ବେଡ୍‌ ଛାଡ଼ି ଦୌଡ଼ି ପଳାଇଲେ ରୋଗୀ

ଅନୁଗୋଳ ଅଫିସ, ୧୧।୬- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଜଣେ ରୋଗୀ ଗୁରୁବାର ହଠାତ୍‌ ବେଡ୍‌ ଛାଡ଼ି ବଜାରକୁ ଦୌଡ଼ି ପଳାଇବା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଉପସ୍ଥିତ ଥିବା ସୁରକ୍ଷା କର୍ମୀ ତାଙ୍କୁ କାବୁ କରିବା ପରେ କର୍ତ୍ତୃପକ୍ଷ ତୁରନ୍ତ ଡିସ୍‌ଚାର୍ଜ କରିଦେଇଥିବା ଜଣାପଡ଼ିଛି।
ଅନୁଗୋଳ ମେଡିକାଲରେ ଏପରି ଘଟଣା ନୂଆ ନୁହେଁ। ପୂର୍ବରୁ ଅନେକ ଥର ରୋଗୀ ବେଡ୍‌ରୁ ଉଠି ଗାଏବ ହୋଇଯିବା ଓ ଏ ନେଇ ଥାନାରେ ଏତଲା ଦେବା ଯାଏ କଥା ଯାଇସାରିଛି। ମିଳିଥିବା ସୂଚନା ଅନୁଯାୟୀ, ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଷ୍ଣୁ ଚରଣ ଦେହୁରୀ ନାମକ ଜଣେ ରୋଗୀ ଦୁଇ ଦିନ ହେବ ଚିକିତ୍ସିତ ହେଉଥିଲେ। ତାଙ୍କର ଏକ ଛୋଟ ଅସ୍ତ୍ରୋପଚାର କରାଯାଇଥିଲା। ଫଳରେ ଡାକ୍ତର ତାଙ୍କୁ ଅବଜରଭେସନ୍‌ରେ ରଖିଥିଲେ। କିନ୍ତୁ ଗୁରୁବାର ପୂର୍ବାହ୍ନରେ ସେ ହଠାତ୍‌ ବେଡ୍‌ ଛାଡ଼ି ଦୌଡ଼ି ପଳାଇ ଯାଇଥିଲେ। ମେଲ୍‌ ଓ୍ବାର୍ଡ ବାହାରେ ମୁତୟନ ହୋଇଥିବା ସୁରକ୍ଷା କର୍ମୀ ଏହା ଦେଖି ତାଙ୍କ ପଛରେ ଧାଇଁଥିଲେ। ବଜାର ମଧ୍ୟରେ ସୁରକ୍ଷା କର୍ମୀ ରୋଗୀଙ୍କୁ ମାଡ଼ି ବସିଥିଲେ ହେଁ ସେ ଧସ୍ତାଧସ୍ତି କରିଥିଲେ। ପରେ ଅଧିକ ସୁରକ୍ଷା କର୍ମୀ ପହଞ୍ଚି ରୋଗୀଙ୍କୁ କାବୁ କରି ମେଡିକାଲକୁ ନେଇଥିଲେ। ଏହି ଘଟଣା ପରେ ମେଡିକାଲ ପକ୍ଷରୁ ସମ୍ପୃକ୍ତ ରୋଗୀଙ୍କୁ ଡିସଚାର୍ଜ କରାଯାଇ ପରିବାର ଲୋକଙ୍କ ଜିମା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦାୟିତ୍ୱ ନ ନେବାରୁ ଦୟନୀୟ

ଛେଣ୍ଡିପଦା,୪।୧୧(ସ୍ବ.ପ୍ର.) ଦୀର୍ଘବର୍ଷ ହେଲା ମରାମତି ହୋଇନି ଦୁଇ ଜିଲାର ସୀମାନ୍ତ ରାସ୍ତା। ଫଳରେ କେଉଁସ୍ଥାନରେ ଏହା ଦବି ଯାଇଛି ତ ଆଉ କେଉଁଠି ଲମ୍ବା ଫାଟ...

ପାଉଁଶ ଉଡ଼ିବାକୁ ନେଇ ଉତ୍ତେଜନା: ନାଲ୍‌କୋ ଅଧିକାରୀଙ୍କୁ ମାଡ଼ ଅଭିଯୋଗ

ବଅଁରପାଳ, ୨୯ା୫(ଡି.ଏନ.ଏ.)- ନାଲ୍‌କୋ ଆଶପଣ୍ଡରୁ ଗୁରୁବାର ପାଉଁଶଗୁଣ୍ଡ ଉଡିବାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଉତ୍ତେଜନା ଦେଇଦେଇଛି। ପ୍ରତିବାଦରେ...

ଜଳସଙ୍କଟରେ ଗୋଚ୍ଛାୟତସାହିବାସୀ

ବଅଁରପାଳ, ୨୪ା୫(ଡି.ଏନ.ଏ.)- ବଅଁରପାଳ ବ୍ଲକ ଗିରାଙ୍ଗ ଗୋଚ୍ଛାୟତ ସାହିରେ ଲାଗି ରହିଛି ପାନୀୟ ଜଳ ସଙ୍କଟ। ସାହିବାସୀ ପାଣି ମୁନ୍ଦେ ପାଇଁ ନାହିଁ ନ ଥିବା...

୧୪ ଦିନରେ ୧୨ ସ୍ଥାନରୁ ଚୋରି

ବଇଣ୍ଡା,୧୦।୧(ଡି.ଏନ.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ଅଞ୍ଚଳରେ ବଢ଼ୁଛି ଚୋରି। ଠିକ୍‌ ଭାବେ ପାଟ୍ରୋଲିଂ କରାଯାଉ ନ ଥିବାରୁ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବ୍ୟବସାୟିକ ପ୍ରତିଷ୍ଠାନ,...

ନୂଆ ଥାଇ ବି ପୁରୁଣା ସାହା

ଛେଣ୍ଡିପଦା, ୨।୬(ସ୍ବ.ପ୍ର.) – ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ୩ ବର୍ଷ ତଳୁ ନିର୍ମାଣ ସରିଛି ପୋଲ। ହେଲେ ଆପ୍ରୋଚ ରୋଡ୍‌ ସମ୍ପୂର୍ଣ୍ଣ ହୋଇପାରି...

କୋଇଲା ଉଦ୍ୟୋଗରୁ ପୁଞ୍ଜି ନିବେଶ ପ୍ରତ୍ୟାହାର ଦାବି: ଖଣି ବନ୍ଦ ଆନ୍ଦୋଳନ

ତାଳଚେର,୨୪।୯(ନି.ପ୍ର.): ଅନୁଗୋଳ ଜିଲା ବିଏମ୍‌ସି, ଆଇଏନ୍‌ଟିୟୁସି, ଏଆଇଟିୟୁସି ଶ୍ରମିକ ସଂଗଠନ ପକ୍ଷରୁ କୋଇଲା ଉଦ୍ୟୋଗରୁ ଶତ ପ୍ରତିଶତ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ପ୍ରତ୍ୟାହାର ଦାବିରେ ମଙ୍ଗଳବାର...

ଅନୁଗୋଳରେ ନାହିଁ ପର୍ଯ୍ୟାପ୍ତ ପିପିଇ

ଅନୁଗୋଳ ଅଫିସ, ୫।୪- କରୋନା ଆକ୍ରାନ୍ତଙ୍କ ଚିକିତ୍ସା ବେଳେ ଡାକ୍ତର, ନର୍ସ ଓ ଅନ୍ୟ ସହଯୋଗୀମାନେ ପର୍ସନାଲ ପ୍ରୋଟେକ୍‌ଶନ୍‌ ଇକ୍ୟୁପମେଣ୍ଟ(ପିପିଇ) ପିନ୍ଧିବା ଜରୁରୀ। ନଚେତ ସେମାନେ...

ଛୋଟ ହେଲେ ବି ଅବହେଳିତ

ବଅଁରପାଳ,୨୪ା୩(ଡି.ଏନ.ଏ.) – ଛୋଟିଆ ରାଜସ୍ବ ଗାଁ। ପରିବାର ସଂଖ୍ୟା ମାତ୍ର ୮। ହେଲେ ୩୦ ଲୋକ ରହୁଥିବା ଏହି ଗାଁରେ ଥିବା ସମସ୍ୟାର ସମାଧାନ କରିପାରୁନି...

Advertisement


Archives

Model This Week