ବେନିୟମ ଭାବେ ବଣ୍ଟନ ହୋଇଛି ମାର୍କେଟ କମ୍ପ୍ଲେକ୍ସ : ଜଣେ ଜଣେ ହାତେଇଛନ୍ତି ଏକାଧିକ ଗୃହ

ନୟାଗଡ଼ ଅଫିସ,୨୬ା୮: ନୟାଗଡ଼ ସହରର ବିଭିନ୍ନ ମାର୍କେଟ କମ୍ପ୍ଲେକ୍ସରେ ଥିବା ଦୋକାନ ଗୃହଗୁଡିକ ବେନିୟମ ଭାବେ ବଣ୍ଟନ କରାଯାଇଛି। ସହରରେ ବସବାସ କରୁଥିବା ଯୁବକମାନେ ଯେପରି ରୋଜଗାରକ୍ଷମ ହୋଇପାରିବେ ସେଥିପାଇଁ ଭିନ୍ନ ଭିନ୍ନ ଯୋଜନାରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା। ଏହା ଦ୍ୱାରା ସମ୍ପୃକ୍ତ ଯୁବକମାନେ ବ୍ୟବସାୟ କରି ଆର୍ଥିକ ସ୍ବାବଲମ୍ବୀ ହେବେ ବୋଲି ଲକ୍ଷ୍ୟ ରହିଥିଲା। କିନ୍ତୁ ବେନିୟମ ଭାବେ ଆବଣ୍ଟନ ହୋଇଥିବାରୁ ଏଥିରେ ବିଚ୍ୟୁତି ଘଟିଥିବା ଦେଖିବାକୁ ମିଳିଛି। ପୂର୍ବରୁ ଏନ୍‌ଏସି ବର୍ତ୍ତମାନ ପୌର ପରିଷଦ ପକ୍ଷରୁ ମନଇଚ୍ଛା ପ୍ରଭାବଶାଳୀ ଲୋକମାନଙ୍କୁ ଏହି ଘରଗୁଡ଼ିକ ବଣ୍ଟନ କରାଯାଇଛି। ଏପରି କି ଜଣେ ଜଣେ ୧୦ରୁ ଅଧିକ ଦୋକାନ ଗୃହ ହାତେଇଛନ୍ତି। ଏମାନେ ଉକ୍ତ ଗୃହଗୁଡ଼ିକୁ ଭଡ଼ା ଆକାରରେ ଲଗାଇଛନ୍ତି। ପୌର ପରିଷଦ ଏମାନଙ୍କଠାରୁ ଅଳ୍ପକିଛି ଟଙ୍କା ଭଡା ଆକାରରେ ନେଉଥିବା ବେଳେ ଏମାନେ କିନ୍ତୁ ଲୋକମାନଙ୍କଠାରୁ ୨ଗୁଣା ଅଧିକା ଭଡ଼ା ଆଦାୟ କରୁଛନ୍ତି।
ପ୍ରକାଶ ଯେ, ନୟାଗଡ଼ ସହରର ୧୦ଟି ମାର୍କେଟରେ ୩୫୭ଟି ଗୃହ ରହିଛି। ଜୁବୁଲି ମାର୍କେଟରେ ୯୧ ଗୃହ ଥିବାବେଳେ ଭଡ଼ା ବାବଦକୁ ପ୍ରତିମାସରେ ୭୦ ହଜାର ୪୮୭ ଟଙ୍କା ଆଦାୟ ହେଉଛି। ବିଜୁ ମାର୍କେଟରେ ୧୦୩ ଗୃହ ଥିବାବେଳେ ଭଡ଼ା ବାବଦକୁ ୧୫,୬୭୦, ଇନ୍ଦିରା ପ୍ରିୟଦର୍ଶିନୀ ମାକେର୍ଟରେ ୩୫ ଗୃହରୁ ୨୩୬୧୦, କୃଷ୍ଣଚନ୍ଦ୍ର ପରିବା ମାର୍କେଟରେ ୨୧ ଗୃହରୁ ୧୬୯୧୦, କୃଷ୍ଣଚନ୍ଦ୍ର ଗୋ ଡାଉନ ବ୍ଲକ ୨ରେ ୭ ଗୃହରୁ ୫୦୯୬, ପୁରୁଣା ବସ୍‌ଷ୍ଟାଣ୍ଡଠାରେ ୧ଟି ଗୃହରୁ ୫୦୦, ଫଳ ଦୋକାନ ଲାଗି ଥିବା ୧୨ ଗୃହରୁ ୫୮୫୦, ବାଳଭବନରେ ୧ଟି ଗୃହରୁ ୨୩୦ ଓ ରାଜୀବ ମାର୍କେଟରେ ୮୬ ଗୃହରୁ ୪୧,୩୭୦ ଟଙ୍କା ଭଡ଼ା ବାବଦକୁ ଆଦାୟ କରାଯାଉଛି। ନୟାଗଡ଼ ପୌର ପରିଷଦ ୧୦ଟି ମାର୍କେଟରେ ଥିବା ୩୫୭ ରୁମ୍‌ରୁ ପ୍ରତିମାସରେ ଭଡ଼ା ବାବଦକୁ ୧ ଲକ୍ଷ ୭୯ ହଜାର ୭୨୩ ଟଙ୍କା ଆଦାୟ କରୁଛି। ହେଲେ ପ୍ରଭାବଶାଳୀ ଲୋକମାନେ ଏହାକୁ ପୁନର୍ବାର ଭଡ଼ାଦେଇ ଏହାଠାରୁ ଢେରଗୁଣା ଅଧିକ ଭଡାଟଙ୍କା ଆଦାୟ କରୁଛନ୍ତି। ଅନ୍ୟପଟେ ୩୫୭ ଗୃହରୁ କିଛି ହାତଗଣତି ଗୃହରେ ଦୋକାନ ଚାଲିଥିବା ବେଳେ ଅଧିକାଂଶ ଗୃହ ଗୋଦାମ ପାଲଟିଛି। କିଏ ଉକ୍ତ ଗୃହରେ କଦଳୀ ରଖୁଛି ତ ଆଉ କିଏ ଅନ୍ୟାନ୍ୟ ସାମଗ୍ରୀ ରଖିଥିବା ଦେଖିବାକୁ ମିଳୁଛି। ଏହିଭଳି ବେନିୟମ ଭାବେ ମାର୍କେଟଗୁଡ଼ିକ ଚାଲୁଥିଲେ ମଧ୍ୟ ପ୍ରଶାସନର ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ପ୍ରଶାସନ ସବୁ ଜାଣି ନୀରବ ରହୁଥିବା ଅଭିଯୋଗ ହେଉଛି। ଏ ନେଇ ନୟାଗଡ଼ ପୌର ପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କୁ ପଚାରିବାରୁ ସେ ଏ ନେଇ କୌଣସି ମତ ଦେବାକୁ ମନା କରିଦେଇଥିଲେ। ଏଭଳି ଅନିୟମିତତାର ତଦନ୍ତ କରାଗଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଥରେ ଗୌରବ ଗାଥା

