ଧାନବିକ୍ରି ପଞ୍ଜୀକରଣ ଆରମ୍ଭରୁ ଏଗ୍ରିଷ୍ଟାକ କଟକଣାକୁ ବିରୋଧ, ସବୁଠି ତେଜିଲା ଚାଷୀ ଅସନ୍ତୋଷ, ଆଜି ହେବ…

ବରଗଡ଼,୧୦ା୮(ପ୍ରେମାନନ୍ଦ ଖମାରୀ): ଧାନବିକ୍ରି ନେଇ ରାଜ୍ୟ ସରକାର ଦିନକୁ ଦିନ ଗୋଟିଏ ପରେ ଗୋଟିଏ ନିୟମ ଲାଗୁ କରୁଛନ୍ତି। ଏଥିପାଇଁ ପ୍ରତି ୬ମାସରେ ଥରେ ଚାଷୀ ପଞ୍ଜୀକରଣ କରାଯାଉଛି। ତେବେ ପଞ୍ଜୀକରଣ ସମୟରେ ଯେଉଁ କଟକଣା ରହୁଛି, ତାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି। ଏଥର ଧାନବିକ୍ରି ପଞ୍ଜୀକରଣରେ ଏକ ନୂଆ ନିୟମ ତଥା ଏଗ୍ରିଷ୍ଟାକ ଆଇଡି ଖୋଲିବାକୁ ବାଧ୍ୟତାମୂଳକ କରାଯାଇଛି। ଏହାକୁ ନେଇ ଆରମ୍ଭରୁ ବିରୋଧ ତେଜି ଉଠିଛି। ଏହି କ୍ରମରେ ରବିବାର ବରଗଡ଼ ସମତା ଭବନରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଚାଷୀ ସଂଗଠନ ଜୟ କିଷାନ ଆନ୍ଦୋଳନ ପକ୍ଷରୁ ଅନୁଷ୍ଠିତ ଏହି ଖବରଦାତା ସମ୍ମିଳନୀରେ ୯୦ ପ୍ରତିଶତ ଚାଷୀଙ୍କୁ ଧାନବିକ୍ରି ପ୍ରକ୍ରିୟାରୁ ବଞ୍ଚିତ କରିବା ପାଇଁ ସରକାର ଏଭଳି
ନୂଆ ପଞ୍ଜୀକରଣ ବ୍ୟବସ୍ଥା କରିଛନ୍ତି ଏବଂ ସରକାରଙ୍କ ଏହି ଚକ୍ରାନ୍ତକୁ ବରଦାସ୍ତ କରାଯିବ ନାହିଁ ବୋଲି ସଂଗଠନର ନେତୃବୃନ୍ଦ ଚେତାବନୀ ଦେଇଥିଲେ।

ଖବରଦାତା ସମ୍ମିଳନୀରେ ଯୋଗ ଦେଇ ଜୟ କିଷାନ ଆନ୍ଦୋଳନର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ କହିଥିଲେ, ଚଳିତ ଖରିଫ ଋତୁ ପାଇଁ ସରକାର ନୂତନ ପଞ୍ଜୀକରଣ ପାଇଁ ସରକାର ଯେଉଁ ନିର୍ଦ୍ଦେଶାବଳୀ ଯାରି କରିଛନ୍ତି, ସେଥିରେ ଏଗ୍ରିଷ୍ଟାକ ଆଇଡିକୁ ବାଧ୍ୟତାମୂଳକ କରାଯାଇଛି। ଏହି ବ୍ୟବସ୍ଥାରେ ୯୦ ପ୍ରତିଶତ ଚାଷୀ ପଞ୍ଜୀକରଣ କରି ନପାରି ଧାନବିକ୍ରି ପ୍ରକ୍ରିୟାରୁ ବଞ୍ଚିତ ହେବେ। ଏଣୁ ଅତିଶୀଘ୍ର ସରକାର ଏହି ବ୍ୟବସ୍ଥାକୁ ପରିବର୍ତ୍ତନ ସହିତ ସୀମିତ ସମୟସୀମାକୁ ବୃଦ୍ଧି କରନ୍ତୁ ବୋଲି ଲିଙ୍ଗରାଜ କହିଛନ୍ତି।

ସେହିପରି ସମସ୍ତ ଚାଷୀଙ୍କୁ ଜମିପଟ୍ଟା ଦେବାକୁ ପ୍ରାଥମିକତା ଦିଅନ୍ତୁ ଅନ୍ୟଥା ସରକାର ଭୟଙ୍କର ଚାଷୀ ଅସନ୍ତୋଷର ଶିକାର ହେବେ ବୋଲି ମଧ୍ୟ ସେ ସରକାରଙ୍କୁ ଚେତାଇ ଦେଇଛନ୍ତି। ଲିଙ୍ଗରାଜ କହିଥିଲେ, ଗତ ଖରିଫ ଋତୁ ସମୟରେ ମଧ୍ୟ ରାଜ୍ୟ ସରକାର ଏକ ଜଟିଳ ପଞ୍ଜୀକରଣ ବ୍ୟବସ୍ଥା ଲାଗୁ କରିଥିଲେ ଏବଂ ଚାଷୀମାନଙ୍କ ଆନ୍ଦୋଳନ ପରେ ତାହାକୁ ପ୍ରତ୍ୟାହାର କରିଥିେ୍‌। କିନ୍ତୁ ଚଳିତବର୍ଷ ପୁଣି ନୂଆ ଏକ କଟକଣା ବ୍ୟବସ୍ଥା ଲାଗୁ କରିଛନ୍ତି। ଏପରି ଚାଷୀ ବିରୋଧି ଆଚରଣରୁ ସରକାର ନିବୃତ୍ତ ରହି ଏକ ସରଳ ଓ ଚାଷୀଭିମୁଖୀ ପଞ୍ଜିକରଣ ବ୍ୟବସ୍ଥା ଲାଗୁ କରନ୍ତୁ ବୋଲି ଲିଙ୍ଗରାଜ କହିଛନ୍ତି। ଛତିଶଗଡ଼ର ପଞ୍ଜୀକରଣ ଓ ଧାନ ବ୍ୟବସ୍ଥାରୁ ସରକାର କିଛି ଶିକ୍ଷାଲାଭ କରନ୍ତୁ ବୋଲି କହି ଲିଙ୍ଗରାଜ କହିଥିଲେ, ଛତିଶଗଡ଼ରେ ସମସ୍ତ ଚାଷୀଙ୍କ ପାଖରେ ନିଜ ନାମରେ ଜମିପଟ୍ଟା ରହିଛି ଏବଂ ସେଠାକାର ସରକାର ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ପର୍ଯ୍ୟାପ୍ତ ସମୟର ଦେଇଥାଏ। କିନ୍ତୁ ଓଡ଼ିଶାରେ ଏତେ ବ୍ୟତିକ୍ରମ କାହିଁକି ବୋଲି ସରକାରଙ୍କୁ ସେ ପ୍ରଶ୍ନ କରିଥିଲେ। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଚାଷୀ ନେତା ଶିବ ପ୍ରସାଦ ପ୍ରଧାନ, ଜୟ କିଷାନ ଆନ୍ଦୋଳନର ଜିଲା ସଭାପତି ସୁଶୀଲ କୁମାର ସାହୁ, ସାଧାରଣ ସମ୍ପାଦକ ହର ବଣିଆଁ, ସରୋଜ ପଧାନ, କୁନା ବେହେରା, ଭଞ୍ଜନ ବାରିକ ଏବଂ କିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ସଂଯୁକ୍ତ କୃଷକ ସଙ୍ଗଠନ, ଭେଡେନ ଶାଖାର ଆହ୍ବାନକ୍ରମେ ଭେଡେନ ମାର୍କେଟ ୟାର୍ଡରେ ଉତ୍ପନ୍ନ ଭୋଇଙ୍କ ସଭାପତିତ୍ୱ ଏବଂ ସୁଦାମ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସରକାରଙ୍କ ପ୍ରଣୀତ ଚାଷୀ ବିରୋଧୀ ନୀତିକୁ କଟୁ ସମାଲୋଚନା କରାଯାଇଥିଲା । ଧାନବିକ୍ରି କାର୍ଡ ପଞ୍ଜୀକରଣ ସମୟରେ ଏଗ୍ରିଷ୍ଟାକକୁ ତୀବ୍ର ବିରୋଧ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ସୋମବାର ଜେଲଭରୋ ଆନ୍ଦୋଳନରେ ବହୁ ସଂଖ୍ୟାରେ ଚାଷୀ ଯୋଗ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ ଉତ୍ପନ ଭୋଇ, ରମେଶ ମହାପାତ୍ର, ସୁଦାମ ପାତ୍ର, ସୋନାଲି ବିଶି ଉଦବୋଧନ ଦେଇଥିବା ବେଳେ, ବିଶ୍ୱଜିତ ହୋତା, କିଶୋର ସାହୁ, ଆନନ୍ଦ ସୁନା, ଦିଲ୍ଲୀପ ରଥ, ବିଜୟ ଲହରିଆ, ଚୂଡ଼ାମଣି ଛନ୍ଦ, ବିଜୟ ସାହୁ, ସୁଧାଂଶୁ ପାଢ଼ୀ, କୁନା ପଧାନ, ସରୋଜ ବାରିକ ମଞ୍ଚାସୀନ ଥିଲେ। ସମାବେଶରେ ଶତାଧିକ ଚାଷୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

</div


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

ମୁଖରିତ ହେଲା ବ୍ରାହ୍ମଣୀଗାଁ: ଜନ୍ମାଷ୍ଟମୀ ପୂଜା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ପାଳିତ

ବ୍ରାହ୍ମଣୀଗାଁ, ୪।୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ବ୍ରହ୍ମାଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ…

୫୨ ବର୍ଷର ମନାନ୍ତର ଭୁଲି ଏକାଠି ହେଲେ ଗୋପପାଲି ଗ୍ରାମବାସୀ: ଯୁବପିଢ଼ିଙ୍କ ଉଦ୍ୟମରେ ଫେରିଲା ଏକତା, ଗଠନ ହେଲା ଗ୍ରାମ୍ୟ କମିଟି

ଅମରପାଲି,୪।୯(ପୀତାମ୍ୱର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲି ଗ୍ରାମରେ ଦୀର୍ଘ ୫୨ ବର୍ଷ ପରେ ଏକତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।…

ରୁଷୁଡ଼ା ଫାଣ୍ଡିରେ ଯୋଗଦେଲେ ନୂତନ ଫାଣ୍ଡି ଅଧିକାରୀ, ଅଞ୍ଚଳରେ ଆଇନ ଶୃଙ୍ଖଳା…

ଭେଡ଼େନ ୪।୯(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ରୁଷୁଡ଼ା ପୋଲିସ ଫାଣ୍ଡିରେ ଶୁକ୍ରବାର ନୂତନ ଫାଣ୍ଡି ଅଧିକାରୀ ଭାବରେ ଗୋଳକ ବିହାରୀ ସେଠୀ ଦାୟିତ୍ୱ…

ଦିଗପହଣ୍ଡି ସମିତିସଭ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ-ଲୁଟ୍: ଜଣେ ଅଭିଯୁକ୍ତ ଜେଲ୍‌ ଗଲେ, ୨ ନାବାଳକ ବାଳସୁଧାର ଗୃହକୁ…

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସମିତିସଭ୍ୟ ବି. ଲଡୁ ପାତ୍ର ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri