Posted inଫୁରସତ

ବିଶ୍ୱର ସବୁଠାରୁ ମହଙ୍ଗା ଫଳ: ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ଅନେକ ସମୟରେ ବଜାରରେ ଫଳର ଦାମ ମହଙ୍ଗା ଥାଏ। ଏହାକୁ କିଣିବା ସମୟରେ ଯଦି କିଲୋଫିଛା କାହାରା ଦାମ ୪୦୦ କିମ୍ବା ୫୦୦ ଟଙ୍କା ହୋଇଯାଏ ତେବେ ତାହା ବହୁତ ମୂଲ୍ୟ ବୋଲି ଅନୁଭୂତ ହୋଇଥାଏ। ତେବେ ଏପରି କିଛି ଫଳ ଅଛି ଯାହାର କିଲୋ ପିଛା ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା। ଯାହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଥାଏ କିଣିବା ତ ଦୂରର କଥା। ଜାଣନ୍ତୁ ଦୁନିଆର କିଛି ମହଙ୍ଗା ଫଳ ବିଷୟରେ, ଯାହା ଜଣେ ସାଧାରଣ ଲୋକ କିଣିବାକୁ ମଧ୍ୟ ଚିନ୍ତା କରିପାରିବ ନାହିଁ।

ଏ ହେଉଛି ୟୁବ୍ରୀ ଖରଭୁଜ ଯାହା ସବୁଠୁ ମହଙ୍ଗା ଫଳ । ଏହା ଜାପାନାରେ ହିଁ ମିଳିଥାଏ କାହିଁକିନା ଜାପାନର ବାହାରେ ଏହା କ୍ୱଚିତ ରପ୍ତାନୀ ହୋଇଥାଏ। ଏହାକୁ ସୂର୍ଯ୍ୟ କିରଣଠାରୁ ଦୂରରେ ଥିବା ଏକ ସବୁଜ ଗୃହରେ ଚାଷ କରାଯାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହାର ଯୋଡା ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା, ଗୋଟିଏର ଦାମ୍‌ ୧୦ ଲକ୍ଷ ଟଙ୍କା।

ତାଇୟୋ ନୋ ଟାମାଗୋ (ସୂର୍ଯ୍ୟର ଅଣ୍ଡା) ଏହା ହେଉଛି ଏକ ପ୍ରକାରର ଆମ୍ବ, ଯାହା ଦୁନିଆର ସବୁଠାରୁ ମହଙ୍ଗା ଆମ୍ବ ବୋଲି କୁହାଯାଏ। ଏହା ଜାପାନର ମିୟାଜାକି ପ୍ରଦେଶରେ ଚାଷ କରାଯାଏ ଏବଂ ତା’ପରେ ସାରା ଦେଶରେ ବିକ୍ରି ହୁଏ। ଏହି ଆମ୍ବର ଏକ କିଲୋ ମୂଲ୍ୟ ତିନି ଲକ୍ଷରୁ ଅଧିକ।

ଏହା ହେଉଛି ରୁବି ବା ରୋମାନର ଅଙ୍ଗୁର। ଜାପାନର ଏହି ପ୍ରଜାତିର ଅଙ୍ଗୁର ଦୁନିଆର ସବୁଠାରୁ ମହଙ୍ଗା ଫଳ ମଧ୍ୟରେ ସ୍ତାନପାଇଛି। ଗତ ବର୍ଷ ଏହି ଅଙ୍ଗୁରର ଏକ ପେନ୍ଥା ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା, ଯେଉଁଥିରେ ୨୪ଟି ଅଙ୍ଗୁର ଥିଲା। ମହଙ୍ଗା ହୋଇଥିବାରୁ ଏହାକୁ ‘ଧନୀମାନଙ୍କର ଫଳ’ ମଧ୍ୟ କୁହାଯାଏ।

ଏହି ହଳଦିଆ ସପୁରୀ ବିଶ୍ୱର ମହଙ୍ଗା ଫଳ ମଧ୍ୟରେ ଅନ୍ୟତମ ଏହା ଇଂଲଣ୍ଡ ‘ଗାର୍ଡେନ ଅଫ ହେଲିଗାନ’ ମିଳିଥାଏ। ଏହା ପ୍ରସ୍ତୁତ ହେବାକୁ ପ୍ରାୟ ଦୁଇ ବର୍ଷ ଲାଗେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହାର ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା।

ଆପଣ କେବେ ଏକ ବର୍ଗାକାର ତରଭୁଜ ଦେଖିଛନ୍ତି କି? କେବଳ ଗୋଲାକାର ନୁହେଁ ବରଂ ବଗାକାର୍ର ତରଭୁଜ ମଧ୍ୟ ଅଛି। ସେଗୁଡିକ ଜାପାନରେ ଚାଷ କରାଯାଏ । ଏହିପରି ଏକ ବର୍ଗ ତରଭୁଜର ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କା, ଯାହାର ଓଜନ ପ୍ରାୟ ପାଞ୍ଚ କିଲୋ ବାସ୍ତବରେ, ଏହି ତରଭୁଜଗୁଡିକ ବର୍ଗରେ ପରିଣତ ହୁଏ କାରଣ ସେଗୁଡ଼ିକ ଏକ ବର୍ଗ ବାକ୍ସ ଭିତରେ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

NEET ମାମଲାରେ ଟେଲିଗ୍ରାମ ବନାମ ସରକାର: ସରକାର ହ୍ବାଟସଆପ-ଫେସବୁକକୁ ଛାଡି କେବଳ ଟେଲିଗ୍ରାମକୁ କାହିଁକି ବ୍ୟାନ କଲେ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୧୮।୬: NEET ପେପର୍‌ ଲିକ ମାମଲା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଭାରତ ସରକାର ବୁଧବାର ଟେଲିଗ୍ରାମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛନ୍ତି। ଜୁନ ୨୨…

୨୦୨୭ ଆଇପିଏଲ୍‌ ଆଗୁଆ ହୋଇପାରେ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୮ା୬- ମେ’ ମାସର ଅତ୍ୟଧିକ ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ଲାଗି ବିସିସିଆଇ ଆଇପିଏଲ୍‌କୁ ଆଗୁଆ କରିବାକୁ ଯୋଜନା ଚଳାଇଛି। ଆସନ୍ତା ବର୍ଷଠାରୁ ପରବର୍ତ୍ତୀ ସଂସ୍କରଣ ଲାଗି ମାର୍ଚ୍ଚ…

ମ୍ୟାଚ୍‌ ପୂର୍ବରୁ ଟ୍ରେନିଂ କ୍ୟାମ୍ପ ପାଖରେ ଖସିଲା ଡ୍ରୋନ

ଗୁଆଡାଲାଜାରା,୧୮ା୬: ମେକ୍ସିକୋ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଦକ୍ଷିଣ କୋରିଆର ଜାତୀୟ ଫୁଟବଲ ଦଳର ଟ୍ରେନିଂ କ୍ୟାମ୍ପ ପାଖରେ ଗୁରୁବାର ଉଡ଼ୁଥିବା ଏକ ଡ୍ରୋନକୁ ମେକ୍ସିକାନ ସାମରିକ ବାହିନୀ…

ଭାଜପାରେ ଯୋଗଦେବେ ହେମନ୍ତ ସୋରେନ! NDA ବିଧାୟକ ଦେଲେ ବଡ଼ ଅଫର

ରାଞ୍ଚି,୧୮।୬: ଝାଡ଼ଖଣ୍ଡରେ ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ପରେ, ଭାଜପା ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ପରିମଳ ନାଥୱାନୀ ବିଜୟୀ ହୋଇଥିଲେ। କଂଗ୍ରେସକୁ ଝଟକା ଲାଗିଥିଲା କାରଣ…

ଘସିପୁରା ପୋଲିସକୁ ଆକ୍ରମଣ-ଦାଦାଗିରି: ୧୮ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ହାଟଡିହୀ,୧୮।୬(ଶୁଭକାନ୍ତ ନାୟକ): କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଓ ଧମକ ଚମକ ଦେବା ଘଟଣାରେ ଶେଷରେ ପୋଲିସକୁ ମିଳିଛି ବଡ଼ ସଫଳତା। କେନ୍ଦୁଝର ଜିଲା ଘସିପୁରା ଥାନା…

Video: ପ୍ରକୃତ ବିଜୟ ପୂର୍ବରୁ ଉତ୍ସବ ପାଳିଲେ ଖେଳାଳି, ତା’ପରେ ପୁଣି ପଡ଼ିଆକୁ ଫେରିଲେ, ହେଲେ ପୂର୍ବରୁ ଷ୍ଟମ୍ପଗୁଡ଼ିକୁ ଟାଣି ସାରିଥିଲେ

ନୂଆଦିଲ୍ଲୀ,୧୮।୬: ଛତିଶଗଡ଼ କ୍ରିକେଟ ପ୍ରିମିୟର ଲିଗର ତୃତୀୟ ସଂସ୍କରଣରେ ଶେଷ ଓଭରର ଘଟଣାଗୁଡ଼ିକ ବହୁତ ମଜାଦାର ଥିଲା। ପରାଜିତ ଦଳ ସ୍ବାଭାବିକ ଭାବରେ ନିରାଶ ହୋଇଥିଲେ ମଧ୍ୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri