ବେଆଇନ ବାଲି ଚାଲାଣ:  ୯ ଟ୍ରାକ୍ଟର ଜବତ, ୯ ଗିରଫ

ଆସିକା,୧୯ା୧୨(ଡି.ଏନ୍‌.ଏ.) -ଆସିକା ଥାନା କୋଟିନଡା ଫାଣ୍ଡି ଅନ୍ତର୍ଗତ ଜୟପୁର-ପଢାଳ ମଧ୍ୟରେ ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବାବେଳେ ପୋଲିସ ୯ଟି ଟ୍ରାକ୍ଟର ଜବତ କରିଛି। ଏହି ମାମଲାରେ ପୋଲିସ ୯ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆସିକା ଥାନା ଅନ୍ତର୍ଗତ କୁମ୍ଭାରି ଗ୍ରାମର ସନ୍ନ୍ୟାସୀ ନାହାକ, ଜଗା ନାହାକ, କେ. ଲଚ୍ଛମନପଲ୍ଲୀ ଗ୍ରାମର ଚିତ୍ରସେନ ନାହାକ, ଶିବ ନାହାକ, ଧୋବାପଲ୍ଲୀ ଗ୍ରାମର ମନୋଜ କୁମାର ମହାନ୍ତି, ପଥରା ଗ୍ରାମର ହରେକୃଷ୍ଣ ପ୍ରଧାନ, କବିସୂର୍ଯ୍ୟନଗରର ମୂରଲି ମଲ୍ଲିକ, ଆଠଗଡ ଗ୍ରାମର ଅଶୋକ ମହାନ୍ତି, କଙ୍କୋରଡା ଗ୍ରାମର ରଞ୍ଜନ ସେଠୀ। ବିଧିବଦ୍ଧ ଭାବେ କାଗଜପତ୍ର ନଥିବା ଅଭିଯୋଗରେ ପୋଲିସ ଏହି ଟ୍ରାକ୍ଟର ଜବତ କରିଥିବାବେଳେ ଟ୍ରାକ୍ଟର ସବୁକୁ କୋଟିନଡା ଫାଣ୍ଡି ପରିସରରେ ରଖାଯାଇଛି। ତେବେ ଏହି ର଼୍ୟାକେଟ ଚଳାଉଥିବା ୪ଜଣ ଅଭିଯୁକ୍ତ ଫେରାର ଥିବାବେଳେ ସେମାନଙ୍କୁ ଗିରଫନେଇ ପୋଲିସ ଉଦ୍ୟମ ଜାରି ରଖିଥିବା ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଆସିକା ଥାନାରେ ନଂ.୪୯୧/୧୯ରେ ଏକ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତଙ୍କୁ ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି। ଗତ ସପ୍ତାହ ମଧ୍ୟରେ ପୋଲିସ ପକ୍ଷରୁ ଏହା ତୃତୀୟ ପଦକ୍ଷେପ। ଏଥିପୂର୍ବରୁ କୋଟିନଡା ନିକଟରେ ୪ ଟ୍ରାକ୍ଟର, ସୁନାମ୍ବସାହି ନିକଟରୁ ଋଷିକୁଲ୍ୟ ନଦୀ ବାଲି ଘାଟରୁ ୬ ଟ୍ରାକ୍ଟର ଓ ଜେସିବି ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଲ୍ୟବିବାହ ସୂଚନା ଦେଲେ ମିଳିବ ୫ ହଜାର ପୁରସ୍କାର

ଛତ୍ରପୁର,୨୨ା୧(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ନିର୍ଭୟକଢି ଟାସ୍କଫୋର୍ସ କମିଟି ବୈଠକ ଶୁକ୍ରବାର ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ...

ଜମାକାରୀଙ୍କ ମାଚ୍ୟୁରିଟି ଟଙ୍କାକୁ ନେଇ ହୋହଲ୍ଲା

ବ୍ରହ୍ମପୁର ଅଫିସ,୧୮ା୨ – ସାହାରା ଇଣ୍ଡିଆ ଚିଟଫଣ୍ଡ ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିବା କ୍ଷେତ୍ର କର୍ମଚାରୀ (ଏଜେଣ୍ଟ)ଙ୍କୁ ଜମାକାରୀଙ୍କ ମାଚ୍ୟୁରିଟି ଟଙ୍କା ପ୍ରଦାନକୁ ନେଇ ସୋମବାର...

ଟେଣ୍ଟ ପୋଡ଼ିବାକୁ ନେଇ ଉତ୍ତେଜନା

ବ୍ରହ୍ମପୁର ଅଫିସ,୩୦।୧୧: ଶିଶୁପୁତ୍ରକୁ ନ୍ୟାୟ ଓ ନିଜର ଅଧିକାର ଦାବିରେ ବ୍ରହ୍ମପୁର ଦେଶୀବେହେରାସାହିସ୍ଥିତ ପ୍ରେମିକ କେ.ଦିନେଶଙ୍କ ଘର ସମ୍ମୁଖରେ ଯୁବତୀ ଜଣଙ୍କ ଜୁଲାଇ ୨ରୁ ଧାରଣା...

ଶୋଇଥିବା ବେଳେ ପୁଅକୁ ହାଣି ହତ୍ୟାକଲେ ମା’

ଖଲ୍ଲିକୋଟ,୧୮ା୬(ଡି.ଏନ.ଏ)- ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଚିକିଲି ପଞ୍ଚାୟତ ଗୋପପୁର ଗ୍ରାମରେ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଶୋଇଥିବାବେଳେ ପୁଅକୁ ହତ୍ୟା କରି...

ପ୍ରଫୁଲ ହତ୍ୟା ମାମଲା ସ୍ତ୍ରୀ, ପ୍ରେମିକ ଜେଲ ଗଲେ

ବ୍ରହ୍ମପୁର ଅଫିସ,୨୪ା୧-ସଦର ଥାନା ଅନ୍ତର୍ଗତ ସୁକୁଣ୍ଡାରେ ରହୁଥିବା ପ୍ରଫୁଲ୍ଲ ସାହୁଙ୍କୁ ତାଙ୍କ ସ୍ତ୍ରୀ ମିତା ଓ ପ୍ରେମିକ ସରୋଜ ମହାରଣା ଗତ ମଙ୍ଗଳବାର ରାତିରେ ଯୋଜନାବଦ୍ଧ...

ଯୁକ୍ତ ୨ ଦ୍ୱିତୀୟ ବର୍ଷର ୯ ଛାତ୍ରଙ୍କୁ କ୍ୟାମ୍ପସ ମନା

ବ୍ରହ୍ମପୁର ଅଫିସ,୨୨।୧୧: ଗଞ୍ଜାମ ଜିଲା ଖଲ୍ଲିକୋଟ କନିଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀଙ୍କ ସହ ରାଗିଂ ନେଇ ଅଭିଯୋଗ...

ଭାରତୀୟ ବିଜ୍ଞାନ କଂଗ୍ରେସରେ ସୋରଡ଼ା ଅଧ୍ୟାପକ ଉପସ୍ଥାପନ କଲେ ବାଲିପଦର କୃଷ୍ଣସାର ମୃଗ ଉପରେ ସନ୍ଦର୍ଭ

ସୋରଡ଼ା,୬ା୧(ଡି.ଏନ.ଏ.)-ସ୍ଥାନୀୟ ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ଅଧ୍ୟାପକ ରାମଚନ୍ଦ୍ର ବିଷୋୟୀ ୧୦୭ତମ ଭାରତୀୟ ବିଜ୍ଞାନ କଂଗ୍ରେସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଚଳିତ ମାସ ୩ରୁ...

ବ୍ରହ୍ମପୁର ସମବାୟ ରାଜନୀତି ଚଳଚଞ୍ଚଳ

ବ୍ରହ୍ମପୁର ଅଫିସ,୨୯।୫: ସମବାୟ ନିର୍ବାଚନ ପାଇଁ ବ୍ରହ୍ମପୁର ସହରାଞ୍ଚଳ ରାଜନୀତି ଚଳଚଞ୍ଚଳ ହୋଇଛି। ଶତାଧିକ ବର୍ଷର ଅର୍ବାନ ବ୍ୟାଙ୍କ ନିର୍ଦ୍ଦେଶକ ନିର୍ବାଚନ ଜୁନ୍‌ ୨୬ରେ ହେବାକୁ ବିଜ୍ଞପ୍ତି...

Advertisement
Archives

Model This Week