Posted inଖେଳ

ବିସିସିଆଇ ନିର୍ବାଚନ: ମଧ୍ୟପ୍ରଦେଶ, ଛତିଶଗଡ଼, କର୍ନାଟକ ନିର୍ଦ୍ଦେଶ ପାଳନ କରିବେ

ନୂଆଦିଲ୍ଲୀ, ୧୪ା୯ (ପି.ଟି.)-ଶେଷରେ ଛତିଶଗଡ଼, କର୍ନାଟକ ଏବଂ ମଧ୍ୟ ପ୍ରଦେଶ ରାଜ୍ୟ କ୍ରିକେଟ ଆସୋସିଏଶନ ପ୍ରଶାସକ କମିଟି (ସିଓଏ)ର ନିର୍ଦ୍ଦେଶ ଅନୁସାରେ ସେମାନଙ୍କ ସମ୍ବିଧାନ ସଂଶୋଧନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଫଳରେ କେବଳ ୪ଟି ରାଜ୍ୟ ବାକି ରହିଲେ, ଯେଉଁମାନେ ଏପର୍ଯ୍ୟନ୍ତ ଲୋଧା କମିଟିର ସୁପାରିସ ଅନୁସାରେ ସମ୍ବିଧାନ ସଂଶୋଧନ କରିନାହାନ୍ତି। ଅକ୍ଟୋବର ୨୨ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିର୍ବାଚନ କରାଯିବା ଲାଗି ସ୍ଥିର ହୋଇଥିବାରୁ ଏହା ପୂର୍ବରୁ ନୂଆ ସମ୍ବିଧାନ ଅନୁସାରେ ରାଜ୍ୟ ଆସୋସିଏଶନଗୁଡ଼ିକର ନିର୍ବାଚନ ହେବା ଜରୁରୀ। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି ଏଥିଲାଗି ସେପ୍ଟେମ୍ବର ୨୮ ସମୟସୀମା ଧାର୍ଯ୍ୟ କରିଛନ୍ତି। ଲୋଧା କମିଟି ସୁପାରିସ ଉପରେ ବହୁ ରାଜ୍ୟ ଆସୋସିଏଶନ ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ ସେ ସବୁର ଜବାବ ଚାହିଁଥିଲେ। ତାହାର ଉତ୍ତର ମଧ୍ୟ ଦିଆଯାଇଥିଲା। ସିଓଏ ମୁଖ୍ୟ ବିନୋଦ ରୟ କହିଛନ୍ତି, ଶୁକ୍ରବାର କର୍ନାଟକ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ଆମ ନିକଟକୁ ଆସି ଆଲୋଚନା କରିଛନ୍ତି। ସେମାନେ ନୂଆ ସମ୍ବିଧାନ ଗଠନ ସହ ନିର୍ବାଚନ କରାଇବାକୁ ରାଜି ହୋଇଛନ୍ତି। ଫଳରେ ଲୋଧା କମିଟି ସୁପାରିସକୁ ପାଳନ କରିବା ଲାଗି ଏପର୍ଯ୍ୟନ୍ତ ରାଜି ନ ଥିବା ରାଜ୍ୟ ଆସୋସିଏଶନ ସଂଖ୍ୟା ଏବେ ୪କୁ ଖସିଆସିଛି। ଏହି ରାଜ୍ୟଗୁଡ଼ିକ ହେଲେ ହରିୟାଣା, ତାମିଲନାଡୁ, ଉତ୍ତରାଖଣ୍ଡ ଓ ଅରୁଣାଚଳ ପ୍ରଦେଶ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିଷ୍ଣା ପୁନିଆଙ୍କୁ କରୋନା

ନୂଆଦିଲ୍ଲୀ, ୧୯ା୪(ପି.ଟି.)-ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜୟିନୀ କ୍ରିଷ୍ଣା ପୁନିଆ କରୋନା ସଂକ୍ରମିତ ହୋଇଛନ୍ତି। ରବିବାର ହୋଇଥିବା କୋଭିଡ୍‌ ଟେଷ୍ଟରେ ତାଙ୍କର ପଜିଟିଭ ଆସିଛି। ୪୩...

