ବିଳମ୍ବ ହେଉଛି ରିଂ ରୋଡ ପୋର୍ଟାଲ ଫ୍ରେମ୍‌ ବ୍ରିଜ୍‌ ନିର୍ମାଣ

ସୋନପୁର,୨୯।୨(ନି.ପ୍ର.) – ସୁବର୍ଣ୍ଣପୁର ସହରର ବହୁ ପ୍ରତୀକ୍ଷିତ ରିଂ ରୋଡ ନିର୍ମାଣ କାର୍ଯ୍ୟ ବିଳମ୍ବିତ ହେଉଛି। ସରକାରଙ୍କ ଅନୁଦାନ ସତ୍ତ୍ୱେ କାର୍ଯ୍ୟ ଧିମେଇ ଚାଲିଛି। ଅବଧି ସରିଥିଲେ ମଧ୍ୟ ରିଂରୋଡର ଉଭୟ ପାର୍ଶ୍ୱ ପିଚୁ କାମ ସରିନି। ପ୍ରକଳ୍ପର ସବୁଠୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପୋର୍ଟାଲ ଫ୍ରେମ୍‌ ବ୍ରିଜ୍‌ ନିର୍ମାଣ ଆରମ୍ଭ ହୋଇପାରୁନି। ବିଳମ୍ବକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହି ପ୍ରାଚୀନ ସହରର ତିନିପାର୍ଶ୍ୱକୁ ଘେରି ରହିଛି ମହାନଦୀ ଓ ତେଲନଦୀ। ବର୍ଷାଋତୁରେ ଏହି ସହରକୁ ବନ୍ୟାଦାଉରୁ ରକ୍ଷା କରିବା ପାଇଁ ନଦୀବନ୍ଧ ତଥା ରିଂ ରୋଡ ନିର୍ମାଣ ସକାଶେ ମହାରାଜା ବୀରମିତ୍ରୋଦୟ ସିଂହଦେବ ସଙ୍କଳ୍ପ ନେଇଥିଲେ। ଏଥିପାଇଁ ସେହି ସମୟରେ ପାଣ୍ଠିର ବ୍ୟବସ୍ଥା କରିଥିଲେ। ଉଭୟ ନଦୀରେ ପଥର ବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ମାତ୍ର ତାହା ସମ୍ପୂର୍ଣ୍ଣ ହୋଇ ପାରିନଥିଲା। ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ଟ୍ରାଫିକ୍‌ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରିଂ ରୋଡ ନିର୍ମାଣ ପାଇଁ ବିଧିବଦ୍ଧ ନିଷ୍ପତ୍ତି ନେଇଥିଲେ। ସ୍ଥାନୀୟ ବିଧାୟକ ତଥା ବର୍ତ୍ତମାନର ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉଦ୍ୟମକ୍ରମେ ୨୦୧୧ ମସିହାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମଝିରେ ସରକାର ଅନୁଦାନ ନ ଦେବା ଓ ପୋର୍ଟାଲ ବ୍ରିଜ୍‌ର ଡିଜାଇନିଂ ହୋଇ ନ ପାରିବା କାରଣରୁ ୩ବର୍ଷ କାମ ବନ୍ଦ ଥିଲା। ସହରର ଲାଇଫ ଲାଇନ୍‌ କୁହାଯାଉଥିବା ଏହି କାର୍ଯ୍ୟର ମନ୍ଥରତା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ରିଂ ରୋଡର ମହାନଦୀ ବ୍ରିଜ୍‌ରୁ ୧୫୦୦ ମିଟର ରାସ୍ତା ପିଚୁ ପାଇଁ ୩ କୋଟି ୩ ଲକ୍ଷ ୯୭ ହଜାର ଟଙ୍କାର ଟେଣ୍ଡର ହୋଇଛି। ୨୦୧୮ ଡିସେମ୍ବର ୨୪ ତାରିଖରେ ଠିକାଦାର ପୂର୍ତ୍ତ ବିଭାଗ ସହିତ ଚୁକ୍ତିନାମା କରିଛନ୍ତି। ୨୦୧୯ ନଭେମ୍ବର ୨୩ ତାରିଖରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା କଥା। ଅବଧିର ୩ମାସ ଅତିକ୍ରାନ୍ତ ହୋଇଥିଲେ ହେଁ ପିଚୁ କାମ ତ ଦୂର ମାଟି ସମତଳରେ ହିଁ କାମ ଅଟକିଛି। ସେହିପରି ୫କୋଟି ୯୧ ଲକ୍ଷ ୭୧ ହଜାର ଟଙ୍କା ବ୍ୟୟରେ ତେଲ ନଦୀ ବ୍ରିଜ୍‌ରୁ ବଡବଜାର ପର୍ଯ୍ୟନ୍ତ ୨୪୦୦ମିଟର ରାସ୍ତା ପିଚୁ, ରିଟେନିଂ ଓ୍ବାଲ ଓ ୨ଟି ପୋଲ ନିର୍ମାଣ ହେବ। ଟେଣ୍ଡର ପ୍ରକ୍ରିୟା ପରେ ଠିକାଦାର ୨୦୧୯ ଫେବୃୟାରୀ ୬ ତାରିଖରେ ଚୁକ୍ତିନାମା କରିଛନ୍ତି । ଜୁନ୍‌ ୫ ତାରିଖ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା କଥା । କିନ୍ତୁ ପିଚୁ କାମ ଆଦୌ ଆରମ୍ଭ ହୋଇନି । କାମ ମନ୍ଥର ଗତିରେ ଚାଲିଛି । ଜିଲା ପ୍ରଶାସନ ଏହି କାର୍ଯ୍ୟର ସମୀକ୍ଷା କରୁ ନଥିବା ଅଭିଯୋଗ ହେଉଛି । ଅନ୍ୟପକ୍ଷେ ରିଂ ରୋଡର ମିସିଂ ଲିଙ୍କ କୁମ୍ଭାରପଡାରୁ ଦଶମତି ଘାଟ ୩୯୩ ମିଟର ଲମ୍ବ ରାସ୍ତା ପୋର୍ଟାଲ ଫ୍ରେମ୍‌ ବ୍ରିଜ୍‌ ହେବ। ନଦୀପାର୍ଶ୍ୱରେ କଂକ୍ରିଟ୍‌ ରିଟେନିଂ ଓ୍ବାଲ ନିର୍ମାଣ କରାଯିବ। ଏଥିପାଇଁ ୫୬ କୋଟି ୯ ଲକ୍ଷ ୮୩ ହଜାର ଟଙ୍କାର ଟେଣ୍ଡର ହୋଇଛି। ଏଆରଏସଏସ ଇନ୍‌ଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ ନଭେମ୍ବର ମାସ ଦ୍ୱିତୀୟ ସପ୍ତାହରୁ ଟେଣ୍ଡର ପାଇଲାଣି। କିନ୍ତୁ ଏହି ଠିକା ସଂସ୍ଥା କାର୍ଯ୍ୟ କରିବା ପାଇଁ ଇଏମଡି ଓ ଆଇଏସଡି ଏବଂ ଏପିଏସ(ଆଡିଶନାଲ ପରଫର୍ମାନ୍ସ ସିକ୍ୟୁରିଟି) ଜମା କରୁନି। ପୂର୍ତ୍ତ ବିଭାଗ ସହିତ ଚୁକ୍ତିନାମା କରିବା ପାଇଁ ସମୟ ଗଡାଇ ଚାଲିଛି। ଏଭଳି ସ୍ଥିତିରେ ଏହି ପ୍ରକଳ୍ପ କାର୍ଯ୍ୟ ବହୁ ବିଳମ୍ବିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଅସିତ କୁମାର ବଡପଣ୍ଡା କୁହନ୍ତି, ପୋର୍ଟାଲ ଫ୍ରେମ୍‌ ବ୍ରିଜ୍‌ ଠିକା ପାଇଥିବା ଏଆରଏସଏସ ଇନ୍‌ଫ୍ରାଷ୍ଟ୍ରକ୍‌ଚର ପ୍ରାଇଭେଟ ଲିମିଟେଡ ଆମ ସହିତ ଚୁକ୍ତିନାମା କରିନି। ଏ ସମ୍ପର୍କରେ ନାବାର୍ଡର ମୁଖ୍ୟଯନ୍ତ୍ରୀଙ୍କୁ ଆମେ ଅବଗତ କରି ସାରିଛୁ । ସରକାର ଏ ଦିଗରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ମମିତା ମେହେର ହତ୍ୟା ମାମଲା: ଚାର୍ଜଶିଟ୍‌ ଦାଖଲ କଲା ବଲାଙ୍ଗୀର ପୋଲିସ

ବଲାଙ୍ଗୀର ଅଫିସ,୧୧।୨: କଳାହାଣ୍ଡି ଜିଲାର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ବଙ୍ଗୋମୁଣ୍ଡା ଜେଏମ୍‌ଏଫ୍‌ସି କୋର୍ଟରେ ବଲାଙ୍ଗୀର ପୋଲିସ ପକ୍ଷରୁ ମୁଖ୍ୟ...

ଶିକ୍ଷକ ନିଯୁକ୍ତି ନେଇ ସ୍କୁଲରେ ପଡ଼ିଲା ତାଲା

ବଡ଼ସାହି,୧ା୧୦ (ସ୍ବ.ପ୍ର)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ସୋରିଷକୋଠା ଗ୍ରାମ ଉ.ପ୍ରା ବିଦ୍ୟାଳୟରେ ସୋମବାର ଗ୍ରାମବାସୀ ତାଲା ପକାଇଛନ୍ତି। ୮ଟି ଶ୍ରେଣୀ ପାଇଁ ଆବଶ୍ୟକ ଶିକ୍ଷକ ନ...

ଅସ୍ଥାୟୀ କ୍ୟାମ୍ପ ପାଇଁ ଗାଇଡ୍‌ଲାଇନ ଜାରି

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ରାଜ୍ୟ ବାହାରୁ ଫେରୁଥିବା ଲୋକମାନଙ୍କ ଲାଗି ପଞ୍ଚାୟତ ଓ ପୌରାଞ୍ଚଳରେ ନିର୍ମାଣ ହୋଇଥିବା ଅସ୍ଥାୟୀ ଚିକିତ୍ସା ଶିବିର ବା କ୍ୱାରାଣ୍ଟାଇନ୍‌ ସେଣ୍ଟର ପରିଚାଳନା ନେଇ...

‘ପିଲାଙ୍କ ଉପରେ ନଜର ରଖ’

ଭୁବନେଶ୍ୱର, ୨୭।୬ (ବ୍ୟୁରୋ): ଇଣ୍ଟରନେଟ୍‌ ବ୍ୟବହାର ସମୟରେ ପିଲାଙ୍କୁ ସାଇବର ଅପରାଧୀଙ୍କଠାରୁ ଦୂରେଇ ରଖିବାରେ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ପିଲାମାନେ କେଉଁ ସାଇଟ୍‌କୁ ଯାଉଛନ୍ତି, କ’ଣ...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ବୋଲେରୋ ସହ ବିଭିନ୍ନ ମାରଣାସ୍ତ୍ର ଜବତ

ସଜନାଗଡ, ୧୨ା୧(ଡି.ଏନ.ଏ.)-ନୀଳଗିରି ଥାନା ଅନ୍ତର୍ଗତ ଈଶ୍ୱରପୁର ପଞ୍ଚାୟତ ହାଇସ୍କୁଲ୍‌ ପଡ଼ିଆ ସମ୍ମୁଖରେ ଯୋଜନାବଦ୍ଧ ଭାବେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ...

କରୋନାରେ ଚାଲିଗଲେ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ଦିବଂଗତ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କର କରୋନାରେ ଦେହାନ୍ତ ହୋଇଛି। ୬୪ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ...

ଆଳିରେ ନିଜାମୁଦ୍ଦିନ ଫେରନ୍ତା ଚିହ୍ନଟ: ଆଇସୋଲେଶନରେ ରଖିଲା ପୋଲିସ

ଆଳି,୧।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ନେଇ ଚର୍ଚ୍ଚାରେ ରହିଆସୁଥିବା ନିଜାମୁଦ୍ଦିନ ଧର୍ମସଭାରେ ଓଡ଼ିଶାରୁ କେତେଜଣ ମୌଲାନା ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଆଳି ଅଞ୍ଚଳର ଜନୈକ ମୌଲାନାଙ୍କୁ...

ଶିଶୁବଳି ସନ୍ଦେହରେ ଉତ୍ତେଜନା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ଏସ୍‌ପି ଅଫିସ ଘେରିଲେ

ବଲାଙ୍ଗୀର ଅଫିସ, ୨୮ା୫: ବଲାଙ୍ଗୀର ସହର ଚିମିନିଭାଟିପଡା-ଲକ୍ଷ୍ମୀନଗରପଡା ପାଖ ଲକ୍ଷ୍ମୀଯୋର ଭିତରୁ ଗତ ଶୁକ୍ରବାର ରାତିରେ ଜଣେ ନିଖୋଜ ୫ ବର୍ଷର ଶିଶୁର ମୃତଦେହ ମିଳିଥିଲା...

Advertisement
Archives

Model This Week