Posted inଖେଳ

ବିଶ୍ୱଚାମ୍ପିୟନଶିପ୍‌ ଟିମ୍‌ରେ ମେରୀକମ୍‌, ଲଭ୍‌ଲିନା

ନୂଆଦିଲ୍ଲୀ, ୮।୮ (ପି.ଟି.)- ଛ’ଥର ବିଶ୍ୱବିଜୟିନୀ ଏମ୍‌.ସି. ମେରୀକମ୍‌ ଓ ଲଭ୍‌ଲିନା ବୋରଗୋହିନ ଆଗାମୀ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ ପାଇଁ ଭାରତୀୟ ଦଳରେ ମନୋନୀତ ହୋଇଛନ୍ତି। ନିକଟର ପ୍ରଦର୍ଶନକୁ ଭିତ୍ତି କରି ଏହି ଚୟନ କରାଯାଇଛି। ୩୬ ବର୍ଷୀୟା ଷ୍ଟାର୍‌ ବକ୍ସର ମେରୀକମ୍‌ ଚଳିତ ବର୍ଷ ଇଣ୍ଡିଆ ଓପନ୍‌ ଓ ନିକଟରେ ଇଣ୍ଡୋନେସିଆରେ ଶେଷ ହୋଇଥିବା ଟୁର୍ନାମେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ୫୧ କିଗ୍ରାରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି। ସେହିଭଳି ବିଶ୍ୱ ଏବଂ ଏସିଆନ ବ୍ରୋଞ୍ଜ ପଦକ ବିଜୟିନୀ ଲଭ୍‌ଲିନା ୬୯ କିଗ୍ରାରେ ଭାଗନେବେ ବୋଲି ଜଣାପଡ଼ିଛି। ତେବେ ପୂର୍ବତନ ବିଶ୍ୱ ବିଜୟିନୀ ତଥା ନିକଟରେ ଥାଇଲାଣ୍ଡରେ ରୌପ୍ୟ ପଦକ ହାସଲ କରିଥିବା ନିଖାତ୍‌ ଜରୀନ ୫୧ କିଗ୍ରା ଟ୍ରାଏଲ୍ସରେ ମେରୀକମ୍‌କୁ ଚ୍ୟାଲେଞ୍ଜ କରିବାକୁ ଆଶାବାଦୀ ରହିଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ)କୁ ଏକ ଚିଠି ଲେଖି ଅଭିଯୋଗ କରିଛନ୍ତି, ମଙ୍ଗଳବାର ଭନଲାଲ ଦୁଆତିଙ୍କ ବିପକ୍ଷରେ ଟ୍ରାଏଲ୍‌ ବାଉଟ୍‌ ଥିଲେ ମଧ୍ୟ ତାଙ୍କୁ ଚୟନ କମିଟିର ଅଧ୍ୟକ୍ଷ ରାଜେଶ ଭଣ୍ଡାରୀଙ୍କ ଦ୍ୱାରା‘ଅଂଶଗ୍ରହଣରୁ ବଞ୍ଚତ୍ତ କରାଯାଉଛି’। ଅପରପକ୍ଷରେ କିଛିଦିନ ପୂର୍ବରୁ ବିଏଫ୍‌ଆଇ ଶୀର୍ଷ ଅଧିକାରୀଙ୍କୁ ନେଇ ମେରୀକମ୍‌ଙ୍କୁ ଚୟନ କରିବା ନିଷ୍ପତ୍ତି ନିଆଯାଇଥିଲା ବୋଲି ଭଣ୍ଡାରୀ ତାଙ୍କ ପକ୍ଷ ରଖି କହିଛନ୍ତି। ‘ଇଣ୍ଡିଆନ୍‌ ଓପନ୍‌ ସେମିଫାଇନାଲରେ ନିଖାତ୍‌ଙ୍କୁ ମେରୀକମ୍‌ ପରାସ୍ତ କରିଥିଲେ। ଜାତୀୟ କ୍ୟାମ୍ପ୍‌ରେ ଅନ୍ୟମାନଙ୍କଠାରୁ ମେରୀକମ୍‌ଙ୍କ ପ୍ରଦର୍ଶନରେ ସ୍ଥିରତା ରହିଆସିଛି। ନିଖାତ୍‌ ୟଙ୍ଗ୍‌ ଓ ଜଣେ ଶ୍ରେଷ୍ଠ ବକ୍ସର। ସମୟ ଆସିଲେ ତାଙ୍କ ପାଇଁ ସୁଯୋଗ ରହିଛି। ବର୍ତ୍ତମାନ କିନ୍ତୁ ସମ୍ପୂର୍ଣ୍ଣ ଭାବେ ପ୍ରଦର୍ଶନ ଓ ଅଭିଜ୍ଞତା ଆଧାରରେ ଚୟନ କରାଯାଇଛି’ ବୋଲି ଭଣ୍ଡାରୀ ଏକ ସାକ୍ଷାତ୍‌କାର ଅବସରରେ କହିଛନ୍ତି। କିନ୍ତୁ ନିଖାତ୍‌ କହିଛନ୍ତି, ଏହି ନିଷ୍ପତ୍ତିକୁ ନେଇ ସମ୍ପୂର୍ଣ୍ଣ ଭାବେ ଆଶ୍ଚର୍ଯ୍ୟାନ୍ବିତ ହୋଇଛି। ପୂର୍ବରୁ ମୁଁ ୨୦୧୬ରେ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିସାରିଛି ଏବଂ ଯଦି ଫିଟ୍‌ ଅଛି ତାହାଲେ ୨୦୧୯ରେ କାହିଁକି ନୁହେଁ। ୟଙ୍ଗ୍‌ ଏକ କାରଣ ବୋଲି ଭାବୁନାହିଁ। ଓଭର୍‌ଓ୍ବେଟ୍‌ବର୍ଗର ଟ୍ରାଏଲ୍ସ ଗୁରୁବାର ପର୍ଯ୍ୟନ୍ତ ରହିଥିବାରୁ ତାଙ୍କୁ ଟାଏଲ୍ସର ସୁଯୋଗ ଦିଆଯାଉ ବୋଲି ନିଖାତ୍‌ ବିଏଫ୍‌ଆଇକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୩୬ ବର୍ଷ ପୂର୍ବେ ସ୍ବାମୀ ବିବେକାନନ୍ଦ ଇଡେନ୍‌ ଗାର୍ଡେନରେ ନେଇଥିଲେ ୭ଟି ଉଇକେଟ୍‌

