ବିରଳ ସାମୁଦ୍ରିକ କଇଁଛ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ: ସମୁଦ୍ର ମୁହାଁ ହଜାର ହଜାର ଛୁଆ କଇଁଛ

ଗଞ୍ଜାମ,୬।୫:(ବିଦ୍ୟାଧର ସାହୁ ): ସାମୁଦ୍ରିକ କଇଁଛଙ୍କ ଏନ୍ତୁଡିଶାଳ ଭାବେ ପରିଚିତ ଗଞ୍ଜାମ ଜିଲା ଋଷିକୂଲ୍ୟା ମୁହାଣ ବେଳାଭୂମିରୁ ସକାଳ ଓ ସନ୍ଧ୍ୟାରେ ଥଣ୍ଡା ପରିବେଶରେ ବିସ୍ତୃତ ବାଲୁକା ଶଯ୍ୟାରେ ପୋତି ହୋଇ ରହିଥିବା ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଛି । ଗତକାଲି ରାତିରେ ଏବଂ ବୁଧବାର ସକାଳରେ ହଜାର ହଜାର କଇଁଛ ଛୁଆ ବର୍ତ୍ତମାନ ସମୁଦ୍ର ମୁହାଁ ହୋଇଥିବା ରମ୍ଭା ବନପାଳ ଡି ପ୍ରଶାନ୍ତ କୁମାର ରାଓ ସୂଚନା ଦେଇଛନ୍ତି । ଉକ୍ତ ଛୁଆ କଇଁଛଙ୍କୁ ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳ ତଥା ବାହାର ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଇଛି । ପୂର୍ବ ବର୍ଷ ଗୁଡିକ ତୁଳନାରେ ଚଳିତ ବର୍ଷ କମ୍‌ ସଂଖ୍ୟକ କଇଁଛ ଗଣ ଅଣ୍ଡା ଦାନ କରିଥିଲେ । ଚଳିତ ବର୍ଷ ବନ ବିଭାଗର ଗଣନା ଅନୁଯାୟୀ ୨ ଲକ୍ଷ ୫ ହଜାର ୨୯୩ କଇଁଛ ଏହି ଋଷିକୂଲ୍ୟା ବେଳାଭୂମିରେ ଗଣ ଅଣ୍ଡାଦାନ କରିଥିଲେ । ଏହାର ୪୫ରୁ ୫୦ଦିନ ମଧ୍ୟରେ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଛି । ଗୋଟିଏ କଇଁଛ ପାଖାପାଖି ୧୩୦ ରୁ ୧୪୦ଅଣ୍ଡା ଦେଇଥିବା ଜଣାପଡିଛି । ଛୁଆ କଇଁଛ ସମୁଦ୍ର ଭିତରକୁ ଗଲା ବେଳେ କିଛି ଛୁଆ କଇଁଛ ଭାରସାମ୍ୟ ହରାଇ ଓଲଟି ପଡୁଥିବା ଏବଂ କିଛି ଛୁଆ ବାଟବଣା ହୋଇ ପ୍ଲାଷ୍ଟିକରେ ଗୁଡେଇ ହୋଇ ଜୀବନ ସହ ସଂଘର୍ଷ କରୁଥିବା ବେଳେ ସେଗୁଡିକ ବନ ବିଭାଗ ଓ ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା ସମୁଦ୍ରକୁ ଛାଡିଛନ୍ତି। ଏଥିସହ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ ପକ୍ଷରୁ ଜାଲ ବାଡ଼ ସହ ବ୍ୟାରିକେଡ ନିର୍ମାଣ କରାଯାଇଛି । ସେହିପରି ଋଷିକୂଲ୍ୟା ମୁହାଣ ନିକଟସ୍ଥ ପୁରୁଣା ପୋଡ଼ମ ପେଟା ଗ୍ରାମ ଠାରୁ ଉତ୍ତର ଦିଗ ସିଦ୍ଧାର୍ଥ ନଗର ପର୍ଯ୍ୟନ୍ତ ବନ କର୍ମଚାରୀ ଏବଂ କୋଷ୍ଟ ଗାର୍ଡ ମୃତୟନ ଥିବା ଆଞ୍ଚଳିକ ବନ ସରାଂଖ୍ୟକ ଭି ନୀଳମ୍ବରନ ସୂଚନା ଦେଇଛନ୍ତିl ସୁରକ୍ଷା ନେଇ ବ୍ରହ୍ମପୁର ବନ ଖଣ୍ଡ ଅଧିକାରୀ ଶନି ଖୋଖର ଘନ ଘନ ଋଷିକୂଲ୍ୟା ବେଳାଭୂମି ଆସି ସମୀକ୍ଷା କରୁଛନ୍ତି । ଛୁଆ କଇଁଛଙ୍କ ସୁରକ୍ଷା ଲାଗି ବନ ବିଭାଗ ସମ୍ପୂର୍ଣ ସଜାଗ ଥିବା ବନ ରକ୍ଷକ ତପନ କୁମାର ନନ୍ଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜୁଭେଣ୍ଟିକା ସେଲ୍‌ ଉଦ୍‌ଘାଟିତ ପୁରୁଷୋତ୍ତମପୁର ଥାନାକୁ ଶିଶୁମିତ୍ର ଥାନା ଭାବରେ ଗଢି ତୋଳିବା ଲକ୍ଷ୍ୟ

ପୁରୁଷୋତ୍ତମପୁର/ଶେରଗଡ଼/ଛତ୍ରପୁର/ ଆସିକା ୮ା୫ (ସବିତା ମିଶ୍ର/ ସୂର୍ଯ୍ୟ ନାରାୟଣ ଦାଶ/ଦିଲୀପ ମିଶ୍ର/ ସୁରେନ୍ଦ୍ର ନାଥ ସାହୁ) ଓଡିଶା ପୋଲିସ ପକ୍ଷରୁ ଶିଶୁଙ୍କ ସୁରକ୍ଷା ଲାଗି ଜୁଭେଣ୍ଟିକା ସେଲ୍‌କୁ…

ବିରଳ ଅସ୍ତ୍ରୋପଚାର: ଶିଶୁ ମୁଣ୍ଡରୁ କଢ଼ାଗଲା କାଠଖଣ୍ଡ, ଶିଶୁଙ୍କୁ ବଞ୍ଚାଇଦେଲେ…

ବ୍ରହ୍ମପୁର/ଦିଗପହଣ୍ଡି, ୮।୫(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ନବରଙ୍ଗପୁର ଜିଲା ଉମରକୋଟ ଗ୍ରାମର ସଞ୍ଜିତ ହରିଜନଙ୍କ ପୁଅ ଓମ (୩) ଗତ ୨୮ ତାରିଖ ଅପରାହ୍ନରେ ଘର…

କାରୁଆନାଙ୍କୁ ହରାଇଲେ ଗୁକେଶ

ଓ୍ବାର୍‌ସ,୮ା୫: ବିଶ୍ୱ ଚାମ୍ପିୟନ ଡି. ଗୁକେଶ ଏଠାରେ ଚାଲିଥିବା ସୁପର ରାପିଡ ଓ ବ୍ଲିଜ୍‌ ଟୁର୍ନାମେଣ୍ଟର ରାପିଡ୍‌ ପ୍ରତିଯୋଗିତାର ୯ମ ତଥା ଫାଇନାଲ ରାଉଣ୍ଡରେ ଆମେରିକୀୟ ଗ୍ରାଣ୍ଡମାଷ୍ଟର…

ଆଇପିଏଲ୍‌: ଖେଳାଳିଙ୍କ ପ୍ରକୋଷ୍ଠରେ ଲାଗିଲା ପ୍ରବେଶ କଟକଣା

ନୂଆଦିଲ୍ଲୀ,୮ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ହନି ଟ୍ରାପ୍‌, ଆଇନଗତ ଦାୟିତ୍ୱ ଓ ସୁରକ୍ଷାଗତ ବିପଦ ସମ୍ଭାବନା ଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ…

ମା’ ବାମଦେଇ ଠାକୁରାଣୀ ଯାତ୍ରା ଆରମ୍ଭ ଉତ୍ସବମୁଖର ବମକୋଇ

ଦିଗପହଣ୍ଡି,୮ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକୋଇ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ବାମଦେଇ ଠାକୁରାଣୀଙ୍କ ୭ ଦିନିଆ ଯାତ୍ରା ମହୋତ୍ସବ ଶୁକ୍ରବାର ଆରମ୍ଭ ହୋଇଛି…

ପ୍ରଧାନମନ୍ତ୍ରୀଙ୍କ ଅଙ୍ଗ, ବଙ୍ଗ, କଳିଙ୍ଗ ମିଶନ ପୂରା: ଓଡ଼ିଶାବାସୀଙ୍କ ପାଇଁ ଦ୍ବିତୀୟ ଘର କୋଲକାତା କହିଲେ…

ଭୁବନେଶ୍ୱର,୮।୫: ବଙ୍ଗ ବିଜୟ ଅବିସ୍ମରଣୀୟ ଯାତ୍ରା କହିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି,୨୦୧୧ରେ ୩ ଆସନରୁ ୨୦୨୬ରେ ୨୦୦ ପାର୍‌ ଏକ ଅବିସ୍ମରଣୀୟ ଯାତ୍ରା।…

ପରାଜୟ ପାଇଁ ଅନ୍ୟକୁ ଦୋଷ ନ ଦେଇ କଂଗ୍ରେସ ଆତ୍ମଚିନ୍ତନ କରୁ: ଶାହା

କୋଲକାତା,୮।୫: କୋଲକାତାରେ ଭାଜପା ବିଧାୟକ ଦଳ ବୈଠକରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମ୍ବୋଧିତ କରି ବିରୋଧୀଙ୍କ ଭୋଟ ଚୋରି ଅଭିଯୋଗକୁ ନେଇ ରାହୁଲ ଗାନ୍ଧୀଙ୍କ…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରି ବଡ଼ ବୟାନ ଦେଲେ ଶାହା, ସବୁଠୁ ବଡ଼ ବିଜୟ…

କୋଲକାତା,୮।୫: କୋଲକାତାରେ ଭାଜପା ବିଧାୟକ ଦଳ ବୈଠକରେ ପଶ୍ଚିମବଙ୍ଗ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାଜପା ବିଧାୟକ ଦଳ ନେତା ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri