ବିଭିନ୍ନ ସମସ୍ୟା ନେଇ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ବ୍ରହ୍ମପୁର ଅଫିସ୍‌,୨୧।୯: ଦକ୍ଷିଣ ଓଡ଼ିଶାର ଏକମାତ୍ର ସରକାରୀ ଆଇନ ମହାବିଦ୍ୟାଳୟ ତଥା ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଉତ୍ତମ ଶ୍ରେଣୀ ଗୃହ ଅଭାବ , ଶିକ୍ଷକ ପଦବୀ ଖାଲି, ପିଇବା ପାଣି ଆଦି ସମସ୍ୟାର ସମାଧାନ ଲାଗି ୨୦୧୭ରୁ ଛାତ୍ରୀଛାତ୍ର ଆନ୍ଦୋଳନ କରିଆସୁଛନ୍ତି। ହେଲେ ଏଯାବତ୍‌ କୌଣସି ସୁଫଳ ମିଳିପାରିନାହିଁ। ତେବେ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଥିବା ବେଳେ ତୁରନ୍ତ ସମସ୍ୟାର ସମାଧାନ ଲାଗି ଶନିବାର ଛାତ୍ରୀଛାତ୍ର ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯଦି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଆସନ୍ତା ୨୫ ତାରିଖରୁ ଆମରଣ ଅନଶନ ଆନ୍ଦୋଳନ କରାଯିବ ବୋଲି ଛାତ୍ରୀଛାତ୍ର ଚେତାବନୀ ଦେଇଛନ୍ତି । ଲାଇବ୍ରେରିଆନ୍‌ ଆସନ୍ତା ଦୁଇ ମାସ ଭିତରେ ଅବସର ନେବେ। ଏଣୁ ଜଣେ ନୂତନ ଲାଇବ୍ରେରିଆନ୍‌କୁ ନିଯୁକ୍ତି , ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ଠାରୁ ଲାଇବ୍ରେରୀ ଫି’ ବାବଦରେ ୧୫୦ ଟଙ୍କା ଆଦାୟ କରା ନ ଯିବା, ନୂତନ ବହି ଯୋଗାଣ, କ୍ରୀଡ଼ା ଏବଂ ଛାତ୍ର ସଂସଦ ବାବଦରେ ୩୦୦ ଟଙ୍କା ଆଦାୟ ବନ୍ଦ ଆଦି ଦାବି ହୋଇଛି। ତୁରନ୍ତ ଏସବୁ ସମସ୍ୟାର ସମାଧାନ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ, ଜିଲାପାଳ, ବ୍ରହ୍ମପୁର ଏସ୍‌ପି, ଓଡ଼ିଶା ବାର୍‌ କାଉନସିଲ୍‌, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର୍‌, ଗୋପାଳପୁର ବିଧାୟକ, ବ୍ରହ୍ମପୁର ଏମ୍‌ପି ପାଖକୁ ପତ୍ର ପଠାଯାଇଛି । ଚିନ୍ମୟ କୁମାର ହୋତା, ଅନିଲ କୁମାର ବେହେରା, ବି.ମନୋଜ, ବି.ତେଜେଶ୍ୱର, ଶ୍ରୀକାନ୍ତ କୁମାର ସେଠୀ, ସାଇ ପ୍ରସାଦ ପାଢ଼ି, ଅମରେଶ ଚୌଧୁରୀ, ପି.ଭରତ, ଶୁଭାଶିଷ ବେହେରା, ବି.ନଳନୀଙ୍କ ସମେତ ବହୁ ଛାତ୍ରୀଛାତ୍ର ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଖୋଲିବ ମନ୍ଦିର, ଧାର୍ମିକ ଅନୁଷ୍ଠାନ

ଖୋର୍ଦ୍ଧା ଅଫିସ,୩।୧: ଖୋର୍ଦ୍ଧା ଜିଲାରେ ବିଏମ୍‌ସିକୁ ବାଦଦେଇ ଗ୍ରାମାଞ୍ଚଳରେ ଥିବା ସମସ୍ତ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନ ରବିବାର ଖୋଲିବ। ଏନେଇ ଜିଲା ପ୍ରଶାସନ ପକ୍ଷରୁ...

କୋରାପୁଟ ଜିଲାରେ କରୋନା ସ୍ଥିତି ଉଦ୍‌ବେଗଜନକ: ଆକ୍ରାନ୍ତଙ୍କ ସଂଖ୍ୟା ୧୭୦୦ ପାର

କୋରାପୁଟ,୧୫।୮(ସ୍ବପ୍ର)-କୋରାପୁଟ ଜିଲାରେ ଦିନକୁ ଦିନ କରୋନାସ୍ଥିତି ଉଦ୍‌ବେଗଜନକ ହେବାରେ ଲାଗିଛି। ଶନିବାର ଜିଲାରେ ସର୍ବାଧିକ ୧୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲାପାଳ ମଧୁସୂଦନ ମିଶ୍ର ସୂଚନା...

ବୋରିଗୁମ୍ମା ବ୍ଳକରେ ବଢୁଛି ନବଜାତ ଶିଶୁ ମୃତ୍ୟୁ

ବୋରିଗୁମା,୧୫ା୧୨(ଡି.ଏନ.ଏ.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକରେ ନବଜାତ ଶିଶୁ ମୃତ୍ୟୁ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ମାତୃ ଏବଂ ନବଜାତ ଜନ୍ମିତ ଶିଶୁ ଉପଯୁକ୍ତ...

ମଣିଷ ମରା ହାତୀକୁ ଟ୍ରାଙ୍କୁଲାଇଜର

ଢେଙ୍କାନାଳ ଅଫିସ,୬ା୧୦: ଜଗତପୁର ଅଞ୍ଚଳରୁ ଗତ ୨୯ ତାରିଖରେ ମଣିଷ ମାରି ଆତଙ୍କ ସୃଷ୍ଟି କରିଥିବା ୩୫ ବର୍ଷର ମାଈ ହାତୀକୁ ଟ୍ରାଙ୍କୁଲାଇଜର କରି ଢେଙ୍କାନାଳ...

ଛାତ୍ରୀଙ୍କୁ ଯୌନ ନିର୍ଯାତନା: ଶିକ୍ଷକ ଅଟକ

ସୋର, ୨୦ା୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ନଦୀଗାଁ ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଆବାସିକ ବିଦ୍ୟାଳୟର ଜଣେ ଛାତ୍ରୀ ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ...

ସରକାରୀ ଜମିରେ ବେଆଇନ ଗୃହ ନିର୍ମାଣ, ଗ୍ରାମବାସୀଙ୍କ ବିରୋଧ

ସିଂହପୁର,୨୫।୭ (ଅନଙ୍ଗ ଉଦୟ ବେଉରିଆ) ବିଂଝାରପୁର ଥାନା ତଥା ବରୀ ତହସିଲ ଅନ୍ତର୍ଗତ ମଧୁସୁଦନପୁର ରାଜସ୍ବ ନିରିକ୍ଷକଙ୍କ କାର୍ଯ୍ୟାଳୟ ନିକଟ ସୁନ୍ଦରପୁର ଗ୍ରାମରେ ବେଆଇନ ଗୃହ...

ଶିଶୁ ଓ ମହିଳାଙ୍କ ସୁରକ୍ଷା ଦାବିରେ ବିକ୍ଷୋଭ

ବାରିପଦା ଅଫିସ,୨୫।୭- ରାଜ୍ୟରେ କ୍ରମାଗତ ଭାବେ ଶିଶୁ, ନାବାଳିକା ଓ ନାରୀ ନିର୍ଯାତନା, ବଳାତ୍କାର, ଅପହରଣ ଓ ନିଖୋଜ ଘଟଣା ବଢ଼ି ଚାଲିିଛି। ଏହାର ପ୍ରତିବାଦରେ...

ହୋଲ୍ଡିଂ ଟିକସ ବୃଦ୍ଧି ପ୍ରସ୍ତାବକୁ ବିରୋଧ

ବାରିପଦା ଅଫିସ,୧୮।୫ – ମାତ୍ରାଧିକ ହୋଲ୍ଡିଂ ଟିକସ ବୃଦ୍ଧି ପ୍ରସ୍ତାବକୁ ବିରୋଧ କରି ମୟୂରଭଞ୍ଜ ଜିଲା ‘ଆମେ ଟିକସଦାତା ବାରିପଦା ପୌର ପରିଷଦ’ ପକ୍ଷରୁ ମଙ୍ଗଳବାର...

Advertisement
Archives

Model This Week