ବିମାନରେ ଯାନ୍ତ୍ରିକ ତ୍ରୁଟି: ଆଜି ପହଞ୍ଚିବ ଶହୀଦ ଅଜିତ୍‌ଙ୍କ ମରଶରୀର

କାମାକ୍ଷାନଗର, ୧୯।୬(ଡି.ଏନ୍‌.ଏ.): ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଶହୀଦ ଅଜିତ୍‌ ସାହୁଙ୍କ ମରଶରୀର ଓଡ଼ିଶା ଆସିବାରେ ବିଳମ୍ବ ହେଉଛି। ଗୁରୁବାର ତାଙ୍କ ମୃତଦେହ ଭୁବନେଶ୍ୱରେ ପହଞ୍ଚିବ। ଜନ୍ମମାଟି କାମାକ୍ଷାନଗର ବ୍ଲକ ବଡ଼ସୁଅଁ।ଳ ଗ୍ରାମକୁ ଅଣାଯିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସେଠାରେ ଶେଷକୃତ୍ୟ କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଅଜିତ୍‌ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଶହୀଦ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ଏଥିସହ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି।
ଅନ୍ୟପଟେ ଘଟଣାକୁ ୩୬ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ଜିଲାସ୍ତରୀୟ ଅଧିକାରୀ, ପୋଲିସ ପ୍ରଶାସନ ସୌଜନ୍ୟତା ଦୃଷ୍ଟିରୁ ଶହୀଦଙ୍କ ଘରେ ପହଞ୍ଚତ୍ନାହାନ୍ତି। ଏହାକୁ ନେଇ କ୍ଷୋଭବ୍ୟକ୍ତ କରିଛନ୍ତି ଅଜିତ୍‌ଙ୍କ ବାପା ସନ୍ତୋଷ ସାହୁ। ସେ କହିଛନ୍ତି, ଦେଶ ପାଇଁ ପୁଅ ଜୀବନ ଦେଲା। ଏଭଳି ଦୁଃଖଦ ମୂହୁର୍ତ୍ତରେ ଉପଜିଲାପାଳଙ୍କୁ ବାଦ୍‌ ଦେଲେ ଆଉ କାହାରି ଦେଖା ମିଳିନାହିଁ। ଏପରି କି କେହି ଟେଲିଫୋନ୍‌ କରି ସାମାନ୍ୟ ସମବେଦନା ଜଣାଇବାକୁ ଉଚିତ ମନେକଲେନାହିଁ। ଏହା ହିଁ ହେଉଛି ଶହୀଦଙ୍କ ପ୍ରତି ପ୍ରଶାସନର ସମ୍ମାନ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି।
ଏ ନେଇ ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କୁହନ୍ତି, ଏକ ସ୍ବତନ୍ତ୍ର ବିମାନରେ ମରଶରୀର ଅଣାଯାଉଥିଲା। ପାଟଣାରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନ ଆସିବାରେ ବିଳମ୍ବ ହେଉଛି। ସେଠାକାର କର୍ତ୍ତୃପକ୍ଷଙ୍କ ସହ ପ୍ରଶାସନ ଯୋଗାଯୋଗରେ ରହିଛି। ଚଣ୍ଡୀଗଡ଼ କିମ୍ବା ଦିଲ୍ଲୀରୁ ଆସିବାକୁ ଅନ୍ୟଏକ ବିମାନକୁ ଅପେକ୍ଷା କରାଯାଇଛି। ଗୁରୁବାର ଶହୀଦଙ୍କ ମୃତଦେହ ଓଡ଼ିଶାରେ ପହଞ୍ଚତ୍ବା ସମ୍ଭାବନା ରହିଛି। ହେଲେ ନିର୍ଦ୍ଦିଷ୍ଟ ଭାବେ କେତେ ସମୟରେ ଆସିବ ସେ ନେଇ କୌଣସି ସୂଚନା ନ ଥିବା ଉପଜିଲାପାଳ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟକ୍ଷ, ୩ କର୍ମଚାରୀଙ୍କ କାର୍ଯ୍ୟକାଳ ବଢ଼ିଲାନି: ଉଚ୍ଚଶିକ୍ଷା ବିଭାଗକୁ ସ୍ପଷ୍ଟୀକରଣ ମାଗିଲା ପ୍ରଶାସନ

ଢେଙ୍କାନାଳ ଅଫିସ, ୩୧।୧୦ – ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପରୁଦ୍ର ମହାପାତ୍ରଙ୍କ ସମେତ ୩ କର୍ମଚାରୀଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇନାହିଁ। ସେମାନଙ୍କ କାର୍ଯ୍ୟକାଳ ଅବଧି...

ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ଢେଙ୍କାନାଳ ଅଫିସ/ରାସୋଳ (ଡି.ଏନ୍‌.ଏ.),୧୪।୧ ଢେଙ୍କାନାଳ ଜିଲା ରାସୋଳସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ଗୁରୁବାର ଆରମ୍ଭ ହୋଇଛି ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ। ଥାନାଧିକାରୀ ବିଜୟ...

୩୦ବର୍ଷ ପରେ ପ୍ରତ୍ୟକ୍ଷ ନିର୍ବାଚନ

କାମାକ୍ଷାନଗର, ୬।୩(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ରାଜନୀତିର ଅନ୍ୟତମ ପ୍ରମୁଖ କେନ୍ଦ୍ରସ୍ଥଳ କାମାକ୍ଷାନଗର ଏନ୍‌ଏସିର ଅଧ୍ୟକ୍ଷ ପଦବୀ ଲାଗି ଦୀର୍ଘ ୩୦ବର୍ଷ ପରେ ପ୍ରତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବାକୁ...

ଭୟ ବଢ଼ାଇଲାଣି ବନାଗ୍ନି

ଢେଙ୍କାନାଳ ଅଫିସ, ୯।୨: ଫେବୃୟାରୀ ପ୍ରଥମ ସପ୍ତାହରୁ ପାରଦ ଛୁଇଁଲାଣି ୩୩ ଡିଗ୍ରୀ। ଚଳିତବର୍ଷ ଆକାଶରୁ ଅଗ୍ନି ବର୍ଷିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କରିଥିବା...

ଲଘୁଚାପ ବର୍ଷାରେ ବ୍ୟାପକ ଫସଲ ନଷ୍ଟ

ଭାପୁର,୨୯।୧୦(ଡି.ଏନ.ଏ.) ଢେଙ୍କାନାଳ ଜିଲା ସଦର ବ୍ଲକ ଓ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଛଦେଶ ଅଞ୍ଚଳରେ ଗତ ଲଘୁଚାପ ବର୍ଷାରେ ବ୍ୟାପକ ଧାନ ଓ ପନିପରିବା ଫସଲ...

୧୩ରେ ତପୋବନ ମେଳା

ଢେଙ୍କାନାଳ ଅଫିସ, ୩୧।୧୦: ମହିମା ଧର୍ମର ଆଦିପୀଠ ତପୋବନରେ ଆସନ୍ତା ୧୩ ତାରିଖରେ ବାର୍ଷିକ ମେଳା ଅନୁଷ୍ଠିତ ହେବ। କୋଭିଡ୍‌ କଟକଣା ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ...

ଲୁଟେରାଙ୍କ ଟାର୍ଗେଟରେ ବ୍ୟବସାୟୀ

କାମାକ୍ଷାନଗର, ୨୪।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଲୁଟେରା ଗୋଷ୍ଠୀ ସକ୍ରିୟ ହୋଇଉଠିଛନ୍ତି। ସେମାନେ ମୁଖ୍ୟତଃ ପାଇକାରୀ ବ୍ୟବସାୟୀଙ୍କୁ ଟାର୍ଗେଟ୍‌ କରୁଛନ୍ତି। ବ୍ୟବସାୟୀମାନେ ଟଙ୍କା ଆଦାୟ...

ସଙ୍କଟରେ ବିରଳ ବହୁରୂପୀ ଏଣ୍ଡୁଅ

କାମାକ୍ଷାନଗର,୨୨।୯(ଅମଜାଦ୍‌ ଖାନ): ପୂର୍ବ ଆଫ୍ରିକାର ମାଡାଗାସ୍କର ଘଞ୍ଚ ଜଙ୍ଗଲରେ ବହୁଳ ଭାବେ ଦେଖାଯାଉଥିବା ବିରଳ ପାନ୍ଥର କ୍ୟାମେଲିଅନ (ବହୁରୂପୀ ଏଣ୍ଡୁଅ) ବର୍ତ୍ତମାନ ଢେଙ୍କାନାଳ ଜିଲା କାମାକ୍ଷାନଗର...

Advertisement
Archives

Model This Week