ବିଳମ୍ବରେ ସ୍କୁଲ ଖୋଲିବା ମହଙ୍ଗା ପଡିଲା: ତାଲା ପକାଇଲେ ଗ୍ରାମବାସୀ

ଖଇରା, ୧୫।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ପାଣିସାଉଁଳି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକମାନେ ଶିଶୁ ଦିବସ ଭଳି ପବିତ୍ର ଦିବସରେ ବିଳମ୍ବରେ ସ୍କୁଲ ଆସିବା ମହଙ୍ଗା ପଡିଛି। ଏହାର ପ୍ରତିବାଦରେ ସଭାପତି ରବୀନ୍ଦ୍ର ପରିଡା ଓ ନରହରି ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ଦେଇଥିଲେ। ଆଞ୍ଚଳିକ ସାଧନ ସଂଯୋଜକ ଈଶ୍ୱର ଚନ୍ଦ୍ର ମାଝି ପହଞ୍ଚି ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଜଣାଇ ସୋମବାର ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଶିକ୍ଷୟିତ୍ରୀ, ଶିକ୍ଷକ ଓ ପିଲାମାନଙ୍କୁ ଭିତରକୁ ଛାଡିଥିଲେ। ଅଭିଯୋଗ ଅନୁଯାୟୀ ଗୁରୁବାର ଶିଶୁ ଦିବସ ଥିବା ବେଳେ ଶିକ୍ଷୟତ୍ରୀଶିକ୍ଷକମାନେ ୮ଟା ୩୦ମିନିଟ ସୁଦ୍ଧା ବିଦ୍ୟାଳୟକୁ ଆସି ନ ଥିଲେ କି ଗେଟ ତାଲା ଖୋଲି ନ ଥିଲେ ା ସେତେବେଳକୁ ପିଲାମାନେ ଦୀର୍ଘସମୟ ଧରି ବାହାରେ ଛିଡା ହୋଇଥିଲେ ା ପ୍ରଧାନଶିକ୍ଷୟିତ୍ରୀ ପରେ ଆସିବାରୁ ଗ୍ରାମବାସୀ ଏହାର କାରଣ ପଚାରିଥିଲେ। ହେଲେ ପ୍ରଧାନଶିକ୍ଷୟିତ୍ରୀ ତାଙ୍କୁ ଏଡାଇ ଯାଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଗ୍ରାମବାସୀ ଗେଟରେ ତାଲା ପକାଇଦେଇଥିଲେ ା ଏ ସମ୍ପର୍କରେ ପ୍ରଧାନଶିକ୍ଷୟିତ୍ରୀ ତୁଳସୀ ଦାସଙ୍କୁ ପଚାରିବାରେ ସେ ଏହାକୁ ଅସ୍ବୀକାର କରିବା ସହ ପାଲଟା ଗ୍ରାମବାସୀ ତାଙ୍କୁ ଦୁର୍ବ୍ୟବହାର କରିଥିବାର ଅଭିଯୋଗ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ରକୁ ଦିଆଯିବ ଗୁରୁତ୍ୱ

ବ୍ରହ୍ମପୁର ଅଫିସ/ ସୋରଡା,୧୦ା୯(ଡି.ଏନ.ଏ.)-ଗଞ୍ଜାମ ଜିଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ମଙ୍ଗଳବାର ସୋରଡ଼ାରେ ଅନୁଷ୍ଠିତ ହେବ। ଏଥିରେ ଦଳର ପ୍ରାୟ ୩ ହଜାର...

ସ୍ବାମୀଙ୍କ ସହ ଝଗଡ଼ା ପରେ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ସ୍ତ୍ରୀ

ପାଟଣା,୧୮।୧୧(ସ୍ବ.ପ୍ର.): କେନ୍ଦୁଝର ଜିିଲା ପାଟଣା ବ୍ଲକ ଏରେଣ୍ଡେଇ ଗ୍ରାମର ଜଣେ ୪୫ ବର୍ଷୀୟା ମହିଳା ବୁଧବାର ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ...

ସରପଞ୍ଚ ଦେଲେ ନୂଆ ଶାଢ଼ୀ, ପୂଜା ସାମଗ୍ରୀ: ସଂଗରୋଧରେ ଥିବା ମହିଳା ପାଳିଲେ ସାବିତ୍ରୀ ବ୍ରତ

ବନ୍ତ,୨୨।୫(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ଟିଏମ୍‌ସିରେ ଶୁକ୍ରବାର ସାବିତ୍ରୀ ବ୍ରତ ପାଳନ ହୋଇଯାଇଛି। ସଙ୍ଗରୋଧରେ ଥିବା ସଧବାମାନେ ସମଦୂରତ୍ୱ ରଖି ସାବିତ୍ରୀ...

ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା: ୩ ଗିରଫ, ୨ ଖଣ୍ଡା ଜବତ

ବ୍ରହ୍ମପୁର ଅଫିସ,୧୭।୫: ଗଞ୍ଜାମ ଜିଲା ବଡବଜାର ପୋଲିସ ଗୁରୁବାର ରାତିରେ ଟୁଟୁ ହାତୀ ହତ୍ୟାଉଦ୍ୟମ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨ଟି ଖଣ୍ଡା...

ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ମନ୍ତ୍ରରେ ଦୀକ୍ଷିତ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର,୨ା୧୦(ବ୍ୟୁରୋ):  ଗାନ୍ଧୀ ଜୟନ୍ତୀ ଅବସରରେ ଲୋକସେବା ଭବନରେ ପାଳିତ ହୋଇଛି ଶାନ୍ତି, ଅହିଂସା ଓ ସ୍ବରାଜର ମହୋତ୍ସବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି...

ଶୌଚ ହେବାକୁ ଯାଇଥିଲେ ବୃଦ୍ଧା, ଦଳିଦେଲା ଦନ୍ତା

ଝାରସୁଗୁଡ଼ା ଅଫିସ,୧୧ା୮: ଝାରସୁଗୁଡ଼ା ଜିଲା ବାଗଡିହି ଫରେଷ୍ଟ ରେଞ୍ଜ ଅଧୀନ ବୁଡ଼ାପଡ଼ା ଗ୍ରାମ ନିକଟରେ ଏକ ଦନ୍ତା ଜଣେ ବୃଦ୍ଧାଙ୍କୁ ଦଳି ମାରିଦେଇଛି। ମୃତ ବୃଦ୍ଧା...

ସଂଘବଦ୍ଧ ଆକ୍ରମଣ ଓ ବନ୍ଧୁକ ଜବତ ମାମଲା: ୪ ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୧୧ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ନିକଟ ଏ.ରଘୁନାଥପୁର ଗ୍ରାମରେ କଲ୍ୟାଣମଣ୍ଡପ ଜମି ଚିହ୍ନଟକୁ କେନ୍ଦ୍ରକରି ବୁଧବାର ସକାଳେ ଘଟିଥିବା ସଂଘବଦ୍ଧ ଆକ୍ରମଣ ଓ...

ଭୁବନେଶ୍ୱରେ ପହଞ୍ଚିଲା ୨ ଲକ୍ଷ ଡୋଜ କୋଭିସିଲ୍ଡ ଟିକା

ଭୁବନେଶ୍ୱର,୭।୫(ବ୍ୟୁରୋ): ଭୁବନେଶ୍ୱରରେ ଶୁକ୍ରବାର ୨ ଲକ୍ଷ ଡୋଜ କୋଭିସିଲ୍ଡ ଟିକା ପହଞ୍ଚିଛି। ତେବେ ଏହି ଟିକା ୪୫ ବର୍ଷରୁ ଅଧିକ ବୟସ ବର୍ଗଙ୍କୁ ଦିଆଯିବ। ପ୍ରଥମ...

Advertisement
Archives

Model This Week