‘ବିମୁଦ୍ରୀକରଣ ପରେ ମ୍ୟୁଚୁଆଲ ଫଣ୍ଡ ନିବେଶ ବଢିଛି’

ଭୁବନେଶ୍ୱର,୧୭-୭(ବ୍ୟୁରୋ): ବିମୁଦ୍ରୀକରଣ ପରେ ଦେଶରେ ମ୍ୟୁଚୁଆଲ ଫଣ୍ଡ ନିବେଶ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ଲୋକମାନେ ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ (ଏସ୍‌ଆଇପି) ଦ୍ୱାରା ନିବେଶ ଲାଗି ଅଧିକ ଆଗ୍ରହ ଦେଖାଉଛନ୍ତି। ଏପରିସ୍ଥିତିରେ ନିବେଶ ନେଇ ଲୋକମାନେ କିଭଳି ଠିକ୍‌ ନିଷ୍ପତ୍ତି ନେବେ ତାକୁ ଧ୍ୟାନରେ ରଖାଯାଇଛି ବୋଲି ୟୁଟିଆଇ ମ୍ୟୁଚୁଆଲ ଫଣ୍ଡର ଇଭିପି ଏବଂ ଫଣ୍ଡ ମ୍ୟାନେଜର ସ୍ବାତି କୁଲକର୍ଣ୍ଣି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ମୁଦ୍ରାସ୍ଫୀତି ଲୋକଙ୍କର ସଞ୍ଚୟ କ୍ଷମତାକୁ ପ୍ରଭାବିତ କରୁଛି। ଦେଶର ମୁଦ୍ରାସ୍ଫୀତି ୧୦ରୁ ୪% ସ୍ତରକୁ ଖସିିଛି। ଜଣେ ଠିକ୍‌ ଭାବେ ପ୍ରସ୍ତୁତ କିମ୍ବା ସଚେତନ ନ ହେଲେ ନିବେଶ କିମ୍ବା ସଞ୍ଚୟ କରିପାରିବ ନାହିଁ। ବିଭିନ୍ନ ଆର୍ଥତ୍କ ଆବଶ୍ୟକତା ପୂରଣ କରିବା ବେଳେ ଲୋକଙ୍କର ସଞ୍ଚୟ ସଙ୍କୁଚିତ ହେଉଥିବା ଦେଖାଯାଉଛି। ଏପରି କ୍ଷେତ୍ରରେ ଦୈନଦିନର ଆବଶ୍ୟକତା ପୂରଣ ସହ ଅର୍ଥକୁ ଠିକ୍‌ ଭାବେ ନିବେଶ କରିବାର କୌଶଳକୁ ବିଚାର କରିବା ବୁଦ୍ଧିମାନର କାର୍ଯ୍ୟ ହେବ। ଏହାକୁ ଧ୍ୟାନରେ ରଖି ନିବେଶକଙ୍କୁ ନିବେଶ ସଂକ୍ରାନ୍ତ ସଚେତନତା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ସେ କହିଛନ୍ତି।
ୟୁଟିଆଇ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ଫଣ୍ଡ ମ୍ୟାନେଜରଙ୍କ ଦେଶର ୨୫ ସହର ପରିଦର୍ଶନ କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୁଲକର୍ଣ୍ଣି କହିଛନ୍ତି, ଚ୍ୟାନେଲ ପାର୍ଟନର, ଅଂଶୀଦାରଙ୍କ ମଧ୍ୟରେ ନିବେଶ ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ଏବଂ ସଚେତନତା ପାଇଁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହା ଦ୍ୱାରା ସାରା ଦେଶର ୫ ହଜାରରୁ ଉର୍ଦ୍ଧ୍ୱ ଅଂଶୀଦାରଙ୍କୁ ଭେଟିବା ନେଇ ଯୋଜନା ରହିଛି। ଏଥି ଲାଗି ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି।
ଓଡ଼ିଶା ଉପରେ ମତ ଦେଇ ସେ କହିଛନ୍ତି, ରାଜ୍ୟରେ ନିବେଶ ଟ୍ରେଣ୍ଡରେ ଦ୍ରୁତ ଅଭିବୃଦ୍ଧି ଘଟୁଛି। ଏଠାକାର ମୋଟ ନିବେଶକଙ୍କ ମଧ୍ୟରୁ ୩୫% ଇକ୍ୱିଟିରେ,୨୦% ହ୍ରାଇବ୍ରିଡ, ୩୦% ଲିକ୍ୱିଡିଟି ଏବଂ ୧୫% ନିବେଶକ ଡେଟ୍‌ ପ୍ରଡକ୍ଟରେ ନିବେଶ କରୁଛନ୍ତି। ଓଡିଶାରେ ମିଳିତ ଭାବେ ଇକ୍ୱିଟି ଏବଂ ହାଇବ୍ରିଡ ପ୍ରଡକ୍ଟରେ ଭଲ ରେସପନ୍ସ ମିଳୁଛି।
ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)ଙ୍କ ନିବେଶ ଉପରେ ବଜେଟରେ ସରକାର ସରଚାର୍ଜ ଲାଗୁ କରିବାକୁ ପ୍ରସ୍ତାବ ଦେବା ପରେ ଷ୍ଟକ ବଜାରରେ ଆସିଥିବା ପ୍ରଭାବ ଉପରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବଜାରରେ ସମୟ ସମୟରେ ବିଭିନ୍ନ ପ୍ରଭାବ ରହୁଛି। ଏ ନେଇ ଘରୋଇ ନିବେଶକଙ୍କ ନିବେଶ ପ୍ରଭାବିତ ହେବ ନାହିଁ। ବର୍ତ୍ତମାନ ଦେଶର ମୋଟ ଜିଡିପିକୁ ଟିକସର ଅଂଶ ବଢାଇବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଲୋକମାନେ ଅଧିକ ଭାବେ ରିଟର୍ନ ଫାଇଲ କରନ୍ତୁ ବୋଲି ସରକାର ବିଚାର କରୁଛନ୍ତି। ଏହା ହେଲେ ଟିକସ ସଂଗ୍ରହ ବୃଦ୍ଧି ଘଟିବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କାର- ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ISRO ଘରୋଇକରଣକୁ ନେଇ କର୍ମଚାରୀଙ୍କ ମଧ୍ୟରେ ବଢିଲା ଚିନ୍ତା, ମୁଖ୍ୟଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଲେ

ବେଙ୍ଗାଲୁରୁ,୬।୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର କର୍ମଚାରୀମାନେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ନେଇ ଚିନ୍ତିତ ହେଉଛନ୍ତି। ହଜାର ହଜାର ISRO କର୍ମଚାରୀଙ୍କ…

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ଭୋପାଳ,୬ା୯: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଆଉ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ମୃତ୍ୟୁସଂଖ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri