Posted inଖେଳ

ବିସିସିଆଇ ସିଏଫ୍‌ଓଙ୍କ ଇସ୍ତଫା

ନୂଆଦିଲ୍ଲୀ, ୯ା୧୧ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଚିଫ୍‌ ଫାଇନାନ୍‌ସିଆଲ ଅଫିସର (ସିଏଫ୍‌ଓ) ସନ୍ତୋଷ ରାଙ୍ଗନେକର ଶୁକ୍ରବାର ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏଭଳି ନିଷ୍ପତ୍ତି ନେବାରେ ପ୍ରଶାସକ କମିଟି (ସିଓଏ) ଯୁଗର ସେ ହେଉଛନ୍ତି ପ୍ରଥମ ହାଇପ୍ରୋଫାଇଲ କାର୍ଯ୍ୟନିର୍ବାହୀ। ରାଙ୍ଗନେକର ହେଉଛନ୍ତି ବିସିସିଆଇର ପ୍ରଥମ ସିଏଫ୍‌ଓ। ତାଙ୍କ ୩ ବର୍ଷ କାର୍ଯ୍ୟକାଳ ସମୟରେ ସେ ଅନ୍ୟମାନଙ୍କ ନଜରରେ ରହିଥିଲେ। ବିସିସିଆଇ ଆପେକ୍ସ କାଉନ୍‌ସିଲର ଜଣେ ସିନିୟର ସଦସ୍ୟ ରାଙ୍ଗନେକର ଚାପର ବଶବର୍ତ୍ତୀ ନ ହୋଇ ଏହି ପଦକ୍ଷେପ ନେଇନାହାନ୍ତି, ବରଂ ସ୍ବେଚ୍ଛାକୃତ ଭାବେ ଏହିପରି ନିଷ୍ପତ୍ତି ନେଇଛନ୍ତି। ସେ ବିସିସିଆଇ ସିଇଓ ରାହୁଲ ଜୋହରିଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। କୁହାଯାଉଛି ରାଙ୍ଗନେକର ପ୍ରଶାସନିକ ବହିର୍ଭୁତ କାର୍ଯ୍ୟରେ ମୁଣ୍ଡ ଖେଳାଇବାରୁ ତାଙ୍କୁ ଅନେକ ନାପସନ୍ଦ କରିଥିଲେ। ଖବର ଅନୁସାରେ କ୍ରିକେଟ ଅଷ୍ଟ୍ରେଲିଆ ସହିତ ଆକାଉଣ୍ଟ୍ସ ବିବାଦ ସମାଧାନ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯିବା ଲାଗି ପ୍ରଶାସକ କମିଟି ରାଙ୍ଗନେକରଙ୍କୁ ଅନୁମତି ଦେଇଥିଲା। ହେଲେ ବିନା ଗସ୍ତରେ ଏହି କାର୍ଯ୍ୟ ସମ୍ପାଦନ ହୋଇପାରିଥାନ୍ତା। ପୁନଶ୍ଚ ପୂର୍ବତନ କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧାରୀ ତାଙ୍କୁ ମାଡ଼ ମାରିବା ଲାଗି ଧମକ ଦେଇଥିବା ଅଭିଯୋଗ କରିଥିଲେ। ଯାହାକୁ ବିସିସିଆଇର ଅନେକ କର୍ମକର୍ତ୍ତା ଭିତ୍ତିହୀନ ବୋଲି ମନେ କରନ୍ତି। ସେ କାହା ପ୍ରରୋଚନାରେ ଏପରି କଲେ ତାହା ଅସ୍ପଷ୍ଟ। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି ଯେତେବେଳେ ଆର୍ଥିକ ବ୍ୟାପାର ଦାୟିତ୍ୱ କୋଷାଧ୍ୟକ୍ଷଙ୍କଠାରୁ ଆଣି ସିଏଫ୍‌ଓଙ୍କୁ ପ୍ରଦାନ କରିଥିଲେ ବିସିସିଆଇ ଏହି କାର୍ଯ୍ୟକୁ ନାପସନ୍ଦ କରିଥିଲା। ଇତିମଧ୍ୟରେ ବିସିସିଆଇର ନୂଆ କର୍ମକର୍ତ୍ତାମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଙ୍ଗନେକରଙ୍କୁ ହୁଏତ ସେମାନଙ୍କର ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥାନ୍ତା। ଏହାକୁ ଏଡ଼ାଇବା ଲାଗି ରାଙ୍ଗନେକର ହୁଏତ ଇସ୍ତଫା ଦେଇଥାଇପାରନ୍ତି ବୋଲି ବିସିସିଆଇର ଜଣେ ଅଫିସିଆଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

ଆଜି ଆର୍ଜେଣ୍ଟିନା ପାଇଁ ମେସିଙ୍କ ଶେଷ ମ୍ୟାଚ୍‌

ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?