ରଣପୁର,୧୯ା୬(ସ୍ବ.ପ୍ର.)-ପରିବେଶ ପ୍ରଦୂଷଣ ନିମନ୍ତେ ଇଟାଭାଟିଗୁଡ଼ିକୁ ଦାୟୀ କରାଯାଇ ରଣପୁରର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଉପରେ ଚଢ଼ାଉ କରାଯାଇଛି। ନୟାଗଡ଼ ଜିଲା ରଣପୁର ତହସିଲରେ ପରିବେଶ ନିୟମଗୁଡ଼ିକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଥିବା ଅଭିଯୋଗ ହୋଇଛି। ଦୀର୍ଘବର୍ଷ ଧରି ଏହି ତହସିଲ ଅଧୀନ ଜଙ୍ଗଲରୁ ଚୋରାରେ କାଠ କାଟିବା, ସରକାରୀ ଜମିରୁ ମାଟି ଆଣି ବେଆଇନ ଭାବେ ଇଟାଭାଟି କରିବା ଅଭିଯୋଗ ହୋଇଆସୁଛି। ଏ ନେଇ ତହସିଲ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଗ୍ରାମବାସୀ ନୟାଗଡ ଜିଲ୍ଲାପାଳ ଡ. ଏନ୍. ତିରୁମଲ୍ଲା ନାୟକଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲାପାଳଙ୍କ ନିଦ୍ଦେର୍ଶରେ ରଣପୁର ତହସିଲଦାର ସୁଶାନ୍ତ କୁମାର ପତି ଓ କର୍ମଚାରୀମାନେ ବାଉଁଶଗଡ, ରଣପୁର, ସାନଗଡ଼, ବାଉଁଶଗଡ଼, କୃଷ୍ଣଚନ୍ଦ୍ରପୁର ଆଦି ଅଞ୍ଚଳରେ ଚଢ଼ାଉ କରି ବେଆଇନ ଇଟାଭାଟିଗୁଡ଼ିକୁ ବନ୍ଦ କରିଦେଇଛନ୍ତି। ଇଟାଭାଟି ମାଲିକଙ୍କ ବିରୋଧରେ ଏ ନେଇ ମାମଲା ରୁଜୁ କରାଯାଇଛି ।

ଆତଙ୍କ ଖେଳାଉଛି କିଡ୍ନୀ ରୋଗ: ୪ବର୍ଷରେ ଗଲାଣି ୩୦ରୁ ଊର୍ଦ୍ଧ୍ୱ ଜୀବନ
ଖଣ୍ଡପଡ଼ା,୨୪ା୧(ସ୍ବ.ପ୍ର.): ନୟାଗଡ଼ ଜିଲା ଭାପୁର ବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମରେ କିଡ୍ନୀ ରୋଗ ଆତଙ୍କ ଖେଳାଉଛି। ଗତ ୩/୪ ବର୍ଷ ମଧ୍ୟରେ ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଏହି...

ଭୋଟ ପ୍ରଚାରରେ ଆସି ବିଧାୟକ ହଟହଟା
ନୟାଗଡ଼ ଅଫିସ,୨୪।୧: ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କୁ ନିଜ ନିର୍ବାଚନମଣ୍ଡଳୀରେ ବିରୋଧ କରାଯାଇଛି। ରବିବାର ପଞ୍ଚାୟତ ନିର୍ବାଚନ ପାଇଁ ସେ ପ୍ରଚାରକୁ ଆସିଥିବା ବେଳେ ଏହି...

ଘାତକ ସାଜିଛି କିଡ୍ନୀ ରୋଗ: ୫ ବର୍ଷରେ ୧୦ ମୃତ
ନୟାଗଡ଼ ଅଫିସ,୧୫।୫: ନୟାଗଡ଼ ଜିଲା ଦଶପଲ୍ଲା ବ୍ଳକ ଚଢ଼େୟାପଲ୍ଲୀ ପଞ୍ଚାୟତର ଚଢ଼େୟାପଲ୍ଲୀ ଏବଂ ଓଷାମସ୍କା ଗାଁ ଦଳିତସାହିରେ କିଡ୍ନୀ ଜନିତ ରୋଗ ଘାତକ ସାଜିଛି। ୫...

ଆଶା କର୍ମୀଙ୍କ ଜିଲା ସମ୍ମିଳନୀ ସରକାରଙ୍କ ନୀତି ବିରୋଧରେ ସଙ୍ଗଠିତ ହେବାକୁ ଆହ୍ବାନ
ନୟାଗଡ଼ ଅଫିସ,୧୩ା୧୦: ସିଆଇଟିୟୁ ପକ୍ଷରୁ ଶନିବାର ନୟାଗଡ଼ ଶିକ୍ଷକ ଭବନଠାରେ ଓଡିଶା ଆଶାକର୍ମୀ ଆସୋସିଏଶନର ଜିଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଂଘର ଜିଲା ସଭାପତି ନଳିନୀ...

କାର୍ତ୍ତିକ ଶେଷ ସୋମବାର : ଦୂତିକେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
ଓଡ଼ଗାଁ,୧୧।୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ନିକଟସ୍ଥ ବାବା ଦୂତିକେଶ୍ୱର ମହାଦେବଙ୍କ ପୀଠରେ କାର୍ତ୍ତିକ ଶେଷ ସୋମବାରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଭୋର୍ରୁ ଭକ୍ତମାନେ...

ଜବରଦଖଲକାରୀଙ୍କୁ ପୋଲିସର ଅନୁକମ୍ପା
ନୟାଗଡ଼ ଅଫିସ/ରଣପୁର, ୩୧।୭(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଏନ୍ଏସିର ସାନଗଡ଼ରେ ଜଣେ ବ୍ୟବସାୟୀ ଶିଶୁ ଉଦ୍ୟାନ ପାଇଁ ଖୋଳାଯାଇଥିବା ନିଅଁ ପୋତିବା ପରେ ଉତ୍ତେଜନା ଦେଖାଦେଇଛି।...

ବିଭିନ୍ନ ଦ୍ରବ୍ୟର ନକଲି କାରବାର
ନୟାଗଡ଼ ଅଫିସ,୯।୧୧: ନୟାଗଡ଼ ସହରରେ ଦୁଇଜଣ ବ୍ୟବସାୟୀ ନକଲି ଜର୍ଦ୍ଦା ବିକ୍ରି କରୁଥିବା ଅଭିଯୋଗରେ ଟାଉନ ପୋଲିସ ଗୁରୁବାର ସେମାନଙ୍କୁ ଗିରଫ କରିଥିଲା। ସେମାନେ ହେଲେ...

ପରୀର କୌଣସି ହାଡ଼ ନିଖୋଜ ନାହିଁ, ସରୋଜର ଗାମୁଛା ବଡ଼ ପ୍ରମାଣ ଦେବ: ବୋଥ୍ରା
ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ନୟାଗଡ଼ ଜିଲା ସଦର ଥାନା ଅଧୀନ ଯଦୁପୁର ଗାଁର ପରୀ ଅପହରଣ ଓ ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି।...