ବିଳମ୍ବ ବ୍ୟୟ ବୃଦ୍ଧି

ଅବିଭକ୍ତ ଗଞ୍ଜାମ (ଗଜପତି ସହ) ଜିଲାର ପ୍ରାୟ ୭୦% ଜନସାଧାରଣ କେବଳ କୃଷି କାର୍ଯ୍ୟ ଉପରେ ନିର୍ଭର କରନ୍ତି। ତେବେ ଚାଷ ପାଇଁ ସେଚ ବ୍ୟବସ୍ଥାର ପର୍ଯ୍ୟାପ୍ତ ସୁବିଧା ନ ଥିବାରୁ ସେମାନେ ଚିନ୍ତାରେ ଅଛନ୍ତି। ଜଳସେଚନର ଉନ୍ନତୀକରଣ ପାଇଁ ସରକାର ନୂଆ ପ୍ରକଳ୍ପ ନିର୍ମାଣ ନିମନ୍ତେ ପଦକ୍ଷେପ ନେଇଛନ୍ତି। ହେଲେ ଧାର୍ଯ୍ୟ ସମୟରେ ପ୍ରକଳ୍ପ ନିର୍ମାଣ ସମ୍ପୂର୍ଣ୍ଣ ହେଉ ନ ଥିବାରୁ ବ୍ୟୟ ଅଟକଳ ବଢ଼ି ଚାଲିଛି। ସୂଚନାଯୋଗ୍ୟ, ଦୁଇ ଜିଲାର ଚାଷୀଙ୍କ ସମୂହ ସ୍ବାର୍ଥ ପାଇଁ ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ପର୍ବତରୁ ନିର୍ଗତ ଝରଣାକୁ ଅଟକାଇ ଆଦିବାସୀ ଅଧ୍ୟୁଷିତ ଛେଳିଗଡ଼ ନିକଟରେ ଛେଳିଗଡ଼ ଜଳବିଦ୍ୟୁତ ମଧ୍ୟମ ସେଚ ଯୋଜନା ଲାଗି ୧୯୮୦ ଦଶକର ଦ୍ୱିତୀୟ ଭାଗରେ ପ୍ରସ୍ତାବ ରଖାଗଲା ଓ ସର୍ଭେ କାର୍ଯ୍ୟ ଆରମ୍ଭ ହେଲା। ତେବେ ଆଦିବାସୀମାନଙ୍କ ବିସ୍ଥାପନ ସମସ୍ୟା ସୃଷ୍ଟି ହେଲା। ବିଭିନ୍ନ ସଂଗଠନର ଆନ୍ଦୋଳନ ଯୋଗୁ ନିର୍ମାଣ କାର୍ଯ୍ୟରେ ପ୍ରତିବନ୍ଧକ ଦେଖା ଦେଇଥିଲା। ମୂଳ ବ୍ୟୟ ଅଟକଳ ମାତ୍ର ୨୫ରୁ ୩୦ କୋଟି ଟଙ୍କା ହୋଇଥିଲା। ୨୦୦୫ ବେଳକୁ ଏହା ୯୭ କୋଟିକୁ ବୃଦ୍ଧି ପାଇଲା। ବର୍ତ୍ତମାନ ଏହା ୭୦୬ କୋଟିରେ ପହଞ୍ଚିଲାଣି। ଛେଳିଗଡ଼ ପ୍ରକଳ୍ପ ସମ୍ପର୍କିତ ଚତୁର୍ଥ ବିସ୍ଥାପିତଙ୍କ ଥଇଥାନ ଓ ଉପାନ୍ତ ଅଞ୍ଚଳ ଉନ୍ନୟନ ପରାମର୍ଶଦାତା କମିଟି ବୈଠକର ବିବରଣୀରୁ ଏହି ତଥ୍ୟ ପ୍ରକାଶ ପାଇଛି। ଏବେ ନିର୍ମାଣକୁ ଗୁରୁତ୍ୱ ଦିଆଯାଇଛି ଓ କେବେ ସରିବ ତାହା ମଧ୍ୟ ଅନିଶ୍ଚିତ ହୋଇଯାଇଛି। ଛେଳିଗଡ଼ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଗଜପତି ଜିଲାର ମୋହନା ଓ ଆର.ଉଦୟଗିରି ଏବଂ ଗଞ୍ଜାମ ଜିଲାର ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକର ୩,୬୦୦ ହେକ୍ଟର ଜମିକୁ ସେଚ ବ୍ୟବସ୍ଥା ହେବ। ଏଥିସହ ଦୈନିକ ୩୦ ମେଗାୱାଟ୍‌ ବିଦ୍ୟୁତ୍‌ ଉପତ୍ାଦିତ ହୋଇପାରିବ। ସେହିପରି ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକର ଆଦିବାସୀ ଅଞ୍ଚଳ କଙ୍କିଆ ଓ ଟାମଣା ନିକଟ ଘଟକେଶ୍ୱର ମଧ୍ୟମ ଜଳସେଚନ ଯୋଜନା ପାଇଁ ୧୯୮୭ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଅନୁମତି ମିଳିବାରେ ବିଳମ୍ବ ଏବଂ ବିସ୍ଥାପିତ ହେବାକୁ ଥିବା ଆଦିବାସୀଙ୍କ ବିରୋଧ ଯୋଗୁ ସମସ୍ୟା ଦେଖାଦେଇଥିଲା। ସମାଧାନ ପାଇଁ ପଦକ୍ଷେପ ନିଆଯିବାରୁ ୨୦୧୬ରେ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟଥର ଶୁଭ ଦେଇଥିଲେ। ବହୁ ବିଳମ୍ବରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ମୂଳ ବ୍ୟୟ ଅଟକଳ ମାତ୍ର ୧୦ କୋଟି ଟଙ୍କାରୁ ଏବେ ୧୧୯ କୋଟିକୁ ବୃଦ୍ଧି ପାଇଛି। ଯୋଜନା ସମ୍ପୂର୍ଣ୍ଣ ହେଲେ କୁକୁଡ଼ାଖଣ୍ଡି ଓ ରଙ୍ଗେଇଲୁଣ୍ଡା ବ୍ଲକରେ ୫ ଶହ ହେକ୍ଟର ଜମି ଜଳସେଚିତ ହେବ ଏବଂ ବ୍ରହ୍ମପୁର ସହରର ୭୫ ହଜାର ଲୋକଙ୍କୁ ପିଇବା ପାଣି ଯୋଗାଣ ହୋଇପାରିବାର ନକ୍ସା ପ୍ରସ୍ତୁତ ହୋଇଛି। ତେବେ ବିଳମ୍ବ ଯୋଗୁ ବ୍ୟୟ ଅଟକଳ ବହୁ ପରିମାଣ ବୃଦ୍ଧି ପାଇଛି। ଯଦି ଏହି ଦୁଇ ପ୍ରକଳ୍ପ କାମ ଆହୁରି ବିଳମ୍ବ ହୁଏ ତେବେ ଖର୍ଚ୍ଚ ବଢ଼ିବ ବୋଲି ଆଶଙ୍କା କରାଯାଉଛି।
– ନରସିଂହ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri