ବିଳମ୍ବ ବିବାହ ଓ ବନ୍ଧ୍ୟାତ୍ୱ

କ୍ୟାରିୟରକୁ ନେଇ ଅଧିକ ଯନତ୍ଶୀଳ ଥିବା ବିଶେଷକରି ଟିୟର ୧ ଏବଂ ଟିୟର ୨ ସହରଗୁଡ଼ିକର ପୁରୁଷ ଏବଂ ମହିଳାମାନେ ବିବାହ ପୂର୍ବରୁ ପ୍ରଥମେ ବ୍ୟବସ୍ଥିତ ହେବାକୁ ଇଚ୍ଛା କରନ୍ତି । ସେମାନେ ଅତ୍ୟଧିକ ପରିଶ୍ରମୀ ଏବଂ ଦୃଢ଼ମନା ହୋଇଥାନ୍ତି ଏବଂ ସେମାନଙ୍କର ୨୦ ବର୍ଷ କିମ୍ବା ତା’ପର ସମୟରେ ସେମାନେ ବିବାହ ବିଷୟରେ ଚିନ୍ତା କରନ୍ତି ନାହିଁ । ଯେତେବେଳେ ସେମାନେ ୩୦ରେ କିମ୍ବା ତା’ପରେ ଉପନୀତ ହୁଅନ୍ତି ବିବାହର ଚିନ୍ତା ସେମାନଙ୍କ ମୁଣ୍ଡକୁ ଆସିଥାଏ । ଯେତେବେଳେ କି ସେମାନଙ୍କର ପସନ୍ଦର ପେସା କ୍ଷେତ୍ରରେ ସେମାନେ ନିଜକୁ ପ୍ରତିଷ୍ଠିତ କରିବାରେ ବ୍ୟସ୍ତ ରହିଥାନ୍ତି, ସେମାନଙ୍କର ଉଦ୍ୟମ ସମନ୍ବିତ କାର୍ଯ୍ୟାବଳୀ ସାଧାରଣତଃ ସେମାନଙ୍କୁ ଅନ୍ୟ ଲୋକମାନଙ୍କ ସହ ମିଳାମିଶା କରିବା ଏବଂ ବିବାହର କଥା ଚିନ୍ତା କରିବାକୁ ସମୟ ଦେଇ ନ ଥାଏ । ଥରେ ସେମାନେ ଜଣେ ଦକ୍ଷ ପେସାଦାର ଭାବେ ସୁବ୍ୟବସ୍ଥିତ ଏବଂ ଖ୍ୟାତି ଅର୍ଜନ କଲାପରେ ଅନେକେ ବିବାହ ବିଷୟରେ ଚିନ୍ତା କରନ୍ତି । ଏହା ପରେ ୩୦ ବର୍ଷରେ ଥିବା ମହିଳାମାନଙ୍କର, ୪୦ ବର୍ଷ ପାଖାପାଖି ପୁରୁୁଷଙ୍କ ମଧ୍ୟରେ ବିବାହ ଅତ୍ୟନ୍ତ ସାଧାରଣ କଥା । ଯେତେବେଳେ ମହିଳାମାନେ ସେମାନଙ୍କ ବୟସର ବାସ୍ତବ ସ୍ତରରେ ଉପନୀତ ହୁଅନ୍ତି ସେତେବେଳେ ଗର୍ଭବତୀ ହେବା କଷ୍ଟସାଧ୍ୟ ହୋଇଯାଏ । ଏପରିକି ବୟସ୍କ ମହିଳାମାନଙ୍କ କ୍ଷେତ୍ରରେ ଆଇଭିଏଫ୍‌ର ସଫଳତା ହାର ବହୁତ କମ୍‌ ଥାଏ ।
ଦମ୍ପତିଙ୍କ ପାଇଁ ଗୋଟିଏ ସନ୍ତାନ ପାଇବା କୌଣସି ସ୍ବପ୍ନ ଠାରୁ କମ୍‌ ନୁହେଁ । ସେମାନେ ଅତିକ୍ରମ କରି ଆସିଥିବା ଅନେକ ପ୍ରତିବନ୍ଧକ କାରଣରୁ ନିଜର ଗୋଟିଏ ସନ୍ତାନର ସମସ୍ତ ଆଶାକୁ ସମ୍ପୂର୍ଣ୍ଣ ହରାଇଦିଅନ୍ତି ଏବଂ ସେମାନଙ୍କ ଜୀବନର ଦୁର୍ଦ୍ଦଶାକୁ ଗ୍ରହଣ କରି ନିଅନ୍ତି । କିନ୍ତୁ ପ୍ରଯୁକ୍ତି ମଣିଷତ୍ୱ ପାଇଁ ଏକ ବରଦାନ ପ୍ରମାଣିତ ହୋଇଛି ଏବଂ ଡାକ୍ତରମାନେ ବାସ୍ତବରେ ଭଗବାନଙ୍କ ଦ୍ବାରା ପ୍ରେରିତ ।
ଉଭୟେ ଏକତ୍ର ଏହିଭଳି କେତେକ ଦମ୍ପତିଙ୍କର ସ୍ବପ୍ନକୁ ପୂରଣ କରିବା ପାଇଁ ଆଶା ଏବଂ ଯଥାଯଥ ସୁଯୋଗ ପ୍ରଦାନ କରିଥାନ୍ତି ା କେତେକ କ୍ଷେତ୍ରରେ ଦମ୍ପତିମାନେ ଅତିକ୍ରମ କରି ଆସୁଥିବା ସମସ୍ୟାଗୁଡ଼ିକ ଅପରାଜେୟ ହୋଇଥାନ୍ତି, ସେତେବେଳେ ସେମାନଙ୍କର ନିଜର ଏକ ସନ୍ତାନ ହେବା ଦିଗରେ କେବଳ ଗୋଟିଏ ବିକଳ୍ପ ରହିଥାଏ, ଥାର୍ଡ ପାର୍ଟି ରିପ୍ରଡକ୍ସନ ।
ଏହା ଡୋନର ଏଗ୍‌, ଡୋନର ସ୍ପର୍ମ, ଡୋନର ଏମ୍‌ବ୍ରିସସ୍‌ କିମ୍ବା ସରୋଗେସିର ବ୍ୟବହାରକୁ ଅନ୍ତର୍ଭୁକ୍ତ କରିଥାଏ ।
ବିଳମ୍ବ ବିବାହରେ ଗର୍ଭଧାରଣ ସମସ୍ୟା
ଯେହେତୁ ଅନେକ ଦମ୍ପତି ଅଧିକତଃ ଶିକ୍ଷିତ ଏବଂ ପ୍ରଗତିଶୀଳ ହୋଇଥାନ୍ତି ସେମାନେ ଏହି ପରିସ୍ଥିତିକୁ ବୁଝିପାରନ୍ତି ଏବଂ ଏହା ସଂସ୍ପର୍ଶରେ ରହିଥାନ୍ତି । ସେମାନେ କଳହ କରନ୍ତି ନାହିଁ କିମ୍ବା ଉନ୍ମାଦଗ୍ରସ୍ତ ହୁଅନ୍ତି ନାହିଁ। ସେମାନେ ପରିପକ୍ୱ ବୁଦ୍ଧିମତ୍ତା ସହ ଏହି ପରିସ୍ଥିତିକୁ ସମ୍ଭାଳିଥାନ୍ତି । ଏହା ବ୍ୟତୀତ ବାସ୍ତବରେ ସେମାନଙ୍କ ପାଇଁ ସବୁକିଛି ହଜିଯିବା ଏକ ବଡ଼ ସଫଳତା ହୋଇଥାଏ। ଏହା ସତ୍ୟ ନୁହେଁ ଯେ ବୟସ୍କ ମହିଳାଙ୍କ ସହ ସମ୍ପର୍କିତ ସମସ୍ତ ଆଇଭିଏଫ୍‌ କ୍ଷେତ୍ରରେ ଫଳାଫଳ ମିଳି ନ ଥାଏ, ଯେବେକି ସଫଳତାର ସମ୍ଭାବନା ଅପେକ୍ଷାକୃତ କମ୍‌ ହୋଇଯାଇଥାଏ। କିନ୍ତୁ ଏମିତି ଅନେକ କ୍ଷେତ୍ରରେ ସଫଳତା ପରିଲକ୍ଷିତ ହୋଇଛି ।
ଦମ୍ପତିମାନେ ସମ୍ମୁଖୀନ ହେଉଥିବା ଅନ୍ୟ ସମସ୍ୟା ହେଉଛି ଯେ ଏହି ବୟସରେ ସେମାନେ ଭଲ ଅଭିଭାବକ ହୋଇପାରିବେ ନା ନାହିଁ । ଏହି ଚିନ୍ତା ଅଧିକତଃ ନିରାଧାର ହୋଇଥାଏ ଏବଂ ଡାକ୍ତରମାନେ ଜ୍ଞାନପ୍ରଦ ପରାମର୍ଶ ସହ ଏହାକୁ ଦୂରୀଭୂତ କରିପାରିବେ। ସତକଥା ହେଉଛି ଦମ୍ପତିମାନେ ୩୦ବର୍ଷ ବୟସ ପରେ କିମ୍ବା ୪୦ ପୂର୍ବରୁ ଅଧିକ ପରିପକ୍ୱ ସମ୍ପନ୍ନ ହୋଇଥାନ୍ତି ଏବଂ ୨୦ ବର୍ଷ ବୟସ୍କଙ୍କ ତୁଳନାରେ କୋମଳ ହୋଇଥାନ୍ତି। ସେମାନେ ଜୀବନରେ ଅନେକ ଭଲ ସମୟ ଦେଖିଛନ୍ତି। ତେଣୁ ସେମାନଙ୍କର ସମସ୍ତ ଅଭିଜ୍ଞତା ଗୋଟିଏ ଶିଶୁକୁ ଲାଳନପାଳନ ସମୟରେ କାମରେ ଆସିଥାଏ ।
କେତେକ ଦୃଷ୍ଟିରୁ ଦେଖିବାକୁ ଗଲେ ସେମାନଙ୍କର ୩୦ କିମ୍ବା ୪୦ ବର୍ଷରେ ଅଭିଭାବକ ହେବା ଏକ ବରଦାନ ସଦୃଶ, ଯେହେତୁ ବୟସ୍କ ଦମ୍ପତିମାନେ ଅଧିକ ଜ୍ଞାନବାନ୍‌ ହେବା ସହ ଅଧିକ ଆର୍ଥିକ ସ୍ବଚ୍ଛଳ ହୋଇଥାନ୍ତି ।
ତେଣୁ ଗୋଟିଏ ଶିଶୁକୁ ଏକ ସୁସ୍ଥମୟ ଲାଳନପାଳନ ଯୋଗାଇଦେବା ପାଇଁ ସେମାନେ ଏକ ଉତ୍ତମ ପରିସ୍ଥିତିରେ ଥାନ୍ତି ।
ପିଢ଼ି ସେମାନଙ୍କ ବ୍ୟକ୍ତିଗତ ଏବଂ ପେସାଗତ ଜୀବନ ମଧ୍ୟରେ ଏକ ସୁସ୍ଥ ତାଳମେଳ ବଜାୟ ରଖିବା ପାଇଁ କ୍ରମାଗତ ଭାବେ ସଂଘର୍ଷ କରି ଚାଲିଛନ୍ତି। ଏପରିକି ଆମର ପସନ୍ଦର ଜୀବନଶୈଳୀ, ଆମର ମାନସିକ ଏବଂ ଶାରୀରିକ ସ୍ଥାୟିତ୍ୱକୁ ପ୍ରଭାବିତ କରିଥାଏ ।
ଏହିଭଳି ଏକ ବିଷାଦଗ୍ରସ୍ତ ସମୟରେ ଆପଣ କ’ଣ ଗୋଟିଏ ପରିବାର ଆରମ୍ଭରେ ସଂଘର୍ଷ କରୁଛନ୍ତି?
ଚିନ୍ତା କରନ୍ତୁନାହିଁ। ଆମେ କେତେକ ଜୀବନଶୈଳୀ ସମ୍ପର୍କରେ ଉଲ୍ଲେଖ କରିବାକୁ ଯାଉଛୁ ଯାହାକି ବନ୍ଧ୍ୟାତ୍ୱର ଆଶଙ୍କାକୁ ବଢ଼ାଇଥାଏ। ଏଗୁଡ଼ିକୁ ଆପଣଙ୍କର ଜୀବନଶୈଳୀରୁ ଦୂରେଇ ଦିଅନ୍ତୁ ଏବଂ ଆପଣଙ୍କ ପାରିବାରିକ ଜୀବନରେ ଏକ ସକାରାମତ୍କ ପରିବର୍ତ୍ତନ ନେଇଆସନ୍ତୁ ।
– ଗାଇନାକୋଲୋଜିଷ୍ଟ ଏବଂ ଆଇଭିଏଫ୍‌ ବିଶେଷଜ୍ଞ, ଇନ୍ଦିରା ଆଇଭିଏଫ୍‌ ହସ୍ପିଟାଲ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?