ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ ହେଲେ ଯବାନ

ବଡ଼ସାହି,୧୫ା୨(ସ୍ବ.ପ୍ର)- ଡ୍ୟୁଟି ସମୟରେ ନିଶାଗ୍ରସ୍ତ ଅବସ୍ଥାରେ ପାଟିତୁଣ୍ଡ କରିବା ସହ ଅଶ୍ରାବ୍ୟ ଭାଷା ପ୍ରୟୋଗ କରିଥିବା ଅଭିଯୋଗରେ ଓଡ଼ିିଶା ଅକ୍‌ଜୁଲେରୀ ପ୍ରୋଟେକ୍ସନ ଫୋର୍ସ (ଓଏପିଏଫ୍‌)ର ଜଣେ ଯବାନଙ୍କୁ ମୟୂରଭଞ୍ଜ ଏସପି କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଏସ୍‌ପିଙ୍କ ଚିଠି ନଂ.୧୭/୧୪ା୨ା୨୦୨୦ରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ତାଙ୍କ ନାମରେ ବଡ଼ସାହି ଥାନାରେ ଶୁକ୍ରବାର ଏକ ମାମଲା (ନଂ.୨୧/୨୦)ରୁଜୁ ହୋଇଛି। ଯବାନ ଜଣକ ହେଲେ ରରୁଆଁ ଥାନା ଅଧୀନ ଦେଉଳି ଗ୍ରାମର ଗଗନ ବିହାରୀ ନାଏକ ।
ଗତ ୧୧ ଫେବୃଆରୀରେ ବଡ଼ସାହି ବ୍ଲକ ଅଧୀନ ସୁହାଗପୁର-ଚାନ୍ଦଡିହାରେ ଥିବା ମା’ ହିଙ୍ଗୁଳାଙ୍କ ବାର୍ଷିକ ମେଳାରେ ଶାନ୍ତିଶୃଙ୍ଖଳା ରଖିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଫୋର୍ସ ମୃତୟନ କରାଯାଇଥିଲା । ସେଠାରେ ଡ୍ୟୁଟି କରୁଥିତ୍ବା ଯବାନ ଜଣକ ନିଶାଗ୍ରସ୍ତ ଅବସ୍ଥାରେ ପାଟିତୁଣ୍ଡ କରି ଗାଳିଗୁଲଜ କରିଥିଲେ। ପରେ ଏହି ଘଟଣାର ଭିଡ଼ିଓ ଭାଇରାଲ ହୋଇଥିଲା। ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ଏ ସମ୍ପର୍କରେ ଜାଣିବା ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଏସପିଙ୍କ ନିର୍ଦ୍ଦେଶ କ୍ରମେ ବଡ଼ସାହି ଥାନା ଆଇଆଇସି ଜୟନ୍ତ କୁମାର ବେହେରା ସମ୍ପୃକ୍ତ ଯବାନଙ୍କ ବିରୋଧରେ ମାମଲା ରୁଜୁ ପୂର୍ବକ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ା ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଚାଉଳ ବଣ୍ଟନରେ ବିଳମ୍ବ: ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ

ବଡ଼ସାହି,୧୯ା୯(ସ୍ବ.ପ୍ର)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଦୁର୍ଗାପୁର ପଞ୍ଚାୟତ କାର୍ଯ୍ୟାଳୟରେ ଚାଉଳ ବଣ୍ଟନରେ ବିଳମ୍ବକୁ ନେଇ ଗୁରୁବାର ଉତ୍ତେଜନା ଦେଖା ଦେଇଥିଲା। ଅଧିକାରୀମାନେ ମନମୁଖି ଭାବେ...

ନୂଆ ସଡ଼କ ସୁରକ୍ଷା ନିୟମ ନେଇ ସଚେତନତା

ବାରିପଦା ଅଫିସ,୬ା୯-କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ମୋଟରଯାନ ନିୟମ ଲାଗୁ କରାଯିବା ପରେ ରାଜ୍ୟ ସରକାର ଏହାକୁ କଡ଼ାକଡ଼ି କରିଛନ୍ତି ା ଫଳରେ ବିନା ଲାଇସେନ୍ସ...

ଶିମିଳିପାଳ ଅଭୟାରଣ୍ୟ:୫୧ ସ୍ଥାନରେ ଲାଗିଛି ନିଆଁ

ବାରିପଦା ଅଫିସ,୩।୪-ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟରେ ଦିନକୁ ଦିନ ନିଆଁ ବଢିବାରେ ଲାଗିଛି। ଏକ ମାସ ଧରି ଅଭୟାରଣ୍ୟ ଜଳୁଥିବା ବେଳେ ଏହାକୁ ଆୟତ୍ତ କରିବାରେ...

ପ୍ରତିଭା ଥାଇ ମିଳୁନି ସୁଯୋଗ

କପ୍ତିପଦା, ୨୮।୯ (ଡି଼.ଏନ୍‌.ଏ.)-ଜଣେ ଯୁବ ମାରାଥନ ଦୌଡାଳି ଭାବେ ବେଶ୍‌ ପରିଚିତ ସତ୍ୟଜିତ ମହାନ୍ତି। ମୟୂରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡ ଅଞ୍ଚଳ ସମେତ ଜିଲା, ରାଜ୍ୟ...

ଯୁବକଙ୍କୁ ହତ୍ୟା ଘଟଣାରେ ୨ ଗିରଫ

ରାଇରଙ୍ଗପୁର,୧୫ା୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ବଡ଼ମଣଦା ଗ୍ରାମର ଟୀକାଚରଣ ନାଏକ(୨୦)ଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ ପୋଲିସ ୨ ଯୁବକଙ୍କୁ ସୋମବାର ସନ୍ଧ୍ୟାରେ...

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବହଳଦା,୧୫।୬((ଡି.ଏନ୍‌.ଏ): ରଜ ନେଇ ସମସ୍ତେ ବ୍ୟସ୍ତ ଥିବାବେଳେ ମୟୂରଭଞ୍ଜ ଜିଲା ସୀମାନ୍ତ ତିରିଙ୍ଗ ଥାନା ଅନ୍ତର୍ଗତ ଗୀତିଲତା ଗାଁ ମୁଣ୍ଡ ଏକ ଗଛରୁ ପୋଲିସ ସୋମବାର...

ମୟୂରଭଞ୍ଜ ଜିଲାର ୧୧୭୦୮ଶ୍ରମିକଙ୍କ ହୋମ୍‌ କ୍ୱାରାଣ୍ଟାଇନ ସରିଲା

ବାରିପଦା ଅଫିସ, ୧୬ା୪- କରୋନା ସନ୍ଦେହରେ ମୟୂରଭଞ୍ଜ ଜିଲାର ୩୧୭ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିମଧ୍ୟରୁ ଆସିଥିବା ୨୨୨ଟି ସାମ୍ପୁଲ ନେଗେଟିଭ୍‌...

ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଯୁବକ

ବାରିପଦା ଅଫିସ,୧୪।୨: ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଞ୍ଚଳର ଜନୈକା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗରେ ପୋଲିସ ଜଣେ...

Advertisement

BGU

Archives

Model This Week

Why Dharitri