ବେଆଇନ ମଦ କାରବାର ରୋକିବାକୁ ତାତିଲେ ମହିଳା: ପୋଲିସ ବଦଳରେ ମହିଳାଙ୍କ ଚଢ଼ାଉ

ବେଗୁନିଆ,୩୦ା୫ (ଡି.ଏନ.ଏ.)- ସାମାଜିକ ଚଳଣିରେ ଦେଖା ଦେଇଥିବା ପାରିବାରିକ ବିଶୃଙ୍ଖଳା ସୃଷ୍ଟି ପାଇଁ ନିଶା ଦ୍ରବ୍ୟ ସେବନ ହିଁ ପ୍ରମୁଖ କାରଣ ଅଟେ। ତେବେ ଏହି ବେଆଇନ ମଦ କାରବାରକୁ ରୋକ୍‌ ନ ଲଗାଇଲେ ଆମ ସୁନ୍ଦର ଘର ସଂସାର ଉଜୁଡିଯିବ ବୋଲି ଗଁା ଗହଳିରେ ମହିଳାମାନଙ୍କ ପକ୍ଷରୁ ଆଭାଷ ମିଳୁଛି। ଏ ନେଇ ମଧ୍ୟ କେତେକ ସ୍ଥାନରେ ମହିଳାମାନେ ନିଶା ଦ୍ରବ୍ୟ କାରବାରକୁ ରୋକିବା ପାଇଁ ଆଗକୁ ବାହାରିଛନ୍ତି। ହାତଗୁଞ୍ଜା ନେଇ ଯାହା ଅବକାରୀ ବିଭାଗ କରି ନ ପାରୁଛି ତାହା ଆମେ କରି ଦେଖାଇବୁ ବୋଲ ମହିଳାମାନେ ସଙ୍କଳ୍ପ ନେଲେଣି। ଏହି ପରିପ୍ରେକ୍ଷୀରେ ବେଗୁନିଆ ଥାନା କଣ୍ଟାବାଡ ଗ୍ରାମରେ ମହିଳାମାନେ ଗତ ୩ ଦିନ ହେଲା ଜାଗ୍ରତ ହୋଇଥିବା ଦେଖିବାକୁ ମିଳିଛି। ପ୍ରଥମେ ମଦ ବିରୋଧୀ ସଚେତନ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା। ପରେ ଗତ ୨ ରାତିରେ ୨ ଜଣ ମଦ କାରବାର କରୁଥିବା ବେପାରୀଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି। ତେବେ ପୋଲିସ ସେମାନଙ୍କୁ ଜେରା କରୁଛି ବୋଲି କହି ଘଟଣାକୁ ଲୋକଲୋଚନକୁ ଆଣି ନାହିଁ। ଅନ୍ୟପକ୍ଷରେ ସ୍ଥାନୀୟ ଅଞ୍ଚଳରେ ଚୋରା ବେପାରୀ ଏବଂ ସେବନ କରୁଥିବା ଯୁବପିଢିମାନଙ୍କ ମହଲରେ ଭୟ ସଞ୍ଚାର ହୋଇଛି। ତେବେ କିଛିଦିନ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ମାଦକ ଦ୍ରବ୍ୟ ବେପାର ପ୍ରାୟତଃ ବନ୍ଦ ହୋଇଗଲାଣି ବୋଲି ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ସଫେଇ ଦିଆଯାଇଥିଲା। ହେଲେ କଣ୍ଟାବାଡ ଅଞ୍ଚଳରେ ଯଦି ମାଦକ ଦ୍ରବ୍ୟ ବେପାର ଭୂସ୍ବର୍ଗ ପାଲଟିଛି ତାହା ହେଲେ ଥାନା ଅଧୀନ ଅଞ୍ଚଳରେ କିଭଳି ଭାବେ ଏହି ବେପାରୀ ସାମ୍ରାଜ୍ୟ ବିସ୍ତାର କରୁଥିବେ ବୁଦ୍ଧିଜୀବୀମାନଙ୍କ ମହଲରେ ପ୍ରଶ୍ନ ଉଠିଛି। ହେଲେ ବେଗୁନିଆ ଥାନା ଅଞ୍ଚଳରେ ସାମ୍ରାଜ୍ୟ ବିସ୍ତାର କରିଥିବା ବେଆଇନ ମଦ ବେପାରୀଙ୍କୁ କେବେ ଅଙ୍କୁଶ ଲଗାଇବ ତାହା ସାଧାରଣରେ ଚର୍ଚ୍ଚା ଜୋର ହେଉଛି। ଏ ସମ୍ପର୍କରେ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ କୁହନ୍ତି, ବେଆଇନ ମଦ କାରବାରକୁ ରୋକିବା ପାଇଁ ଟିମ୍‌ ଗଠନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟମୀ ଶକ୍ତି’ ଜାତୀୟ ସେମିନାର

ଭୁବନେଶ୍ୱର, ୨୧।୮: ମହିଳା ଉଦ୍ୟୋଗୀଙ୍କୁ ବଜାର ସହ ଯୋଡ଼ିବା, ଡିଜିଟାଲ ପ୍ଲାଟଫର୍ମରେ ସୁଯୋଗ ସୃଷ୍ଟି କରିବା ଏବଂ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ଲକ୍ଷ୍ୟରେ ‘ଉଦ୍ୟମୀ ଶକ୍ତି’…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

୨୭ ନା ୨୮ କେବେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ କ’ଣ କହିଲେ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,୨୧ା୮: ଚଳିତ ବର୍ଷ ରକ୍ଷାବନ୍ଧନ ପର୍ବକୁ ନେଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ୨୭ରେ ରକ୍ଷାବନ୍ଧନ ପର୍ବ ପାଳନ କରାଯିବାକୁ ଥିବାବେଳେ ରାଖୀପୂର୍ଣ୍ଣିମା ୨୮ରେ। ତେଣୁ ଏହି ଦିନ…

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର,୨୧ା୮: ଓଡ଼ିଆ ସଙ୍ଗୀତ ଜଗତର ସୁନାମଧନ୍ୟ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ପୂର୍ବାହ୍ନରେ ପରଲୋକ ଘଟିଛି।…

ଖାଉଟିଙ୍କୁ ମହଙ୍ଗା ମାଡ଼: ହୁ ହୁ ହୋଇ ବଢୁଛି ଚିନି ଦର

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ):ରାଜ୍ୟରେ ଗତ କିଛିଦିନ ଧରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା ଦର ହୁ ହୁ ହୋଇ ବଢ଼ିଚାଲିଛି। ପିଆଜ, ରସୁଣ, ଅଦା ଓ…

ଅସମ୍ଭାଳ ସ୍ଥିତିରେ ଝାରପଡ଼ା ଜେଲ: ଡ୍ରାଇଭର ଗିରଫ ପରେ…

ଭୁବନେଶ୍ୱର,୨୧।୮(ତ୍ରିନାଥ ମହାନ୍ତି):ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଜଣ ଅନ୍‌ଲାଇନ୍‌ ଅଟୋ ଡ୍ରାଇଭର ଗିରଫ ହୋଇ ଜେଲ ଯାଇଛନ୍ତି। ଜେଲ ଯିବା ପରେ ଏବେ ଝାରପଡ଼ା ଜେଲ କର୍ତ୍ତୃପକ୍ଷଙ୍କ…

କିମ୍ସ ଡାକ୍ତରଙ୍କୁ ବଡ଼ ସଫଳତା: ୧୦ ମାସ ଶିଶୁର ଖାଦ୍ୟ ନଳୀରୁ ବାହାରିଲା ପିନ୍‌

ଭୁବନେଶ୍ୱର, ୨୧ା୮:ରାଉରକେଲାର ଜଣେ ୧୦ ମାସର ଶିଶୁ ଭୁଲ୍‌ବଶତଃ ଏକ ଧାତବ ପିନ୍‌ ଗିଳିଦେବା ପରେ ତାହା ଖାଦ୍ୟନଳୀରେ ଅଟକିଯାଇଥିଲା। ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲରେ ଡାକ୍ତରମାନେ ଆଡ୍‌ଭାନ୍ସ…

ଆସୁଛି ଆଉ ଏକ ଲଘୁଚାପ: ଆଜିଠୁ ସପ୍ତାହେ ଯାଏ ବର୍ଷା

ଭୁବନେଶ୍ୱର, ୨୧ା୮:ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା ପାଗ ସହ ଖରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri