁବୁଲି ମାର୍କେଟରେ ୯୧ ଗୃହ ଥିବାବେଳେ ଭଡ଼ା ବାବଦକୁ ପ୍ରତିମାସରେ ୭୦ ହଜାର ୪୮୭ ଟଙ୍କା ଆଦାୟ ହେଉଛି। ବିଜୁ ମାର୍କେଟରେ ୧୦୩ ଗୃହ ଥିବାବେଳେ ଭଡ଼ା ବାବଦକୁ ୧୫,୬୭୦, ଇନ୍ଦିରା ପ୍ରିୟଦର୍ଶିନୀ ମାକେର୍ଟରେ ୩୫ ଗୃହରୁ ୨୩୬୧୦, କୃଷ୍ଣଚନ୍ଦ୍ର ପରିବା ମାର୍କେଟରେ ୨୧ ଗୃହରୁ ୧୬୯୧୦, କୃଷ୍ଣଚନ୍ଦ୍ର ଗୋ ଡାଉନ ବ୍ଲକ ୨ରେ ୭ ଗୃହରୁ ୫୦୯୬, ପୁରୁଣା ବସ୍‌ଷ୍ଟାଣ୍ଡଠାରେ ୧ଟି ଗୃହରୁ ୫୦୦, ଫଳ ଦୋକାନ ଲାଗି ଥିବା ୧୨ ଗୃହରୁ ୫୮୫୦, ବାଳଭବନରେ ୧ଟି ଗୃହରୁ ୨୩୦ ଓ ରାଜୀବ ମାର୍କେଟରେ ୮୬ ଗୃହରୁ ୪୧,୩୭୦ ଟଙ୍କା ଭଡ଼ା ବାବଦକୁ ଆଦାୟ କରାଯାଉଛି। ନୟାଗଡ଼ ପୌର ପରିଷଦ ୧୦ଟି ମାର୍କେଟରେ ଥିବା ୩୫୭ ରୁମ୍‌ରୁ ପ୍ରତିମାସରେ ଭଡ଼ା ବାବଦକୁ ୧ ଲକ୍ଷ ୭୯ ହଜାର ୭୨୩ ଟଙ୍କା ଆଦାୟ କରୁଛି। ହେଲେ ପ୍ରଭାବଶାଳୀ ଲୋକମାନେ ଏହାକୁ ପୁନର୍ବାର ଭଡ଼ାଦେଇ ଏହାଠାରୁ ଢେରଗୁଣା ଅଧିକ ଭଡାଟଙ୍କା ଆଦାୟ କରୁଛନ୍ତି। ଅନ୍ୟପଟେ ୩୫୭ ଗୃହରୁ କିଛି ହାତଗଣତି ଗୃହରେ ଦୋକାନ ଚାଲିଥିବା ବେଳେ ଅଧିକାଂଶ ଗୃହ ଗୋଦାମ ପାଲଟିଛି। କିଏ ଉକ୍ତ ଗୃହରେ କଦଳୀ ରଖୁଛି ତ ଆଉ କିଏ ଅନ୍ୟାନ୍ୟ ସାମଗ୍ରୀ ରଖିଥିବା ଦେଖିବାକୁ ମିଳୁଛି। ଏହିଭଳି ବେନିୟମ ଭାବେ ମାର୍କେଟଗୁଡ଼ିକ ଚାଲୁଥିଲେ ମଧ୍ୟ ପ୍ରଶାସନର ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ପ୍ରଶାସନ ସବୁ ଜାଣି ନୀରବ ରହୁଥିବା ଅଭିଯୋଗ ହେଉଛି। ଏ ନେଇ ନୟାଗଡ଼ ପୌର ପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କୁ ପଚାରିବାରୁ ସେ ଏ ନେଇ କୌଣସି ମତ ଦେବାକୁ ମନା କରିଦେଇଥିଲେ। ଏଭଳି ଅନିୟମିତତାର ତଦନ୍ତ କରାଗଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri