ବିଶ୍ୱବ୍ୟାଙ୍କ ଅନୁଦାନ ଅର୍ଥ ମିଳିବାରେ ବିଳମ୍ବ

ତିହିଡ଼ି, ୧୯।୭ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ପାଳିଆବିନ୍ଧାସ୍ଥିତ ବିରଞ୍ଚିନାରାୟଣ ମାଧବ ଅର୍ଜୁନ(ବିଏନ୍‌ଏମ୍‌ଏ) କଲେଜର ଭିତ୍ତିଭୂମି ବିକାଶ ପାଇଁ ବିଶ୍ୱବ୍ୟାଙ୍କ ପକ୍ଷରୁ ୧୦ କୋଟି ଟଙ୍କାର ସହାୟତା ରାଶି ମଞ୍ଜୁର ହୋଇଥିଲା। ଏହି ଅନୁଦାନ ଅର୍ଥ ମିଳିବାରେ ଅହେତୁକ ବିଳମ୍ବ ଘଟିଛି। ଫଳରେ କଲେଜର ଭିତ୍ତିଭୂମି ବିକାଶ ହୋଇପାରୁ ନାହିଁ। ଦୁଇମାସ ପୂର୍ବେ କଲେଜର ଅଧ୍ୟକ୍ଷ ଡ. ଅଜିଜୁର ରହେମାନ ଓଏମ୍‌ୟୁରେ ସ୍ବାକ୍ଷର କରିସାରିଥିଲେ ମଧ୍ୟ ଅନୁଦାନ ଅର୍ଥ ମଳିପାରି ନାହିଁ ବୋଲି ଜଣାଯାଇଛି।
ଉଲ୍ଲେଖନୀୟ ଯେ, ୨୦୧୭ରେ ରାଜ୍ୟ ସରକାରଙ୍କ ଜରିଆରେ ଅର୍ଥ ସହାୟତା ସକାଶେ କଲେଜ ପକ୍ଷରୁ ଆବେଦନ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଚିଠି ନମ୍ବର ୬୬୩/୨।୩।୧୯ ଅନୁଯାୟୀ କଲେଜକୁ ୧୦କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ଟଙ୍କାରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଛାତ୍ରଙ୍କ ନିମନ୍ତେ ହଷ୍ଟେଲ ନିର୍ମାଣ, ଆବଶ୍ୟକ ଶ୍ରେଣୀଗୃହ, ଅତ୍ୟାଧୁନିକ ପାନୀୟଜଳ ବ୍ୟବସ୍ଥା ଓ ଶୌଚାଳୟ, ଲାବୋରେଟୋରି, ପାଠାଗାର ଓ କମ୍ପ୍ୟୁଟର ଗୃହ, ସ୍ବତନ୍ତ୍ର ବିଭାଗ ପ୍ରକୋଷ୍ଠ ନିର୍ମାଣ ଓ ସ୍ବତନ୍ତ୍ର ବିଦ୍ୟୁତ୍‌ ସଂଯୋଗ ବ୍ୟବସ୍ଥା ହେବା ସହ କଲେଜରେ ଥିବା ବିଭିନ୍ନ ସମସ୍ୟାର ଦୂରୀକରଣ ହୋଇପାରିବ ବୋଲି କୁହାଯାଇଥିଲା। ୟୁଜିସି ନାକ୍‌ ମାନ୍ୟତାପ୍ରାପ୍ତ ଜିଲାର ଏହି ପୁରାତନ ଶିକ୍ଷାନୁଷ୍ଠାନର ନବୀକରଣ ପାଇଁ ଉଦ୍ଦିଷ୍ଟ ଏହି ସହାୟତା ରାଶି ମିଳିବାରେ ବିଳମ୍ବ ହୋଇଛି। ପୂର୍ବତନ ଅଧ୍ୟକ୍ଷ ପ୍ରାଧ୍ୟାପକ କମଳାକାନ୍ତ ବିଶ୍ୱାଳଙ୍କ ଉଦ୍ୟମକ୍ରମେ ମଞ୍ଜୁର ହୋଇଥିବା ଅନୁଦାନ ତୁରନ୍ତ ମିଳିବା ଲାଗି ବର୍ତ୍ତମାନର ଅଧ୍ୟକ୍ଷ ଡ. ରହେମାନ ଉଦ୍ୟମ କରୁଥିଲେ ମଧ୍ୟ ଏଥିରେ ଅହେତୁକ ବିଳମ୍ବ ଘଟିଛି। ଏ ସମ୍ପର୍କରେ ଅଧ୍ୟକ୍ଷ ଡ. ରହେମାନ ବିଶ୍ୱବ୍ୟାଙ୍କ ଅର୍ଥରାଶି ପାଇଁ ସେ ତତ୍ପରତା ପ୍ରକାଶ କରିଛନ୍ତି। ଏପରିକି ଦୁଇମାସ ପୂର୍ବେ ଓଏମୟୁରେ ସ୍ବାକ୍ଷର କରିଥିଲେ ମଧ୍ୟ ସହାୟତା ରାଶି ମିଳିବାରେ ବିଳମ୍ବ ହେବା ପରିତାପର ବିଷୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ବର୍ଷରେ ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍‌କା, ପାସ୍‌ ପରିପାରିଲେନି ଗୋଟିଏ ବି ବିଲ୍‌

ନୂଆଦିଲ୍ଲୀ,୧୭।୪: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଏବେ ପାଇପ୍‌ ଖୋଲିଲେ ଆସିବ LPG, ଓଡ଼ିଶାର ଏହି ରୁଟ୍‌ରେ ଆସିବ ପାଇପ୍‌ଲାଇନ

ନୂଆଦିଲ୍ଲୀ,୧୭।୪: ଭାରତ ସରକାର ଦେଶର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଯୋଗାଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବା ଏବଂ ଏହାର ସୁରକ୍ଷା ବୃଦ୍ଧି କରିବା ଦିଗରେ ଏକ…

ଯାତ୍ରା ପୂର୍ବରୁ ସେକ୍ସ ରାକେଟ୍‌ ଉପରେ ଭଞ୍ଜନଗର ପୋଲିସର ଚଢ଼ାଉ, ଏସବୁ ଆପତ୍ତିଜନକ ଜିନିଷ ମିଳିବା ପରେ…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ଆଉ କିଛି ଦିନ ପରେ ଅର୍ଥାତ୍‌ ଏପ୍ରିଲ ୨୬ରୁ ଗଞ୍ଜାମ ଜିଲା ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ଯାତ୍ରାକୁ ଶାନ୍ତିଶୃଙ୍ଖଳାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri