Posted inଖେଳ

ବୁମରା ଦ୍ରୁତତମ ଭାରତୀୟ

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ),୨୪।୮: ଯଶପ୍ରୀତ ବୁମରା ଟେଷ୍ଟ ଫର୍ମାଟରେ ୫୦ ଉଇକେଟ ନେବାରେ ଦ୍ରୁତତମ ଭାରତୀୟ ବୋଲର ହୋଇଯାଇଛନ୍ତି। ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଡାରେନ ବ୍ରାଭୋଙ୍କୁ ଏଲବିଡବ୍ଲ୍ୟୁ କରାଇ ବୁମରା କ୍ୟାରିୟରର ୫୦ତମ ଉଇକେଟ ହାସଲ କରିଛନ୍ତି। ୨୫ ବର୍ଷୀୟ ପେସର କ୍ୟାରିୟରର ୧୧ତମ ଟେଷ୍ଟରେ ଏହି ସଫଳତା ପାଇଛନ୍ତି। ଏହି ଧାରାରେ ସେ ପୂର୍ବତନ ପେସର ଭେଙ୍କଟେଶ ପ୍ରସାଦ ଓ ମହମ୍ମଦ ସାମିଙ୍କୁ ପଛରେ ପକାଇଛନ୍ତି। ଦୁଇ ଦ୍ରୁତ ବୋଲର କ୍ୟାରିୟରର ୧୩ତମ ମ୍ୟାଚ୍‌ରେ ୫୦ ଉଇକେଟ ନେଇଥିଲେ। ଏହି ତାଲିକାରେ ପୂର୍ବତନ ପେସର ଇର୍ଫାନ ପଠାନ ଓ ଏସ୍‌. ଶ୍ରୀସନ୍ତ ରହିଛନ୍ତି। ଉଭୟେ ୧୪ତମ ମ୍ୟାଚ୍‌ରେ ଏହି ମାଇଲଷ୍ଟୋନ ସ୍ପର୍ଶ କରିଥିଲେ। ଉଲ୍ଲେଖଥାଉ କି, ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ୫୮ ରନ୍‌ର ଇନିଂସ ଯୋଗୁ ଭାରତୀୟ ଦଳ ପ୍ରଥମ ଇନିଂସରେ ୨୯୭ ରନ୍‌ କରିପାରିଛି। ଜବାବରେ ଘରୋଇ ଇଣ୍ଡିଜ ଦଳ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ୮ ଉଇକେଟ ହରାଇ ୧୮୯ ରନ କରିଛି। ଦଳକୁ ଇନିଂସ ଅଗ୍ରଣୀ ପାଇଁ ବଳକା ଦୁଇ ଉଇକେଟରେ ୧୦୮ ରନ୍‌ ଦରକାର। ଭାରତ ପକ୍ଷରୁ ଈଶାନ୍ତ ଶର୍ମା ୫ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଶ୍ୱିନଙ୍କ ପ୍ରତି ମୁଁ ଈର୍ଷାନ୍ବିତ ନୁହେଁ

ନୂଆଦିଲ୍ଲୀ, ୬ା୫ (ପି.ଟି.)-ରବିଚନ୍ଦ୍ରନ ଅଶ୍ୱିନଙ୍କ ପ୍ରତି ମୋର ଈର୍ଷା ରହିଛି ବୋଲି କିଛି ଲୋକଙ୍କ ମନରେ ଯେଉଁ ଧାରଣା ରହିଛି ତାହା ଠିକ୍‌ ନୁହେଁ ବୋଲି...

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଲେ କୋହଲି

ଦୁବାଇ, ୨୧।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୩ୟ ମ୍ୟାଚ୍‌ରେ ସୋମବାର ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିଛନ୍ତି।...

ଆଉ ନାହାନ୍ତି କ୍ରିକେଟ କିମ୍ବଦନ୍ତୀ ଶେନ୍‌ ଓ୍ବର୍ନ

ନୂଆଦିଲ୍ଲୀ,୪।୩: ଅଷ୍ଟ୍ରେଲିଆର କ୍ରିକେଟ୍‌ କିମ୍ବଦନ୍ତୀ ତଥା ପୂର୍ବତନ ମହାନ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କର ୫୨ ବର୍ଷରେ ପରଲୋକ ଘଟିଛି। ହୃଦଘାତରେ ଓ୍ବର୍ନଙ୍କର ମୃତ୍ୟୁ ଘଟିଥିବା...

ଜାତୀୟ ବରିଷ୍ଠ ପୁରୁଷ ବ୍ୟାଡମିଣ୍ଟନ ପ୍ରତିଯୋଗିତା: ଓଡ଼ିଶା ଦଳରେ ବାଲେଶ୍ୱର ଖେଳାଳି

ବାଲେଶ୍ୱର ଅଫିସ,୧୮।୨-ଆସନ୍ତା ୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ଜୟପୁରଠାରେ ଅନୁଷ୍ଠିତ ହେବ ଜାତୀୟ ବରିଷ୍ଠ ପୁରୁଷ ବ୍ୟାଡମିଣ୍ଟନ ପ୍ରତିଯୋଗିତା। ଏଥିପାଇଁ ଓଡ଼ିଶା ପୁରୁଷ ଦଳ...

ସଚିନଙ୍କୁ କହିଲେନି ‘ସାର୍‌’

ନୂଆଦିଲ୍ଲୀ,୩୦।୭: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବାର ଦଶ ବର୍ଷ ବିତିଲାଣି। ହେଲେ ପ୍ରଶଂସକ ଏବେ ବି ତାଙ୍କର ଝଲକ ପାଇବାକୁ ଅପେକ୍ଷା କରିଥାନ୍ତି। ତାଙ୍କର ଗୋଟିଏ...

ଭାରତୀୟ ମହିଳା ହକି ଦଳର ପରାଜୟ

ବୁଏନ୍ସଏୟାର୍ସ, ୩୦ା୧(ପି.ଟି.)- ଭାରତୀୟ ମହିଳା ହକି ଦଳ ବିପକ୍ଷରେ ଆର୍ଜେଣ୍ଟିନା ୨-୦ ଗୋଲରେ ବିଜୟ ହାସଲ କରିଛି। ଭ୍ରମଣକାରୀ ଦଳର ଏହାର କ୍ରମାଗତ ଦ୍ୱିତୀୟ ପରାଜୟ।...

ଟେଷ୍ଟ ପାଇଁ ନ୍ୟୁଜିଲାଣ୍ଡକୁ ନିରପେକ୍ଷ ଭେନ୍ୟୁ କରାଯାଇପାରିବ

ଓ୍ବେଲିଂଟନ, ୧୦ା୬ (ପି.ଟି.):ନ୍ୟୁଜିଲାଣ୍ଡ ନିଜକୁ କରୋନାଭାଇରସ୍‌ ମୁକ୍ତ ଦେଶ ଭାବେ ଘୋଷଣା କରିଛି। ଟେଷ୍ଟ ମ୍ୟାଚଗୁଡ଼ିକ ଲାଗି ଏହାକୁ ନିରପେକ୍ଷ ଭାବେ ବ୍ୟବହାର କରାଯାଇ ପାରିବ...

ହାଇଦ୍ରାବାଦ ଆଗରେ ବିଶାଳ ଟାର୍ଗେଟ

ଚେନ୍ନାଇ, ୧୧ା୪- ନୀତିଶ ରାଣା ଓ ରାହୁଲ ତ୍ରିପାଠିଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌ ଆଗରେ ୧୮୮ ରନ୍‌ର ବିଶାଳ ଟାର୍ଗେଟ ଛିଡ଼ା କରିଛି...

Advertisement
Archives

Model This Week