Posted inଖେଳ

ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ଫୁଟବଲ: ଭାରତ-ବାଂଲାଦେଶ ମ୍ୟାଚ ଡ୍ର

କୋଲକାତା, ୧୬ା୧୦ (ପି.ଟି.)-ଆଦିଲ ଖାଁଙ୍କ ବିଳମ୍ବିତ ଗୋଲ ଭାରତର ସମ୍ମାନ ରଖିଛି। ମଙ୍ଗଳବାର ଅନୁଷ୍ଠିତ ଭାରତ-ବାଂଲାଦେଶ ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ଗ୍ରୁପ୍‌ ‘ଇ’ ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି।
ସ୍ଥାନୀୟ ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନଠାରେ ଅନୁଷ୍ଠିତ ମ୍ୟାଚଟି ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୪୨ତମ ମିନିଟ୍‌ରେ ସାଦ୍‌ ଉଦ୍ଦିନଙ୍କ ହେଡର ଜରିଆରେ ଭ୍ରମଣକାରୀ ଦଳ ପ୍ରଥମାର୍ଦ୍ଧ ସୁଦ୍ଧା ୧-୦ ଗୋଲରେ ଅଗ୍ରଣୀ ଲାଭ କରିଥିଲା। ପ୍ରଭାବୀ ପ୍ରଦର୍ଶନ କରିଥିବାରୁ ଦଳ ୩ ପଏଣ୍ଟ ସହିତ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ସୃଷ୍ଟି ହୋଇଥିଲା। ଭାରତର ତାରକା ଖେଳାଳି ତଥା ଅଧିନାୟକ ସୁନୀଲ ଛେତ୍ରୀ ଗୋଲ ଦେବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ମ୍ୟାଚ ଶେଷ ଆଡ଼କୁ ଗତି କରୁଥିବାବେଳେ ୮୮ତମ ମିନିଟ୍‌ରେ ବ୍ରେଣ୍ଡନ ଫର୍ନାଣ୍ଡିଜଙ୍କ କର୍ନର କିକ୍‌କୁ ଆଦିଲ୍‌ ଖାଁ ହେଡ୍‌ ଜରିଆରେ ଗୋଲରେ ପରିଣତ କରି ଭାରତର ସମ୍ମାନ ରଖିଥିଲେ। ଏହି ଗୋଲ ଫଳରେ ମ୍ୟାଚ ୧-୧ ସ୍ତରକୁ ଚାଲି ଆସିଥିଲା। ଏଠାରେ ପରାଜିତ ହୋଇଥିଲେ ଭାରତର ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବା ମଉଳି ଯାଇଥାନ୍ତା। ବିଶ୍ୱ ର଼୍ୟାଙ୍କିଙ୍ଗରେ ଭାରତ ବର୍ତ୍ତମାନ ୧୦୪ ତମ ସ୍ଥାନରେ ରହିଥିବା ବେଳେ ବାଂଲାଦେଶ ଏହାଠାରୁ ୮୩ ସ୍ଥାନ ନିମ୍ନରେ ରହିଛି। ତେଣୁ ମ୍ୟାଚରେ ଆୟୋଜକ ଦଳକୁ ଫେଭରାଇଟ ବିବେଚନା କରାଯାଉଥିଲା। ଏହି ମ୍ୟାଚ ଦେଖିବା ଲାଗି ୬୫,୦୦୦ ଆସନ ବିଶିଷ୍ଟ ଷ୍ଟାଡିୟମର ଟିକେଟ ବିକ୍ରି ସରିଥିଲା। ଘରୋଇ ପରିବେଶରୁ ଭରପୂର ସମର୍ଥନ ସତ୍ତ୍ୱେ ଭାରତ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା। ମ୍ୟାଚ ଡ୍ର ରହିବା ଦ୍ୱାରା ଦଳକୁ ମାତ୍ର ଗୋଟିଏ ପଏଣ୍ଟ ମିଳିଛି। ଭାରତ ଏହାର ପ୍ରଥମ ମ୍ୟାଚରେ ଓମାନଠାରୁ ୧-୨ ଗୋଲରେ ହାରି ଥିବାବେଳେ ଏସୀୟ ଚାମ୍ପିୟନ କାତାର ସହିତ ମ୍ୟାଚକୁ ଗୋଲଶୂନ୍ୟ ଡ୍ର ରଖିଥିଲା। ଭାରତ ୩ ମ୍ୟାଚରୁ ୨ ପଏଣ୍ଟ ପାଇଥିବାବେଳେ ବାଂଲାଦେଶ ସମାନ ମ୍ୟାଚରୁ ୧ ପଏଣ୍ଟ ପାଇ ଟେବୁଲର ନିମ୍ନରେ ରହିଛି। ଭାରତ ଶେଷ ଥରପାଇଁ ୧୯୯୯ରେ ସାଫ୍‌ ଗେମ୍ସରେ ବାଂଲାଦେଶକୁ ୧-୦ ଗୋଲରେ ପରାସ୍ତ କରିଥିଲା। ଏହା ପରଠାରୁ ଦଳ କେବେହେଲେ ବାଂଲାଦେଶକୁ ହରାଇ ପାରିନାହିଁ। ୨୦୧୩ରେ ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୧-୧ ଓ ୨୦୧୪ରେ ୨-୨ ଗୋଲରେ ଡ୍ର ରହିଥିଲା। କ୍ୱାଲିଫାଇଂ ମ୍ୟାଚକୁ ମିଶାଇ ବାଂଲାଦେଶ ବିପକ୍ଷରେ ମ୍ୟାଚ ଡ୍ର ରଖିବାରେ ଭାରତ ହ୍ୟାଟ୍ରିକ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆମେରିକା-ଅଷ୍ଟ୍ରେଲିଆ-ବ୍ରିଟେନ୍‌-କାନାଡ଼ା ବେଜିଂ ଅଲିମ୍ପିକ୍ସକୁ କଲେ ବହିଷ୍କାର…

