ବିଭିନ୍ନ ସହରରେ ଅଗ୍ନିଶମ ବିଭାଗର ଚଢ଼ାଉ: କୋଚିଂ ସେଣ୍ଟରଗୁଡ଼ିକରେ ବିପଜ୍ଜନକ ସ୍ଥିତି, ଏଷ୍ଟିଂଗୁଇସର ଝୁଲାରେ ସୀମିତ ରହିଛି ଆଇନ

ଭୁବନେଶ୍ୱର, ୨ା୬(ବ୍ୟୁରୋ)-ଗୁଜରାଟର ସୁରଟରେ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ପରେ ଏବେ ଓଡ଼ିଶା ଅଗ୍ନିଶମ ବିଭାଗ ତତ୍ପର ହୋଇଉଠିଛି। ଗୃହ ବିଭାଗର ନିର୍ଦ୍ଦେଶ ପରେ ରାଜ୍ୟରେ ଥିବା ବିଭିନ୍ନ କୋଚିଂ ସେଣ୍ଟରରେ ଚଢାଉ ଆରମ୍ଭ ହୋଇଛି। ଶନିବାର ରାଉରକେଲାରେ ୧୩ଟି, ବାଲେଶ୍ୱର, ସମ୍ବଲପୁର ଓ ବ୍ରହ୍ମପୁରରେ ୧୦ଟି ଲେଖାଏ କୋଚିଂ ସେଣ୍ଟରରେ ଚଢାଉ କରାଯାଇ ଅଗ୍ନି ନିରାପତ୍ତା ଯାଞ୍ଚ କରାଯାଇଥିଲା। ହେଲେ କୌଣସି କୋଚିଂ ସେଣ୍ଟରରେ ସମ୍ପୂର୍ଣ୍ଣ ଆଗ୍ନି ନିରୋଧକ ଓ ନିରାପତ୍ତା ବ୍ୟବସ୍ଥା ନ ଥିଲା। ସବୁଠି ବିପଜ୍ଜନକ ସ୍ଥିତି ଦେଖିବାକୁ ମିଳିଥିଲା।

ଅଧିକାଂଶ କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବାବେଳେ କେତେକ ହାତଗଣତି ପ୍ରତିଷ୍ଠାନରେ ଫାୟାର ଏଷ୍ଟିଂଗୁଇସର କେବଳ କାନ୍ଥରେ ଝୁଲାଇ ରଖାଯାଇଥିଲା। ତାହାର ବ୍ୟବହାର ବି କାହାକୁ ଜଣା ନ ଥିଲା। ଏପରି କି ଅନେକ କୋଚିଂ ସେଣ୍ଟରରେ ଥିବା ବିଦ୍ୟୁତ୍‌ ମେନ୍‌ ସୁଇଚ୍‌ ନିକଟରେ କାଗଜ, କାଟୁନ, କାଠ ଓ ପ୍ଲାଷ୍ଟିକ୍‌ ଆଦି ଦହନଶୀଳ ପ୍ରଦାର୍ଥ ଜମା ହୋଇ ରହିଥିଲା। ସେହିପରି ଛାତ ଉପରେ ପାଣି ଟାଙ୍କି ରଖିବା, ବାଲି ଭର୍ତ୍ତି ବାଲ୍‌ତି ରଖିବା, କୋଚିଂ ସେଣ୍ଟର ଚାରିପଟେ ଅଗ୍ନିଶମ ଗାଡି ଯିବା ପାଇଁ ସ୍ଥାନ ଛାଡିବା, ଘରର ମୁଖ୍ୟ ଦ୍ୱାରକୁ ବଡ଼ ରଖିବା ଓ ଜରୁରୀ କାଳୀନ ବାଟ ସଂକ୍ରାନ୍ତରେ ସୂଚନା ଫଳକ ଲଗାଇବାର ନିୟମ ରହିଛି। କିନ୍ତୁ ଏକାଧିକ କୋଚିଂ ସେଣ୍ଟରର ଏସବୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିଲା। ସବୁଠୁ ବଡ଼କଥା ହେଲା ଅନେକ କୋଚିଂ ସେଣ୍ଟରରେ ଫାୟାର ଆଲାର୍ମ ନ ଥିବା ଦେଖିବାକୁ ମିଳିଥିଲା। ସେହିପରି ବହୁ ସ୍ଥାନରେ ଶିଡି, ଅଗଣା ଓ ଯିବାଆସିବା ରାସ୍ତା ଅବରୋଧ ଅବସ୍ଥାରେ ରହିଥିଲା। ଅଗ୍ନି ନିରାପତ୍ତା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଉତ୍ତମ ଗୃହ ପରିଚାଳନା ଯାଞ୍ଚ ସମୟରେ ଦେଖିବାକୁ ମିଳି ନ ଥିଲା। ଏପରିସ୍ଥଳେ ବିଦ୍ୟୁତ୍‌ ଶର୍ଟସର୍କିଟ କିମ୍ବା ଅନ୍ୟ କୌଣସି କାରଣରୁ ନିଆଁ ଲାଗିଲେ କୋଚିଂ ସେଣ୍ଟର ଓ ପିଲାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଥିବା ଅଗ୍ନିଶମ ଅଧିକାରୀ ଓ କର୍ମଚାରୀମାନେ ଅନୁଭବ କରିଥିଲେ। ତେଣୁ ପ୍ରାଥମିକତା ଦୃଷ୍ଟିରୁ ସେମାନେ କୋଚିଂ ସେଣ୍ଟରର କର୍ମଚାରୀ ଏବଂ ଛାତ୍ରୀଛାତ୍ରଙ୍କୁ ନିଅଁା ଲିଭାଇବା କୌଶଳ ଶିଖାଇଥିଲେ। ଏପରି କି ଉଚ୍ଚ ଅଟ୍ଟାଳିକାରେ ପାଠପଢା ଚାଲିଥିବାବେଳେ ନିଅଁା ଲାଗିଲେ କିଭଳି ନିଜ ଜୀବନ ବଞ୍ଚାଇବା ସହ ଅନ୍ୟର ଜୀବନ ବଞ୍ଚାଇ ହେବ ସେନେଇ ମଧ୍ୟ କେତେକ ସ୍ଥାନରେ ମକ୍‌ଡ୍ରିଲ୍‌ ମାଧ୍ୟମରେ ଶିକ୍ଷା ଦିଆଯାଇଥିଲା।

ଏନେଇ ଅଗ୍ନିଶମ ଡିଜି ବି.କେ ଶର୍ମା କୁହନ୍ତି, ଯେଉଁସବୁ କୋଚିଂ ସେଣ୍ଟରରେ ଅଗ୍ନି ନିରାପିତ୍ତା ବ୍ୟବସ୍ଥା ନାହିଁ ଉକ୍ତ ସେଣ୍ଟରଗୁଡିକୁ ନୋଟିସ କରାଯିବ। ସେମାନଙ୍କୁ ୩ ସପ୍ତାହ ସମୟ ଦିଆଯିବ। ନିର୍ଦ୍ଧାରିତ ସମୟ ପରେ ପୁଣି ଉକ୍ତ କୋଚିଂ ସେଣ୍ଟରରେ ଚଢାଉ କରାଯାଇ ପୁନର୍ବାର ଯାଞ୍ଚ କରାଯିବ। ନିୟମ ପାଳନ କରାଯାଇ ନ ଥିଲେ ଊକ୍ତ କୋଚିଂ ସେଣ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଗାମୀ ଦିନରେ ବିଭିନ୍ନ ସହରରେ ଥିବା କୋଚିଂ ସେଣ୍ଟରଗୁଡିକରେ ଚଢ଼ାଉ କରାଯାଇ ଯାଞ୍ଚ କରାଯିବ ବୋଲି ଶର୍ମା କହିଛନ୍ତି।

ସୂଚନାଯୋଗ୍ୟ, ଗତ ୨୭ ତାରିଖରେ ଭୁବନେଶ୍ୱରରେ ୧୫ଟି କୋଚିଂ ସେଣ୍ଟର ଓ କଟକରେ ୯ଟି କୋଚିଂ ସେଣ୍ଟର ଯାଞ୍ଚ କରାଯାଇଥିଲା। ଏକାଧିକ କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ଦେଖିବା ପରେ ଏଥିପାଇଁ ୩ ସପ୍ତାହ ସମୟ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri