ବିଳମ୍ବରେ ପହଞ୍ଚିଲା ସହାୟତା

ଚିତ୍ରଡ଼ା,୨୮ା୪(ଡି.ଏନ୍‌.ଏ.)- କରୋନା ପାଇଁ ଗରିବ ଓ ଅସହାୟ ଲୋକଙ୍କୁ ସରକାର ୩ ମାସର ଆଗୁଆ ସହାୟତା ଯୋଗାଇ ଦେଇଥିତ୍ବା ବେଳେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଘଳୋମୁଁହା ପଞ୍ଚାୟତ ଅଧୀନ ଆଣୁଆ ଗ୍ରାମର ଏକ ଅସହାୟ ପରିବାର ବହୁ ବିଳମ୍ବରେ ଏହି ସହାୟତା ପାଇଛନ୍ତି। ସୂଚନା ଅନୁଯାୟୀ, ଗ୍ରାମର ଉଲୁ ଟୁଡୁ ଜଣେ ଅସହାୟ ବ୍ୟକ୍ତି। ତାଙ୍କ ପରିବାରରେ ପତ୍ନୀ ରାଙ୍କିନି ଟୁଡୁ ଓ ଏକ ଛୋଟ ପୁଅ ଅଛନ୍ତି। ଲକ୍‌ ଡାଉନ ସମୟରେ ତାଙ୍କ ପରିବାରକୁ ସରକାରୀ ସହାୟତା ମିଳି ନ ଥିତ୍ବାରୁ ଦୟନୀୟ ଅବସ୍ଥାରେ ସେମାନେ କାଳ କାଟୁଥିଲେ। ଗ୍ରାମର କଳିଙ୍ଗ ସେନାପତି ନାମକ ଜଣେ ବ୍ୟକ୍ତି ଏହି ପରିବାରକୁ ଗୋଟିଏ ବେଳା ଖାଦ୍ୟ ଯୋଗାଇଥିଲେ। ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ଏବିଷୟରେ ବାରମ୍ବାର ଜଣାଇ ଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା l ଏସମ୍ପର୍କରେ ଖବରପାଇ ମୋରଡା ବ୍ଲକ କଂଗ୍ରେସ ସଭାପତି ଶଶଧର ବେହେରା ଏବଂ ଜେଏମଏମ ବ୍ଲକ ସମ୍ପାଦକ ପରିତୋଷ ବାରିକ ବିଡିଓ ପ୍ରିୟବ୍ରତ ପାଢ଼ୀଙ୍କୁ ଅବଗତ କରାଇଥିଲେ। ବିଡିଓ ପାଢ଼ୀ ସଂଗେ ସଂଗେ ଉଲୁଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ସରପଞ୍ଚଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୋମବାରଠାରୁ ଉଲୁଙ୍କ ପରିବାରକୁ ଚାଉଳ, ଡାଲି, ତେଲ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆ ଯାଇଥିତ୍ବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଟାନିକାଲ୍‌ ଗାର୍ଡେନରେ ଲାଗିଲା ନିଆଁ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ନନ୍ଦନକାନନ ନିକଟ ବଟାନିକାଲ୍‌ ଗାର୍ଡେନର ଜଙ୍ଗଲିଆ ଅଞ୍ଚଳରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ଖବର ପାଇ ବାରଙ୍ଗ ଅଗ୍ନିଶମ...

ଆଜି ୫୯ କରୋନା ପଜିଟିଭ୍‌ ଚିହ୍ନଟ: ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୩୦।୩(ବ୍ୟୁରୋ): ରାଜ୍ୟରେ ବୁଧବାର ୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ଜଣ...