ଓ୍ବାଶିଂଟନ,୯।୧୨: ଚାଇନାରେ ୨୦୨୨ରେ ହେବାକୁଥିବା ଶୀତକାଳୀନ ଅଲିମ୍ପିକ୍ସ ଖେଳକୁ କୂଟନୈତିକ ଭାବରେ ଆମେରିକା-ଅଷ୍ଟ୍ରେଲିଆ-ବ୍ରିଟେନ୍‌-କାନାଡ଼ା ବହିଷ୍କାର କରିଛନ୍ତି। ଏନେି ସମ୍ପୃକ୍ତ ଦେଶ ପକ୍ଷରୁ ଘୋଷଣା କରାଯାଇଛି। ଏଭଳି...

ଶୀର୍ଷ ସ୍ଥାନ ଠାରୁ ୮ ପଏଣ୍ଟ ଦୂରରେ କୋହଲି

ଦୁବାଇ, ୨୬।୫: ଭାରତୀୟ ଅଧିନାୟକ ବିରାଟ କୋହଲି ଦିନିକିଆ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନଠାରୁ ମାତ୍ର ୮ ପଏଣ୍ଟ ପଛରେ ଅଛନ୍ତି। ବର୍ତ୍ତମାନ ସର୍ବାଧିକ ୮୬୫...

ଆଉ ନାହାନ୍ତି କ୍ରିକେଟ କିମ୍ବଦନ୍ତୀ ଶେନ୍‌ ଓ୍ବର୍ନ

ନୂଆଦିଲ୍ଲୀ,୪।୩: ଅଷ୍ଟ୍ରେଲିଆର କ୍ରିକେଟ୍‌ କିମ୍ବଦନ୍ତୀ ତଥା ପୂର୍ବତନ ମହାନ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କର ୫୨ ବର୍ଷରେ ପରଲୋକ ଘଟିଛି। ହୃଦଘାତରେ ଓ୍ବର୍ନଙ୍କର ମୃତ୍ୟୁ ଘଟିଥିବା...

ମୋଦି ହିଁ ପ୍ରଥମେ ଇଂଲଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ଆସେସ୍‌ ମ୍ୟାଚ୍‌ ବିଜୟର ଦେଇଥିଲେ ସୂଚନା

ଲିଡ୍ସ, ୨୭ା୮: ତୃତୀୟ ଆଶେସ କ୍ରିକେଟ ଟେଷ୍ଟ ମ୍ୟାଚରେ ବେନ ଷ୍ଟୋକ୍ସଙ୍କ ଲଢୁଆ ଅପରାଜିତ ଶତକ (୧୩୫*) ଯୋଗୁ ଇଂଲଣ୍ଡ ୧ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ...

ସ୍ମିଥ୍‌, ଡିଭିଲର୍ସଙ୍କୁ ବୋଲିଂ କରିବା ବଡ଼ ଚ୍ୟାଲେଞ୍ଜ: କୁଲଦୀପ୍‌

ନୂଆଦିଲ୍ଲୀ,୩।୭(ପି.ଟି): ଅଷ୍ଟ୍ରେଲିଆ ତାରକା ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ ଓ ଦକ୍ଷିଣ ଆଫ୍ରିକା ପୂର୍ବତନ ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସଙ୍କୁ ବୋଲିଂ କରିବା ଏକ ବଡ଼ ଚ୍ୟାଲେଞ୍ଜ୍‌ ବୋଲି...

୩ଟିସି ସଲିଡାରିଟି କପ୍‌ରୁ ଓହରିଲେ ଡିକକ୍‌

ଜୋହାନ୍ସବର୍ଗ,୧୮।୭(ପି.ଟି.): କାଇଟ୍ସ ଅଧିନାୟକ କ୍ୱିଣ୍ଟନ ଡିକକ୍‌ ୩ ଟିମ କ୍ରିକେଟ (୩ଟିସି) ସଲିଡାରିଟି କପ୍‌ର ପ୍ରାରମ୍ଭିକ ସଂସ୍କରଣରୁ ଓହରିଯାଇଛନ୍ତି। ଏହି କପ୍‌ ମାଧ୍ୟମରେ ଦକ୍ଷିଣ ଆଫ୍ରିକାକୁ...

ମନ୍ଦିରରେ ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଲେ ପାକିସ୍ତାନ ଖେଳାଳି

ଇସ୍‌ଲାମାବାଦ୍‌,୧୩।୫: ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସହ ମୁକାବିଲା...

ରୋହିତଙ୍କୁ ୧୨ ଲକ୍ଷ ଜରିମାନା

ଚେନ୍ନାଇ, ୨୨।୪(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ମଙ୍ଗଳବାର ଅନୁଷ୍ଠିତ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ସ୍ଲୋ ଓଭରରେଟ୍‌ ବୋଲିଂ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ...

Advertisement
Archives

Model This Week