ବିଲିକଣା ଘରପୋଡ଼ି ଘଟଣାରେ ଜଣେ ଗିରଫ

ଆଳି, ୨୪।୨ (ଡି.ଏନ୍‌.ଏ.): ଆଳି ଥାନା ଅଧୀନ ବିଲିକଣା ଗ୍ରାମରେ ଘଟିଥିବା ଘରପୋଡି ଘଟଣାରେ ପୋଲିସ ରବିବାର ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ବିଲିକଣା ଗ୍ରାମର ସସ୍ମିତା ମଲ୍ଲିକ। ବିଲିକଣା ଗ୍ରାମର ସାରତୀ ମଲିକ ଓ ତାଙ୍କ ଦିଅର ବାବୁରାମ ମଲିକଙ୍କ ପରିବାର ମଧ୍ୟରେ ଜମିଜମା ବିବାଦକୁ ନେଇ ଶତ୍ରୁତା ଲାଗି ରହିଥିଲା। ଦୁଇ ସପ୍ତାହ ପୂର୍ବରୁ ଉଭୟ ପରିବାର ମଧ୍ୟରେ ସଂଘର୍ଷ ଘଟିଥିଲା, ଯାହାକୁ କେନ୍ଦ୍ରକରି ବାବୁରାମଙ୍କ ପରିବାର ଲୋକେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ସାରତୀଙ୍କ ଘରେ ନିଆଁ ଲଗାଇ ଦେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଅଗ୍ନିକାଣ୍ଡରେ ସାରତୀଙ୍କ ୨ ବଖରା ଜଳି ଯିବା ସହ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିଲା। ସାରତୀ ଏ ନେଇ ବାବୁରାମଙ୍କ ପରିବାର ବିରୋଧରେ ଥାନାରେ ଏତଲା ଦେଇଥିଲେ। ପୋଲିସ ବାବୁରାମଙ୍କ ପରିବାରର ସସ୍ମିତାଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ସଦସ୍ୟ ଫେରାର ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ କଙ୍କାଳ ମିଳିବା ମାମଲା: ଫରେଷ୍ଟ ଗାର୍ଡ ନିଲମ୍ବିତ

ଆଠଗଡ଼,୨୦।୬(ଡି.ଏନ୍‌.ଏ.): ଆଠଗଡ଼ ବନ ବିଭାଗ ପକ୍ଷରୁ ଗତ ୧୪ ତାରିଖରେ ହାତୀ କଙ୍କାଳ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ଫରେଷ୍ଟ ଗାର୍ଡ ପ୍ରଭାତ ପ୍ରଧାନଙ୍କୁ ସୋମବାର...

ସମ୍ବଲପୁର ଷ୍ଟେଶନରୁ ଚାଲିଲା ସ୍ବତନ୍ତ୍ର ଟ୍ରେନ

ସମ୍ବଲପୁର,୮ା୬(ବ୍ୟୁରୋ): ମହାମାରୀ କରୋନା ଯୋଗୁ ସମ୍ବଲପୁର ଷ୍ଟେଶନରୁ ବନ୍ଦ ପଡିଥିବା ରେଳ ଚଳାଚଳ ଆରମ୍ଭ ହୋଇଛି। ସୋମବାର ସମ୍ବଲପୁର-ପୁରୀ ଇଣ୍ଟରସିଟି ଯାହା ପରିବର୍ତ୍ତନ ହୋଇ ଖୋର୍ଦ୍ଧା...

ଜଙ୍ଗଲ ଜମି ପଟ୍ଟା ଯୋଗାଇବାରେ ପ୍ରଶାସନ ବିଫଳ, ପଟ୍ଟା ପ୍ରଦାନ ପାଇଁ ଗ୍ରାମବାସୀଙ୍କ ଦାବି

ମାଲକାନଗିରି, ୩ା୭(ଡି.ଏନ୍‌.ଏ.): ଦୀଘବର୍ଷ ଧରି ମାଲକାନଗିରି ଜିଲାରେ ବସବାସ କରି ଆସୁଥିବା ଅନୁସୂଚିତ ଜାତିଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବାରେ ପ୍ରଶାସନ କାଳ ବିଳମ୍ବ କରୁଥିବାରୁ...

ବରଗଡ଼ରେ ଯୋଗଦେଲେ ନୂଆ ଜିଲାପାଳ ମୋନିଷା ବାନାର୍ଜୀ: ଧାନ ସଂଗ୍ରହ ଓ କୃଷିକୁ ଦେବେ ପ୍ରାଥମିକତା

ବରଗଡ଼ ଅଫିସ,୧।୭: ବରଗଡ଼ର ନୂଆ ଜିଲାପାଳଭାବେ ମୋନିଷା ବାନାର୍ଜୀ (ଆଇଏଏସ) ଗୁରୁବାର ଯୋଗଦାନ କରିଛନ୍ତି। ବରଗଡ଼ କୃଷି ପ୍ରାଧାନ୍ୟ ଜିଲା ହୋଇଥିବା ଯୋଗୁ ସେ ଧାନ...

ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା ଘଟଣା: ୫ କୋର୍ଟଚାଲାଣ

ମାଲକାନଗିରି/ପଡିଆ,୯ା୧୦(ଡି.ଏନ.ଏ)-ମାଲକାନଗିରି ଜିଲାରେ ଗୁଣି ଗାରେଡି ସନ୍ଦେହରେ ହତ୍ୟା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ଏ ସମ୍ପର୍କରେ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଗ୍ରାମ...

ତେଜରାତି ଦୋକାନରେ ଅଗ୍ନିକାଣ୍ଡ: ଜଳିଗଲା ସମସ୍ତ ସାମଗ୍ରୀ

ବ୍ରହ୍ମପୁର ଅଫିସ,୨୨।୧୧: ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଦାବରୀଶନଗର ତୃତୀୟ ଲାଇନରେ ଥିବା ଏକ ତେଜରାତି ଦୋକାନରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଦୋକାନର...

ଅନୁଗୋଳ ଜିଲା ତ୍ରୟୋଦଶ ଯୋଜନା କମିଟି ବୈଠକ ଆରମ୍ଭ

ଅନୁଗୋଳ ଅଫିସ,୪।୧୨: ଅନୁଗୋଳ ଜିଲା ତ୍ରୟୋଦଶ ଯୋଜନା କମିଟି ବୈଠକ ଜିଲାପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ମଧ୍ୟାହ୍ନରେ ଆରମ୍ଭ ହୋଇଛି। ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ...

ଅଧ୍ୟକ୍ଷ ପଦବୀ ଅଣସଂରକ୍ଷିତ

କାମାକ୍ଷାନଗର/ ଭୁବନ, ୨।୨(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ଏବଂ ଭୁବନ ଏନ୍‌ଏସିରେ ଅନୁଷ୍ଠିତ ହେବାକୁ ଥିବା ପୌର ନିର୍ବାଚନ ପାଇଁ ବୁଧବାର ଚୂଡ଼ାନ୍ତ ଓ୍ବାର୍ଡ ସଂରକ୍ଷଣ ତାଲିକା...

Advertisement
Archives

Model This Week