Posted inଖେଳ

ବିସିସିଆଇ ପଦାଧିକାରୀ

ମୁମ୍ବାଇ,୨୪।୧୦ (ପି.ଟି.)-

ଅଧ୍ୟକ୍ଷ: ସୌରଭ ଗାଙ୍ଗୁଲି
ନବନିର୍ବାଚିତ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କର କୌଣସି ପରିଚୟ ଦେବାର ଆବଶ୍ୟକତା ନାହିଁ। ଗାଙ୍ଗୁଲି ଭଳି ଅନ୍ୟ ପଦାଧିକାରୀମାନେ ମଧ୍ୟ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।

ସମ୍ପାଦକ: ଜୟ ଶାହ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ମାତ୍ର ୩୧ ବର୍ଷ ବୟସରେ ବିସିସିଆଇ ସମ୍ପାଦକ ପଦରେ ନିଯୁକ୍ତ ହୋଇଛନ୍ତି। ଏହି କ୍ରମରେ ସେ ସର୍ବକନିଷ୍ଠ ବ୍ୟକ୍ତି ଭାବେ ଏହି ଗୁରୁଦାୟିତ୍ୱ ସମ୍ଭାଳିଛନ୍ତି। ୨୦୦୯ ପରଠାରୁ ସେ ଗୁଜରାଟ କ୍ରିକେଟ ଆସୋସିଏଶନ (ଜିସିଏ) ସହିତ ଜଡିତ ରହିଆସିଛନ୍ତି। ୨୦୧୩ରେ ସେ ଜିସିଏ ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ।

କୋଷାଧ୍ୟକ୍ଷ: ଅରୁଣ ସିଂ ଧୁମାଲ
ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ତଥା କେନ୍ଦ୍ର ରାଷ୍ଟମନ୍ତ୍ରୀ ଅନୁରାଗ ଠାକୁରଙ୍କ ସାନ ଭାଇ ଅରୁଣ ସିଂ ଧୁମାଲ ବୋର୍ଡ କୋଷାଧ୍ୟକ୍ଷ ରୂପେ ନିଯୁକ୍ତି ପାଇଛନ୍ତି। ଜୟ ଶାହଙ୍କ ଭଳି ଅରୁଣ ମଧ୍ୟ ରାଜନୈତିକ ପରିବାରରୁ ଆସିଛନ୍ତି। ଠାକୁର ୨୦୧୭ ଜାନୁୟାରୀରେ ବିସିସିଆଇ ପଦରୁ ବହିଷ୍କୃତ ହୋଇଥିଲେ। ୪୪ ବର୍ଷୀୟ ଅରୁଣ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏଚ୍‌ପିସିଏ) ଉପ- ସଭାପତି ଭାବେ ୨୦୧୨ରୁ ୨୦୧୫ ମଧ୍ୟରେ କାର୍ଯ୍ୟ କରିଛନ୍ତି। ସେତେବେଳେ ଠାକୁର ଏଚ୍‌ପିସିଏର ଅଧ୍ୟକ୍ଷ ଥିଲେ। ଜଷ୍ଟିସ ଆର.ଏମ୍‌. ଲୋଧା କମିଟି ସଂସ୍କାରମୂଳକ ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ ଓ ଏଚପିସିଏରେ ଏହାକୁ ଲାଗୁ କରିବା ପାଇଁ ଗଠିତ ୩ ଜଣିଆ ଆଡହକ କମିଟିର ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ ଅରୁଣ। ବିସିସିଆଇରେ ସେ ଏଚ୍‌ପିସିଏ ପାଇଁ ପ୍ରତିନିଧିତ୍ୱ କରିଛନ୍ତି।

ଯୁଗ୍ମ ସମ୍ପାଦକ: ଜୟେଶ ଜର୍ଜ
କ୍ରିକେଟ ପ୍ରଶାସନରେ ଜୟେଶ ଜର୍ଜଙ୍କର ଦୀର୍ଘ ଦିନର ଅଭିଜ୍ଞତା ରହିଛି। କେରଳ କ୍ରିକେଟ ଆସୋସିଏଶନ (କେସିଏ) ସମ୍ପାଦକ, କୋଷାଧ୍ୟକ୍ଷ, ଯୁଗ୍ମ ସମ୍ପାଦକ ଓ ସଭାପତି ହିସାବରେ ସେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ୨୦୦୫ରୁ ସେ କେସିଏ ସହ ଜଡିତ ରହିଆସିଛନ୍ତି।

ଉପ-ସଭାପତି: ମହିମ ବର୍ମା
୪୫ ବର୍ଷୀୟ ମହିମ ବର୍ମା ବୋର୍ଡ ଉପସଭାପତି ଭାପେ ନିଯୁକ୍ତ ହୋଇଛନ୍ତି। ତାଙ୍କ ପିତା ପି.ସି. ବର୍ମା କ୍ରିକେଟ ଆସୋସିଏଶନ ଅଫ୍‌ ଉତ୍ତରାଖଣ୍ଡ (ସିଏୟୁ) ସମ୍ପାଦକ ଭାବେ କାର୍ଯ୍ୟ କରିଛନ୍ତି। ମହିମ ସିଏୟୁର ଯୁଗ୍ମ ସମ୍ପାଦକ ଭାବେ ଗତ ସେପ୍ଟେମ୍ବର ପର୍ଯ୍ୟନ୍ତ ୧୦ ବର୍ଷ କାର୍ଯ୍ୟ କରିଛନ୍ତି। ବିସିସିଆଇଠାରୁ ମାନ୍ୟତା ପାଇବା ପରେ ସେ ଆସୋସିଏଶନର ସମ୍ପାଦକ ନିଯୁକ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ…

ଆଇପିଏଲ୍‌ ନିୟମରେ ପରିବର୍ତ୍ତନ କରିବାକୁ ତେନ୍ଦୁଲକରଙ୍କ ବଡ଼ ପ୍ରସ୍ତାବ

ମୁମ୍ବାଇ,୩୧ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ପ୍ରଚଳିତ ଇମ୍ପାକ୍ଟ ପ୍ଲେୟାର ନିୟମକୁ ହଟାଇବାକୁ ଚାହୁଁଛନ୍ତି ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ଏଥିସହିତ ସେ ଲିଗ୍‌ରେ ବଲ ଓ ବ୍ୟାଟ…

IPL-2026 ଫାଇନାଲ୍‌ରେ ଟସ୍‌ ଜିତିଲା RCB

ଅହମଦାବାଦ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ୨୦୨୬ର ଫାଇନାଲ ମ୍ୟାଚ୍‌ ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଟସ୍‌…

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

Video: ବୈଭବ ସୂର୍ଯ୍ୟବଂଶୀଙ୍କ ଜଣେ ଭଲ ପ୍ରଶଂସକ ହୋଇଯାଇଛନ୍ତି ସଚିନ ତେନ୍ଦୁଲକର , ତାଙ୍କ ପ୍ରଶଂସାରେ କହିଲେ…

ନୂଆଦିଲ୍ଲୀ,୩୧।୫: ‘ବେବି ବସ’ ଭାବରେ ଶୀଘ୍ର ପ୍ରସିଦ୍ଧି ଲାଭ କରୁଥିବା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ଖେଳ ଶୈଳୀ ସହିତ ଏକ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିଛନ୍ତି।…

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri