ବିଭିନ୍ନ ଯୋଜନାର ସମୀକ୍ଷା କଲେ ଏମ୍‌ପି

ଜଟଣୀ, ୧ା୧୨(ଡି.ଏନ୍‌.ଏ.)
ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଜଟଣୀ ବ୍ଲକ ସଭାଗୃହରେ ଶନିବାର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରକୃତ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା, ବାତ୍ୟା ଫନୀରେ ଘର ଭାଙ୍ଗିଥିବା କ୍ଷତିଗ୍ରସ୍ତଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରି ସହାୟତା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ ତାଙ୍କ ପୂର୍ବ ଏମ୍‌ପିଙ୍କ ପାଣ୍ଠିରୁ ମଞ୍ଜୁର ଅର୍ଥ ତୁରନ୍ତ ବିନିଯୋଗ କରି ଅଟକି ରହିଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟ ତ୍ୱରାନ୍ବିତ କରିବା ନେଇ ବିଡିଓଙ୍କୁ ତାଗିଦ କରିଥିଲେ। ମିଶନ ଶକ୍ତିରେ ମହିଳାମାନଙ୍କ ପାଇଁ ବ୍ଲକ ପରିସରରେ ଏକ ଗୃହ ନିର୍ମାଣ ନିମନ୍ତେ ୫ ଲକ୍ଷ ଟଙ୍କା ତାଙ୍କ ପାଣ୍ଠିରୁ ପ୍ରଦାନ କରିବା ପାଇଁ କହିଥିଲେ। ଏଥିସହିତ ଜଳଯୋଗାଣ, ସାମାଜିକ ଓ ଖାଦ୍ୟ ସୁରକ୍ଷା ଆଦି ବିଭିନ୍ନ ଯୋଜନା ଉପରେ ଏମ୍‌ପି ସମୀକ୍ଷା କରିଥିଲେ। ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ୱ ଦେବାକୁ ଉପସ୍ଥିତ ଅଧିକାରୀଙ୍କୁ କହିଥିଲେ। ଏହି ସମୀକ୍ଷା ବୈଠକରେ ବିଡିଓ ବାସୁଦେବ ମାହାରୀ, ଅନ୍ୟ ଅଧିକାରୀଙ୍କ ସମେତ ଭାଜପା ରାଜ୍ୟ ସମ୍ପାଦକ ବିଶ୍ୱରଞ୍ଜନ ବଡ଼ଜେନା, ସୁରଜ ପାଇକରାୟ,ଏମ୍‌ପିଙ୍କ ବ୍ଲକ ପ୍ରତିନିଧି ରବିନାରାୟଣ ସ୍ବାଇଁ, ମ୍ୟୁନିସିପାଲିଟି ପ୍ରତିନିଧି ପ୍ରତାପ ବରାଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେଲା ମାଟ୍ରିକର ପ୍ରଥମ ଦିନ ପରୀକ୍ଷା

ଭୁବନେଶ୍ୱର,୨୯।୪(ବ୍ୟୁରୋ): ମାଟ୍ରିକର ପରୀକ୍ଷା ପ୍ରଥମ ଦିନର ଦ୍ବିତୀୟ ସମେଟିଭ ପରୀକ୍ଷା ଶେଷ ହୋଇଛି। ପ୍ରଥମ ଦିନରେ ଛାତ୍ରୀଛାତ୍ର ଇଂରାଜୀ ପରୀକ୍ଷା ଦେଇଛନ୍ତି। ଗ୍ରୀଷ୍ମପ୍ରବାହ ଓ କୋଭିଡକୁ...

୨୦୨୩ ପୋଲିସ ପାଇଁ ଚ୍ୟାଲେଞ୍ଜ

ଭୁବନେଶ୍ୱର, ୨ା୧ (ବ୍ୟୁରୋ):ବର୍ଷ ୨୦୨୨ ଗଲାପରେ ୨୦୨୩ ଆସିଛି। ଏହି ବର୍ଷରେ ଓଡ଼ିଶା ପୋଲିସ ପାଇଁ ଏକାଧିକ ଚାଲେଞ୍ଜ ରହିଛି। ପୋଲସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ...

ଜଗନ୍ନାଥଙ୍କ ନିକଟରେ ସୁଖମୟ ଜୀବନ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୧(ବ୍ୟୁରୋ): ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି ଟୁଇଟ୍‌ କରି ସେ...

କେନ୍ଦ୍ରାପଡ଼ାରେ ଚର୍ମରୋଗ ଭୟ

କେନ୍ଦ୍ରାପଡ଼ା ଅଫିସ, ୨୦ା୭: ଦୁଇବର୍ଷ ଧରି କରୋନା ସଂକ୍ରମଣ ଭୟରେ ଲୋକେ ବହୁ କଷ୍ଟରେ ଜୀବନ ଜୀବିକା ନିର୍ବାହ କରୁଥିବା ବେଳେ ଏବେ କେନ୍ଦ୍ରାପଡ଼ା ଜିଲାରେ...

ଦିଲ୍ଲୀ ଲିଙ୍କ୍‌ ନେଇ ଜୋର ଧରିଲା ଚର୍ଚ୍ଚା

ସମ୍ବଲପୁର,୧୧ା୨(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳିକରି ହତ୍ୟା ଘଟଣାକୁ ଶୁକ୍ରବାର ୧୩ଦିନ ପୂରିଛି। ଘଟଣାର ପ୍ରଥମ ଦିନରୁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ...

ମାହାଙ୍ଗା, ସାଲେପୁର ବିଦ୍ୟୁତ୍‌ ସେବା ସମ୍ପର୍କରେ ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ):ମାହାଙ୍ଗା ଏବଂ ସାଲେପୁର ନିର୍ବାଚନମଣ୍ଡଳୀରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଣ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।...

ଭୁବନ ଥାନାରେ ପଶିଲା କରୋନା : ୮ କର୍ମଚାରୀ ପଜିଟିଭ ଚିହ୍ନଟ

ଭୁବନ,୧୨।୯(ଡି.ଏନ.ଏ)-ଢେଙ୍କାନାଳ ଜିଲା ଭୁବନ ଥାନାର ୮ ଜଣ କର୍ମଚାରୀ ଶନିବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର ଜଣେ କନେଷ୍ଟବଳ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ଥାନାର...

ରାଜଧାନୀରେ ମାଡିଲା କରୋନା: ଆଜି ଚିହ୍ନଟ ହେଲେ ୧୦୧ ଆକ୍ରାନ୍ତ; ଖଣ୍ଡଗିରିରୁ ସର୍ବାଧିକ

ଭୁବନେଶ୍ୱର,୬।୪(ବ୍ୟୁରୋ): ବେଳକୁ ବେଳ ଅସମ୍ଭାଳ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି। ଏହି କ୍ରମରେ ରାଜ୍ୟରେ ମୋଟ...

Advertisement
Archives

Model This Week