ବୁଧବାର ନର୍ମଦାଞ୍ଚଳରେ ମୋଦିଙ୍କ ନିର୍ବାଚନୀ ସଭା: ଲାଗିବ ୩୮ ଏସି; ସ୍ପ୍ରେ ହେବ ଥଣ୍ଡା ପାଣି

ଭୋପାଳ,୨୮।୪: ମଧ୍ୟପ୍ରଦେଶ ନର୍ମଦାଞ୍ଚଳରେ ପଞ୍ଚମ ପର୍ଯ୍ୟାୟରେ ହେବ ଲୋକ ସଭା ନିର୍ବାଚନ। ମେ ୬ରେ ଏଠାରେ ମତଦାନ କରାଯିବ। ନିର୍ବାଚନୀ ପ୍ରଚାର ପାଇଁ ପ୍ରବଳ ଗରମ ସତ୍ତ୍ୱେ ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର(ମେ ୧) ଅପରାହ୍ନ ୪ଟାରେ ଏକ ସାଧାରଣ ସଭାରେ ଯୋଗଦେବେ। ଏଥି ପାଇଁ ମଞ୍ଚରେ ୩୮ଟି ଏସି ଲଗା ଯିବାର ବ୍ୟବସ୍ଥା ହୋଇଛି। ଏହା ସହିତ ଏୟାର କୁଲଡ୍‌ ଡୋମ୍‌ ମଧ୍ୟ ଲଗା ଯିବାର ବ୍ୟବସ୍ଥା ହୋଇଛି। ଏଠାରୁ ଲୋକଙ୍କ ଉପରେ ଥଣ୍ଡା ପାଣି ସ୍ପ୍ରେ କରାଯିବାର ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ଇଟାରସି ଗ୍ରାଉଣ୍ଡରେ ଏନେଇ ଆୟୋଜନ ଜୋର୍‌ସୋର୍‌ରେ ଜାରି ରହିଛି। ରେଲଓ୍ବେ ଇନଷ୍ଟିଚ୍ୟୁଟ୍‌ ମଇଦାନରେ ସଭା ପାଇଁ ଅନୁମତି ଲୋଡା ଯାଇଛି। ସଭାସ୍ଥଳରେ ୬୫ ହଜାର ଚେୟାର ପକାଯିବାର ବ୍ୟବସ୍ଥା ହୋଇଛି। ଲୋକଙ୍କୁ ସୁବିଧା ପାଇଁ ୪ ଲକ୍ଷ ଥଣ୍ଡା ପାଣି ପାଉଚ୍‌ ସଂରକ୍ଷିତ ରଖାଯାଇଛି। ସଭାସ୍ଥଳ ଠାରୁ ୩-୪ କିଲୋମିଟର ଦୂରରେ ହେଲିପ୍ୟାଡ଼ ପ୍ରସ୍ତୁତ କରାଯାଇଛି। ସଭା ପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ ଭାଜପାଠାରୁ ଏନଓସି ଲୋଡାଯାଇଛି। ସଭା ରେଲଓ୍ବେ ଗ୍ରାଉଣ୍ଡରେ ହେଉଥିବାରୁ ଏପରି କରାଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଗା ଜିଲା ହେଲା କରୋନା ମୁକ୍ତ

ମୋଗା,୨୩।୪: ପଞ୍ଜାବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ମୋଗା ଜିଲାରୁ ଆସିଛି ଖୁସି ଖବର। ଉକ୍ତ ଜିଲାରେ ୪ କରୋନା ସଂକ୍ରମିତ ସୁସ୍ଥ ହେବା...

ଭାରତ-ଚାଇନା ସୀମା ବିବାଦ ନେଇ ବିଶ୍ଳେଷକଙ୍କ ମତ:ରାଜନୈତିକ ଉତ୍ତରଦାୟିତ୍ୱ ରହୁ

ନୂଆଦିଲ୍ଲୀ,୨୬ା୬:ସେନାକୁ ଅସ୍ତ୍ର ବ୍ୟବହାର ପାଇଁ ସ୍ବାଧୀନତା ଦେବା ପରିବର୍ତ୍ତେ ଭାରତକୁ ଉପଯୁକ୍ତ କୂଟନୀତି ଆପଣାଇବାକୁ ପଡ଼ିବ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷାମନ୍ତ୍ରୀ...

ମ୍ୟୁଚୁଆଲ ଫଣ୍ଡ୍‌ରେ ସୁଧାର ଉଦ୍ୟମ: ଆର୍‌ବିଆଇ ପକ୍ଷରୁ ୫୦ ହଜାର କୋଟିର ସ୍ବତନ୍ତ୍ର ନଗଦ ଘୋଷଣା

ନୂଆଦିଲ୍ଲୀ,୨୭।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ଦେଶର ଅର୍ଥନୀତିରେ ସୁଧାର ଆଣିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ୫୦...

ଇଲୋକ୍ଟ୍ରନିକ୍ସ ବର୍ଜ୍ୟ ପାଲଟିଛି ଏକ ଆହ୍ବାନ…

ନୂଆଦିଲ୍ଲୀ,୨।୯ : ଆଜିକାଲି ଦେଶର ଘରେ ଘରେ ଖରାପ ଏବଂ ଅଦରକାରୀ ଇଲେକ୍ଟ୍ରୋନିକ ସାମଗ୍ରୀର ସଂଖ୍ୟା ବଢ଼ିବାରେ ଲାଗିଛି। ସ୍ମାର୍ଟଫୋନ, କମ୍ପ୍ୟୁଟର ଏବଂ ଲାପଟପ ସହିତ...

ପୃଥିବୀ ପାଇଁ ବିବିଧତା-ଗଣତନ୍ତ୍ରର କେସ୍‌ ଷ୍ଟଡି ହେଉଛି ଭାରତ…

ନୂଆଦିଲ୍ଲୀ,୧୮।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିଲ୍ଲୀର ପ୍ରଗତି ମଇଦାନରେ ଇଣ୍ଟରପୋଲର ୯୦ ତମ ସାଧାରଣ ସଭାର ଉଦଘାଟନ କରିଛନ୍ତି। ଏହି ଅବସରରେ ତାଙ୍କ...

ଜୁଲାଇ ୧ରେ ଖୋଲିବନାହିଁ ସ୍କୁଲ

ଭୋପାଳ,୨୮।୬: କରେନାର ଦ୍ୱିତୀୟ ଲହରର ଦୈନିକ ସଂକ୍ରମଣ ହାର ଦିନକୁ ଦିନ ନିୟନ୍ତ୍ରଣ ହେବାରେ ଲାଗିଛି। ତେଣୁ ବିଭିନ୍ନ ରାଜ୍ୟରେ କରୋନା କଟକଣାକୁ କୋହଳ କରାଯାଇଛି।...

୪୦ ହଜାର ଛୁଇଁବାକୁ ବସିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୩।୫: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୬୪୪ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା...

ବିପ୍ଳବଙ୍କୁ ଭାଜପା ହାଇକମାଣ୍ଡଙ୍କ ଲାଲ୍‌ ସଙ୍କେତ: ରାଲି ରଦ୍ଦ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୦।୧୨: ତ୍ରିପୁରାରେ ଶାସକ ଭାଜପାରେ ଗୋଷ୍ଠୀ କନ୍ଦଳ ଲାଗି ରହିଛି। ଏନେଇ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ଡିସେମ୍ବର ୧୩...

Advertisement
Archives

Model This Week