ବିଭିନ୍ନ ସମସ୍ୟା ନେଇ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ବ୍ରହ୍ମପୁର ଅଫିସ୍‌,୨୧।୯: ଦକ୍ଷିଣ ଓଡ଼ିଶାର ଏକମାତ୍ର ସରକାରୀ ଆଇନ ମହାବିଦ୍ୟାଳୟ ତଥା ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଉତ୍ତମ ଶ୍ରେଣୀ ଗୃହ ଅଭାବ , ଶିକ୍ଷକ ପଦବୀ ଖାଲି, ପିଇବା ପାଣି ଆଦି ସମସ୍ୟାର ସମାଧାନ ଲାଗି ୨୦୧୭ରୁ ଛାତ୍ରୀଛାତ୍ର ଆନ୍ଦୋଳନ କରିଆସୁଛନ୍ତି। ହେଲେ ଏଯାବତ୍‌ କୌଣସି ସୁଫଳ ମିଳିପାରିନାହିଁ। ତେବେ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଥିବା ବେଳେ ତୁରନ୍ତ ସମସ୍ୟାର ସମାଧାନ ଲାଗି ଶନିବାର ଛାତ୍ରୀଛାତ୍ର ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯଦି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଆସନ୍ତା ୨୫ ତାରିଖରୁ ଆମରଣ ଅନଶନ ଆନ୍ଦୋଳନ କରାଯିବ ବୋଲି ଛାତ୍ରୀଛାତ୍ର ଚେତାବନୀ ଦେଇଛନ୍ତି । ଲାଇବ୍ରେରିଆନ୍‌ ଆସନ୍ତା ଦୁଇ ମାସ ଭିତରେ ଅବସର ନେବେ। ଏଣୁ ଜଣେ ନୂତନ ଲାଇବ୍ରେରିଆନ୍‌କୁ ନିଯୁକ୍ତି , ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ଠାରୁ ଲାଇବ୍ରେରୀ ଫି’ ବାବଦରେ ୧୫୦ ଟଙ୍କା ଆଦାୟ କରା ନ ଯିବା, ନୂତନ ବହି ଯୋଗାଣ, କ୍ରୀଡ଼ା ଏବଂ ଛାତ୍ର ସଂସଦ ବାବଦରେ ୩୦୦ ଟଙ୍କା ଆଦାୟ ବନ୍ଦ ଆଦି ଦାବି ହୋଇଛି। ତୁରନ୍ତ ଏସବୁ ସମସ୍ୟାର ସମାଧାନ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ, ଜିଲାପାଳ, ବ୍ରହ୍ମପୁର ଏସ୍‌ପି, ଓଡ଼ିଶା ବାର୍‌ କାଉନସିଲ୍‌, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର୍‌, ଗୋପାଳପୁର ବିଧାୟକ, ବ୍ରହ୍ମପୁର ଏମ୍‌ପି ପାଖକୁ ପତ୍ର ପଠାଯାଇଛି । ଚିନ୍ମୟ କୁମାର ହୋତା, ଅନିଲ କୁମାର ବେହେରା, ବି.ମନୋଜ, ବି.ତେଜେଶ୍ୱର, ଶ୍ରୀକାନ୍ତ କୁମାର ସେଠୀ, ସାଇ ପ୍ରସାଦ ପାଢ଼ି, ଅମରେଶ ଚୌଧୁରୀ, ପି.ଭରତ, ଶୁଭାଶିଷ ବେହେରା, ବି.ନଳନୀଙ୍କ ସମେତ ବହୁ ଛାତ୍ରୀଛାତ୍ର ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ନିରକ୍ଷର ବ୍ୟକ୍ତିମାନଙ୍କୁ ସାକ୍ଷର: ଉଲ୍ଲାସ ଅଭିଯାନ ଶୁଭାରମ୍ଭ

ଛତ୍ରପୁର, ୫।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନିରକ୍ଷରଙ୍କୁ ସାକ୍ଷର କରିବା ଓ ଜୀବନବ୍ୟାପୀ ଶିକ୍ଷା ପ୍ରତି ଲୋକଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାରେ ‘ଉଲ୍ଲାସ’ ସଚେତନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri