ବେଆଇନ କରତ କଳ ଉପରେ ଚଢ଼ାଉ, ଯନ୍ତ୍ରାଂଶ ଜବତ

ବ୍ରହ୍ମଗିରି,୧୨।୯(ଡି.ଏନ.ଏ.)- ବ୍ରହ୍ମଗିରି ଅଞ୍ଚଳରେ ଦିନକୁ ଦିନ ବେଆଇନ କରଳ କଳଗୁଡିକ ବଢ଼ି ଚାଲିଛି। ଏଗୁଡିକୁ ଜବତ କରିବା ପାଇଁ ବନ ବିଭାଗ ବହୁ ଚେଷ୍ଟା କରୁଥିଲେ ମଧ୍ୟ ବିରୋଧ ହେଉଥିବାରୁ ସଫଳ ହୋଇପାରୁ ନ ଥିଲା। କିନ୍ତୁ ଗୁରୁବାର ବନ ବିଭାଗ, ଭିଜିଲାନ୍ସ ଏବଂ ପୋଲିସ ଫୋର୍ସର ମିଳିତ ସହଯୋଗରେ ଏକ କଳତ କଳ ଉପରେ ଚଢାଉ କରିଛି। ଏହି ଚଢ଼ାଉରେ କେତେକ ଯନ୍ତ୍ରାଂଶ ଓ ଦୁଇ ଖଣ୍ଡ କାଠ ଗଣ୍ଡି ଜବତ କରିଛି। ସୂଚନାଯୋଗ୍ୟ, ବ୍ରହ୍ମଗିରି ରେଞ୍ଜ ଅଧୀନର କାଠୁଆ ଆରେଡି ଛକ ନିକଟରେ ଥିବା ଗଙ୍ଗାଧର ଜେନାଙ୍କ ଦୀର୍ଘଦିନ ହେବ ଏକ ବେଆଇନ କରଳ କଳ ରହିଛି। ଏହା ଉପରେ ପ୍ରଶାସନ ୨୦୧୮ ମସିହାରେ ଚଢାଉ କରିଥିଲା। କିନ୍ତୁ କଳ ମାଲିକ ଓ କେତେକ କର୍ମଚାରୀମାନେ ଦୃଢ଼ ବିରୋଧ କରିବାରୁ ନିରୁପାୟ ହୋଇ ସେଠାରୁ ଫେରିଯାଇଥିଲେ। ତେବେ ଗୁରୁବାର ବିଭାଗ ସହ ଭୁବନେଶ୍ୱର ଭିଜିଲାନ୍ସ, ପୁରୀ ଭିଜିଲାନ୍ସ ଓ ପୁରୀ ବନ ବିଭାଗର ପୂରା ଟିମ ସହ ପ୍ରସ୍ତୁତ ହୋଇ ପୁନର୍ବାର ଏହି କରତ କଳ ଉପରେ ସକାଳୁ ଚଢାଉ କରିଥିଲା। ଆଜି ମଧ୍ୟ ଚଢାଉ ବେଳେ ବିରୋଧ ହୋଇଥିବାବେଳେ ବିଭାଗ କର୍ମଚାରୀ ଓ ପୋଲିସ ଫୋର୍ସ ଟିମ ଅଧିକ ଥିବାରୁ ଜବତ କରିବାରେ ସହଜ ହୋଇଥିଲା। ପରେ ଖଡିପଦା ଛକ ନିକଟରେ ଥିବା ଦିଲୀପ ଭୋଇଙ୍କ କରତ କଳଉପରେ ଚଢ଼ାଉ କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ତିନିରଥ ଚକ, ପ୍ରଭାରେ ଫାଟ

ପୁରୀ ଅଫିସ,୧୬ା୭:ତିନି ରଥର ଚକ ଓ ପ୍ରଭାରେ ଫାଟ ହୋଇଛି। ତାଳଧ୍ୱଜ ରଥ ଆଗପାର୍ଶ୍ୱ ଚକରେ ବଡ଼ ଫାଟ ହୋଇ ଚକଟି ଗୋଟିଏ ପାର୍ଶ୍ୱକୁ ମୋଡ଼ିଯାଇଥିବାବେଳେ...

ଆଶା କର୍ମୀଙ୍କ ଜିଲା ସମ୍ମିଳନୀ ସରକାରଙ୍କ ନୀତି ବିରୋଧରେ ସଙ୍ଗଠିତ ହେବାକୁ ଆହ୍ବାନ

ନୟାଗଡ଼ ଅଫିସ,୧୩ା୧୦: ସିଆଇଟିୟୁ ପକ୍ଷରୁ ଶନିବାର ନୟାଗଡ଼ ଶିକ୍ଷକ ଭବନଠାରେ ଓଡିଶା ଆଶାକର୍ମୀ ଆସୋସିଏଶନର ଜିଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଂଘର ଜିଲା ସଭାପତି ନଳିନୀ...

ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା

ଜଳେଶ୍ୱର, ୨୮ା୮(ସ୍ବ.ପ୍ର.)-ବାଲେଶ୍ୱର ଜିଲାର ଜଳେଶ୍ୱର ନିକଟରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧିପାଇ ରାଜଘାଟଠାରେ ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ୯.୬୩ ମିଟରରେ ପହଞ୍ଚିଛି ା ବିପଦସଂକେତ...

କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଆଇ ପ୍ରୋଟେକ୍ସନ ଗ୍ଲାସ

ଛତ୍ରପୁର,୨୦।୭( ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦ୍ରୁତଗତିରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥିସହ କରୋନା ମୁକାବିଲା କାର୍ଯ୍ୟରେ ନିୟୋଜିତ କରୋନା ଯୋଦ୍ଧା କରୋନା ଆକ୍ରାନ୍ତ ହେଉଛନ୍ତି।...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ରୁଦ୍ର

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆସନ୍ତା ୩୦ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ। ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସରକାରୀ...

୨ ଦିନରେ ୧୯ଶହ ଗାଡ଼ି ଜବତ

କଟକ ଅଫିସ୍‌,୧୪ା୪: ଲକ୍‌ଡାଉନ୍‌ କଟକଣାକୁ କଟକ ସହରରେ ପୁଣି ଥରେ ଖୋଲାଖୋଲି ଉଲ୍ଲଂଘନ ଆରମ୍ଭ ହୋଇଛି। ନିୟମିତ ଭାବେ ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ଏଥିରେ କିଛି...

ସାମୂହିକ ଉଦ୍ୟମ ଦ୍ୱାରା ମ୍ୟାଲେରିଆ ମୂଳୋତ୍ପାଟନ ସମ୍ଭବ

ସୋନପୁର,୨୬।୪(ନି.ପ୍ର.) ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ...

୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନିଅ: ହାଇକୋର୍ଟ

କଟକ ଅଫିସ,୧୩ା୮: ଆଥ୍‌ଲେଟ୍‌ ଦୂତୀ ଚାନ୍ଦଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଉପରେ ଆସନ୍ତା ୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନିଅ। ଏକ ୱେବ୍‌ ପୋର୍ଟାଲ ପ୍ରତିନିଧିଙ୍କୁ...

Advertisement
Archives

Model This Week