କରୋନା ଭାଇରସ୍‌: ଜାପାନ ଅଲିମ୍ପିକ କମିଟି ଉପମୁଖ୍ୟ ସଂକ୍ରମିତ

ଟୋକିଓ,୧୮।୩ (ଏଏଫ୍‌ପି)- କରୋନା ଭାଇରସ୍‌ ଦ୍ୱାରା ଜାପାନ ଅଲିମ୍ପିକ କମିଟି ଉପମୁଖ୍ୟ କୋଜୋ ତାସିମା ସଂକ୍ରମିତ ହୋଇଛନ୍ତି। ସେ ନିଜେ ଏ ନେଇ ସ୍ବୀକାର କରିଛନ୍ତି।...

ଓ୍ବାଡା ଗାଇଡ୍‌ଲାଇନ୍‌ ଜାରି

ମଣ୍ଟ୍ରିଲ, ୨୨ା୩ (ଏଏଫ୍‌ପି)-କରୋନା ଭାଇରସ୍‌ ଜନିତ ସମସ୍ୟା କାରଣରୁ ଓ୍ବାଲର୍‌ଡ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ପକ୍ଷରୁ ନୂଆ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ବିଶେଷ...

କିପ୍‌ଚୋଗେ ‘ରନ୍‌ ଆଜ୍‌ ଓ୍ବାନ୍‌’ର ଆମ୍ବାସାଡର ନିଯୁକ୍ତ

ମୁମ୍ବାଇ, ୧୫ା୮ (ପି.ଟି.)- କୋଭିଡ୍‌-୧୯ରେ ପ୍ରଭାବିତ ଲୋକମାନଙ୍କୁ ସାହାଯ୍ୟାର୍ଥେ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ଶନିବାରଠାରୁ ଆରମ୍ଭ ହେବାକୁ ଥିବା ‘ସନ୍‌ଫିଷ୍ଟ ଇଣ୍ଡିଆ ରନ୍‌ ଆଜ୍‌ ଓ୍ବାନ୍‌’...

ଲୋକି ଫର୍ଗୁସନଙ୍କୁ ହୋଇ ନାହିଁ କରୋନା

ମେଲବୋର୍ନ,୧୪।୩- ନ୍ୟୁଜିଲାଣ୍ଡ ପେସର ଲୋକି ଫର୍ଗୁସନ କରୋନା ଭାଇରସରେ ଆକ୍ରାନ୍ତ ନୁହଁନ୍ତ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକଆ ମ୍ୟାଚ୍‌ ପରେ ସେ ତଣ୍ଟି ଦରଜ ହେଉଥିବା...

୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌ ବାତିଲ: ଭାରତ ହେଲା ୨୦୨୨ ସଂସ୍କରଣ ଆୟୋଜକ

ନୂଆଦିଲ୍ଲୀ,୧୮। ୧୧ (ପି.ଟି.): ଭାରତରେ ଆୟୋଜନ ହେବାକୁ ଥିବା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌କୁ ଫିଫା ବାତିଲ କରିଛିି। ଏହା ୨୦୨୦ରେ ଆୟୋଜନ ହେବାର...

ଇତିହାସ ରଚିଲେ କୋହଲି

କାନବେରା,୨।୧୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ...

ସାଣ୍ଟନରଙ୍କ ଛକାରେ ସୁରକ୍ଷା କର୍ମୀ ଆହତ

ହାମିଲଟନ,୧।୧୧- କ୍ରିକେଟ ଏଭଳି ଏକ ଖେଳ କେବେ, କେଉଁଠି ଓ କାହା ସହ ଦୁର୍ଘଟଣା ଘଟିବ ତାହା କହିହେବ ନାହିଁ। ଏଠାରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ...

Advertisement
Archives

Model This Week