ବିଶ୍ୱ ରେକର୍ଡଠାରୁ ୩୭ ରନ୍‌ ଦୂରରେ କୋହଲି

ମାଞ୍ଚେଷ୍ଟର,୨୬।୬- ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ଏକ ବିଶ୍ୱରେକର୍ଡର ଅଧିକାରୀ ହେବାର ସୁଯୋଗ ରହିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ସେ ଦ୍ରୁତତମ ବ୍ୟାଟ୍ସମ୍ୟାନ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୨୦ ହଜାର ରନ୍‌ ପୂରଣ କରିପାରନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବା ଲାଗି ତାଙ୍କୁ ଆଉ ୩୭ ରନ୍‌ ଦରକାର। କୋହଲି ଏବେ ପର୍ଯ୍ୟନ୍ତ ସମସ୍ତ ଫର୍ମାଟରେ ମୋଟ ୧୯,୯୬୩ ରନ୍‌ କରିସାରିଛନ୍ତି। ଆଉ ୩୭ ରନ୍‌ କଲେ ସଚିନ ତେନ୍ଦୁଲକର (୩୪,୩୫୭) ଓ ରାହୁଲ ଡ୍ରାଭିଡ (୨୪,୨୦୮)ଙ୍କ ପରେ ତୃତୀୟ ଭାରତୀୟ ଭାବେ ସେ ଅନ୍ତର୍ଜାତୀୟ କ୍ରିକେଟରେ ୨୦ ହଜାର ରନ୍‌ ପୂରଣ କରିବେ। ସଚିନ ଓ ବ୍ରାଏନ ଲାରା ୪୫୩ଟି ଇନିଂସ୍‌ରେ ୨୦ ହଜାର ରନ୍‌ ପୂରଣ କରିଥିଲେ। ଅନ୍ୟପକ୍ଷରେ କୋହଲି ଏପର୍ଯ୍ୟନ୍ତ ୧୩୧ ଟେଷ୍ଟ, ୨୨୩ ଦିନିଆ ଓ ୬୨ ଟି୨୦ ମ୍ୟାଚ୍‌କୁ ମିଶାଇ ମୋଟ ୪୧୬ଟି ଇନିଂସ୍‌ ଖେଳିଛନ୍ତି। କୋହଲି ଚଳିତ ବିଶ୍ୱକପ୍‌ରେ ଭଲ ଫର୍ମରେ ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ୮୨, ପାକିସ୍ତାନ ବିପକ୍ଷରେ ୭୭ ଓ ଆଫଗାନିସ୍ତାନ ବିପକ୍ଷରେ ୬୭ ରନ୍‌ର ଇନିଂସ ଖେଳିଛନ୍ତି। ଏଣୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ରେ ଦର୍ଶକଙ୍କ ନଜର ତାଙ୍କ ଉପରେ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ବିକିନିରେ ଦେଖି ହାର୍ଦ୍ଦିକ ପାଣ୍ଡ୍ୟା କହିଲେ..

ଆଇପିଏଲର ୧୪ତମ ସିଜନକୁ ସ୍ଥଗିତ ରଖାଯିବା ପରଠାରୁ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର୍‌ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ପରିବାର ସହିତ ସମୟ ଅତିବାହିତ କରୁଛନ୍ତି। ସେ ସୋସିଆଲ...

୪ ଓଭର, ୪ ମେଡେନ୍‌, ୪ ଉଇକେଟ୍‌: ବିରଳ ରେକର୍ଡ ହାସଲ କଲେ ଏହି ଖେଳାଳି

ସାଧାରଣତଃ କ୍ରିକେଟରେ ପ୍ରତି ମ୍ୟାଚରେ କିଛି ନା କିଛି ରେକର୍ଡ ସୃଷ୍ଟି ହେବାସହ ଭାଙ୍ଗିଥାଏ। ଏମିତି ଏକ ରେକର୍ଡର ଅଧିକାରୀ ହୋଇଛନ୍ତି ନ୍ୟୁଜିଲାଣ୍ଡର ରୋଜମ୍ୟାରି ମେୟାର।...

