ବୈଦିକ ଶିକ୍ଷା ବ୍ୟବସ୍ଥା

ବୈଦିକ ଯୁଗର ଶିକ୍ଷା ପଦ୍ଧତି ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। ଶିକ୍ଷାର କୌଣସି ବ୍ୟବସାୟୀକରଣ ନ ଥିଲା। ବିଦ୍ୟାର୍ଥୀମାନେ ଆବାସିକ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ କରୁଥିଲେ। ଉପନୟନ ସଂସ୍କାରରେ ଦୀକ୍ଷିତ ହେବା ପରେ କଠୋର ବ୍ରହ୍ମଚର୍ଯ୍ୟ ଅବଲମ୍ବନ ପୂର୍ବକ ବୈଦିକ ଶାସ୍ତ୍ର ଅଧ୍ୟୟନ କରୁଥିଲେ। ଶିକ୍ଷାର ଖସଡ଼ା ଉଭୟ ଔପଚାରିକ ଓ ବ୍ୟାବହାରିକ ଥିଲା। ବିଦ୍ୟାର୍ଥୀଙ୍କୁ ବେଦ, ବ୍ରାହ୍ମଣ, ଆରଣ୍ୟକ, ଉପନିଷଦ, ବେଦାଙ୍ଗ ଓ ଦର୍ଶନ ଶାସ୍ତ୍ରର ଶିକ୍ଷା ପ୍ରଦାନ କରାଯାଉଥିଲା। ବିଦ୍ୟାର୍ଥୀମାନେ ପ୍ରତିଦିନ ତ୍ରିସନ୍ଧ୍ୟା ପୂର୍ବକ ସକାଳେ ଓ ସନ୍ଧ୍ୟାରେ ସାମୂହିକ ଅଗ୍ନିହୋତ୍ର (ଯଜ୍ଞ) ସମ୍ପାଦନ କରୁଥିଲେ। ଚରିତ୍ର ନିର୍ମାଣ ଥିଲା ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ। ଆବାସିକ ଗୁରୁକୁଳରେ ନିଃଶୁଳ୍କ ଶିକ୍ଷା ପ୍ରଦାନ କରାଯାଉଥିଲା। ଉପନୟନ ଦୀକ୍ଷା ଗ୍ରହଣ ପରେ ବିଦ୍ୟାର୍ଥୀଙ୍କୁ ବ୍ରହ୍ମଚାରୀ କୁହାଯାଉଥିଲା। ବେଦରେ ବର୍ଣ୍ଣିତ ଅଛି, ଗୁରୁ ପ୍ରଥମରୁ ତିନିଦିନ ଧରି ବିଦ୍ୟାର୍ଥୀଙ୍କୁ ନିଜ ଗର୍ଭରେ ଧାରଣ କରି ଗାୟତ୍ରୀ ମନ୍ତ୍ରର ଶିକ୍ଷା ପ୍ରଦାନ ପୂର୍ବକ ପୁନର୍ବାର ଜନ୍ମ ଦେଉଥିଲେ। ତେଣୁ ବିଦ୍ୟାର୍ଥୀକୁ ଦ୍ବିଜ କୁହାଯାଉଥିଲା। ଏହାର ସାଙ୍କେତିକ ଅର୍ଥ- ଗୁରୁ ଶିଷ୍ୟକୁ ଜନ୍ମ ଜନ୍ମାନ୍ତରର କୁସଂସ୍କାରରୁ ମୁକ୍ତ କରି ସଦାଚାରୀ ମାନବରେ ପରିବର୍ତ୍ତନ କରୁଥିଲେ। ଗୁରୁ-ଶିଷ୍ୟ ସମ୍ବନ୍ଧ ପିତା-ପୁତ୍ର ପରି ଥିଲା। ଆଚାର୍ଯ୍ୟ ଥିଲେ ଶିଷ୍ୟର ପିତା, ମାତା ଓ ଅଭିଭାବକ। ଗୁରୁକୁଳର ଖର୍ଚ୍ଚ ପାଇଁ ବ୍ରହ୍ମଚାରୀମାନେ ଗୃହସ୍ଥମାନଙ୍କଠାରୁ ଭିକ୍ଷା ଗ୍ରହଣ କରୁଥିଲେ। ଆବଶ୍ୟକତାଠାରୁ ଅଧିକ ଭିକ୍ଷା ଗ୍ରହଣ କରାଯାଉ ନ ଥିଲା। ସମାବର୍ତ୍ତନ ଅର୍ଥାତ୍‌ ଶିକ୍ଷା ସମାପ୍ତି ପରେ ଗୃହସ୍ଥ ଜୀବନରେ ପ୍ରବେଶ ପୂର୍ବରୁ ଶିଷ୍ୟ ନିଜର ସମ୍ବଳ ମୁତାବକ ଗୁରୁଦକ୍ଷିଣା ପ୍ରଦାନ କରୁଥିଲେ। ଇତିହାସରୁ ଜଣାପଡ଼େ ଯେ, ସ୍ବାମୀ ଦୟାନନ୍ଦ ସରସ୍ବତୀ ତାଙ୍କ ଗୁରୁ ବିରଜାନନ୍ଦଙ୍କୁ ଗୁରୁଦକ୍ଷିଣା ସ୍ବରୂପ ଏକତୋଳା ଲବଙ୍ଗ ପ୍ରଦାନ କରିଥିଲେ। କୃଷ୍ଣ ଓ ବଳରାମ ଦକ୍ଷିଣା ସ୍ବରୂପ ଗୁରୁ ସନ୍ଦିପନୀଙ୍କ ମୃତ ପୁତ୍ରଙ୍କୁ ବରୁଣ ଦେବତାଙ୍କଠାରୁ ଉଦ୍ଧାର କରିଥିଲେ। ଏକଲବ୍ୟ ନିଜ ସତ୍ୟ ରକ୍ଷା କରି ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ନିଜର ବୁଢ଼ା ଆଙ୍ଗୁଠିକୁ ପ୍ରଦାନ କରିଥିଲେ। ଗୁରୁକୁଳ ଶିକ୍ଷା ବ୍ୟବସ୍ଥାରେ ରାଷ୍ଟ୍ରନାୟକ ହସ୍ତକ୍ଷେପ କରୁ ନ ଥିଲେ। ସମାଜ, ଉଭୟ ଆଚାର୍ଯ୍ୟ ଓ ବ୍ରହ୍ମଚାରୀଙ୍କୁ ସମାନ ଭାବରେ ସମ୍ମାନ ପ୍ରଦାନ କରୁଥିଲା। ନାରୀ ଶିକ୍ଷା ପାଇଁ କନ୍ୟା ଗୁରୁକୁଳର ବ୍ୟବସ୍ଥା ଥିଲା। ସେମାନଙ୍କୁ ବ୍ରହ୍ମଚାରିଣୀ କୁହାଯାଉଥିଲା। ଶିକ୍ଷା ସମାପ୍ତି ପରେ ବ୍ରହ୍ମଚାରିଣୀ ତାଙ୍କ ଇଚ୍ଛାନୁସାରେ ଗୃହସ୍ଥ ଜୀବନରେ ପ୍ରବେଶ କରି ଆଦର୍ଶ ଗୃହିଣୀ ଭାବରେ ଜୀବନ ନିର୍ବାହ କରୁଥିଲେ। ଅନ୍ୟମାନେ ଅବିବାହିତ ରହି ବିଦୁଷୀ ଭାବରେ କନ୍ୟା ଗୁରୁକୁଳରେ ରହି ଶିକ୍ଷା ପ୍ରଦାନ କରୁଥିଲେ। ବିଦ୍ୟାର୍ଥୀ ଚୟନରେ ଗୁରୁଙ୍କର ପୂର୍ଣ୍ଣ ଅଧିକାର ଥିଲା। ଚୟନ ପ୍ରକ୍ରିୟାରେ କୌଣସି ପ୍ରବେଶିକା ପରୀକ୍ଷାର ବ୍ୟବସ୍ଥା ନ ଥିଲା। ଶିଷ୍ୟର ସତ୍ୟବାଦିତା ଓ ନୈତିକତା ଆଧାରରେ ଗୁରୁ ଶିଷ୍ୟକୁ ଚୟନ କରୁଥିଲେ। ଚୟନ ପ୍ରକ୍ରିୟାରେ ପକ୍ଷପାତିତା କରାଯାଉ ନ ଥିଲା।
ଛନ୍ଦୋଗ୍ୟ ଉପନିଷଦରେ ବର୍ଣ୍ଣନା ଅଛି ଯେ, ସତ୍ୟର ଆଧାରରେ ନିଜର ପ୍ରକୃତ ପିତାଙ୍କ ପରିଚୟ ପ୍ରଦାନ କରିଥିବା ସତ୍ୟକାମଙ୍କୁ ଗୌତମ ମୁନି ଶିଷ୍ୟ ଭାବରେ ଚୟନ କରିଥିଲେ। ଉପନିଷଦରେ ବର୍ଣ୍ଣିତ ଅଛି ଯେ, ପିପ୍ପଳଦା ଓ ଶୌନକ ଆଦି ମୁନିମାନେ ଗୁରୁଙ୍କଠାରୁ ଶିକ୍ଷା ଗ୍ରହଣ ପାଇଁ ହାତରେ ସମିଧ ଧରି ଗୁରୁକୁଳରେ ପ୍ରବେଶ କରୁଥିଲେ। ସମିଧ, ତ୍ୟାଗ ଓ ବଳିଦାନର ପ୍ରତୀକ ଥିଲା। ବ୍ରହ୍ମଚର୍ଯ୍ୟ ବ୍ରତ ଅବଲମ୍ବନ ପୂର୍ବକ ଆଶ୍ରମରେ ୧ ବର୍ଷ ରହିବା ପରେ ସେମାନେ ଶିକ୍ଷା ଗ୍ରହଣ ପାଇଁ ବିବେଚିତ ହେଉଥିଲେ। ଏକଥା ପ୍ରଶ୍ନୋପନିଷଦରେ ବର୍ଣ୍ଣନା କରାଯାଇଛି। ଗୁରୁକୁଳରେ ବିଦ୍ୟାର୍ଥୀମାନଙ୍କୁ ବେଦ-ବେଦାଙ୍ଗ ଅଧ୍ୟୟନ ସହିତ କୃଷିକାର୍ଯ୍ୟ, ପଶୁଚାରଣ, ରନ୍ଧନ, ଗୋପାଳନ, ନୈତିକ ଶିକ୍ଷା, ସମିଧ ସଂଗ୍ରହ, ଭିକ୍ଷା ସଂଗ୍ରହ, ଯଜ୍ଞବେଦି ଓ କୁଟୀର ନିର୍ମାଣ, ଯୁଦ୍ଧ ବିଦ୍ୟା, ସଙ୍ଗୀତ ଗାନ ଆଦି ଶିକ୍ଷା ଦିଆଯାଉଥିଲା। ରାଷ୍ଟ୍ରର ସୁରକ୍ଷା ପାଇଁ ସେମାନଙ୍କୁ ଧନୁର୍ବିଦ୍ୟା ଶିକ୍ଷା ପ୍ରଦାନ କରାଯାଉଥିଲା। ଗୁରୁଙ୍କର ସେବା ବିଦ୍ୟାର୍ଥୀର ପ୍ରଥମ କର୍ତ୍ତବ୍ୟ ଥିଲା। ଗୁରୁ-ଶିଷ୍ୟ ମଧ୍ୟରେ କୌଣସି ବିଦ୍ବେଷଭାବ ନ ଥିଲା। ମହାଭାରତରେ ବର୍ଣ୍ଣିତ ଅଛି ଯେ, ମହାଦାନୀ କର୍ଣ୍ଣ ଗୁରୁ ପର୍ଶୁରାମଙ୍କ ନିଦ୍ରାରେ ବ୍ୟାଘାତ ନ ହେବା ପାଇଁ ନିଜ ଶରୀର କୀଟ ଦଂଶନ ସତ୍ତ୍ବେ ବିଚଳିତ ନ ହୋଇ ସ୍ଥିର ଭାବରେ ଗୁରୁଙ୍କୁ ସେବା ପ୍ରଦାନ କରିଥିଲେ। ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାରେ ଏଭଳି ଘଟଣା ବିରଳ। ବୈଦିକ ଯୁଗ ପରବର୍ତ୍ତୀ ପୁରାଣ ଯୁଗରେ ଗୁରୁକୁଳ ଶିକ୍ଷା ବ୍ୟବସ୍ଥା ଚାଟଶାଳୀ ଶିକ୍ଷା ଭାବରେ ପରିବର୍ତ୍ତିତ ହେଲା। ପରବର୍ତ୍ତୀ ସମୟରେ ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଶିକ୍ଷା ପଦ୍ଧତିର ମିଶ୍ରଣରେ ସ୍ବାମୀ ଦୟାନନ୍ଦ ସରସ୍ବତୀଙ୍କ ଦାୟାଦମାନେ ୧୮୮୬ ମସିହାରେ ଡିଏଭି ଆଙ୍ଗ୍ଲୋ ନୈତିକ ଶିକ୍ଷା ବ୍ୟବସ୍ଥାର ପ୍ରଚଳନ ଆରମ୍ଭ କଲେ। ପରବର୍ତ୍ତୀ ଅବସ୍ଥାରେ ଏହାର ସଫଳ ରୂପାନ୍ତରୀକରଣ ହୋଇପାରିଲା ନାହିଁ।
ଅଧୁନା ସରକାର ଶିକ୍ଷା କ୍ଷେତ୍ରକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି। ଶିଷ୍ୟର ଭୁଲ୍‌ ପାଇଁ ଦଣ୍ଡ ପ୍ରଦାନ କଲେ ଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହା ଦ୍ବାରା ଛାତ୍ର ଗୁରୁଙ୍କୁ ଡରିବା ପରିବର୍ତ୍ତେ ନିଜର ଜୀବିକା ବଞ୍ଚାଇବା ପାଇଁ ଶିକ୍ଷକ ଛାତ୍ର ତଥା ଛାତ୍ରର ଅଭିଭାବକଙ୍କୁ ସର୍ବଦା ଡରି ରହୁଛନ୍ତି। ଚାଣକ୍ୟ ନୀତି ଅନୁସାରେ ଶିକ୍ଷା, ସ୍ବାସ୍ଥ୍ୟ ଓ ନ୍ୟାୟ ବ୍ୟବସ୍ଥା ରାଷ୍ଟ୍ରମୁଖ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିଃଶୁଳ୍କ ଓ ନିରପେକ୍ଷ ଭାବରେ ଜନସମାଜକୁ ପ୍ରଦାନ କରିବା ଆବଶ୍ୟକ। ବର୍ତ୍ତମାନ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ସେଥିପାଇଁ ବିଦ୍ୟାର୍ଥୀମାନେ ବେସରକାରୀ ଶିକ୍ଷାନୁଷ୍ଠାନ ପ୍ରତି ଆକର୍ଷିତ ହେଉଛନ୍ତି। ଦିନକୁ ଦିନ ଛତୁ ଫୁଟିବା ପରି ବେସରକାରୀ ଶିକ୍ଷାନୁଷ୍ଠାନ ଖୋଲିବାରେ ଲାଗିଛି। ବିଦ୍ୟାର୍ଥୀମାନଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରାଯାଉଛି। ଅର୍ଥ ମାଧ୍ୟମରେ ଶିକ୍ଷା କ୍ରୟ କରାଯିବା ଦ୍ବାରା ମେଧାବୀ ଛାତ୍ରୀଛାତ୍ର ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ବିଭିନ୍ନ ପ୍ରକାର ସଂରକ୍ଷଣ ବ୍ୟବସ୍ଥା ମେଧାବୀ ଛାତ୍ର ଚୟନ ବ୍ୟବସ୍ଥାକୁ ସଙ୍କୁଚିତ କରିଦେଉଛି। ନ୍ୟାୟପାଳିକାର ବାରମ୍ବାର ହସ୍ତକ୍ଷେପ ଦ୍ବାରା ପାଠ୍ୟକ୍ରମ ଠିକ୍‌ ସମୟରେ ଆରମ୍ଭ ଓ ଶେଷ ହୋଇପାରୁ ନାହିଁ। ନୈତିକ ମୂଲ୍ୟବୋଧ ବଦଳରେ ପ୍ରାଥମିକ ଶିକ୍ଷାର ପାଠ୍ୟଖସଡ଼ା ବିଦେଶ ଶିକ୍ଷାନୀତିର ଆଦର୍ଶରେ ପ୍ରସ୍ତୁତ କରାଯାଉଛି। ଶିକ୍ଷା ବ୍ୟବସ୍ଥାରେ ଆମର ଐତିହ୍ୟ ଓ ପରମ୍ପରାକୁ ଗୁରୁତ୍ୱ ଦିଆଯାଉ ନାହିଁ। ଏହା ଦ୍ବାରା ଶିକ୍ଷା ସମାପ୍ତି ପରେ ଛାତ୍ର ଆଦର୍ଶ ମାନବ ସେବା ପ୍ରଦାନ କରିବା ପରିବର୍ତ୍ତେ ଏକ ଅର୍ଥ ଉପାର୍ଜନକାରୀ ମେଶିନ ହୋଇଯାଉଛି। ଅପରପକ୍ଷେ ଯେଉଁ ଦେଶର ନାରା- ଏକ ନେଶନ, ଏକ ପ୍ରଧାନ, ଏକ ପହଚାନ (ଆଧାର/ପ୍ୟାନ)- ସେ ଦେଶରେ ଏକାଧିକ ଶିକ୍ଷା ବ୍ୟବସ୍ଥା କେତେ ସମୀଚୀନ ତାହା ବିଚାରଯୋଗ୍ୟ।

ଡା. ଗୋପାଳ ଚନ୍ଦ୍ର ଦାଶ
ମୋ: ୭୮୪୮୮୫୦୯୫୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପକୁ ମେଗା ବନ୍ଦର ମାନ୍ୟତା: ସାମୁଦ୍ରିକ ଅଭିଳାଷକୁ ମିଳିବ ଅଧିକ ପ୍ରୋତ୍ସାହନ

ପାରାଦୀପ,୨୬।୯(ଶରତ ରାଉତ): ଭାରତ ସରକାର ଶୁକ୍ରବାର ଦେଶର ୪ଟି ପ୍ରମୁଖ ବନ୍ଦରକୁ ଆନୁଷ୍ଠାନିକ ଭାବେ ମେଗା ବନ୍ଦର ମାନ୍ୟତା ଦେଇଛନ୍ତି। ସେଥିମଧ୍ୟରେ ଓଡ଼ିଶାର ପାରାଦୀପ ବନ୍ଦର ରହିଛି।…

୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର କୃଷି-ବନୀକରଣ ୭୦% ହ୍ରାସ ଘଟିପାରେ

ନୂଆଦିଲ୍ଲୀ, ୨୬ା୯: କ୍ରମାଗତ ଜଳବାୟୁ ଉଷ୍ମତା ଯୋଗୁ ୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର ଛୋଟ ଛୋଟ କୃଷି-ବନୀକରଣ ଅଞ୍ଚଳରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଦେଇପାରେ ଏବଂ ବଡ଼…

୩୦ରେ ହେବ ଓଏସ୍‌ଏସ୍‌ଟିଇଟି

କଟକ,୨୬ା୯(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ-୨୦୨୬ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୩୦ରେ…

ସ୍ପଷ୍ଟୀକରଣ ମାଗିଲେ ଏନ୍‌ଡିଏର ୩ ସହଯୋଗୀ

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବିବାଦ ଚାଲିଆସିଛି। ନିକଟରେ ନିର୍ବାଚନ କମିଶନ (ଇସି)ର ଦୁଇ ସଦସ୍ୟଙ୍କ ସମ୍ମତି…

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?