Posted inଜାତୀୟ

ବିହାରରେ ଲଜ୍ଜା: ବଳାତ୍କାର ଉଦ୍ୟମ ସଫଳ ନ ହେବାରୁ ନାବାଳିକାଙ୍କୁ ଗୁଳି କଲେ ଯୁବକ

ରୋହତାସ,୧୭।୧୨: ବିହାରରେ ପୁଣି ଲଜ୍ଜା। ବିହାର ରୋହତାସ ଜିଲାର ରାଜପୁରରେ ୧୦ମରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର ଉଦ୍ୟମ କରାଯାଇଛି। ଉଦ୍ୟମରେ ସଫଳ ନ ହେବାରୁ ପୀଡିତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମଙ୍ଗଳବାର ପୀଡିତା ଜେଜେମାଙ୍କ ସହ ଶୌଚ ପାଇଁ ବାହାରକୁ ଯାଇଥିଲେ। ସେହି ସମୟରେ ୪ଜଣ ଯୁବକ ତାଙ୍କୁ ଅପହରଣ କରିନେଇ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ହେଲେ ସେମାନେ ଏଥିରେ ସଫଳ ନ ହେବାରୁ ପୀଡିତାଙ୍କୁ ଗୁଳି କରି ସେଠାରୁ ଫେରାର ହୋଇଯାଇଥିଲେ। ଗୁଳି ଶବ୍ଦ ଶୁଣିବା ପରେ ଗାଁଲୋକେ ବାହାରକୁ ଆସିଥିଲେ। ରାସ୍ତାରେ ପୀଡ଼ିତା ଛଟପଟ ହେଉଥିବା ଦେଖି ଗାଁଲୋକେ ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ହସ୍ପିଟାଲକୁ ନେଇଥିଲେ। ପୀଡ଼ିତାଙ୍କ ବେକରେ ଗୁଳି ବାଜିଥିବାରୁ ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ଘଟଣାସ୍ଥଳରେ ପୋଲିସ ଓ ଏସ୍‌ଡିପିଓ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଏଥିସହ ତଦନ୍ତକୁ ତ୍ୱରାନିତ କରାଯାଇ ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣଙ୍କୁ ଗିରଫ କରିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଠା ଭୁଷୁଡିବାର ୨୦ ଘଣ୍ଟା ପରେ ଜୀବନ୍ତ ଉଦ୍ଧାର ହେଲେ ୪ବର୍ଷର ଶିଶୁ

ରାୟଗଡ଼,୨୫।୮: ମହାରାଷ୍ଟ୍ରର ରାୟଗଡ଼ରେ ସୋମବାର ଏକ ୫ମହଲା କୋଠା ଭୁଷୁଡି ପଡିଥିବା ବେଳେ ଏହି ଘଟଣାରେ ଏପର୍ଯ୍ୟନ୍ତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏମାନଙ୍କ...

ମନ୍ଦିରରେ ଯମରାଜା କରନ୍ତି ସ୍ବର୍ଗ କିମ୍ବା ନର୍କକୁ ଯିବାର ବିଚାର…

ସାଧାରଣରେ ବିଶ୍ୱାସ ରହିଛି ମନ୍ଦିର ବା ଦେବାଦେବୀଙ୍କ ପାଖକୁ ପ୍ରେତାତ୍ମା ଯାଆନ୍ତି ନାହିଁ। ହେଲେ ହିମାଚଳପ୍ରଦେଶର ଚମ୍ବାରେ ରହିଛି ଏଭଳି ମନ୍ଦିର ଯେଉଁଠିକୁ କେବଳ ପ୍ରେତାତ୍ମା...

କାଶୀ ବିଶ୍ୱନାଥ ମନ୍ଦିରର ଲୋକାର୍ପଣ କରିବେ ମୋଦି, କ’ଣ ରହିଛି ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୧୩ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ବାରାଣସୀ ଗସ୍ତରେ ଯାଇ ସାମବାର କାଶୀ ବିଶ୍ୱନାଥ ମନ୍ଦିରର ଶିଳାନ୍ୟାସ କରିବେ । ୧୩ ତାରିଖ...

୨୦୦୦ କେନ୍ଦ୍ରୀୟ ପୋଲିସ ମଗାଇଲା ମହାରାଷ୍ଟ୍ର

ମୁମ୍ବାଇ,୧୪ା୫: ମହାରାଷ୍ଟ୍ର ସରକାର ୨୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ (ସିଏପିଏଫ୍‌)ଯୋଗାଇଦେବା ଲାଗି କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି, କରୋନା...

ଲ୍ୟାଣ୍ଡିଙ୍ଗ ପୂର୍ବରୁ ଝଡ ଭିତରେ ଫସିଗଲା ସ୍ପାଇସ ଜେଟ: ୪୦ ଯାତ୍ରୀ ଆହତ

କୋଲକାତା,୨ ।୫: ପଶ୍ଚିମବଙ୍ଗର ଦୁର୍ଗାପୁରରେ ରବିବାର ସ୍ପାଇସ ଜେଟର ଏକ ଯାତ୍ରୀବାହୀ ବିମାନ ଲ୍ୟାଣ୍ଡିଙ୍ଗ ସମୟରେ ଝଡ ବର୍ଷା ମଧ୍ୟରେ ଫସି ଯାଇଥିଲା । ଫଳରେ...

୨୦୨୪ ନିର୍ବାଚନୀ ମେଣ୍ଟରେ କଂଗ୍ରେସ ଆଗରେ ରହିବା ଜରୁରୀ: ସିବଲ…

ନୂଆଦିଲ୍ଲୀ,୯।୪ : ଲୋକସଭା ନିର୍ବାଚନ ସମ୍ପର୍କରେ ରାଜ୍ୟସଭା ଏମପି କପିଲ ସିବଲ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସିବଲ କହିଛନ୍ତି , ଭାଜପା ବିରୋଧରେ ୨୦୨୪...

ବଢ଼ିଲା କରୋନା ସଂକ୍ରମଣ: ପ୍ରଧାନମନ୍ତ୍ରୀ ଡକାଇଲେ ଉଚ୍ଚସ୍ତରୀୟ ବୈଠକ…

ନୂଆଦିଲ୍ଲୀ,୨୨।୩ : ଦେଶରେ ବଢୁଥିବା କରୋନା ମାମଲା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତୀୟ ବୈଠକ କରିବେ। ଏହି ସମୟରେ ଦେଶରେ...

ବାପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ନେଇ ଝିଅ କହିଲେ…

ଗାନ୍ଧିନଗର,୧୪।୯: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଝିଅ ରାଧିକା ତାଙ୍କ ଫେସବୁକ ପୃଷ୍ଠାରେ ଏକ ଭାବପ୍ରବଣ ପୋଷ୍ଟ ଲେଖି ତାଙ୍କ ବାପାଙ୍କ ସଂଘର୍ଷ ବିଷୟରେ ବର୍ଣ୍ଣନା...

Advertisement
Archives

Model This Week