ବିଶ୍ୱବିଦ୍ୟାଳୟରେ ଭଙ୍ଗାରୁଜା: ୨୨ ଛାତ୍ରଙ୍କ ନାମରେ ନୋଟିସ

ସମ୍ବଲପୁର,୭ା୪(ବ୍ୟୁରୋ)- ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ) ସ୍ଥିତିରେ ବୁଧବାର ସୁଧାର ଆସିଛି। ଅଫିସ କାର୍ଯ୍ୟ ସୁଚାରୁ ରୂପେ ଚାଲିଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ୨ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଘଟଣାରେ ୧୦୦ରୁ ଊର୍ଦ୍ଧ୍ୱ ସାମିଲ ଥିବା ଅଭିଯୋଗ ହୋଇଥିଲା। ସିସିଟିଭି ଫୁଟେଜକୁ ଆଧାର କରି ସେଥିମଧ୍ୟରୁ ୨୨ ଜଣଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କୁ ନୋଟିସ କରି ଛାଡି ଦିଆଯାଇଛି। ଅନ୍ୟମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ବି.ବି. ଭୋଇ କହିଛନ୍ତି। ସୂଚନାଯୋଗ୍ୟ ଯୁକ୍ତ ୩ ବର୍ଷର ଥାର୍ଡ ସେମିଷ୍ଟର ପରୀକ୍ଷା ଅନ୍‌ଲାଇନରେ କରିବା ପାଇଁ ଛାତ୍ରୀଛାତ୍ର ମଙ୍ଗଳବାର ଦାବି କରିବାକୁ ଆସିଥିବା ସମୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ଉପସ୍ଥିତିରେ ବିଶ୍ୱବିଦ୍ୟାଳୟର ପ୍ରଶାସନିକ କୋଠାରେ ଛାତ୍ରୀଛାତ୍ର ଭଙ୍ଗାରୁଜା କରିଥିଲେ। ଅନ୍ୟପକ୍ଷେ ଛାତ୍ରୀଛାତ୍ର ଆଲୋଚନା ପାଇଁ ଆସିଥିବା ସମୟରେ ପୋଲିସ ଅତର୍କିତ ଭାବେ ଲାଠିଚାର୍ଜ କରିଥିବା ପାଲଟା ଅଭିଯୋଗ ହୋଇଥିଲା। ଛାତ୍ରୀଛାତ୍ରଙ୍କ ଦାବିକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଚିଠି ଲେଖିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ଅଫିସରଙ୍କୁ ଲୋକାୟୁକ୍ତ ନୋଟିସ

ଭୁବନେଶ୍ୱର, ୨ା୩(ବ୍ୟୁରୋ):ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ପାହାଡ଼ର ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ଗ୍ରାନାଇଟ ପଥର ଖନନ ଓ ଚୋରାଚାଲାଣ କରିବା ମାମଲାରେ...

ଖଣିଜ ପରିବହନ ପାଇଁ ଜଙ୍ଗଲ କଟା ନେଇ ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କେନ୍ଦୁଝର,୪।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଉପର କାଦକଳାଠାରୁ ବସନ୍ତପୁର ପର୍ଯ୍ୟନ୍ତ ଜଙ୍ଗଲରେ ଖଣିଜ ପଥର ପରିବହନ ପାଇଁ ଜଙ୍ଗଲ କଟାଯାଇଥିବା ସ୍ଥାନୀୟ ଅଞ୍ଚଳବାସୀ ଜିଲାପାଳଙ୍କ...

ଟ୍ୟାଙ୍କର ଧକ୍କାରେ ଛାତ୍ରୀ ମୃତ, ୨ ଗୁରୁତର

କୁଜଙ୍ଗ, ୧୮।୯(ସ୍ବ.ପ୍ର.): କଟକ-ପାରାରୀପ ରାସ୍ତାର ପଙ୍କପାଳ ଛକ କୁଜଙ୍ଗ ନିକଟରେ ବୁଧବାର ଟ୍ୟାଙ୍କର ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି।...

୫ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୫।୮(ବ୍ୟୁରୋ): ସମ୍ଭାବ୍ୟ ଲଘୁଚାପକୁ ନେଇ ଚାଷୀକୂଳ ଆଶାବାନ୍ଧି ବସିଥିବାବେଳେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବା ଆରମ୍ଭ କରିଛି। ଶନିବାର ବାରିପଦାରେ ସର୍ବାଧିକ ୧୦୮.୮ ମି.ମି....

ଡ.ଗୌରହରି ଦାସଙ୍କୁ ୪୩ତମ ଶାରଳା ପୁରସ୍କାର

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ସମାଜରେ କଳାକାର, ଲେଖକଙ୍କ ପ୍ରତି ପୁରସ୍କାର ହେଉଛି ଏକ କୃତଜ୍ଞତା। ଏହା ସୃଜନଶୀଳତା ପ୍ରତି ବିଶ୍ୱାସ ଆଣିବା ସହ ଉକ୍ତ ବ୍ୟକ୍ତିଙ୍କ ପ୍ରତି ଦାବି...

ଜନସେବା କେନ୍ଦ୍ରରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ

ଜମନକିରା,୧୨।୫(ଡି.ଏନ୍‌.ଏ): ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ଭେଜିକୁଡ ଜନସେବା କେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇ ଗୌଡପାଲି...

ଏମ୍‌ସିଏଲ୍‌ ସିଏମ୍‌ଡିଙ୍କ ସୂଚନା: ୫ ବର୍ଷରେ ହେବ ୩ଶହ ମିଲିୟନ ଟନ୍‌ ଉତ୍ପାଦନ

ତାଳଚେର,୧୬ା୬(ନି.ପ୍ର.)- ଆଗାମୀ ୫ ବର୍ଷରେ ଏମ୍‌ସିଏଲ୍‌ ୩ଶହ ମିଲିୟନ ଟନ୍‌ କୋଇଲା ଉତ୍ପାଦନ କରିବ ବୋଲି ସିଏମ୍‌ଡି ଭୋଳାନାଥ ଶୁକ୍ଳା ପ୍ରକାଶ କରିଛନ୍ତି। ଡେରା ସିଏମ୍‌ଡି...

ବାର୍ଷିକ ପରୀକ୍ଷାକୁ ଆଉ ୪ମାସ ବାକି: ଏଯାଏ ପୁସ୍ତକ ଯୋଗାଇ ପାରିଲେନି ସରକାର

ମାଲକାନଗିରି,୧୯।୧୦ (ଡି.ଏନ୍‌.ଏ.)- ଚଳିତବର୍ଷ ମାଲକାନଗିରି ଜିଲାର ୪୨ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରୀକ୍ଷା ଫଳାଫଳ ନୈରାଶ୍ୟଜନକ ଥିବାରୁ ସରକାର ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ...

Advertisement
Archives

Model This Week