ସାବେରୀ ନଦୀରେ ଡ୍ୟାମ୍‌ ନିର୍ମାଣ କରୁଛନ୍ତି ଛତିଶଗଡ଼ ସରକାର: ପ୍ରତିବାଦରେ ଜିଲା ଆଦିବାସୀ ସଂଘର ଶୋଭାଯାତ୍ରା

ମାଲକାନଗିରିି, ୧୧।୯(ଡି.ଏନ୍‌.ଏ)- ଛତିଶଗଡ଼ ସରକାର ସାବେରୀ ନଦୀରେ ଡ୍ୟାମ ନିର୍ମାଣ କରିବା ପ୍ରତିବାଦରେ ମଙ୍ଗଳବାର ମାଲକାନଗିରି ଜିଲାର ମାଥିଲି ବ୍ଲକ ଅନ୍ତର୍ଗତ ମହୁପଦରଠାରେ ଜିଲା ଆଦିବାସୀ...

୨ କୋଟି ଟଙ୍କାରେ ବିକ୍ରି ହୋଇଥାନ୍ତା ହନୁମାନ ପଇସା: ଚଢ଼ାଉ କରି ୭ ଜଣଙ୍କୁ ବାନ୍ଧିଲା ଗଞ୍ଜାମ ପୋଲିସ

ବ୍ରହ୍ମପୁର ଅଫିସ ,୨୬।୧- ତିନୋଟି ହନୁମାନ ମୁଦ୍ରାକୁ ୨ କୋଟି ଟଙ୍କାରେ ବିକ୍ରି ଏବଂ ଠକେଇ କାରବାର ଉଦ୍ୟମକୁ ଗଞ୍ଜାମ ବାଦବାଜାର ପୋଲିସ ପଣ୍ଡ କରିଛି...

ବିଶ୍ୱସ୍ତରୀୟ କ୍ୟାନସର ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨ା୭(ବ୍ୟୁରୋ): ରାଜଧାନୀରେ ସୋମବାର ଦୁଇଟି କ୍ୟାନସର ହସ୍ପିଟାଲ ପାଇଁ ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜଟଣୀ ଅଞ୍ଚଳରେ ଥିବା ଇନ୍‌ଫୋସିଟି-୨ରେ ୨୦ରୁ ୨୫ ଏକର...

୧୩ ଲକ୍ଷ ଟଙ୍କାର ଅଷ୍ଟ୍ରେଲିଆନ୍‌ କୋଇଲା ଜବତ

ଭୁବନେଶ୍ୱର,୩୦ା୯ (ବ୍ୟୁରୋ): ଯାଜପୁର ଅଞ୍ଚଳକୁ ଚୋରା ଚାଲାଣବେଳେ ଭଦ୍ରକ ଜିଲା ଧୁଷୁରୀ ଥାନାଞ୍ଚଳରୁ ବିପୁଳ ପରିମାଣର ଅଷ୍ଟ୍ରେଲିଆନ କୋଇଲା ସହ ଟ୍ରକକୁ ଜବତ କରିଛି କ୍ରାଇମ୍‌ବ୍ରାଞ୍ଚର...

ସୁଯୋଗ ଦେଲେ ପିଲା ଇତିହାସ ସୃଷ୍ଟି କରିିବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ସୋମବାର ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୦ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏଥିରେ ଶେରଗଡ଼ ବ୍ଲକର ୫...

ମଙ୍ଗଳବାରଠାରୁ ୧୪ ଜିଲା ଲକ୍‌ଡାଉନ୍‌

ଭୁବନେଶ୍ୱର,୨୩।୩(ବ୍ୟୁରୋ): ୧୪ ଜିଲାକୁ ସଂପ୍ରସାରଣ ହେଲା ଲକ୍‌ଡାଉନ୍‌। ରାଜ୍ୟ ସରକାର ପୂର୍ବରୁ ୫ ଜିଲାକୁ ଲକ୍‌ଡାଉନ୍‌ କରିଥିବା ବେଳେ ସୋମବାର ଆଉ ୯ଟି ଜିଲାକୁ ଲକ୍‌ଡାଉନ୍‌...

Advertisement
Archives

Model This Week