ବିଶ୍ୱବ୍ୟାଙ୍କ ଅନୁଦାନ ଅର୍ଥ ମିଳିବାରେ ବିଳମ୍ବ

ତିହିଡ଼ି, ୧୯।୭ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ପାଳିଆବିନ୍ଧାସ୍ଥିତ ବିରଞ୍ଚିନାରାୟଣ ମାଧବ ଅର୍ଜୁନ(ବିଏନ୍‌ଏମ୍‌ଏ) କଲେଜର ଭିତ୍ତିଭୂମି ବିକାଶ ପାଇଁ ବିଶ୍ୱବ୍ୟାଙ୍କ ପକ୍ଷରୁ ୧୦ କୋଟି ଟଙ୍କାର ସହାୟତା ରାଶି ମଞ୍ଜୁର ହୋଇଥିଲା। ଏହି ଅନୁଦାନ ଅର୍ଥ ମିଳିବାରେ ଅହେତୁକ ବିଳମ୍ବ ଘଟିଛି। ଫଳରେ କଲେଜର ଭିତ୍ତିଭୂମି ବିକାଶ ହୋଇପାରୁ ନାହିଁ। ଦୁଇମାସ ପୂର୍ବେ କଲେଜର ଅଧ୍ୟକ୍ଷ ଡ. ଅଜିଜୁର ରହେମାନ ଓଏମ୍‌ୟୁରେ ସ୍ବାକ୍ଷର କରିସାରିଥିଲେ ମଧ୍ୟ ଅନୁଦାନ ଅର୍ଥ ମଳିପାରି ନାହିଁ ବୋଲି ଜଣାଯାଇଛି।
ଉଲ୍ଲେଖନୀୟ ଯେ, ୨୦୧୭ରେ ରାଜ୍ୟ ସରକାରଙ୍କ ଜରିଆରେ ଅର୍ଥ ସହାୟତା ସକାଶେ କଲେଜ ପକ୍ଷରୁ ଆବେଦନ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଚିଠି ନମ୍ବର ୬୬୩/୨।୩।୧୯ ଅନୁଯାୟୀ କଲେଜକୁ ୧୦କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ଟଙ୍କାରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଛାତ୍ରଙ୍କ ନିମନ୍ତେ ହଷ୍ଟେଲ ନିର୍ମାଣ, ଆବଶ୍ୟକ ଶ୍ରେଣୀଗୃହ, ଅତ୍ୟାଧୁନିକ ପାନୀୟଜଳ ବ୍ୟବସ୍ଥା ଓ ଶୌଚାଳୟ, ଲାବୋରେଟୋରି, ପାଠାଗାର ଓ କମ୍ପ୍ୟୁଟର ଗୃହ, ସ୍ବତନ୍ତ୍ର ବିଭାଗ ପ୍ରକୋଷ୍ଠ ନିର୍ମାଣ ଓ ସ୍ବତନ୍ତ୍ର ବିଦ୍ୟୁତ୍‌ ସଂଯୋଗ ବ୍ୟବସ୍ଥା ହେବା ସହ କଲେଜରେ ଥିବା ବିଭିନ୍ନ ସମସ୍ୟାର ଦୂରୀକରଣ ହୋଇପାରିବ ବୋଲି କୁହାଯାଇଥିଲା। ୟୁଜିସି ନାକ୍‌ ମାନ୍ୟତାପ୍ରାପ୍ତ ଜିଲାର ଏହି ପୁରାତନ ଶିକ୍ଷାନୁଷ୍ଠାନର ନବୀକରଣ ପାଇଁ ଉଦ୍ଦିଷ୍ଟ ଏହି ସହାୟତା ରାଶି ମିଳିବାରେ ବିଳମ୍ବ ହୋଇଛି। ପୂର୍ବତନ ଅଧ୍ୟକ୍ଷ ପ୍ରାଧ୍ୟାପକ କମଳାକାନ୍ତ ବିଶ୍ୱାଳଙ୍କ ଉଦ୍ୟମକ୍ରମେ ମଞ୍ଜୁର ହୋଇଥିବା ଅନୁଦାନ ତୁରନ୍ତ ମିଳିବା ଲାଗି ବର୍ତ୍ତମାନର ଅଧ୍ୟକ୍ଷ ଡ. ରହେମାନ ଉଦ୍ୟମ କରୁଥିଲେ ମଧ୍ୟ ଏଥିରେ ଅହେତୁକ ବିଳମ୍ବ ଘଟିଛି। ଏ ସମ୍ପର୍କରେ ଅଧ୍ୟକ୍ଷ ଡ. ରହେମାନ ବିଶ୍ୱବ୍ୟାଙ୍କ ଅର୍ଥରାଶି ପାଇଁ ସେ ତତ୍ପରତା ପ୍ରକାଶ କରିଛନ୍ତି। ଏପରିକି ଦୁଇମାସ ପୂର୍ବେ ଓଏମୟୁରେ ସ୍ବାକ୍ଷର କରିଥିଲେ ମଧ୍ୟ ସହାୟତା ରାଶି ମିଳିବାରେ ବିଳମ୍ବ ହେବା ପରିତାପର ବିଷୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଜାଲରେ ନକଲୀ ମାଓବାଦୀ ଗ୍ୟାଙ୍ଗ: ବନ ଅଧିକାରୀଙ୍କ ସମେତ ୨ ଭାଇଗିରଫ

ବରଗଡ଼ ଅଫିସ୍‌,୧୪।୭: ବରଗଡ଼ ଜିଲା ଭଟଲି ପୋଲିସ ହାତରେ ରବିବାର ନକଲୀ ମାଓବାଦୀ ଗ୍ୟାଙ୍ଗ ଧରାପଡ଼ିଛନ୍ତି । ପୋଲିସ ଉକ୍ତ ଗ୍ୟାଙ୍ଗର ୩ ଅଭିଯୁକ୍ତଙ୍କୁ ଗିରଫ...

ନୂଆପଡ଼ାରେ ଢୋଲକିଆ, ଖଡ଼ିଆଳରେ ଅଧିରାଜ ଆଗୁଆ

ନୂଆପଡ଼ା ଅଫିସ,୨୩।୫: ୧୨ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନୂଆପଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଆଗରେ ଅଛନ୍ତି। ଢୋଲକିଆ ୨୬୪୮୮ ଭୋଟ...

ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର

କାଶୀନଗର,୧୮ା୬: ଗଜପତି ଜିଲା କାଶୀନଗର ବ୍ଲକ ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହାର ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି...

କୋରାପୁଟରେ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା: ଏପ୍ରିଲ ୧୪ରେ କୋଲକାତାରୁ ଫେରିଥିଲେ

ଭୁବନେଶ୍ୱର, ୨୭।୪(ବ୍ୟୁରୋ): ସୋମବାର ରାଜ୍ୟରେ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଦ୍ୱୟ କୋରାପୁଟ ଓ ବାଲେଶ୍ୱର ଜିଲାର। ତେବେ କୋରାପୁଟ ଜିଲା ଦଶମନ୍ତପୁରର...

ବସ୍‌ ଧର୍ମଘଟ ନେଇ ଆଜି ଘୋଷଣା

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ୧୦ ଦଫା ଦାବି ନେଇ ଆସନ୍ତା ୧ରୁ ଘରୋଇ ବସ୍‌ ମାଲିକ ସଂଘ ଧର୍ମଘଟ ଡାକରା ଦେଇଛନ୍ତି। ତେବେ ସେହିଦିନ ରଥଯାତ୍ରା ଥିବାରୁ ଧର୍ମଘଟ...

ମାନସିକ ଅନଗ୍ରସର ଆବାସିକ ବିଦ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ

ଛତ୍ରପୁର,୨୦ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ ଥିବା ‘ସମର୍ଥ’ ମାନସିକ ଅନଗ୍ରସର ଆବାସିକ ବିଦ୍ୟାଳୟରେ ଭିଜିଲାନ୍ସ ଟିମ୍‌ ବୁଧବାର ଚଢ଼ାଉ କରିଛି। ଆଜି ଅପରାହ୍ନରେ ବ୍ରହ୍ମପୁର ଭିଜିଲାନ୍ସର...

ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ: ପୂଜକ ଗିରଫ

ପୁରୀ ଅଫିସ,୯।୧୦: ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଜଣେ ପୂଜକଙ୍କୁ ଗିରଫ କରାଯାଇଛି। ସେ ହେଲେ ସଂଗ୍ରାମ ଦାସ। ଗିରଫ ପରେ ତାଙ୍କୁ କୋର୍ଟଚାଲାଣ...

ବାଲେଶ୍ୱରରେ ହେବ ଟଙ୍କା ଛାପା କାଗଜ କାରଖାନା

ବାଲେଶ୍ୱର ଅଫିସ,୧୩।୭:  ବାଲେଶ୍ୱର ଜିଲା ରେମୁଣା ତହସିଲ ଅଞ୍ଚଳରେ ହେବ ନୋଟ ଛାପା କାଗଜ ପ୍ରସ୍ତୁତି କାରଖାନା। ଏଥିଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ର...

Advertisement
Archives

Model This Week