ବେଆଇନ ମୋରମ ଚାଲାଣ:ମେଡିକାଲ କର୍ମଚାରୀଙ୍କ ସମ୍ପୃକ୍ତି ସନ୍ଦେହ, ତଦନ୍ତ ଦାବି

ରଣପୁର,୩୦।୮(ସ୍ବ.ପ୍ର.)-ରୟାଲ୍‌ଟି ନଁାରେ ୬ମାସ ଧରି ନୟାଗଡ଼ ଜିଲା ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ମେଡିକାଲ ପରିସରରୁ ଚାଲିଥିଲା ବେଆଇନ ମୋରମ ଚାଲାଣ । ତେବେ ଗୁରୁବାର ତହସିଲଦାରଙ୍କ ଚଢ଼ାଉ ପରେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ମିଛ ବୟାନ ଧରା ପଡ଼ିଯାଇଛି। ଘଟଣାସ୍ଥଳରୁ ୧ ଜେସିବି, ୩ ଟାକ୍ଟର ଜବତ କରାଯାଇଛି। ଏଥିରେ ମେଡ଼ିକାଲ କର୍ମଚାରୀଙ୍କର ସମ୍ପୃକ୍ତି ରହିଥିବା ସନ୍ଦେହ ହୋଇଛି। ତେଣୁ ଏହାର ଉପଯୁକ୍ତ ତଦନ୍ତ ନିମନ୍ତେ ବିଭିନ୍ନ ମହଲରେ ଦାବି ହୋଇଛି। ତେବେ ମାଫିଆଙ୍କ ମୋରମ ଚାଲାଣ ଯୋଗୁ ମେଡିକାଲ ପରିସରରେ ୬ ମାସ ମଧ୍ୟରେ ପ୍ରାୟ ୪୦ ଫୁଟର ଗର୍ତ୍ତ ସୃଷ୍ଟି ହୋଇଛି । ଏହାକୁ ତୁରନ୍ତ ପୋତା ନ ଗଲେ ରୋଗୀ, ରୋଗୀଙ୍କ ସମ୍ପର୍କୀୟ, ଡାକ୍ତର ଓ କର୍ମଚାରୀଙ୍କ ପାଇଁ ବିପଦର କାରଣ ହୋଇପାରେ ବୋଲି ମତ ପ୍ରକାଶ ପାଇଛି। ପ୍ରକାଶ ଯେ, ୨୫ ଏକର ଜମିରେ ଗଢ଼ି ଉଠିଥିବା ବସନ୍ତ ମଞ୍ଜରୀ ସାଧାରଣ ମେଡିକାଲର ଉନ୍ନତୀକରଣ ପାଇଁ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି । ତେବେ ମେଡ଼ିକାଲ ପଛପାଖରେ ଥିବା ପଡ଼ିଆରୁ ୬ ମାସ ହେଲା ବିଭାଗୀୟ କର୍ମଚାରୀଙ୍କ ସହାୟତାରେ ମାଫିଆ ଜେସିବି, ଟ୍ରାକ୍ଟର ଲଗାଇ ଶହ ଶହ ଟ୍ରିପ ମୋରମ ଚୋରାଚାଲାଣ କରି ଆସୁଥିବା ଅଭିଯୋଗ ହୋଇଆସୁଥିଲା। ଦିନକୁ ଲକ୍ଷାଧିକ ଟଙ୍କାର ମୋରମ୍‌ ଚାଲାଣ ହେଉଥିଲେ ମଧ୍ୟ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିଲା। ଏଭଳି ଖନନ ନେଇ ମେଡିକାଲ କର୍ମକର୍ତ୍ତା ସୂର୍ଯ୍ୟ ନାରାୟଣ ବେହେରାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ, ରୟାଲିଟି ମାଧ୍ୟମରେ ମୋରମ ଚାଲାଣ ହେଉଛି। ହେଲେ ରୟାଲ୍‌ଟି କିଏ ନେଉଛି ସେ କହି ପାରି ନ ଥିଲେ । ରଣପୁର ତହସିଲଦାର ସୁଶାନ୍ତ କୁମାର ପତି କହିଥିଲେ, ମୁଁ ଆଜି ଚଢ଼ାଉ କରିଛି। ବିନା ରୟାଲ୍‌ଟିରେ ବେଆଇନ ଭାବେ ମୋରମ ଚାଲାଣ ହେଉଥିଲା। ୧ ଜେସିବି, ୩ ଟ୍ରାକ୍ଟର ଜବତ କରାଯିବା ସହ ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ନେଇ ତଦନ୍ତ ଚାଲିଛି । ଦୋଷୀ କିଏ ଜଣାପଡିବା ପରେ ଆଇନଗତ ପଦକ୍ଷେପ ନିଆଯିବ । ଆଗକୁ ଚଢ଼ାଉ ତ୍ୱରାନ୍ବିତ ହେବ ବୋଲି ତହସିଲଦାର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?