Posted inଖେଳ

ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ: କ୍ୱାର୍ଟରରେ ସିନ୍ଧୁ, ପ୍ରଣୀଥ

ବାସେଲ (ସୁଇଜରଲାଣ୍ଡ),୨୩।୮(ପିଟି): ଏଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପ୍ରତିଯୋଗିତାରେ ଭାରତୀୟ ତାରକା ଶଟଲର ପି. ଭି. ସିନ୍ଧୁ ଓ ବି. ସାଇ ପ୍ରଣୀଥ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ଏଚ୍‌.ଏସ୍‌. ପ୍ରଣୟ ଓ କିଡାମ୍ବି ଶ୍ରୀକାନ୍ତ ପରାଜୟ ସହ ଟୁର୍ନାମେଣ୍ଟରୁ ବିଦାୟ ନେଇଛନ୍ତି। ଶ୍ରୀକାନ୍ତ ୧୩-୨୧, ୧୪-୨୧ ଗେମ୍‌ରେ କାଣ୍ଟାଫୋନ ଓ୍ବାଙ୍ଗଚାଓରେନଙ୍କଠାରୁ ପରାସ୍ତ ହୋଇଛନ୍ତି। ସେହିଭଳି ପ୍ରଣୟଙ୍କୁ ନଂ୧ ର଼୍ୟାଙ୍କ ଜାପାନିଜ ଷ୍ଟାର କେଣ୍ଟୋ ମୋମୋଟା ୧୯-୨୧, ୧୩-୨୧ ବ୍ୟବଧାନରେ ପରାସ୍ତ କରିଛନ୍ତି। ଅନ୍ୟ ଏକ ପୁରୁଷ ସିଙ୍ଗଲ୍ସ ମ୍ୟାଚ୍‌ରେ ପ୍ରଣୀଥ ବିଶ୍ୱର ୮ମ ର଼୍ୟାଙ୍କ ଆନ୍ଥୋନି ସିନିସୁକା ଗିଣ୍ଟିଂଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୧୯ତମ ସ୍ଥାନରେ ଥିବା ପ୍ରଣୀଥ ୨୧-୧୯, ୨୧-୧୩ ଗେମ୍‌ରେ ଇଣ୍ଡୋନେସିଆର ଆନ୍ଥୋନିଙ୍କୁ ହରାଇ ଦେଇଛନ୍ତି। ବିଜୟ ଲାଗି ତାଙ୍କୁ ୪୨ ମିନିଟ୍‌ ଲାଗିଥିଲା। ସେ ପରବର୍ତ୍ତୀ ରାଉଣ୍ଡରେ ସମ୍ଭବତଃ ଏସିଆନ୍‌ ଗେମ୍ସ ଚାମ୍ପିୟନ ତଥା ୪ର୍ଥ ସିଡ୍‌ ଜୋନାଥନ ଖ୍ରୀଷ୍ଟିଙ୍କୁ ଭେଟିପାରନ୍ତି। ମହିଳା ସିଙ୍ଗଲ୍ସ ମ୍ୟାଚ୍‌ରେ ଦୁଇଥର ରୌପ୍ୟ ପଦକ ବିଜେତା ସିନ୍ଧୁ ଏକତରଫା ମ୍ୟାଚ୍‌ରେ ଆମେରିକାର ବଓ୍ବୋନ ଝାଙ୍ଗଙ୍କୁ ହରାଇଛନ୍ତି। ୩୪ ମିନିଟ ଧରି ଚାଲିଥିବା ପ୍ରିକ୍ୱାର୍ଟର ଫାଇନାଲକୁ ହାଇଦ୍ରାବାଦୀ ଖେଳାଳି ୨୧-୧୪, ୨୧-୬ ଗେମରେ ହାତେଇଛନ୍ତି। ୫ମ ସିଡ୍‌ ଖେଳାଳି ଗତବର୍ଷ ଇଣ୍ଡିଆନ ଓପନ ଫାଇନାଲରେ ସମାନ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ହାରିଥିଲେ। ସିନ୍ଧୁ କ୍ୱାର୍ଟର ଫାଇନାଲରେ ଦ୍ୱିତୀୟ ସିଡ୍‌ ଚାଇନିଜ ତାଇପେର ତାଇ ଜୁ ୟିଙ୍ଗଙ୍କ ସହ ମୁକାବିଲା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିନଥିଲା ଟ୍ରେନ୍‌ ଟଏଲେଟ୍‌ ପାଖରେ ବସି ଯାତ୍ରା କରୁଥିଲେ ଧୋନୀ, ଆଜି ଭାରତର ଶ୍ରେଷ୍ଠ ଅଧିନାୟକ

ଭାରତୀୟ ଦଳର ସବୁଠାରୁ ସଫଳ ଅଧିନାୟକ ଭାବରେ ଜଣାଶୁଣା ମହେନ୍ଦ୍ର ସିଂ ଧୋନୀ ଆଜି ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ରାଞ୍ଚି ପରି ଏକ ଛୋଟ...

ଆଶେସ: ରୋରିଙ୍କ ଶତକ

ବର୍ମିଂହାମ,୩।୮(ପି.ଟି.)- ସ୍ଥାନୀୟ ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଆଶେସ୍‌ ଟେଷ୍ଟରେ ଘରୋଇ ଇଂଲଣ୍ଡ ପ୍ରାରମ୍ଭିକ ଝଟ୍‌କା ଖାଇବା ସତ୍ତ୍ୱେ ଭଲ ପ୍ରଦର୍ଶନ କରିଛି।...

୬୦ ରନ୍‌ରେ ଅଲଆଉଟ୍‌

ଢାକା,୧।୯: ସ୍ଥାନୀୟ ଶେରେ ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ବୁଧବାର ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ମାତ୍ର ୬୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି।...

ମହାନ ଖେଳାଳିଙ୍କୁ ପଛରେ ଛାଡ଼ିଲେ ରୋହିତ

ଲିଡ୍ସ,୨୭।୮: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ଓପନର ରୋହିତ ଶର୍ମା ୫୯ ରନ୍‌ର ଇନିଂସ ଖେଳିଛନ୍ତି। ତାଙ୍କ ଅର୍ଦ୍ଧଶତକୀୟ ପାଳିରେ ସାମିଲ...

ପୂର୍ବତନ ସିଏସ୍‌କେ ଖେଳାଳିଙ୍କ ଅବସର

ଚେନ୍ନାଇ, ୨୮।୧୨- ପୂର୍ବତନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ସ୍ପିନର ଶଦାବ ଜାକାତି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଏ ନେଇ ଟୁଇଟର...

ଈଶାନ୍ତଙ୍କୁ ସମ୍ବର୍ଦ୍ଧିତ କଲେ ରାଷ୍ଟ୍ରପତି

ଅହମ୍ମଦାବାଦ,୨୪।୨: ଭାରତୀୟ ପେସର ଈଶାନ୍ତ ଶର୍ମା ବୁଧବାର କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିଛନ୍ତି। ନରେନ୍ଦ୍ର ମୋଦିଙ୍କ ନାମରେ ନାମିତ ହୋଇଥିବା ଷ୍ଟାଡିୟମରେ ଇଂଲଣ୍ଡ ଓ ଭାରତ...

ଡେବ୍ୟୁରେ କୃନାଲଙ୍କ ଦ୍ରୁତତମ ଅର୍ଦ୍ଧଶତକ

ପୁଣେ,୨୪।୩: ପଦାର୍ପଣରେ ୩୦ ବର୍ଷୀୟ ଭାରତୀୟ ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା ଦ୍ରୁତତମ ଅର୍ଦ୍ଧଶତକ ହାସଲ କରି ରେକର୍ଡ କରିଛନ୍ତି। ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସି...

ବିକାଶଙ୍କ ଦ୍ୱିତୀୟ ପ୍ରଫେଶନାଲ ବାଉଟ୍‌

ନ୍ୟୁୟର୍କ, ୨୦ା୪ (ପି.ଟି.)-ଭାରତୀୟ ବକ୍ସର ବିକାଶ କ୍ରିଷନ ତାଙ୍କ ଦ୍ୱିତୀୟ ପ୍ରଫେଶନାଲ ବାଉଟ୍‌ରେ ଆମେରିକାର ନୋଆ କିଡ୍‌ଙ୍କୁ ଭେଟିବେ। ଏହି ମୁକାବିଲା ଶନିବାର ସ୍ଥାନୀୟ ଆଇକନିକ...

Advertisement
Archives

Model This Week