Posted inଖେଳ

ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ ଆୟୋଜନ ଅଧିକାର ହରାଇଲା ଭାରତ

ନୂଆଦିଲ୍ଲୀ, ୨୯ା୪ (ପି.ଟି.)- ଆୟୋଜକ ଫି’ ଦାଖଲ କରିପାରି ନ ଥିବାରୁ ଭାରତ ପୁରୁଷ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ ୨୦୨୧ ଆୟୋଜନ ଅଧିକାର ହରାଇଛି। ଇଭେଣ୍ଟର ଆୟୋଜନ ପାଇଁ ୨୦୧୭ରେ ସ୍ବାକ୍ଷରିତ ହୋଇଥିବା ଚୁକ୍ତିକୁ ରଦ୍ଦ କରାଯାଇଛି। ଇଣ୍ଟରନ୍ୟାଶନାଲ ଆମେଚର ବକ୍ସିଂ ଆସୋସିଏଶନ (ଆଇବା) ତରଫରୁ ମଙ୍ଗଳବାର ଘୋଷଣା କରାଯାଇଛି। ହୋଷ୍ଟ ସିଟି ଏଗ୍ରିମେଣ୍ଟ ଅନୁସାରେ ନୂଆଦିଲ୍ଲୀ ଆବଶ୍ୟକ ଫି’ ଦାଖଲ କରିପାରି ନ ଥିଲା। ଚୁକ୍ତି ରଦ୍ଦ କରାଯିବା ଦ୍ୱାରା ଜରିମାନା ବାବଦରେ ଭାରତ ୫୦୦ ଆମେରିକୀୟ ଡଲାର ଦେବ। ଭାରତରେ ପ୍ରଥମ ଥର ପାଇଁ ପୁରୁଷ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଥାନ୍ତା। ଏହି ଇଭେଣ୍ଟ ବର୍ତ୍ତମାନ ସର୍ବୀୟ ସହର ବେଲ୍‌ଗ୍ରେଡ୍‌ରେ ହେବ। ଏହି ବଡ଼ ଇଭେଣ୍ଟର ଆୟୋଜନ ସକାଶେ ସର୍ବିୟା ନିକଟରେ ସମସ୍ତ ପ୍ରକାର ସାମର୍ଥ୍ୟ ରହିଛି ବୋଲି ଆଇବା ସଭାପତି ମହମ୍ମଦ ମୋସ୍ତାସେନ୍‌ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୁମ୍‌ରା ସବୁଠାରୁ ଚତୁର ଦ୍ରୁତ ବୋଲର: ଅଖ୍‌ତାର

ନୂଆଦିଲ୍ଲୀ,୨।୧(ପି.ଟି.): ଭାରତୀୟ ତାରକା ଦ୍ରୁତ ବୋଲର ଯଶ୍‌ପ୍ରୀତ ବୁମ୍‌ରାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପାକିସ୍ତାନ ପୂର୍ବତନ ପେସର ସୋଏବ ଅଖ୍‌ତର। ଏବେ ବୁମ୍‌ରା ବିଶ୍ୱର ସବୁଠାରୁ...

ଜିସିଏ ସଭାପତି ପଦରୁ ଅମିତ ଶାହାଙ୍କ ଇସ୍ତଫା

ମୁମ୍ବାଇ,୨୮।୯: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଗୁଜରାଟ କ୍ରିକେଟ ଆସୋସିଏଶନ (ଜିସିଏ) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଫଳରେ ଜିସିଏ ସଭାପତି ପଦ ଖାଲି...

ହମ୍ପି ଜିତିଲେ ବିବିିସି ପୁରସ୍କାର

ନୂଆଦିଲ୍ଲୀ, ୯ା୩ (ପି.ଟି.)-ବିବିସି ଇଣ୍ଡିଆନ ସ୍ପୋଟର୍‌ସଓମ୍ୟାନ ଅଫ୍‌ ଦି ଇୟର ପୁରସ୍କାରର ଦ୍ୱିତୀୟ ସଂସ୍କରଣ ଫଳାଫଳ ସୋମବାର ପ୍ରକାଶ ପାଇଛନ୍ତି। ବର୍ତ୍ତମାନ ରାପିଡ୍‌ ଫର୍ମାଟରେ ରହିଥିବା...

