ବେଆଇନ କାଠପୋଲ ଉଚ୍ଛେଦକୁ ବିରୋଧ

ଜଳେଶ୍ୱର, ୪।୨(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ପୌରପରିଷଦ ଅନ୍ତର୍ଗତ ୭ ଓ ୮ ନଂ. ୱାର୍ଡ଼ ସନ୍ନିକଟ ସୁବର୍ଣ୍ଣରେଖା ନଦୀରେ ନିର୍ମିତ ହୋଇଥିବା ବେଆଇନ କାଠପୋଲକୁ ଉଚ୍ଛେଦ କରିବାକୁ ଯାଇ ପ୍ରଶାସନକୁ ହଟହଟା ହେବାକୁ ପଡ଼ିଛି।
ଜଳେଶ୍ୱର ସହରର ପଞ୍ଚୁଘଣ୍ଟା ଓ ଶିଖରପୁର ପଞ୍ଚାୟତର ଭାନୁପୁର ଫେରିଘାଟ ମଧ୍ୟରେ ରହିଥିବା ଏହି କାଠପୋଲ ଉପରେ ରାଇବଣିଆ ଅଞ୍ଚଳର ବିଭିନ୍ନ ପଞ୍ଚାୟତବାସୀ ନିର୍ଭର କରିଥାନ୍ତି। ଆଜକୁ ୩୦ବର୍ଷ ହେଲା ଅସ୍ଥାୟୀ କାଠପୋଲ ନିର୍ମାଣ କରାଯାଇ ସେହି ବାଟ ଦେଇ ପ୍ରତ୍ୟେକ ଦିନ ସ୍କୁଲ, କଲେଜ ଏପରିକି ଦମକଳ ଗାଡ଼ି, ପୋଲିସ୍‌ ଓ ପ୍ରଶାସନ ଗାଡି ମାନ ଯାତାୟାତ କରିଥାଏ ା ମାତ୍ର ଏହି ପୋଲ ଦୁଇଟି ନିର୍ମିତ ହେବା ଦ୍ୱାରା ନଦୀର ଗତିପଥ ବଦଳିଯିବା ସଙ୍ଗେ ସଙ୍ଗେ ଉପକୂଳବର୍ତ୍ତୀ ସ୍ଥାନ ଓ ଘରଗୁଡ଼ିକ ବିପଦସଙ୍କୁଳ ଅବସ୍ଥାରେ ରହିଛି ବୋଲି କେତେକ ବୁଦ୍ଧିଜୀବୀ ଓ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ତେଣୁ ଜିଲାପାଳଙ୍କ ନିର୍ଦ୍ଦେଶ ପାଇ ଉପଜିଲାପାଳଙ୍କ ପତ୍ର ସଂଖ୍ୟା ୩୯୫/୨୨-୧-୨୦୨୦ରେ ବାଲେଶ୍ୱର ଏସ୍‌ପିଙ୍କୁ ଆସନ୍ତା ୩ତାରିଖରେ ଉଚ୍ଛେଦ କାର୍ଯ୍ୟ ହେବ ବୋଲି ଚିଠି ଲେଖି ଜଣାଇବା ସଙ୍ଗେ ସଙ୍ଗେ ଆବଶ୍ୟକ ପୋଲିସ୍‌ ଫୋର୍ସ ଯୋଗାଇ ଦେବା ଲାଗି ଅନୁରୋଧ କରିଥିଲେ। ସେହି ଚିଠିର ନକଲ ମଧ୍ୟ ଜଳେଶ୍ୱର ତହସିଲଦାର, ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ, ଜଳେଶ୍ୱର ଏସ୍‌ଡ଼ିପିଓ ଓ ଜଳେଶ୍ୱର ଆଇଆଇସିଙ୍କୁ ମଧ୍ୟ ପ୍ରଦାନ କରିଥିଲେ। ମାତ୍ର ନିର୍ଦ୍ଧାରିତ ସମୟରେ ସୋମବାର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଇଂ. ପ୍ରିୟବ୍ରତ ସିଂ, ଜଳେଶ୍ୱର ସଦର ଆର୍‌ଆଇଙ୍କ ସମେତ ୭/୮ଜଣ କନଷ୍ଟେବଳ ସମ୍ପୃକ୍ତ ବେଆଇନ ପୋଲ ଉଚ୍ଛେଦ ପାଇଁ ସେଠାରେ ପହଞ୍ଚିଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ଶତାଧିକ ମହିଳା ଓ ପୁରୁଷ ରାସ୍ତା ଉପରେ ବସିଯାଇ ପୋଲ ଉଚ୍ଛେଦ କାର୍ଯ୍ୟକୁ ବିରୋଧ କରିଥିଲେ। ଫଳରେ ଉଚ୍ଛେଦ କାର୍ଯ୍ୟ ହେବାରେ ବାଧା ସୃଷ୍ଟି ହୋଇଥିଲା। ଯଦି ପୋଲ ଉଚ୍ଛେଦ କରାଯାଏ, ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ସେମାନେ ଚେତାବନୀ ଦେଇଥିଲେ। ଶେଷରେ ଅନ୍ୟ ଉପାୟ ନ ପାଇ ଉଚ୍ଛେଦ କାର୍ଯ୍ୟକୁ ସ୍ଥଗିତ ରଖି ତହସିଲଦାର ଫେରି ଆସିଥିଲେ।
ଏ ସମ୍ପର୍କରେ ତହସିଲଦାର କ୍ଷୀରୋଦ କୁମାର ପଣ୍ଡା କହିଛନ୍ତି ଯେ, ଉଚ୍ଛେଦ କାର୍ଯ୍ୟ ଆବଶ୍ୟକ ପୋଲିସ୍‌ଫୋର୍ସ ଅଭାବରୁ ସ୍ଥଗିତ ରଖାଗଲା। ଆଗାମୀ ଦିନରେ ଉଚ୍ଛେଦ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭାରେ ଧାନ ଝଡ଼

ଭୁବନେଶ୍ୱର, ୨୫ା୨(ବ୍ୟୁରୋ): ଆକାଶରେ ମେଘ ବାଦଲ। ଆଗାମୀ ତିନିଦିନ ଧରି ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାରେ ବର୍ଷା ଛେଚିବ। କେବଳ ମେଘ ନୁହେଁ, ୩୦ରୁ ୪୦...

ବୁଧବାରିଆ କମିଟି ବାଟବଣା

ପୁରୀ ଅଫିସ, ୮ା୨: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ଲାଗି ଅନେକ ନିଷ୍ପତ୍ତି ନିଆଯାଉଛି। ପରବର୍ତ୍ତୀ ସମୟରେ ଏହା କେତେଦୂର କାର୍ଯ୍ୟକାରୀ କରୁଛି ତାହା...

ଚମ୍ପୁଆରେ ଫେଲ୍‌ ମାରିଛି ପରିମଳ ଯୋଜନା: ପାଇଖାନା ଟାଙ୍କି ସଫା ଲାଗି ହୋଇନି ବ୍ୟବସ୍ଥା; ଭଡ଼ାରେ ଅଣାଯାଉଛି ଗାଡ଼ି

ଚମ୍ପୁଆ,୨୫ା୬(ଡି.ଏନ୍‌.ଏ.)- ପଞ୍ଚାୟତରୁ ଏନ୍‌ଏସିର ମାନ୍ୟତା ପାଇଥିବା ଚମ୍ପୁଆ ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନ କରିବାରେ ଏନ୍‌ଏସି ବିଫଳ ହୋଇଛି। ରାସ୍ତାଘାଟ, ବିଜୁଳି ଓ ପାନୀୟଜଳର ଆଂଶିକ...

ଆଜି ଆଉ ୪୨ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୨୯୯୪କୁ ବୃଦ୍ଧି

ଭୁବନେଶ୍ୱର,୩ା୫(ବ୍ୟୁରୋ): ରବିବାର ରାଜ୍ୟରୁ ୪୨ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ପଦ୍ମପୁର ଗସ୍ତ: ଉଦ୍‌ଘାଟନ କଲେ ୧୨୭ ପ୍ରକଳ୍ପ

ପଦ୍ମପୁର,୧୯।୨(ଡି.ଏନ୍‌.ଏ.): ପଦ୍ମପୁର ଉପନିର୍ବାଚନ ସମୟରେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରାଯିବ। ବର୍ଷକ ଭିତରେ ପଦ୍ମପୁରକୁ ଜିଲା ମାନ୍ୟତା ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର...

ଫନୀକୁ ବିତିଲା ମାସେ ଏବେବି ହୋଇନି ଘରଭଙ୍ଗା ତଦନ୍ତ

ଗୋପ, ୩।୬(ଡି.ଏନ୍‌.ଏ.)-ସାମୁଦ୍ରିକ ଝଡ଼ ଫନୀକୁ ମାସେ ବିତିଛି। ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନେ ଧୀରେ ଧୀରେ ମୁଖ୍ୟଧାରାକୁ ଫେରୁଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ଘରଭଙ୍ଗା ତଦନ୍ତ...

୩ ଓଡ଼ିଆ ପୁରସ୍କୃତ

ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ନୂଆଦିଲ୍ଲୀରେ ସୋମବାର ଅନୁଷ୍ଠିତ ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଓଡ଼ିଶାର ୩ଜଣଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରେଷ୍ଠ ଓଡ଼ିଆ...

ଶୀତଳ ଷଷ୍ଠୀ ଲାଗି ୩ ଦିନ ବନ୍ଦ ରହିବ ମଦ ଦୋକାନ

ସମ୍ବଲପୁର,୨୮।୫(ବ୍ୟୁରୋ): ଆଗକୁ ଆସୁଛି ଶୀତଳ ଷଷ୍ଠୀ। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପୋଲିସ ପକ୍ଷରୁ ୩ ଦିନ ମଦ...

Advertisement
Archives

Model This Week