ବିଶ୍ୱକପ୍‌ରୁ ଷ୍ଟେଇନ୍‌ ଆଉଟ୍‌

ସାଉଥାମ୍ପଟନ୍‌, ୪।୬(ପି.ଟି.)- ଆଇସିସି ବିଶ୍ୱକପ୍‌ରେ ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳକୁ ମଙ୍ଗଳବାର ଶକ୍ତ ଧକ୍କା ଲାଗିଛି। ଦଳର ପ୍ରମୁଖ ତଥା ଅଭିଜ୍ଞ ଦ୍ରୁତ ବୋଲର ଡେଲ୍‌ ଷ୍ଟେଇନ୍‌ ଆଘାତଜନିତ ସମସ୍ୟା ଲାଗି ପୂରା ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ପୂର୍ବରୁ କହୁଣିରେ ଆଘାତ ଲାଗିଥିବାରୁ ଷ୍ଟେଇନ ଦକ୍ଷିଣ ଆଫ୍ରିକାର ପ୍ରଥମ ଦୁଇ ବିଶ୍ୱକପ ମ୍ୟାଚ ଖେଳି ପାରି ନ ଥିଲେ। ଭାରତ ବିପକ୍ଷରେ ବୁଧବାର ଖେଳାଯିବାକୁ ଥିବା ମ୍ୟାଚ୍‌ ବେଳକୁ ସେ ସୁସ୍ଥ ହୋଇଯାଇଥିବେ ବୋଲି ଟିମ୍‌ ମ୍ୟାନେଜମେଣ୍ଟ ଆଶା ରଖିଥିଲା। କିନ୍ତୁ ସେ ସୁସ୍ଥ ହୋଇପାରି ନାହାନ୍ତି। ଫଳରେ ତାଙ୍କ ବଦଳ ଖେଳାଳି ଭାବେ ବାମହାତୀ ଦ୍ରୁତ ବୋଲର ବେଉରାନ ହେଣ୍ଡ୍ରିକ୍ସଙ୍କୁ ବିଶ୍ୱକପ୍‌ର ବଳକା ମ୍ୟାଚ୍‌ ଲାଗି ଦକ୍ଷିଣ ଆଫ୍ରିକା ଦଳରେ ସାମିଲ କରାଯାଇଛି। ‘ଆଇସିସି ପୁରୁଷ ବିଶ୍ୱକପ୍‌ର ଇଭେଣ୍ଟ ଟେକ୍‌ନିକାଲ କମିଟି ଷ୍ଟେଇନ୍‌ଙ୍କ ବଦଳ ଖେଳାଳିଭାବେ ହେଣ୍ଡ୍ରିକ୍ସଙ୍କୁ ଦଳରେ ସାମିଲ କରିବାକୁ ଅନୁମତି ଦେଇଛି ବୋଲି ଦକ୍ଷିଣ ଆଫ୍ରିକା ପକ୍ଷରୁ ଏକ ମିଡିଆ ରିଲିଜରେ କୁହାଯାଇଛି। ୩୫ ବର୍ଷୀୟ ଷ୍ଟେଇନ ଆଇପିଏଲ୍‌ର ଗତ ସଂସ୍କରଣରେ ଖେଳୁଥିବାବେଳେ କହୁଣିରେ ଆଘାତ ପାଇଥିଲେ। ସେ ବାଙ୍ଗାଲୋର ପାଇଁ କେବଳ ୨ଟି ମ୍ୟାଚ୍‌ ଖେଳିପାରିଥିଲେ। ଆଘାତ ସତ୍ତ୍ୱେ ତାଙ୍କୁ ଦକ୍ଷିଣ ଆଫ୍ରିକା ବିଶ୍ୱକପ୍‌ ଦଳରେ ସାମିଲ କରାଯାଇଥିଲା। କିନ୍ତୁ ସେ ସୁସ୍ଥ ନ ହେବାରୁ ତାଙ୍କୁ ଶେଷରେ ଦଳରୁ ବାଦ୍‌ ଦିଆଯାଇଛି। ଫଳରେ ଏହି ମହାନ ବୋଲରଙ୍କ ଅବସର ନେଇ ଏବେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ମହିଳା ଫୁଟ୍‌ବଲ ଖେଳାଳିଙ୍କୁ କରୋନା

ପ୍ୟାରିସ୍‌, ୨୮ା୬ (ଏପି)- ପ୍ୟାରିସ୍‌ ସେଣ୍ଟ-ଜର୍ମେନ (ପିଏସ୍‌ଜି)ମହିଳା ଫୁଟ୍‌ବଲ ଟିମ୍‌ର ୩ଜଣ ଖେଳାଳି କରୋନା ସଂକ୍ରମିତ ହୋଇଛନ୍ତି। କୋଭିଡ୍‌-୧୯ ଟେଷ୍ଟରେ ସିନିୟର ମହିଳା ଦଳର ଜଣେ...

ଲକ୍‌ଡାଉନରେ ଏହି ୫ ଭାରତୀୟ କ୍ରିକେଟ ଖେଳାଳି ପ୍ରଶଂସକଙ୍କୁ ଦେଇଛନ୍ତି ଖୁସି ଖବର

ମହାମାରୀ କରୋନା ଭାଇରସ ଯୋଗୁ ସାରା ଦେଶରେ ଲକଡାଉନ ଜାରି ହୋଇଥିଲା। ଏହି ସମୟରେ ଭାରତୀୟ କ୍ରିକେଟରମାନେ ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କୁ ଖୁସି ଖବର...

ହୃଦ୍‌ଘାତରେ ମାରାଡୋନାଙ୍କ ପରଲୋକ

ବୁଏନ୍ସ ଆୟାର୍ସ, ୨୬।୧୧: ଏକ ଦୁଃଖଦ ଘଟଣା କ୍ରମରେ ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଡିଏଗୋ ମାରାଡୋନା ମାତ୍ର ୬୦ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।...

ସେମିରେ ବୋପାନ୍ନା-ଶାପୋଭାଲୋଭ

ମଣ୍ଟ୍ରିଲ,୧୦।୮(ପିଟି)- ଭାରତୀୟ ଟେନିସ ଷ୍ଟାର ରୋହନ ବୋପାନ୍ନା ଓ ତାଙ୍କ ସାଥୀ ଡେନିସ ଶାପୋଭାଲୋଭ ଏଠାରେ ଚାଲିଥିବା ଏଟିପି ମଣ୍ଟ୍ରିଲ ମାଷ୍ଟର୍ସର ପୁରୁଷ ଡବଲ୍ସ ବର୍ଗରେ...

ଆଲ୍ଲାଙ୍କ ଯୋଗୁ ଆମେ ବିଶ୍ୱ ଚାମ୍ପିୟନ୍‌ ହେଲୁ:ମୋର୍ଗାନ

ଲର୍ଡସ, ୧୬।୭: ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିବା କଡ଼ା ସଂଘର୍ଷପୂର୍ଣ୍ଣ ରୋମାଞ୍ଚକ ଫାଇନାଲ ମ୍ୟାଚରେ ଇଂଲଣ୍ଡ ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ନାଟକୀୟ ଢଙ୍ଗରେ ହରାଇ ପ୍ରଥମଥର...

ଶତକ ମ୍ୟାଚରେ ଭାରତର ବୃହତ୍‌ ବିଜୟ

ରାଉରକେଲା ଅଫିସ/ଭୁବନେଶ୍ୱର,(କ୍ରୀଡ଼ା ପ୍ରତିନିଧି), ୨୮।୧: ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ ହକି ବିଶ୍ୱକପ୍‌ର ଏକ କ୍ଲାସିଫିକେଶନ ମ୍ୟାଚରେ ଭାରତ ୮-୦ ଗୋଲରେ ଜାପାନକୁ...

କର୍କଟରେ ପ୍ରାଣ ହରାଇଲେ ପାକିସ୍ତାନ କ୍ରିକେଟରଙ୍କ ଝିଅ

ଲଣ୍ଡନ,୨୦।୫- କର୍କଟ ରୋଗରେ ପୀଡ଼ିତ ପାକିସ୍ତାନ ବ୍ୟାଟ୍ସମ୍ୟାନ ଅସିଫ ଅଲିଙ୍କ ଦୁଇ ବର୍ଷୀୟା ଝିଅ ନୁର୍‌ ଫତିମା ସ୍ଥାନୀୟ ମେଡିକାଲରେ ପ୍ରାଣ ହରାଇଛନ୍ତି। ଅସିଫ ଖେଳୁଥିବା...

ପ୍ରେସିଡେଣ୍ଟ କପ୍‌ ବକ୍ସିଂ: ମେରୀକମ୍‌, ସିମରନଜିତଙ୍କୁ ସ୍ବର୍ଣ୍ଣ ପଦକ; ୭ ସ୍ବର୍ଣ୍ଣ ସହ ଭାରତକୁ ମୋଟ ୯ ପଦକ

ନୂଆଦିଲ୍ଲୀ,୨୯।୭(ପି.ଟି.)- ୬ ଥର ବିଶ୍ୱଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିଥିବା ଅଭିଜ୍ଞ ଭାରତୀୟ ମହିଳା ବକ୍ସର ମେରୀକମ ଓ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ୍‌ ପଦକ ବିଜେତା ସିମରନଜିତ...

Advertisement
Archives

Model This Week