ଢେଙ୍କାନାଳ ଅଫିସ, ୧୬।୩: କାନ୍ଥ ବଖାଣୁଛି ଗୌରବ ଗାଥା। ଐତିହ୍ୟ, ସଂସ୍କୃତି, ପର୍ଯ୍ୟଟନ, ଲୋକକଳା, ସାହିତ୍ୟ, ବ୍ୟକ୍ତିତ୍ୱ ସବୁକିଛି ଝଲସି ଉଠିଛି କାନ୍ଥରେ। ସରକାରୀ ଦପ୍ତର, ଶିକ୍ଷାନୁଷ୍ଠାନର...

ଅଣସଂକ୍ରମିତ ରୋଗ ଔଷଧ ମିଳୁନି

ବାଲିଆ,୨୭ା୮(ସ୍ବ.ପ୍ର.): ବିରିଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କିଛି ଦିନ ହେବ ଅଣସଂକ୍ରମିତ ରୋଗର ଔଷଧ ମିଳୁନାହିଁ। ବିଶେଷ କରି ଡାଇବେଟିସ, ବ୍ଲଡ ପ୍ରେସର, ଶ୍ୱାସ ଭଳି...

୨ମାସର ଗହମ ପାଇନାହାନ୍ତି ରାଶନକାର୍ଡଧାରୀ

ରସୁଲପୁର,୨୦ା୬(ଡି.ଏନ୍‌.ଏ.): ରସୁଲପୁର ବ୍ଲକରେ ରାଶନକାର୍ଡଧାରୀଙ୍କୁ ଗହମ ମିଳୁନି। ଗତ ଏପ୍ରିଲ ଓ ମେ’ରେ ବ୍ଲକର ଅଧିକାଂଶ କାର୍ଡଧାରୀ ଗହମ ପାଇବାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହୋଇଛି।...

ପରିବେଶ ରକ୍ଷା ଲାଗି ସଚେତନତା ଉପରେ ଗୁରୁତ୍ୱ : ନୀଳଗିରି ଏନଏସିକୁ ମଡ଼େଲ୍‌ ଭାବେ ଗ୍ରହଣ

ବାଲେଶ୍ୱର ଅଫିସ, ୮।୬-ବାଲେଶ୍ୱର ଜିଲା ବର୍ଜ୍ୟବସ୍ତୁ ପରିଚାଳନା କମିଟିର ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ଏକ ବୈଠକ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଶୁକ୍ର୍ରବାର ଅନୁଷ୍ଠିତ ହୋଇଯାଇଛି ା...

ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା କଲେ ସ୍ବାମୀ

ଲୋଇସିଂହା,୨୭।୩: ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ସଂସା ଗାଁରେ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଲଗାଇଲେ ନିଆଁ: ମାଛପଡ଼ା ଗ୍ରାମରେ ୨୧ ବଖରା ଭସ୍ମ; ୨ ଅଟକ, ପୋଲିସ ଆହତ

ଡେଲାଙ୍ଗ,୧୨ା୧୧(ଡି.ଏନ.ଏ.)- ଡେଲାଙ୍ଗ ଥାନା ଅଧୀନସ୍ଥ ଗୁଆଳିପଡା ପଞ୍ଚାୟତର ମାଛପଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏକ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦...

କୃଷି ନିର୍ଦ୍ଧାରଣ ବୈଠକରେ ଧାନଚାଷ ଓ ବିକ୍ରି ପ୍ରସଙ୍ଗ ପ୍ରତି ଗୁରୁତ୍ୱ

ବରଗଡ଼ ଅଫିସ,୧୩ା୬ : ବରଗଡ଼ ଜିଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଗୁରୁବାର ଜିଲା କୃଷି ନିିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ...

ତ୍ରିପାକ୍ଷିକ ବୈଠକରେ ନିଷ୍ପତି: ରାତିରେ ପୋର୍ଟକୁ ଚଳାଚଳ କରିବ ଭାରୀଯାନ

ଛତ୍ରପୁର,୩ା୮(ଡି.ଏନ.ଏ)-ଗୋପାଳପୁର ପୋର୍ଟକୁ ଶୁକ୍ରବାର ରାତିରୁ ଭାରୀଯାନ ଚଳାଚଳ ଆରମ୍ଭ ହେବ ା ଛତ୍ରପୁର ଉପଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଲକ୍ଷ୍ମୀକାନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ...

Advertisement
Archives

Model This Week