ବିଷାକ୍ତ ଛତୁ ଖାଇ ସ୍ବାମୀଙ୍କ ଜୀବନଗଲା, ସ୍ତ୍ରୀଙ୍କ ସମେତ ୩ ଗୁରୁତର

ସମ୍ବଲପୁର,୧୫।୩(ବ୍ୟୁରୋ): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କେଲୋବଲମ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଶନିବାର ଛତୁ ତରକାରୀ ଖାଇ ରମେଶ ଲୁଗୁନ୍‌ଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଅଞ୍ଜଳି ଗୁରୁତର ହୋଇଛନ୍ତି। ସେ ବୁର୍ଲା ଭୀମସାରରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ତାଙ୍କ ପଡ଼ୋଶୀ ପ୍ରଫୁଲ ବାଲାଙ୍କ ଦୁଇ ପୁଅ ଅମନ ଏବଂ ସିମନ ଏହି ବିଷାକ୍ତ ଛତୁ ଖାଇ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସା ପାଇଁ ତାଙ୍କୁ ଜିଲା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ସୂଚନାଯୋଗ୍ୟ, ମୃତକ ରମେଶ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ କିଛି ଛତୁ ଆଣିଥିଲେ। ଘରେ ଛତୁ ତରକାରୀ କରି ଖାଇବା ସହ ପଡ଼ୋଶୀଙ୍କୁ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀନଅରରେ ଗଜପତିଙ୍କ ପୁଷ୍ୟାଭିଷେକ

ପୁରୀ ଅଫିସ, ୧୩ା୧:ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ଶ୍ରୀନଅରଠାରେ ରବିବାର ସନ୍ଧ୍ୟାରେ ସମ୍ପନ୍ନ ହୋଇଛି। ଏଥିରେ ବରୁଣ ପୂଜା, ପଞ୍ଚଦେବତା ପୂଜା, ବର୍ଦ୍ଧନି କଳସୀ...

ବାହାରୁ ଫେରିଥିବା ଲୋକଙ୍କୁ ଖାଦ୍ୟ ମିଳୁ ନ ଥିବା ଅଭିଯୋଗ

କେନ୍ଦୁଝର,୧୭ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ କାଦଡିହା ଗ୍ରାମର ପ୍ରାଥମିକ ସ୍କୁଲରେ ୧୩ ଜଣ ମହିଳା ଓ ପୁରୁଷ ଗତ ୩ ତାରିଖରୁ ଅଲଗା...

ଚିତ୍ରକୋଣ୍ଡାରେ ମାଟ୍ରିକ ବୋର୍ଡ ପରୀକ୍ଷା କେନ୍ଦ୍ର କରିବାକୁ ଦାବି

ଚିତ୍ରକୋଣ୍ଡା,୨୫ା୧୨/(ଡି.ଏନ.ଏ.): ଫେବୃଆରୀ ୧୯ରୁ ମାର୍ଚ୍ଚ-୨ ଯାଏ ମାଟ୍ରିକ ପରୀକ୍ଷା ହେବାକୁ ଘୋଷଣା ମଙ୍ଗଳବାର ଘୋଷଣା କରାଯାଇଛି। ଏହାପରଠାରୁ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳ...

ଅମ୍ଫନ୍‌ ପ୍ରଭାବ, ଗୋପାଳପୁର ବେଳାଭୂମି ଅଶାନ୍ତ

ଗୋପାଳପୁର,୧୯ା୫(ଡି.ଏନ୍‌.ଏ.)- ଅମ୍ଫନ୍‌ ପ୍ରଭାବରେ ମଙ୍ଗଳବାର ଗୋପାଳପୁର ବେଳାଭୂମି ଅଶାନ୍ତ ରହିବା ସହ ବଡବଡ ଜୁଆର ଉଠିଥିଲା। ୨୪ ଘଣ୍ଟାରେ ୦.୫ ମିଲି ବର୍ଷା ରେକର୍ଡ଼ କରାଯାଇଛି।...

ଅବ୍ୟବସ୍ଥା ଘେରରେ ଭୀମ ଭୋଇ ସାମର୍ଥ୍ୟ ଶିବିର

କର୍ଲାମୁଣ୍ଡା,୨୬।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ପ୍ରଶାସନର ଅବହେଳା ଯୋଗୁ ୫୦ରୁ ଊର୍ଦ୍ଧ୍ୱ...

କିରାଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ନିଜେ ଫସିଲେ କମିଶନର: ଯାହା ଖୁସିରେ ଦେବେ ଦିଅନ୍ତୁ କହି ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ

ବଲାଙ୍ଗୀର ଅଫିସ,୧୯।୧୦: ବଲାଙ୍ଗୀରରେ ଦାଦନ ଚାଲାଣ ରୋକିବା ପାଇଁ ଗୋଟିଏ ପଟେ ପୋଲିସ ଅଣ୍ଟା ଭିଡିଥିବା ବେଳେ ଲାଇସେନ୍ସ କରାଇବାକୁ ନେଇ ଫାଇଦା ଉଠାଉଛନ୍ତି, ଶ୍ରମ...

ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ତଦାରଖ କଲେ ଅତିରିକ୍ତ ଜିଲାପାଳ

ବନ୍ତ,୨୯।୩(ଡି.ଏନ୍‌.ଏ.): ଅତିରିକ୍ତ ଜିଲାପାଳ(ରାଜସ୍ବ) ଅରୁଣ କୁମାର ମହାପାତ୍ର ରବିବାର ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ତଦାରଖ କରିଛନ୍ତି। ନିଳୋକ ହାଇସ୍କୁଲସ୍ଥିତ ଅସ୍ଥାୟୀ...

ଡ୍ରପ୍‌ବକ୍ସରେ ମାମଲା ଗ୍ରହଣ କରିବେ ହାଇକୋର୍ଟ: ୨୧ ଯାଏ ସୀମିତ ରହିବ କୋର୍ଟ କାର୍ଯ୍ୟ

କଟକ ଅଫିସ,୩।୮: ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ ପରଠୁ ହାଇକୋର୍ଟରେ ଇ-ଫାଇଲିଂ ବ୍ୟବସ୍ଥା ସହ ଅଫ୍‌ଲାଇନ୍‌ରେ ମାମଲା ଦାଖଲ ବନ୍ଦ ରହିଛି। ଅନ୍‌ଲକ୍‌ ୩ରେ କେତେକ କଟକଣା...

Play 250+ Trending Games
Archives

Model This Week

Why Dharitri