କେକେଆର୍‌ ପାଇଁ ଖୁସି ଖବର

ଶାରଜା,୮।୧୦: ପ୍ଲେ-ଅପ୍‌ରେ ପ୍ରାୟତଃ ସ୍ଥାନ ପକ୍କା କରିସାରିଥିବା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ପାଇଁ ଏକ ଖୁସି ଖବର। ଆସନ୍ତା ସୋମବାର ହେବାକୁ ଥିବା ଏଲିମିନେଟର...

ଜାତୀୟ ମହିଳା ଫୁଟ୍‌ବଲ କ୍ୟାମ୍ପ : ଓଡ଼ିଶାରୁ ଯବାମଣି, ପ୍ୟାରୀ

ନୂଆଦିଲ୍ଲୀ, ୨୨ା୧୧ (ପି.ଟି.)-ଭାରତୀୟ ସିନିୟର ମହିଳା ଦଳର କ୍ୟାମ୍ପ ଡିସେମ୍ବର ୧ରୁ ଗୋଆରେ ଆରମ୍ଭ ହେବ। କରୋନା ଭାଇରସ୍‌ ପାଇଁ ଲକ୍‌ଡାଉନ୍‌ ପରେ ଏହା ମହିଳା...

୭୩ ବର୍ଷ ହେବ ଯାହା ଘଟି ନ ଥିଲା ତାହା କରିଦେଖାଇଲେ ସୁନ୍ଦର

ବ୍ରିସବେନ୍‌,୧୭।୧: ଅଷ୍ଟ୍ରେଲିଆ ବିପକ୍ଷରେ ବ୍ରିସବେନ୍‌ ଟେଷ୍ଟରେ ଡେବ୍ୟୁ କରୁଥିବା ଓ୍ବାଶିଂଟନ୍‌ ସୁନ୍ଦର କମାଲ ପ୍ରଦର୍ଶନ କରିଛନ୍ତି। ତାମିଲନାଡୁର ଏହି ଖେଳାଳି ନିଜ ପ୍ରଥମ ଟେଷ୍ଟରେ ଇତିହାସ...

ବିଶ୍ୱର ଏକମାତ୍ର ଅଧିନାୟକ ଭାବେ ଧୋନୀଙ୍କ ନାମରେ ରହିଛି ଏହି କୀର୍ତ୍ତିମାନ

ନୂଆଦିଲ୍ଲୀ, ୧୬।୮: ଭାରତୀୟ କ୍ରିକେଟ୍‌ର ସବୁଠାରୁ ସଫଳ ଅଧିନାୟକ ବିବେଚିତ ହୋଇଥିବା ମହେନ୍ଦ୍ର ସିଂ ଧୋନୀ ଶନିବାର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଗ୍ରହଣ କରିଛନ୍ତି। ଧୋନୀ...

ଓ୍ବାଲର୍‌ଡ ଆଥ୍‌ଲେଟିକ୍ସ: ଭାରତୀୟ ରିଲେ ଦଳରେ ଦୂତୀ

ଭୁବନେଶ୍ୱର, ୭।୪(କ୍ରୀଡ଼ା ପ୍ରତିନିଧି)- ଟୋକିଓ ଅଲିମ୍ପିକ୍ସ ପାଇଁ ରିଲେ ଟ୍ରାଏଲ ଇଭେଣ୍ଟ ପୋଲାଣ୍ଡର ସିଲେସିଆସ୍ଥିତ ଚୋର୍ଜୋଠାରେ ମେ’ ୧ ଓ ୨ ତାରିଖରେ ଅନୁଷ୍ଠିତ ହେବ।...

Advertisement


Archives

Model This Week