ବୁମ୍‌ରା, ମନ୍ଧାନାଙ୍କୁ ପୁରସ୍କାର

ବେଙ୍ଗାଲୁରୁ,୨୬ା୧୦(ପି.ଟି.)- ଓ୍ବିଜ୍‌ଡେନ୍‌ ଇଣ୍ଡିଆ ଅଲ୍‌ମାନାକ୍‌ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ଶୁକ୍ରବାର ଘୋଷଣା କରାଯାଇଛି। ୫ଜଣ ବିଜେତାଙ୍କ ମଧ୍ୟରେ ଭାରତର ଦୁଇଜଣ ପ୍ରିମିୟର ସ୍ପିଡ୍‌ଷ୍ଟର...

ଅର୍ଜୁନ ପୁରସ୍କାର: ବୁମ୍‌ରା ମୁଖ୍ୟ ଦାବିଦାର

ନୂଆଦିଲ୍ଲୀ, ୧୪ା୫ (ପି.ଟି.)-ଚଳିତ ବର୍ଷରୁ ଅର୍ଜୁନ ପୁରସ୍କାର ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଜାତୀୟ ଦଳର ପ୍ରମୁଖ ପେସ୍‌ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କ...

ମହିଳା ସିଙ୍ଗଲ୍ସରେ ବେନ୍‌ସିକ୍‌ଙ୍କୁ ସ୍ବର୍ଣ୍ଣ

ଟୋକିଓ,୧ା୮ (ଏପି)-ସୁଇଜରଲାଣ୍ଡର ବେଲିଣ୍ଡା ବେନ୍‌ସିକ୍‌ ଅଲିମ୍ପିକ ଟେନିସ ମହିଳା ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ୧୨ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ବେନ୍‌ସିକ୍‌ ଚେକ୍‌ ରିପବ୍ଲିକର ମାର୍କେଟା ଭୋନ୍ଦ୍ରୋସୋଭାଙ୍କୁ...

ଓ୍ବିଲିୟମ୍ସ ଦକ୍ଷିଣ ଆଫ୍ରିକା କ୍ରିକେଟର କାମଚଳା ସଭାପତି

ଜୋହାନ୍ସବର୍ଗ, ୧୯ା୮ (ପି.ଟି.)-ବେରେସ୍‌ଫୋର୍ଡ ଓ୍ବିଲିୟମ୍ସ କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)ର କାମଚଳା ସଭାପତି ଭାବେ ମନୋନୀତ ହୋଇଥିବାବେଳେ କାମଚଳା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟାକ୍ସ ଫାଉଲ୍‌...

ବିରାଟ ଭଳି ହେବାକୁ ଚାହୁଁଥିଲେ, ଏବେ ତାଙ୍କ ସହ ଖେଳିଲେ ମ୍ୟାଚ୍‌ ବିଜୟୀ ଇନିଂସ; ଜାଣନ୍ତୁ କିଏ ସେହି ୨୦ ବର୍ଷୀୟ ପଡ଼ିକାଲ

ନୂଆଦିଲ୍ଲୀ,୨୩।୪: ଆଇପିଏଲ୍‌ ଆରମ୍ଭ ହେବା ସମୟରେ ଏହା କେବଳ ଟଙ୍କା କମାଇବାର ଏକ ରୋମାଞ୍ଚକ ଲିଗ୍‌ ଥିଲା। ହେଲେ ବିଗତ କିଛି ବର୍ଷ ମଧ୍ୟରେ ବଦଳିଛି...

କୋହଲି ଶ୍ରେଷ୍ଠ ଖେଳାଳି: ଆଫ୍ରିଦୀ

ନୂଆଦିଲ୍ଲୀ,୧୯।୯: ପୂର୍ବତନ ପାକିସ୍ତାନ ଅଧିନାୟକ ତଥା ଅଲରାଉଣ୍ଡର ଶାହିଦ ଆଫ୍ରିଦୀ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି୨୦...

Advertisement
Archives

Model This Week