ବଇଣ୍ଡା,୫।୩(ଡି.ଏନ.ଏ.)-କିଶୋରନଗର ବ୍ଲକ ହଣ୍ଡପା ଥାନା କମରେଇ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ତାଣ୍ଡବ କରିଛି। ଗ୍ରାମର ୩ଟି ଚାଳଘର ଭାଙ୍ଗିବାସହ ଘର ଭିତରେ ଶୋଇଥିବା ସେହି ଗ୍ରାମର ଦେବକୀ ବେହେରା(୬୦)ଙ୍କୁ ଦଳି ମାରି ଦେଇଛି। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି।
ଘଟଣାରୁ ଜଣାପଡ଼ିଛି, ଗତ କିଛିଦିନ ହେବ ଏହି ଅଞ୍ଚଳରେ ଏକ ହାତୀ ଉପଦ୍ରବ କରି ବ୍ୟାପକ ଫସଲ ନଷ୍ଟ କରୁଛି। ବୁଧବାର ରାତିରେ ଉକ୍ତ ଦନ୍ତାହାତୀ କମରେଇ ଗ୍ରାମକୁ ଆସି ରବି ନାୟକ, ଜମ୍ବୁ ପଲେଇ, ଦେବକୀ ବେହେରାଙ୍କ ଘରକୁ ଭାଙ୍ଗି ଥିଲା। ପରେ ଶୋଇଥିବା ଅବସ୍ଥାରେ ଦେବକୀଙ୍କୁ ଶୁଣ୍ଢରେ ଟାଣି ଆଣି ପାଦରେ ଦଳି ମାରି ଦେଇଥିଲା। ଖବରପାଇ ହଣ୍ଡପା ରେଞ୍ଜର ଚୈତନ୍ୟ ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ବନବିଭାଗ ପକ୍ଷରୁ ହାତୀକୁ ଘଉଡା ଯାଉ ନ ଥିବା ଯୋଗୁ ଉତ୍ତେଜିତ ଗ୍ରାମବାସୀ ରେଞ୍ଜରଙ୍କ ସହ ବନ କର୍ମଚାରୀଙ୍କୁ ଘେରାଉ କରିଥିଲେ। ବନବିଭାଗ ପକ୍ଷରୁ ମୃତବୃଦ୍ଧାଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଯୋଗାଇ ଦେବାସହ ଶିଘ୍ର ଉକ୍ତ ଦନ୍ତାକୁ ଘଉଡାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଶେଷରେ ହଣ୍ଡପା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହଣ୍ଡପା ସ୍ବାସ୍ଥ୍ୟକେନ୍ଦ୍ର ପଠାଇଛି। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
Posted inଆମ ଜିଲା ଖବର, ଢେଙ୍କାନାଳ View All

ଖିଅପାଉନି କ୍ରାଇମ୍ବ୍ରାଞ୍ଚ
ପୁରୀ ଅଫିସ,୨୦ା୧୨: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତକୁ ୫ଦିନ ପୂରିଲାଣି।...

୯୦ ଟଙ୍କା ପାଇଁ ହତ୍ୟା: ଦେଢ଼ମାସ ପରେ ଧରାପଡିଲେ ହତ୍ୟାକାରୀ
ସମ୍ବଲପୁର,୨୦ା୧(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ସୁନାପାଲି ନିକଟ ଏକ ପୋଖରୀ ହୁଡାରୁ କ୍ଷେତିପଡାର ମହମ୍ମଦ ଅଫ୍ତାର (୪୫)ଙ୍କ ମୃତଦେହ ପୋଲିସ ଜବତ କରିଥିଲା। ଦେଢମାସ...

ଜିଲା ସଭାପତି ଗିରଫ, ସଂଖ୍ୟା ୩୨କୁ ବୃଦ୍ଧି
ସମ୍ବଲପୁର,୧୬ା୧୨(ବ୍ୟୁରୋ):ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଆନ୍ଦୋଳନ ସମୟରେ ସମ୍ବଲପୁର କୋର୍ଟ ପରିସରରେ ଭଙ୍ଗାରୁଜା, ବିଚାରପତିଙ୍କୁ କୋର୍ଟରୁ...

ଭବାନୀପାଟଣା ସହର ଆଖପାଖ ଅଞ୍ଚଳରେ ଝଡ଼ତୋଫାନ ବର୍ଷା: ଉଡ଼ିଲା ଘରର ଛାତ, କୁଆପଥର ମାଡ଼ରେ ବ୍ୟାପକ କ୍ଷୟକ୍ଷତି
ଭବାନୀପାଟଣା, ୨୫।୨ (ଡି.ଏନ୍.ଏ.)- ଭବାନୀପାଟଣା ଆଖପାଖ ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରେ କିଛି ସମୟ ପାଇଁ ଝଡ଼ତୋଫାନ ବର୍ଷା ସହ କୁଆପଥର ମାଡ଼ ହୋଇଛି। ଫଳରେ ଅନେକ...

ବ୍ରାହ୍ମଣୀକୁ ଲୁଟୁଛନ୍ତି ବାଲିମାଫିଆ
ଭୁବନ, ୧୮।୭: ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳ ଦେଇ ପ୍ରବାହିତ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀର ବିସ୍ତୀର୍ଣ୍ଣ ଶଯ୍ୟା ପାଲଟିଛି ବାଲିମାଫିଆଙ୍କ ଭୂସ୍ବର୍ଗ। ପରିବେଶ ମଞ୍ଜୁରୀ...

୩ଦିନ ହେଲା ପାଣିଆସୁନି, ଟ୍ୟାଙ୍କର ଯୋଗେ ପାଣି ଯୋଗାଇଲେ ସରପଞ୍ଚ
ଗଞ୍ଜାମ,୧ା୫(ଡି.ଏନ୍.ଏ.)- ଲକ୍ଡାଉନ୍ ବେଳେ ପାନୀୟଜଳ ସମସ୍ୟା ଗଞ୍ଜାମ ବ୍ଲକ ପାଣିବନ୍ଧ ପଞ୍ଚାୟତବାସୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଓ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ୩ ଦିନ...

ନିଆରା ବ୍ୟକ୍ତିତ୍ୱ ଉଜ୍ଜ୍ୱଳ କୁମାର: ବାଣ୍ଟି ଚାଲିଛନ୍ତି ସମାଜସେବାର ବାର୍ତ୍ତା
କେନ୍ଦୁଝର, ୩୦।୯ – ସେବା କାର୍ଯ୍ୟରୁ ଯେଉଁ ଆନନ୍ଦ ମିଳେ, ତାହା ଅବର୍ଣ୍ଣନୀୟ । ଯୁବପିଢ଼ି ସେବା କାର୍ଯ୍ୟ ଲାଗି ଆଗଭର ହେଲେ ସମାଜରେ ପରିବର୍ତ୍ତନ...

ପୁରରୁ ପୁରୀ
ଭାରତର ଅନେକ ସ୍ଥାନ ଅଛି, ଯାହାର ଶେଷରେ ରହିଛି ‘ପୁର’। ଗଁା ବି ଅଛି। ଓଡ଼ିଶାର କେତେକ ସହର ଓ ଗଁା ନାମର ଶେଷରେ ‘ପୁର’...