ବିଶ୍ୱସ୍ତରୀୟ ହେବ ଏସ୍‌ସିବି ମେଡିକାଲ: ଦିଗ୍‌ଦର୍ଶନ ଦେବେ ୧୦ ଅଭିଜ୍ଞ ଡାକ୍ତର

କଟକ ଅଫିସ,୨।୩: ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ ଚିକିତ୍ସାଳୟ ଭାବେ ଗଢ଼ିତୋଳିବା ଦିଗରେ ପ୍ରୟାସ କରୁଛନ୍ତି ରାଜ୍ୟ ସରକାର। ଏଥିପାଇଁ ପୂର୍ବରୁ ପ୍ରାୟ ୧୦ହଜାର କୋଟି ଟଙ୍କାର ଯୋଜନା ଘୋଷଣା କରାଯାଇଛି। ଟଙ୍କା କେମିତି ଖର୍ଚ୍ଚ କରାଯିବ, କେଉଁ ସବୁ ଚିକିତ୍ସା ସୁବିଧା ପ୍ରଦାନ କରାଯିବ ଏବଂ ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବା ଦିଗରେ କ’ଣ ସବୁ ପଦକ୍ଷେପ ନିଆଯିବ, ସେନେଇ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବା ପାଇଁ ୧୦ଜଣ ଅଭିଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିରେ ୭ଜଣ ପଦ୍ମ ପୁରସ୍କାରପ୍ରାପ୍ତ ଡାକ୍ତର ଅଛନ୍ତି। ଏ ନେଇ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ଡାକ୍ତରମାନଙ୍କ ନାମ ଘୋଷଣା କରିଛନ୍ତି। ସେମାନେ ହେଲେ ହୃଦ୍‌ରୋଗ ବିଶେଷଜ୍ଞ ପଦ୍ମଭୂଷଣ ଡା. ରମାକାନ୍ତ ପଣ୍ଡା, ହୃଦ୍‌ରୋଗ ବିଶେଷଜ୍ଞ ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ଡା. ଦେବୀ ସେଠୀ, ହୃଦ୍‌ରୋଗ ବିଶେଷଜ୍ଞ ପଦ୍ମଭୂଷଣ ଡା. ଶ୍ରୀନାଥ ରେଡ୍ଡୀ, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ପ୍ରଫେସର ପଦ୍ମଶ୍ରୀ ସୁବ୍ରତ ଆଚାର୍ଯ୍ୟ, କିଡ୍‌ନୀ ରୋଗ ବିଶେଷଜ୍ଞ ପଦ୍ମଶ୍ରୀ ପ୍ରଫେସର ମୁକୁତ୍‌ ମିଞ୍ଜ, କର୍କଟରୋଗ ବିଶେଷଜ୍ଞ ପଦ୍ମଶ୍ରୀ ଡା. ଦିଗାମ୍ବର ବେହେରା, କର୍କଟ ରୋଗ ବିଶେଷଜ୍ଞ ପଦ୍ମଶ୍ରୀ ଡା. ରାଜନ୍‌ ବାଡୱେ, ମେଡିସିନ ବିଶେଷଜ୍ଞ ଡା. ଜଗତ ନାରୁଲା, ଏଲ୍‌.ଭି. ପ୍ରସାଦ ଚକ୍ଷୁ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଡା. ଜିଏନ୍‌. ରାଓ ଏବଂ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର। ଏହି ଟିମ୍‌ର ସଂଯୋଜକ ଭାବେ କାମ କରିବେ ମେଡିକାଲ୍‌ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ(ଡିଏମ୍‌ଇଟି)ର ନିର୍ଦ୍ଦେଶକ। ଏମାନଙ୍କ ମଧ୍ୟରେ ଡା. ରମାକାନ୍ତ ପଣ୍ଡା, ଡା. ସୁବ୍ରତ ଆଚାର୍ଯ୍ୟ, ଡା. ଦିଗାମ୍ବର ବେହେରା ଏବଂ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏସ୍‌ସିବି ମେଡିକାଲର ପୁରାତନ ଛାତ୍ର। ଏହି ଅଭିଜ୍ଞ ଡାକ୍ତରମାନେ ଅନେକ ବିରଳ ଅସ୍ତ୍ରୋପଚାର ଏବଂ ଗବେଷଣା ପାଇଁ ଦେଶ ଓ ଦେଶ ବାହାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ୫-ଟି ଅଭିଯାନରେ ଗତ ନଭେମ୍ବରରେ ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ ବା ଏମ୍‌ସ ପ୍ଲସ ହସ୍ପିଟାଲରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏପରି କି ପ୍ରାୟ ଏକ ହଜାର କୋଟି ଟଙ୍କାର ଅନୁଦାନ ଯୋଗାଇ ଦେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏସ୍‌ସିବି ମେଡିକାଲକୁ ସମ୍ପ୍ରସାରଣ କରିବା ପାଇଁ ଆଖପାଖ ଅଞ୍ଚଳରୁ ଉଚ୍ଛେଦ ଚାଲିଛି। ରାଜ୍ୟରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉକ୍ତ ମେଡିକାଲ ଅନେକ ଗୌରବ ହାସଲ କରିଛି। ଏପରି କି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆଶାର କିରଣ ସାଜିଛି। ଏଣୁ ଏହାର ବିକାଶ ଦିଗରେ ଉପରୋକ୍ତ ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜାରି ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଦେଉଛନ୍ତି, ପ୍ରଶାସନ ଦେଉନି

ଅନୁଗୋଳ ଅଫିସ, ୨୨।୫ କରୋନା ମୁକାବିଲା ପାଇଁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ବହୁ ପୂର୍ବରୁ ପ୍ରସ୍ତୁତି କରାଯାଇଥିଲା। ଘନ ଘନ ବୈଠକ ସହ କି...

ଖରସ୍ରୋତା ନଦୀବନ୍ଧ ରାସ୍ତା ଶୋଚନୀୟ: ଯାତାୟାତରେ ଅସୁବିଧା

ବିଞ୍ଝାରପୁର,୭।୭(ଡି.ଏନ.ଏ)- ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଖରସ୍ରୋତା ନଦୀବନ୍ଧ ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇଛି। ନଦୀରୁ ବାଲି ଉଠାଇ ଟ୍ରାକ୍ଟର ଓ ଟ୍ରକ୍‌ଗୁଡିକ ଏହି ରାସ୍ତାଦେଇ...

CORONAVIRUS UPDATE: ରାଜ୍ୟରୁ ଆଜି ୪୨୪୨ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୪ ହଜାର ଟପିଲା

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ସୋମବାର ମୋଟ୍‌ ୩୦ ଜିଲାରୁ ୪,୨୪୨ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧, ୮୪,୧୨୨ରେ ପହଞ୍ଚିଥିବା...

ଶିଶୁ ଅପହରଣ କରି ବିକ୍ରି ଘଟଣା: ୨ ମହିଳାଙ୍କ ସମେତ ୬ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୨୪ା୯-ବ୍ରହ୍ମପୁର ସହରରେ ଶିଶୁ ଅପହରଣ ଓ ପରେ ବିକ୍ରି ଘଟଣାର ପର୍ଦ୍ଦାଫାଶ କରିଛି ଗୋଷାଣି ନୂଆଗାଁ ପୋଲିସ। ପୂରା ଘଟଣାକ୍ରମରେ ସମ୍ପୃକ୍ତ ଥିବା ୨...

ଘରେ ବସି କଳା ଦିବସ ପାଳନ କଲା କୋଶଲ ରାଜ୍ୟ ସମନ୍ବୟ ସମିତି

ବଲାଙ୍ଗୀର ଅଫିସ, ୧ା୪: କୋଶଲ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ ଏପ୍ରିଲ ୧କୁ କଳା ଦିବସ ପାଳନ କରାଯାଇଛି। କରୋନା ସଂକ୍ରମଣକୁ ଆଖି ଆଗରେ ରଖି...

ରାଜଧାନୀରେ କରୋନା ସତର୍କତା: ସର୍ବସାଧାରଣସ୍ଥାନକୁ ସଂକ୍ରମଣ ମୁକ୍ତ କରିବାକୁ ବିଶୋଧକ ସ୍ପ୍ରେ

ଭୁବନେଶ୍ୱର,୩୧।୩(ବ୍ୟୁରୋ): ରାଜଧାନୀରେ କରୋନା ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସର୍ବସାଧାରଣସ୍ଥାନକୁ ସଂକ୍ରମଣମୁକ୍ତ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ବିଏମ୍‌ସିର ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱରର ବାପୁଜି...

ଖୋଜି ଖୋଜି ୩ ମାଓବାଦୀଙ୍କୁ ଧରିଲେ

ମାଲକାନଗିରି,୮ା୯(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ଯବାନଙ୍କୁ ବଡ଼ ସଫଳତା ମିଳିଛି। ସର୍ଚ୍ଚ ଅପରେଶନବେଳେ ମାଓବାଦୀଙ୍କ ଏକ ସ୍ମାରକୀ ସ୍ତୂପକୁ ଭଙ୍ଗାଯିବା ସହ ବିଜାପୁର ଜିଲା ବାସାଗୁଡ଼ା...

୧୦୪୭ କୋଟିର ଯୋଜନା ଅନୁମୋଦନ

ଜଗତ୍‌ସିଂହପୁର ଅଫିସ, ୨୫ା୧୨: ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଶୁକ୍ରବାର ଅପରାହ୍ନରେ ଜିଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୨୦୨୧-୨୨...

Advertisement
Archives

Model This Week