ବିରକ୍ତ କଲା ଟ୍ରାଫିକ ଜାମ୍‌: ଘରେ ତିଆରି କଲେ ହେଲିକପ୍ଟର

ଜାକର୍ତ୍ତା: ବ୍ୟସ୍ତବହୁଳ ଜୀବନଶୈଳୀ ସାଙ୍ଗକୁ ଟ୍ରାଫିକ ସମସ୍ୟା ଲୋକଙ୍କୁ ଅଧିକ ବିରକ୍ତ କରିଥାଏ। କୌଣସି କାର୍ଯ୍ୟରେ ଘରୁ ବାହାରିଲେ ଅତି କମ୍‌ରେ ଅଧଘଣ୍ଟା ବା ଘଣ୍ଟାଏ ଅଧିକ ସମୟ ହାତରେ ରଖି ବାହାରିବାକୁ ପଡ଼େ। ଭାରତର ମୁମ୍ବାଇ, ଦିଲ୍ଲୀ ଓ ବାଙ୍ଗାଲୋର ଆଦି ବଡ଼ ସହର ଭଳି ଛୋଟ ଛୋଟ ସହରରେ ବି ଟ୍ରାଫିକ ସମସ୍ୟା ପାଇଁ ଲୋକେ ଅତିଷ୍ଠ ହୋଇପଡ଼ନ୍ତି। ବେଳେବେଳେ ଟ୍ରାଫିକ ଜାମ୍‌ରେ ଫସି ଥିବା ବେଳେ ଅନେକେ ଆକାଶରେ ଉଡ଼ି ଆଗକୁ ଚାଲିଯିବାକୁ ଇଚ୍ଛା କରନ୍ତି। କିନ୍ତୁ ସମସ୍ତେ ଏହି ଇଚ୍ଛା ପୂରଣ କରିପାରୁ ନ ଥିବା ବେଳେ ଇଣ୍ଡୋନେସିଆର ଜୁଜୁନ୍‌ ଜୁନେଦୀ ନାମକ ଜଣେ ବ୍ୟକ୍ତି ଏହାକୁ ସତରେ ପରିଣତ କରିଛନ୍ତି। ଜାକର୍ତ୍ତାଠାରୁ ପ୍ରାୟ ୧୦୦ କିମି ଦୂରରେ ଜୁଜୁନ୍‌ଙ୍କ ଘର। ଟ୍ରାଫିକ୍‌ ଜାମ୍‌ରେ ବାରମ୍ବାର ଫସି ଅତିଷ୍ଠହେବା ପରେ ଜୁଜୁନ୍‌ ନିଜ ଘର ପଛ ପଟ ବାଡ଼ିରେ ଏକ ହେଲିକପ୍ଟର ତିଆରି କରିଛନ୍ତି। ଇଣ୍ଟରନେଟ୍‌ରେ ଭିଡିଓ ଦେଖି ସେ ଏହାକୁ ତିଆରି କରିବାରେ ସଫଳ ହୋଇଛନ୍ତି। ଏଥିପାଇଁ ତାଙ୍କୁ ୧,୫୦,୪୧୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ଏ ସମ୍ପର୍କରେ ଜୁଜୁନ୍‌ କୁହନ୍ତି, ଟ୍ରାଫିକ୍‌ ଜାମ୍‌ରେ ବାରମ୍ବାର ଫସିବା ପରେ ନିଜେ ହେଲିକପ୍ଟର ତିଆରି କରିବେ ବୋଲି ଭାବିଥିଲେ। ଏହାକୁ ତିଆରି କରିବାରେ ଜୁଜୁନ୍‌ଙ୍କ ପୁଅ ଓ ପଡୋଶୀ ତାଙ୍କୁ ସହଯୋଗ କରିଥିଲେ। ୨୬ ଫୁଟ୍‌ର ଏହି ହେଲିକପ୍ଟର ତିଆରି କରିବା ପାଇଁ ୧୮ ମାସ ସମୟ ଲାଗିଥିଲା। ଜୁଜୁନ୍‌ଙ୍କ ହେଲିକାପ୍ଟର ପେଟ୍ରୋଲ ସାହାଯ୍ୟରେ ଉଡ଼ିବ। ଏହା ଥରେ ଆକାଶରେ ଉଡ଼ିଗଲା ପରେ ମନକୁ ଶାନ୍ତି ଆସିବ ବୋଲି ଜୁଜୁନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ଆଖି ଦେଖାଇଲା ନେପାଳ: ଚାଇନା ସହିତ ସମ୍ପର୍କ ଅତୁଟ

କାଠମାଣ୍ଡୁ, ୨୮।୯: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି। ଦୁଇପକ୍ଷ ସୀମାରେ ସମରସଜ୍ଜାରେ ବ୍ୟସ୍ତ ରହିଛନ୍ତି। ଏପରିସ୍ଥଳେ ନେପାଳ ଭାରତକୁ...

କରୋନା ସହିତ ଲଢ଼େଇ: ଟ୍ରମ୍ପ୍‌ଙ୍କ ଭୟଙ୍କର ପରାମର୍ଶକୁ ଗ୍ରହଣ କଲେନି ଡାକ୍ତର

ଓ୍ବାଶିଂଟନ,୨୫।୪: ଆମେରିକାରେ କରୋନା ସଂକ୍ରମଣ ଯୋଗୁ ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ତେବେ ମଧ୍ୟ ଏଠାରେ ମୃତ୍ୟୁ ସଂଖ୍ୟା ଅବା ସଂକ୍ରମିତଙ୍କ ସଂଖ୍ୟା...

ଜନଜାତି ସଂଗ୍ରହାଳୟ

ସାଧାରଣତଃ ବିରଳ ଆଉ ପୁରାତନ ସାମଗ୍ରୀକୁ ନେଇ ସଂଗ୍ରହାଳୟ ହୋଇଥାଏ। ଏଥିରୁ ଆମେ ଆମ ଇତିହାସ ଓ ସଂସ୍କୃତି କଥା ଜାଣିଥାଉ। ମାତ୍ର ଆଦିବାସୀଙ୍କ ଜୀବନଶୈଳୀ...

ନୂଆବର୍ଷରେ ମଙ୍ଗଳରେ ଜୀବନର ସନ୍ଧାନ କରିବ ନାସା ରୋଭର

ପାସାଡ଼େନା, ୨୯।୧୨: ନୂଆବର୍ଷରେ ମଙ୍ଗଳରେ ଜୀବନ ସନ୍ଧାନ ପାଇଁ ନାସା ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ୨୦୨୦ ଜୁଲାଇରେ ନାସା ପକ୍ଷରୁ ଏକ ସ୍ବତନ୍ତ୍ର...

ବେଦୀରୁ ବରଙ୍କୁ ଉଠାଇନେଲା ପୋଲିସ, ପଛେ ପଛେ ଦୌଡ଼ିଲେ କନ୍ୟା; କାରଣ ଜାଣିଲେ…

ଏକ ବିବାହ ଉତ୍ସବ ଚାଲିଥିବାବେଳେ ପୋଲିସ ପହଞ୍ଚି ବରଙ୍କୁ ଉଠାଇ ନେଇଛି। ବେଦୀ ନିକଟରୁ ବରଙ୍କୁ ପୋଲିସ ନିଜ ଗାଡ଼ିରେ ବସାଇ ନେଇ ଯାଇଛି। ଏହା...

୧୩ ବର୍ଷରେ ଏପରି କାହାଣୀ ଲେଖୁଛନ୍ତି ଏହି ନାବାଳକ, ପଢ଼ିଲେ ହେବେ ଭାବପ୍ରବଣ

ଜମ୍ମୁ-କଶ୍ମୀର,୬ା୧୨: କଶ୍ମୀରର ଜଣେ ୧୩ ବର୍ଷର ନାବାଳକ ଏପରି ସମ୍ବେଦନଶୀଳ କାହାଣୀ ଲେଖୁଛନ୍ତି, ତାଙ୍କ ଲେଖା ଯିଏ ପଢୁଛି ସେ ଭାବପ୍ରବଣ ହୋଇଯାଉଛି। ସେ କ୍ଷୁଦ୍ରଗଳ୍ପ,...

ବେରୁଟ୍‌ ବିସ୍ଫୋରଣରେ ପ୍ରାଣ ହରାଇଥିବା କୁନିକୁନି ପିଲାଙ୍କ ସ୍ମୃତିରେ କଣ୍ଢେଇ ତିଆରି କଲେ ଏହି ବୃଦ୍ଧା, ଫଟୋ ଭାଇରାଲ

ବେରୁଟ୍‌,୨୯ା୧୧: ଲେବାନନର ରାଜଧାନୀ ବେରୁଟ ପାଇଁ ଗତ ଅଗଷ୍ଟ ୪ ସବୁଠୁ ଦୁଃଖଦାୟକ ଥିଲା। କାରଣ ଏହି ଦିନ ସେଠାରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଥିଲା।...

ବିପଦ ମାଡ଼ି ଆସୁଛି, ଏନ୍ତୁଡ଼ିଶାଳକୁ ପୁଣି ଫେରିଲା କରୋନା…

ବେଜିଂ,୮।୮: କରୋନା ମହାମାରୀର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାର ହୁବେଇ ପ୍ରଦେଶର ଉହାନ୍‌ ସହରରେ ସଙ୍କଟ ସୃଷ୍ଟି ହୋଇଛି। ଏଠାକୁ ପୁଣି କରୋନା ଫେରିଛି। ସହରରେ କେରାନା...

Advertisement


Archives

Model This Week