ସ୍ବାମୀ ବିବେକାନନ୍ଦ ମହାନ ବିଚାରକ, ହିନ୍ଦୁ ଧର୍ମ ଚିନ୍ତକ ଭାବେ ଜଣାଶୁଣା ଥିଲେ। ସାରା ବିଶ୍ୱରେ ଭାରତୀୟ ସଂସ୍କୃତି ଏବଂ ଆଧ୍ୟାତ୍ମିକତାର ସେ ପ୍ରଚାର କରିଥିଲେ।...

ଦୀପାଙ୍କୁ ଖେଳ ରତ୍ନ, ଜାଡେଜାଙ୍କ ସମେତ ୧୯ କ୍ରୀଡ଼ାବିତଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ,୧୮।୮(ପି.ଟି.)- ତାରକା ରେସଲର ବଜରଙ୍ଗ ପୁନିଆଙ୍କ ସମେତ ପାରା ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ଦୀପା ମଲିକ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ...

ଟୁର୍‌ ଡି ଫ୍ରାନ୍ସରୁ ଓହରିଲେ ଗତଥରର ଚାମ୍ପିୟନ ଇଗାନ ବେର୍ନାଲ

ଗ୍ରେନୋବଲ(ଫ୍ରାନ୍ସ), ୧୭।୯(ଏପି): ଫ୍ରାନ୍ସରେ ପ୍ରତିବର୍ଷ ଆୟୋଜିତ ହେଉଥିବା ବହୁ ପର୍ଯ୍ୟାୟ ବିଶିଷ୍ଟ ପୁରୁଷ ସାଇକେଲ ରେସ୍‌ ଟୁର୍‌ ଡି ଫ୍ରାନ୍ସରୁ ଓହରିଯାଇଛନ୍ତି ଗତଥରର ଚାମ୍ପିୟନ ଇଗାନ...

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ସପ୍ତମ ସ୍ଥାନକୁ ଉଠିଲେ କୋହଲି, ତୃତୀୟରେ ରାହୁଲ ଅପରିବର୍ତ୍ତିତ

ଦୁବାଇ,୨୪।୧୨(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ତାରକା ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ତାଙ୍କର ତୃତୀୟ ସ୍ଥାନ ବଜାୟ ରଖିଛନ୍ତି।...

ଆର୍‌ଆର୍‌ ବିଜୟୀ…

ମୁମ୍ବାଇ, ୨୬।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ମଙ୍ଗଳବାର ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍‌(ଆର୍‌ସିବି) ବିପକ୍ଷରେ  ବିଜୟ ହାସଲ କରିଛି ।  ଧାର୍ଯ୍ୟ...

୬ ବଲ୍‌ରେ ୨୬ ରନ୍‌

ମୁମ୍ବାଇ,୨୦।୫: ଗୋଟିଏ ଓଭରରେ ୨୬ ରନ୍‌। ଶୁକ୍ରବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସର ମୋଇନ ଅଲିଙ୍କ ଏଭଳି ଧୂଆଁଧାର ବ୍ୟାଟିଂ ଦେଖିବାକୁ...

ପ୍ରଥମ ଟେଷ୍ଟ: ପଦାର୍ପଣରେ ମେୟର୍ସଙ୍କ ଅପରାଜିତ ଦ୍ୱିଶତକ, ଓ୍ବେଷ୍ଟଇଣ୍ଡିଜର ଚମତ୍କାର ବିଜୟ

ଚଟ୍ଟୋଗ୍ରାମ, ୮।୨: ଓ୍ବେଷ୍ଟଇଣ୍ଡିଜ ମିଡ୍‌ଲଅର୍ଡର ବ୍ୟାଟ୍ସମ୍ୟାନ କାଇଲ ମେୟର୍ସ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ପଦାର୍ପଣ ଟେଷ୍ଟର ଚତୁର୍ଥ ଇନିଂସରେ ଅପରାଜିତ ଦ୍ୱିଶତକ ହାସଲ କରି...

ଡିସି ପାଇଁ ବିଜୟ ଲକ୍ଷ୍ୟ ୧୬୮ ରନ…

ନୂଆଦିଲ୍ଲୀ,୧୩।୫ : ଆଇପିଏଲ ୨୦୨୩ର ୫୯ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମୁହାଁମୁହିଁ ହୋଇଥିଲେ। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା...

Advertisement
Archives

Model This Week