ବେଆଇନ ଇଟା ଭାଟି ଉପରେ ଚଢ଼ାଉ

ରଣପୁର,୧୯ା୬(ସ୍ବ.ପ୍ର.)-ପରିବେଶ ପ୍ରଦୂଷଣ ନିମନ୍ତେ ଇଟାଭାଟିଗୁଡ଼ିକୁ ଦାୟୀ କରାଯାଇ ରଣପୁରର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଉପରେ ଚଢ଼ାଉ କରାଯାଇଛି। ନୟାଗଡ଼ ଜିଲା ରଣପୁର ତହସିଲରେ ପରିବେଶ ନିୟମଗୁଡ଼ିକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଥିବା ଅଭିଯୋଗ ହୋଇଛି। ଦୀର୍ଘବର୍ଷ ଧରି ଏହି ତହସିଲ ଅଧୀନ ଜଙ୍ଗଲରୁ ଚୋରାରେ କାଠ କାଟିବା, ସରକାରୀ ଜମିରୁ ମାଟି ଆଣି ବେଆଇନ ଭାବେ ଇଟାଭାଟି କରିବା ଅଭିଯୋଗ ହୋଇଆସୁଛି। ଏ ନେଇ ତହସିଲ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଗ୍ରାମବାସୀ ନୟାଗଡ ଜିଲ୍ଲାପାଳ ଡ. ଏନ୍‌. ତିରୁମଲ୍ଲା ନାୟକଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲାପାଳଙ୍କ ନିଦ୍ଦେର୍ଶରେ ରଣପୁର ତହସିଲଦାର ସୁଶାନ୍ତ କୁମାର ପତି ଓ କର୍ମଚାରୀମାନେ ବାଉଁଶଗଡ, ରଣପୁର, ସାନଗଡ଼, ବାଉଁଶଗଡ଼, କୃଷ୍ଣଚନ୍ଦ୍ରପୁର ଆଦି ଅଞ୍ଚଳରେ ଚଢ଼ାଉ କରି ବେଆଇନ ଇଟାଭାଟିଗୁଡ଼ିକୁ ବନ୍ଦ କରିଦେଇଛନ୍ତି। ଇଟାଭାଟି ମାଲିକଙ୍କ ବିରୋଧରେ ଏ ନେଇ ମାମଲା ରୁଜୁ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?