ବିଭିନ୍ନ ପ୍ରତିଷ୍ଠାନ, ବ୍ୟାଙ୍କ କର୍ମଚାରୀଙ୍କ ସହ ପୋଲିସର ବୈଠକ: ସିସିଟିଭି ଲଗାଅ, ସନ୍ଦିଗ୍ଧଙ୍କ ସୂଚନା ଦିଅ

ଅନୁଗୋଳ ଅଫିସ, ୧୪।୭ – ଅନୁଗୋଳରେ ଡକାୟତି, ଲୁଟ୍‌ପାଟ ବୃଦ୍ଧି ଏବେ ପୋଲିସ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଜିଲା ଏପରିକି ରାଜ୍ୟ ବାହାରର ଲୁଟେରା ଏଠାକୁ ଆସି ସହଜରେ ଲୁଟ୍‌ପାଟ କରି ଚମ୍ପଟ ମାରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶନିବାର ଅନୁଗୋଳ ଥାନାରେ ପୋଲିସ ଏକ ମିଳିତ ବୈଠକ ଡକାଇଥିଲା। ଏଥିରେ ଜିଲାର ସମସ୍ତ ବ୍ୟାଙ୍କର କର୍ମକର୍ତ୍ତା, ବ୍ୟବସାୟିକ ପ୍ରତିଷ୍ଠାନ ଓ ବସ୍‌ ଆସୋସିଏଶନ୍‌ର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଅନୁଗୋଳ ଏସ୍‌ଡିପିଓ ଅଶ୍ୱିନୀ ସାହୁଙ୍କ ସହ ଡିଏସ୍‌ପି ସୌରଭ ଓତା ଓ ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋୟୀ ଉପସ୍ଥିତ ରହି ବୈଠକରେ ବ୍ୟାଙ୍କଗୁଡ଼ିକରେ କିପରି ଲୁଟ୍‌ ରୋକାଯାଇ ପାରିବ ସେ ଉପରେ ବିଶେଷ ଭାବେ ଆଲୋଚନା କରିଥିଲେ। ସେହିପରି ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକରୁ କିପରି ଡକାୟତି ବନ୍ଦ କରାଯିବ ସେ ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସମ୍ପୂର୍ଣ୍ଣ ସହରକୁ ଅନୁଗୋଳ ପୋଲିସ ସିସିଟିଭି ଜରିଆରେ ନଜରରେ ରଖିବ। ସମସ୍ତ ବ୍ୟବସାୟୀ ସେମାନଙ୍କ ଦୋକାନର କ୍ୟାମେରା ଫିଡ ପୋଲିସକୁ ଦେବାକୁ କୁହାଯାଇଛି। ବିଭିନ୍ନ ଦୋକାନ, ବ୍ୟାଙ୍କ ସହ ଯେଉଁସ୍ଥାନରେ ସିସିଟିଭି ବାହାରେ ଲଗାଯାଇଛି ତାହାର ଫିଡ଼ ଅନୁଗୋଳ ପୋଲିସ ବୈଠକରେ ମାଗିଥିଲା। କେଉଁ ରାସ୍ତାରେ କେଉଁ ବ୍ୟକ୍ତି ଯାତାୟାତ କରୁଛନ୍ତି, ସେମାନଙ୍କ ଚାଲିଚଳଣ ଆଦି ଉପରେ ନଜର ରଖାଯିବ। ବ୍ୟାଙ୍କ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ କୌଣସି ସନ୍ଦିଗ୍ଧ ବୁଲାବୁଲି କରୁଥିଲେ ତୁରନ୍ତ ପୋଲିସକୁ ସୂଚନା ଦେବା ପାଇଁ ପୋଲିସ ପରାମର୍ଶ ଦେଇଛି। ସେହିପରି ବ୍ୟାଙ୍କ ସଂସ୍ଥାମାନଙ୍କୁ ଆଲାମ ବ୍ୟବସ୍ଥାରେ ସୁଧାର ଆଣିବା ସହ ସଜାଗ ରହିବାକୁ ମଧ୍ୟ କୁହାଯାଇଛି। ବୈଠକରେ ପାଖାପାଖି ୫୦ ଜଣ ବ୍ୟକ୍ତି ଯୋଗଦେଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ବୈଠକ ଶେଷ ହେବା ପରେ ଜିଲା ପୋଲିସ ମୁଖ୍ୟାଳୟରେ ହୋଇଥିବା ସିସିଟିଭି କଣ୍ଟ୍ରୋଲ ରୁମ୍‌କୁ ବ୍ୟାଙ୍କର କର୍ମଚାରୀ, ଅନୁଗୋଳ ଜିଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଓ ବସ୍‌ ମାଲିକ ସଂଘର କର୍ମକତ୍ତାଙ୍କୁ ବୁଲାଇବାକୁ ନିଆଯାଇଥିଲା। ବିଭିନ୍ନ ସମୟରେ ସହରରେ ଚୋରି ହେବା ସମୟରେ ବ୍ୟବସାୟୀମାନଙ୍କ ସିସିଟିଭିର ହାର୍ଡ ଡିସ୍କ ଆଣିବାକୁ ପଡ଼ୁଛି। ଫଳରେ ସମସ୍ୟା ଉପୁଜୁଛି। ସିସିଟିଭିର ଫିଡ଼ ଦେଲେ ବ୍ୟବସାୟୀଙ୍କ ସିସିଟିଭି ହାର୍ଡ ଡିସ୍କ ଆଣିବାକୁ ପଡ଼ିବ ନାହିଁ ବୋଲି କୁହାଯାଇଥିଲା। ଏହାକୁ ସମସ୍ତ ପ୍ରତିଷ୍ଠାନ, ବ୍ୟାଙ୍କ ଆଦି ପକ୍ଷରୁ ସ୍ବାଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪୦ ବର୍ଷରେ ପାଦ ଥାପିଲା ନାଲ୍‌କୋ:ପ୍ରତିଷ୍ଠା ଦିବସ ପାଳନ ଆଜି

ବଅଁରପାଳ,୭।୧ (ଡି.ଏନ୍‌.ଏ.) ଅନୁଗୋଳ ଜିଲା ନାଲ୍‌କୋ ପକ୍ଷରୁ ୪୦ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ପାଳନ କରାଯିବ। ଏଥିପାଇଁ ନାଲ୍‌କୋ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବେଶ୍‌ ତତ୍ପରତା ପ୍ରକାଶ...

ଅନୁଗୋଳରେ ଗଡ଼ିଲା ପ୍ରଥମ ଦୁଗ୍ଧ ଏଟିଏମ୍‌

ଛେଣ୍ଡିପଦା, ୩୦ା୧(ସ୍ବ.ପ୍ର.) ସାହି ସାହି ବୁଲୁଛି ମିଲ୍କ ଭ୍ୟାନ୍‌। ଏଟିଏମ୍‌ରୁ ଟଙ୍କା ବାହାରିବା ଭଳି ସେଥିରୁ ବାହାରୁଛି ଉନ୍ନତମାନର କ୍ଷୀର। ଅନୁଗୋଳ ଜିଲାରେ ପ୍ରଥମ ଥର...

କମ୍ପାନୀ କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ

ଅନୁଗୋଳ ଅଫିସ, ୭ା୫ ଅନୁଗୋଳ ଜିଲାର ବିଭିନ୍ନ କଳକାରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା, ସ୍ବାସ୍ଥ୍ୟସେବା ସୁବିଧା ଏବଂ କମ୍ପାନୀ ପକ୍ଷରୁ ନିଆଯାଇଥିବା ଜନମଙ୍ଗଳ କାର୍ଯ୍ୟର ସମୀକ୍ଷା...

ବଳାତ୍କାରୀଙ୍କୁ ୭ ବର୍ଷ ଦଣ୍ଡାଦେଶ

ତାଳଚେର,୧୮ା୩(ନି.ପ୍ର): ଏକ ବଳାତ୍କାର ମାମଲାର ବିଚାର କରି ତାଳଚେର ଅତିରିକ୍ତ ଜିଲା ଦୌରାଜଜ୍‌ ଅମୃତ ରଞ୍ଜନ ନନ୍ଦ ମଙ୍ଗଳବାର ଖମାର ଉପଖଣ୍ଡ ବଡ଼ଗୁଣ୍ଡୁ ଗ୍ରାମର ସାଲୁକା...

ତୃଷାର୍ତ୍ତ ପକ୍ଷୀଙ୍କ ସେବାରେ କିନ୍ନର ଚିନ୍ମୟୀ

ଛେଣ୍ଡିପଦା, ୪।୪(ସ୍ବ.ପ୍ର.)- ଆତଙ୍କର ଅନ୍ୟନାମ ପାଲଟିଛି କରୋନା। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାରା ଦେଶ ଏବେ ଲକଡ଼ାଉନରେ। ଏହାପରେ ଅସ୍ୱାଭାବିକ ହୋଇପଡିଛି ଜୀବନଯାତ୍ରା। ଗରିବ,...

ଶିଶୁକନ୍ୟାର ମୃତଦେହରୁ ଆଖି ଗାଏବ ଘଟଣା: ଖୋଳତାଡ଼ ଆରମ୍ଭ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟରେ ଚାଲିଛି ଆଲୋଚନା

ଅନୁଗୋଳ ଅଫିସ,୨୦।୫: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ପରିଚାଳନାଗତ ଅବ୍ୟବସ୍ଥା ଯୋଗୁ ଜଣେ ୪ ବର୍ଷର ଶିଶୁକନ୍ୟା ପ୍ରୀତି ଗୋଚ୍ଛାୟତଙ୍କ ମୃତଦେହରୁ ଦୁଇ ଆଖି ଗାଏବ...

ଉଦାସୀନତା, ଅବହେଳାକୁ ନିନ୍ଦା

ଅନୁଗୋଳ ଅଫିସ, ୧୩ା୧୨: ଅନୁଗୋଳ ଜିଲାର ଦୀର୍ଘଦିନର ଦାବି ତାଳଚେର ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଜିଲା ମୁଖ୍ୟ ଚିକିତ୍ସାଳୟକୁ ସୁପର୍‌ସ୍ପେଶାଲିଟି ହସ୍ପିଟାଲରେ ପରିଣତ...

କମରେଇ ଜଙ୍ଗଲ ଜଳୁଛି

ବଇଣ୍ଡା,୧୬।୩(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଧୀନରେ ଥିବା କମରେଇ ଜଙ୍ଗଲ ୨ ଦିନ ହେବ ଜଳୁଛି। ବନ ବିଭାଗ ପକ୍ଷରୁ ନିଆଁ...

Advertisement
Archives

Model This Week