ବିରାଟଙ୍କ ପାଇଁ ଲକି ଅନୁଷ୍କାଙ୍କ ଏହି ଜିନିଷ: ଦେଖିବାକୁ ମିଳେ ଖେଳପଡ଼ିଆରେ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଡିସେମ୍ବର ୧୧ରେ ତୃତୀୟ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଚଳିତ ବର୍ଷ ତାଙ୍କର ଏହି ବିବାହ ବାର୍ଷିକୀ ସବୁଠାରୁ ସ୍ବତନ୍ତ୍ର ହେବ। କାରଣ ଏଥର ଅନୁଷ୍କା ବିରାଟଙ୍କୁ ବାପା ହେବାର ଖୁସି ଖବର ଦେଇଛନ୍ତି। କିନ୍ତୁ ଏଥର ଏହି ଯୋଡି ଏକାଠି ନିଜର ବିବାହ ବାର୍ଷିକୀ ପାଳନ କରିପାରିବେ ନାହିଁ। କାରଣ ବର୍ତ୍ତମାନ ବିରାଟ ଅଷ୍ଟ୍ରେଲିଆରେ ଥିବାବେଳେ ଅନୁଷ୍କା ମୁମ୍ବାଇରେ ଅଛନ୍ତି। କିନ୍ତୁ ଅଧିକାଂଶ ସମୟରେ ସ୍ବାମୀଙ୍କୁ ଉତ୍ସାହିତ କରିବା ପାଇଁ ଅନୁଷ୍କା ଖେଳପଡ଼ିଆରେ ଉପସ୍ଥିତ ରୁହନ୍ତି। ତେବେ ଖୁବ୍‌ କମ୍‌ ଲୋକ ଲକ୍ଷ୍ୟ କରିଥିବେ ଯେ, ଖେଳପଡ଼ିଆରେ ଅନୁଷ୍କା କେବଳ ଗୋଟିଏ ଘଣ୍ଟା ଏବଂ ବ୍ରେସଲେଟ୍‌ ପିନ୍ଧିଥାନ୍ତି। ଜାଣିବା ଏହି ଘଣ୍ଟା ସବୁବେଳେ ସେ କାହିଁକି ପିନ୍ଧିଥାନ୍ତି।
ଇଣ୍ଟରନ୍ୟାଶନାଲ ମାଚ୍‌ ଏବଂ ଆଇପିଏଲ୍‌ର ପୁରା ସିଜିନ୍‌ରେ ବିରାଟଙ୍କ ସହ ଅନୁଷ୍କାଙ୍କୁ ଦେଖିବାକୁ ମିଳିଥାଏ। ଏହି ସମୟରେ ଏହା ମଧ୍ୟ ଦେଖାଯାଇଛି ଯେ, ଅନୁଷ୍କା କେବଳ ଗୋଟିଏ ଘଣ୍ଟା ଏବଂ ବ୍ରେସ୍‌ଲେଟ ପିନ୍ଧିଥାନ୍ତି। ସେମିତିରେ ଅନୁଷ୍କାଙ୍କ ପାଖରେ ବହୁତ ଘଣ୍ଟା ଅଛି, ସ୍ବାମୀଙ୍କ ମ୍ୟାଚ୍‌ ଚାଲିଥିବା ବେଳେ ସେ କେବଳ ଗୋଟିଏ ଘଣ୍ଟା ପିନ୍ଧିଥାନ୍ତି। କାରଣ ଅନୁଷ୍କା ଏହି ଘଣ୍ଟାକୁ ଲକି ମାନିଥାନ୍ତି।
ବିରୁଷ୍କା ବଲିଉଡ୍‌ ଏବଂ କ୍ରିକେଟ ଦୁନିଆରେ ସବୁଠାରୁ ଚର୍ଚ୍ଚିତ ଯୋଡି ମଧ୍ୟରୁ ଅନ୍ୟତମ। ୨୦୧୭ରେ ଏମାନେ ବିବାହ କରିଥିଲେ। ବିବାହ ପୂର୍ବରୁ ଅନେକ ବର୍ଷ ପର୍ଯ୍ୟନ୍ତ ସେମାନେ ପରସ୍ପରକୁ ଡେଟ୍‌ କରୁଥିଲେ। ଡେଟିଂ ସମୟରେ ମଧ୍ୟ ଅନୁଷ୍କା ଏହି ଘଣ୍ଟା ପିନ୍ଧି ବିରାଟଙ୍କୁ ଉତ୍ସାହିତ କରିବାକୁ ଖେଳପଡ଼ିଆରେ ପହଞ୍ଚୁଥିଲେ। ମାତ୍ର ଏଥର ଗର୍ଭବତୀ ଥିବାରୁ ଅନୁଷ୍କା ବିରାଟଙ୍କ ସହ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?