ବିରାଟଙ୍କ ପାଇଁ ଲକି ଅନୁଷ୍କାଙ୍କ ଏହି ଜିନିଷ: ଦେଖିବାକୁ ମିଳେ ଖେଳପଡ଼ିଆରେ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଡିସେମ୍ବର ୧୧ରେ ତୃତୀୟ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଚଳିତ ବର୍ଷ ତାଙ୍କର ଏହି ବିବାହ ବାର୍ଷିକୀ ସବୁଠାରୁ ସ୍ବତନ୍ତ୍ର ହେବ। କାରଣ ଏଥର ଅନୁଷ୍କା ବିରାଟଙ୍କୁ ବାପା ହେବାର ଖୁସି ଖବର ଦେଇଛନ୍ତି। କିନ୍ତୁ ଏଥର ଏହି ଯୋଡି ଏକାଠି ନିଜର ବିବାହ ବାର୍ଷିକୀ ପାଳନ କରିପାରିବେ ନାହିଁ। କାରଣ ବର୍ତ୍ତମାନ ବିରାଟ ଅଷ୍ଟ୍ରେଲିଆରେ ଥିବାବେଳେ ଅନୁଷ୍କା ମୁମ୍ବାଇରେ ଅଛନ୍ତି। କିନ୍ତୁ ଅଧିକାଂଶ ସମୟରେ ସ୍ବାମୀଙ୍କୁ ଉତ୍ସାହିତ କରିବା ପାଇଁ ଅନୁଷ୍କା ଖେଳପଡ଼ିଆରେ ଉପସ୍ଥିତ ରୁହନ୍ତି। ତେବେ ଖୁବ୍‌ କମ୍‌ ଲୋକ ଲକ୍ଷ୍ୟ କରିଥିବେ ଯେ, ଖେଳପଡ଼ିଆରେ ଅନୁଷ୍କା କେବଳ ଗୋଟିଏ ଘଣ୍ଟା ଏବଂ ବ୍ରେସଲେଟ୍‌ ପିନ୍ଧିଥାନ୍ତି। ଜାଣିବା ଏହି ଘଣ୍ଟା ସବୁବେଳେ ସେ କାହିଁକି ପିନ୍ଧିଥାନ୍ତି।
ଇଣ୍ଟରନ୍ୟାଶନାଲ ମାଚ୍‌ ଏବଂ ଆଇପିଏଲ୍‌ର ପୁରା ସିଜିନ୍‌ରେ ବିରାଟଙ୍କ ସହ ଅନୁଷ୍କାଙ୍କୁ ଦେଖିବାକୁ ମିଳିଥାଏ। ଏହି ସମୟରେ ଏହା ମଧ୍ୟ ଦେଖାଯାଇଛି ଯେ, ଅନୁଷ୍କା କେବଳ ଗୋଟିଏ ଘଣ୍ଟା ଏବଂ ବ୍ରେସ୍‌ଲେଟ ପିନ୍ଧିଥାନ୍ତି। ସେମିତିରେ ଅନୁଷ୍କାଙ୍କ ପାଖରେ ବହୁତ ଘଣ୍ଟା ଅଛି, ସ୍ବାମୀଙ୍କ ମ୍ୟାଚ୍‌ ଚାଲିଥିବା ବେଳେ ସେ କେବଳ ଗୋଟିଏ ଘଣ୍ଟା ପିନ୍ଧିଥାନ୍ତି। କାରଣ ଅନୁଷ୍କା ଏହି ଘଣ୍ଟାକୁ ଲକି ମାନିଥାନ୍ତି।
ବିରୁଷ୍କା ବଲିଉଡ୍‌ ଏବଂ କ୍ରିକେଟ ଦୁନିଆରେ ସବୁଠାରୁ ଚର୍ଚ୍ଚିତ ଯୋଡି ମଧ୍ୟରୁ ଅନ୍ୟତମ। ୨୦୧୭ରେ ଏମାନେ ବିବାହ କରିଥିଲେ। ବିବାହ ପୂର୍ବରୁ ଅନେକ ବର୍ଷ ପର୍ଯ୍ୟନ୍ତ ସେମାନେ ପରସ୍ପରକୁ ଡେଟ୍‌ କରୁଥିଲେ। ଡେଟିଂ ସମୟରେ ମଧ୍ୟ ଅନୁଷ୍କା ଏହି ଘଣ୍ଟା ପିନ୍ଧି ବିରାଟଙ୍କୁ ଉତ୍ସାହିତ କରିବାକୁ ଖେଳପଡ଼ିଆରେ ପହଞ୍ଚୁଥିଲେ। ମାତ୍ର ଏଥର ଗର୍ଭବତୀ ଥିବାରୁ ଅନୁଷ୍କା ବିରାଟଙ୍କ ସହ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri