ବିଶୋଧନାଗାର ତିଆରି କଲା ଖପୁରିଆ ଆଇଟିଆଇ

କଟକ ଅଫିସ,୮।୫: ଜ୍ଞାନକୌଶଳର ସଦୁପଯୋଗ କରି ଆଉ ଏକ ଦୃଷ୍ଟାନ୍ତମୂଳକ ଉଦ୍ଭାବନ କରିଛି ଖପୁରିଆସ୍ଥିତ ସରକାରୀ ଆଇଟିଆଇ। ଲଗାତର ଭାବେ ଏଠାରୁ କରୋନା ମୁକାବିଲା ନିମନ୍ତେ ବିଭିନ୍ନ ଯାନ୍ତ୍ରିକ ଉପକରଣ ତିଆରି ହେଉଛି। ଏହି ଆଇଟିଆଇର ଅଧ୍ୟକ୍ଷ ହୃଷୀକେଶ ମହାନ୍ତିଙ୍କ ନେତୃତ୍ୱରେ ଏକ ବିଶୋଧନାଗାର ପ୍ରସ୍ତୁତ କରାଯାଇଥିବା ଗୁରୁବାର ସୂଚନା ଦିଆଯାଇଛି। ଏହି ବିଶୋଧନାଗାର ସେନ୍‌ସର ଦ୍ୱାରା କାର୍ଯ୍ୟ କରୁଛି। ସହରର ଜନଗହଳିପୂର୍ଣ୍ଣ ସ୍ଥାନ, ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟରେ ଏହି ବିଶୋଧନାଗାର ବ୍ୟବହାର କରାଯିବା ପାଇଁ ଉଦ୍ଦିଷ୍ଟ ରହିବ।
କିଛିଦିନ ତଳେ ରାଜ୍ୟର ଏହି ପ୍ରମୁଖ ଆଇଟିଆଇରେ ପ୍ରସ୍ତୁତ ହୋଇଥିଲା ଦୁଇଟି ରୋବୋଟ୍‌। ଦେଶୀୟ ଜ୍ଞାନକୌଶଳରେ ପ୍ରସ୍ତୁତ ଉକ୍ତ ଦୁଇ ରୋବୋଟର ନାମ ଥିଲା କୋ-ବଟ୍‌ ଓ ନିଗା-ବଟ୍‌। ଏହା ପୂର୍ବରୁ ଫୁଟ୍‌ ଅପରେଟେଡ ସାନିଟାଇଜର ଓ ସାମ୍ପଲ ସଂଗ୍ରହ କିଓସ୍କ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ନୂତନ ଭାବେ ନିର୍ମିତ ହୋଇଥିବା ବିଶୋଧନାଗାର ମଧ୍ୟକୁ ଯେ କେହି ପ୍ରବେଶ କରି ଜୀବାଣୁମୁକ୍ତ ହୋଇପାରିବେ। ଏହି କକ୍ଷର ଉପର ଭାଗରେ ନୋଜଲ ମାଧ୍ୟମରେ ବିଶୋଧନ ଦ୍ରବ୍ୟର ଏକ ମିଶ୍ରଣ ସ୍ପ୍ରେ କରାଯାଉଛି। ମିଶ୍ରଣଟି ଜଳ ଓ ସୋଡିୟମ ହାଇପୋକ୍ଲୋରାଇଡ୍‌ ଦ୍ୱାରା ପ୍ରସ୍ତୁତ ହୋଇଛି, ଯାହା ଭୂତାଣୁମୁକ୍ତ କରିବାରେ ସହାୟକ। ଅଧ୍ୟକ୍ଷ ମହାନ୍ତିଙ୍କ କହିବାନୁଯାୟୀ, ବିଶୋଧନାଗାରରେ ଏକ ମୋଟର ଓ ଟ୍ୟାଙ୍କର ଖଞ୍ଜାଯାଇଛି। ଥରେ ଟ୍ୟାଙ୍କର ଭର୍ତ୍ତି ହେଲେ ୧୫ରୁ ୧୬ ଘଣ୍ଟା ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହେବ। ଆଗାମୀ ଦିନରେ କରୋନା ମୁକାବିଲା ନେଇ ଅନ୍ୟ କିଛି ଯାନ୍ତ୍ରିକ ଉପକରଣ ପ୍ରସ୍ତୁତ କରାଯାଉଥିବା ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ କାମାକ୍ଷାନଗର ମହୋତ୍ସବ ଆରମ୍ଭ

କାମାକ୍ଷାନଗର, ୯।୨(ଡି.ଏନ୍‌.ଏ.): ଗ୍ରାମାଞ୍ଚଳରେ ରହୁଥିବା ଲୋକେ ମନୋରଞ୍ଜନ ପାଇଁ ସୁଯୋଗ ଖୋଜୁଥାଆନ୍ତି। ପ୍ରଥମଥର ଆୟୋଜିତ କାମାକ୍ଷାନଗର ମହୋତ୍ସବ ଉପଖଣ୍ଡ ଅଞ୍ଚଳବାସୀଙ୍କ ଏହି ଆଶା ପୂରଣ କରିବ...

ବିଦ୍ୟୁତ କାଟ୍‌କୁ ନେଇ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ବଅଁରପାଳ,୨୫।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବନ୍ଦା, ଝଯିରୀବାହଳ ଓ ଚଉରୀଡ଼ିହ ଗ୍ରାମରେ ଶନିବାରଠାରୁ ବିଦ୍ୟୁତ ନ ଥିବାରୁ ଏ ନେଇ ରବିବାର ଗ୍ରାମବାସୀଙ୍କ...

ମୁଖ୍ୟମନ୍ତ୍ରୀଙ୍କ ମୋବାଇଲ ପ୍ରଦାନ ତାଲିକାରୁ ବଞ୍ଚିତ ଧୂଳିପୁଟବାସୀ

ଚିତ୍ରକୋଣ୍ଡା,୨୨ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ୯ଟି ପଞ୍ଚାୟତ ଯଥା ବଡ଼ପଡା, ପାପରମେଟେଲା, ରାଲେଗାଡା, ଧୂଳିପୁଟ, ଯୋଡ଼ାମ୍ବ, ପଣସପୁଟ, ଅଣ୍ଡିରାପାଲି, ଗାଜୁଲୁମାମୁଡ଼ି ଓ ଯନ୍ତ୍ରୀ ପଞ୍ଚାୟତର ପ୍ରତି ପରିବାରକୁ...

ବ୍ୟାପିପାରେ ଘାତକ ଲମ୍ପି ସ୍କିନ୍‌ ରୋଗ; ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲିଲା କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ୱର,୧୭।୯(ବ୍ୟୁରୋ): ବିଭିନ୍ନ ରାଜ୍ୟରେ କାୟା ବିସ୍ତାର କରିଥିବା ଘାତକ ଲମ୍ପି ସ୍କିନ(ଚର୍ମ ବିଣ୍ଡି) ରୋଗ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଶନିବାରଠାରୁ...

ବିଜେଡି ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ

କେଗାଁ,୫।୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଗଦଲାଝରଣଠାରେ ଶୁକ୍ରବାର ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି । ଆୟୋଜିତ...

୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର: ଅଭିଯୁକ୍ତ ଗିରଫ

ବାଲିଆପାଳ/ବସ୍ତା,୧୯।୮(ସ୍ବ.ପ୍ର.)-ଶିଶୁକନ୍ୟାମାନଙ୍କ ପ୍ରତି ଅସଦାଚରଣ, ବଳାତ୍କାର ରୋକିବା ଲାଗି କଠୋର ଦଣ୍ଡ ପ୍ରଣୟନ କରାଯାଇଛି। ଏସବୁ ସତ୍ତ୍ୱେ ସେମାନଙ୍କ ପ୍ରତି ଅତ୍ୟାଚାର କମିବାର ନଁା ନେଉନି। ଏଭଳି...

ୟେସ୍‌ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଡିପୋଜିଟ ଘଟଣା: ‘ଚିଟ୍‌ଫଣ୍ଡ ଭଳି ମହାପ୍ରଭୁଙ୍କ ଟଙ୍କା ବୁଡ଼ିବ’

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟ ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆର୍ଥିକ ସ୍ଥିତି ବିପିଏଲ ତଳକୁ ଖସାଇ ଦେଲେଣି। ଠାକୁର ଖାଇ ଖଟୁଲି ଖାଇବାକୁ ବସିଛନ୍ତି। କାଳିଆ ନଁାରେ ବହୁ...

ଏନ୍‌ଜିଟିରେ ବିଆର୍‌ପିଏଲ୍‌ ମାମଲା:ସାନି ତଦନ୍ତ ନିର୍ଦ୍ଦେଶ

ଯାଜପୁର ଅଫିସ,୮।୭: କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ ଲିଃ (ବିଆର୍‌ପିଏଲ୍‌) କାରଖାନା ପରିସରରୁ ବାହାରକୁ ବର୍ଜ୍ୟଜଳ ନିର୍ଗତ ଅଭିଯୋଗ ଜଟିଳ ହେବାରେ ଲାଗିଛି। ରାଜ୍ୟ ପ୍ରଦୂଷଣ...

Advertisement
Archives

Model This Week